ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

1 min read

ମୁମ୍ୱାଇ: ନିଜ ସିନେମା ‘ଛିଛୋରେ’ ଜରିଆରେ ଆତ୍ମହତ୍ୟା ସମାଧାନର ବାଟ ନୁହେଁ, ଜୀବନର ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ଅନ୍ୟଙ୍କୁ ଶିଖାଇଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ । କିନ୍ତୁ ସେ ଆଜି ନିଜେ ନିଜ ଜୀବନ ପ୍ରତି ବିତସ୍ପୃତ ହୋଇ ଆତ୍ମହତ୍ୟା କରିଛନ୍ତି । ବନ୍ଦ୍ରା ସ୍ଥିତି ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ତାଙ୍କର ଏଭଳି ଚରମ ନିଷ୍ପତ୍ତି ପରେ ସ୍ତବ୍ଧ ପ୍ରଶଂସକ ଓ ପୂରା ବଲିଉଡ୍‌ ଜଗତ । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ତାଙ୍କ ଘରେ ତନାଘନା ଚଳାଇଛି ମୁମ୍ୱାଇ ପୋଲିସ । ଫୋନ୍‌ କରି ପୋଲିସକୁ ସୂଚନା ଦେଇଛନ୍ତି ସୁଶାନ୍ତଙ୍କ ଚାକର ।

Image

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍‌ ମଧ୍ୟ ଆତ୍ମହତ୍ୟା କରିଥିଲେ । ମ୍ୟାନେଜରଙ୍କ ଆତ୍ମହତ୍ୟା ପରଠାରୁ ସେ ମାନସିକ ଆଶାନ୍ତି ଦେଇ ଗତି କରୁଥିଲେ । ଏହା ମଧ୍ୟ ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି କୁହାଯାଉଛି ।

Sushant Singh Rajput's ex-manager Disha Salian dies at 28. Unreal ...

୨୧ ଜାନୁଆରୀ ୧୯୮୬ ମସିହାରେ ଜନ୍ମିତ ଏହି ଷ୍ଟାର ଜଣଙ୍କ ଟେଲି ଧାରାବାହିକ କିସ୍‌ ଦେଶ ମେ ହେ ମେରା ଦିଲ୍‌ରୁ ନିଜ କ୍ୟାରିୟର୍‌ର ଆରମ୍ଭ କରିଥିଲେ । ଲୋକପ୍ରିୟ ଟେଲି ଧାରାବାହିକ ପବିତ୍ର ରିସ୍ତା ତାଙ୍କୁ ଦର୍ଶକଙ୍କୁ ଖୁବ୍‌ ନିକଟତର କରିଥିଲା । ଏହାପରେ ସେ ବଲିଉଡ୍‌ ଆରମ୍ଭ କରିଥିଲେ ନିଜ କ୍ୟାରିୟର୍‌ ।

Pavitra Rishta' to go off air soon | Avenue Mail

କାଇ ପୋ ଛେ ଜରିଆରେ ସେ ବଲିଉଡ଼୍‌ରେ ପାଦ ଥାପିଥିଲେ । ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଏମ୍‌ଏସ୍‌ ଧୋନୀ ଦି ଅନ୍‌ ଟେଲ୍ଡ ଷ୍ଟୋରୀରେ ତାଙ୍କ ନିଖୁଣ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ୨୦୧୮ରେ ତାଙ୍କ ଦ୍ୱାରା ଅଭିନୀତ କେଦାରନାଥ ଚଳଚ୍ଚିତ୍ର ମଧ୍ୟ ବ୍ୟବସାୟୀକ ଦୃଷ୍ଟିକୋଣରୁ ଭଲ ସଫଳତା ହାସଲ କରିଥିଲା ।

ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ତାଙ୍କ ବିୟୋଗ ପରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତ ମଧ୍ୟ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ବରିଷ୍ଠ ଆଇପିଏସ୍‌ ଅମିତାଭ୍‌ ଠାକୁର ମଧ୍ୟ ତାଙ୍କ ସହ ଏକ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

 

Leave a Reply