spot_img
Home Blog Page 697

ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ

ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାନଙ୍କୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୌଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦରେ ଧରା ଉପରେ ପାଦ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ ଭାରତର ହସ୍ତକ୍ଷେପ ଭିତ୍ତିହୀନ – ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ, ଇସ୍ରାଏଲ ପରମାଣୁ ଆଡା ଉପରେ ବିମାନ ଆକ୍ରମଣ କରିଛି, ଯାହାକୁ “ଅପରେସନ୍ ରାଇଜିଂ ଲାୟନ୍” ନାମ ଦିଆଯାଇଛି। ପ୍ରତିଶୋଧ ସ୍ୱରୂପ ଇରାନ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଭାରତ ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କରୁଛି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଅବାସ୍ତବ ବୋଲି କହିଛନ୍ତି।

ଶୁକ୍ରବାର ସକାଳ ଠାରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି, ଆଜି ଇସ୍ରାଏଲ ମଧ୍ୟ ଏକ ଏୟାର ଷ୍ଟ୍ରାଇକ କରିଥିଲା। ଏଥର ମଧ୍ୟ ଇସ୍ରାଏଲ ପରମାଣୁ ଆଡା ଟାର୍ଗେଟ କରିଥିଲା। ଇସ୍ରାଏଲ ଏହାକୁ ଅପରେସନ ରାଇଜିଂ ଲାୟନ ବୋଲି ନାମ ଦେଇଛି। ଅନ୍ୟପକ୍ଷରେ, ଇରାନ ମଧ୍ୟ ଏହି ଆକ୍ରମଣର ଜବାବ ଦେଉଛି। ଇରାନ ଇସ୍ରାଏଲ ଉପରେ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅବାସ୍ତବ। ଯଦି ଦୁଇଟି ଦେଶ କୌଣସି ପ୍ରସଙ୍ଗରେ ହସ୍ତକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ତୃତୀୟ ପକ୍ଷଏଥିରେ ନିଜକୁ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଭୁଲ।ଏସ ଜୟଶଙ୍କର କହିଛନ୍ତି ଭାରତ କ’ଣ କରିପାରିବ ? ଇସ୍ରାଏଲ ଓ ଇରାନ ସହ ଆମ ଦେଶର ଭଲ ସମ୍ପର୍କ ଅଛି । ଶାନ୍ତି ପାଇଁ ଉଭୟ ଦେଶ ଚାହିଁବା ଦରକାର । ତୃତୀୟ ଲୋକର ହସ୍ତକ୍ଷପରେ କିଛି ହେବନି । ଭାରତର ହସ୍ତକ୍ଷପ ଭିତ୍ତିହୀନ ।

ସେ ଆହୁରି ମଧ୍ୟ କହିଛନ୍ତି ଯଦି ସେମାନେ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ କୌଣସି ବାହାର ଲୋକ ନିଜକୁ ଏଥିରେ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଅତ୍ୟନ୍ତ ଅବାସ୍ତବ । ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରୁଛି ଆମେରିକା। ଇରାନ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତି ଆକ୍ରମଣର ଆଶଙ୍କା ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଜୟଶଙ୍କର ଭାରତ ଓ ପାକିସ୍ତାନ ସଂଘର୍ଷ ଉପରେ ମଧ୍ୟ ଟ୍ରମ୍ପଙ୍କୁ ଘେରିଥିଲେ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ନୂଆ ନୁହେଁ। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ, ଯେତେବେଳେ ଖବର ଆସିଲା ଯେ ଇରାନ ପରମାଣୁ ଅସ୍ତ୍ର ତିଆରି କରୁଛି, ଏହାର ପରେ ଇସ୍ରାଏଲ ମଧ୍ୟ  ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲା। ଏହା ଆମେରିକା ରାଷ୍ଟ୍ରପତି ମଧ୍ୟ ନିଶ୍ଚିତ କରିଥିଲେ। ଇସ୍ରାଏଲ ସହିତ, ଇରାନର ପରମାଣୁ ଅସ୍ତ୍ର ଯୋଗୁଁ ଅନ୍ୟ ଅନେକ ଦେଶ ବିପଦରେ ଅଛନ୍ତି। ଏହି କାରଣରୁ ଇସ୍ରାଏଲ ପ୍ରଥମେ ପରମାଣୁ ଆଡା ଗୁଡ଼ିକୁ ଟାର୍ଗେଟ କରି ନଷ୍ଟ କରିଛି।

 

 

 

 

‘AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ’

