ସୁଶାନ୍ତ କ୍ୟାରିୟରର ପିକ୍‌ ପଏଣ୍ଟରେ ଥିଲେ, ସେ କେବେ ବି ଆତ୍ମହତ୍ୟା କରିପାରିବେନି ! ମୃତ୍ୟୁ ପଛରେ ଚକ୍ରାନ୍ତ…

Bollywood News, Sushant Singh Rajuput Maternal Uncle Demand For Judicial Inquiry.

ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ! ସୁଶାନ୍ତ ହେଉଛନ୍ତି ବିହାର ମାଟିର ପୁଅ । ସେ ଜଣେ ବୀର‌ । ସେ ଭୀରୁ ନୁହେଁ ଯେ ଆତ୍ମହତ୍ୟା କରିବେ । ଏକଥା ଆମେ କହୁ ନାହୁଁ ଏକଥା, ଦୁଃଖରେ ମ୍ରିୟମାଣ ହୋଇ କହିଛନ୍ତି ସୁଶାନ୍ତଙ୍କ ଜଣେ ଦୂର ସମ୍ପର୍କୀୟ ମାମୁଁ । ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାମୁଁ ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ସିଧା ସଳଖ କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିପାରିବନି । ଏହା ପଛରେ କିଛି ନା କିଛି ଚକ୍ରାନ୍ତ ରହିଛି ।

ରବିବାର ସୁଶାନ୍ତଙ୍କ ମୃତ୍ୟୁରେ ସାରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି । ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ଏନେଇ ତାଙ୍କ ଘରର ଚାକର ଜାଣିବା ପରେ ସେ ପୋଲିସକୁ ସୂଚନା ଦେଇଥିଲା, ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା । ସୁଶାନ୍ତଙ୍କ ବେକରେ ରଶି ଲାଗିଥିବା ଦାଗ ରହିଛି ।

ତେବେ ସୁଶାନ୍ତଙ୍କ ମାମୁଁ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜରକୁ ମଧ୍ୟ ଚକ୍ରାନ୍ତ କରି ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ଆଜି ସୁଶାନ୍ତଙ୍କ ମୃତ୍ୟୁ ପଛରେ ମଧ୍ୟ କିଛି ନା କିଛି ଚକ୍ରାନ୍ତ ଥିବା ସେ ସନ୍ଦେହ କରୁଛନ୍ତି ଏବଂ ଏହାର ତଦନ୍ତ ଦାବି କରିଛନ୍ତି ।

ମୃତ୍ୟୁ ବେଳକୁ ସୁଶାନ୍ତୁଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ଅଭିନୟ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଲୋକଙ୍କୁ ଦେଇଛନ୍ତି । ଖୁବ୍‌ କମ୍‌ ବୟସରେ ସେ ତାଙ୍କ କ୍ୟାରିୟରରେ ସଫଳତା ମଧ୍ୟ ପାଇଥିଲେ । ଭଲ ଅଭିନେତା ସାଙ୍ଗକୁ ସେ ଜଣେ ଭଲ ଛାତ୍ର ମଧ୍ୟ ଥିଲେ । ପାଠ ପଢ଼ାରେ ସେ ବେଶ ପୁରଷ୍କାର ମଧ୍ୟ ପାଇଛନ୍ତି ।

ସୁଶାନ୍ତଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘କାଇ ପୋ ଚେ’ ଥିଲା । ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଭଲ ଲାଗିଥିଲା । ପରେ ସୁଶାନ୍ତଙ୍କ ପିକେ, ସୁଦ୍ଧ ଦେଶୀ ରୋମାନ୍ସ ଭଳି ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ତାଙ୍କର ଶେଷ ଫିଲ୍ମ ଛିଛୋରେ ଥିଲା ।

Leave a Reply