ନନ୍ଦିଘୋଷ ବ୍ୟୁରୋ : AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ । ଆଜି ଏକ ପ୍ରେସ ବିବୃତ୍ତି ଜାରି କରି ଏହି କଥା କହିଛନ୍ତି ଏୟାରଇଣ୍ଡିଆ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ । ଦୁର୍ଘଟଣା ପରେ ପ୍ରଥମକରି ନିଜର ପ୍ରତିକ୍ରିୟା ରଖି କ୍ୟାମ୍ପବେଲ କହିଛନ୍ତି ଦୁର୍ଘଟଣା କାରଣ ଖୋଜି ବାହାର କରିବା ପାଇଁ ୪୦ ଜଣ ଇଞ୍ଜିନିୟର ଓ ୧୦୦ ଜଣ କେୟାରଟେକର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଇଞ୍ଜିନିୟରମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବେ । କେୟାରଟେକରମାନେ ଆହତ ଓ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରଙ୍କୁ ସହାୟତା କରିବା ପାଇଁ କମ୍ପାନୀ ପକ୍ଷରୁ ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ଲଣ୍ଡନର ଗଟଓ୍ବିକ୍‌ ବିମାନବନ୍ଦରରେ ସହାୟତା କେନ୍ଦ୍ର ଖୋଲାଯାଇଛି । ଏୟାରଇଣ୍ଡିଆର ମୂଳ କମ୍ପାନୀ ଟାଟା ଗ୍ରୁପ ପକ୍ଷରୁ ସମସ୍ତ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି । ଯାହାକି ବ୍ରିଟେନ୍‌ ମୁଦ୍ରାରେ ୮୫ ହଜାର ପାଉଣ୍ଡ । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କମ୍ପାନୀ ବହନ କରିବ । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ବର୍ଗଙ୍କ ପ୍ରତି ସହାନୁଭୁତି ଜଣାଉଛି । ସକାଳେ ସେ ନିଜେ ଘଟଣାସ୍ଥଳ ଗସ୍ତ କରିଥିଲେ । ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାରକାର୍ଯ୍ୟ ଓ ସମସ୍ତ ପ୍ରକାର ସହାୟତା ପାଇଁ ଗୁଜୁରାଟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଓ୍ବିଲସନ । ଦୁର୍ଘଟଣାର ତଦନ୍ତ ଯେପରି ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯିବ ସେ ନେଇ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି ଏୟାର ଇଣ୍ଡିଆ ସିଇଓ । ଏହି ଦୁର୍ଘଟଣାରେ ଜଣଙ୍କୁ ଛାଡ଼ି ବାକି ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ପ୍ରାଣ ହରାଇଥିବା କ୍ୟାମ୍ପବେଲ ସ୍ପଷ୍ଟ କରିଛନ୍ତି ।

ଯାଜପୁର ଓ ଭଦ୍ରକରେ ବ୍ୟାପିଲା ଝାଡାବାନ୍ତି, ନମୁନା ପରୀକ୍ଷଣରୁ କଲେରା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର :  ଯାଜପୁର ଓ ଭଦ୍ରକରେ ବ୍ୟାପିଲା ଝାଡାବାନ୍ତି। ନମୁନା ପରୀକ୍ଷଣରୁ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ସଂଗ୍ରହ କରାଯାଇଥିବା ୪୧ଟି ନମୁନାରୁ ୮ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଛି। ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ପାଖାପାଖି ୬୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲାଣି । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆବଶ୍ୟକ ସଂଖ୍ୟକ ବେଡ ନଥିବାରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବାରୁ ମେଡିକାଲରୁ ଘରକୁ ଫେରିବା ପରେ ପୁଣି ବାନ୍ତିଝାଡ଼ା ହେଉଛି ଓ ବାରମ୍ବାର ମେଡିକାଲକୁ ଆସିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ

ଭୁବନେଶ୍ବର : ରାଜଧାନୀର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ ରେ ଚଢ଼ାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ଭୁବନେଶ୍ୱରରେ ଦାମୀ ବ୍ରାଣ୍ଡ କ୍ରକ୍ସ୍‌ ଜୋତାର ନକଲି ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଜୋତାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିଥିଲା । ଜନପଥର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ କୁ କମ୍ପାନୀ ପ୍ରତିନିଧି ଦଳ ଗ୍ରାହକ ସାଜି ଯାଇଥିଲେ । ଜୋତା କିଣିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ପରେ ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି କ୍ରସ୍ କମ୍ପାନୀ ଜୋତା ଜବତ କରାଯାଇଛି । ପୋଲିସ ଜୋତା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ଯାତାୟତ ବାଧାପ୍ରାପ୍ତ

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡ଼ୁରେ ପ୍ରବଳ ବର୍ଷା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ନାଗପଟ୍ଟନମରେ ମୂଷଳ ଧାରାରେ ବର୍ଷା ଜାରି ରହିଛି । ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଭୀଷଣ ବର୍ଷାରେ ଲୋକେ ବାହାରକୁ ବାହାରିପାରିନାହାନ୍ତି । ଏହାସହିତ ଅଧିକାଂଶ ଅଞ୍ଚଳରେ ପାଣି ଜମା ହେବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବର୍ଷା ଆହୁରି ଦୁଇଦିନ ଲାଗି ରହିବ । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ବର୍ଷା ।  ଧର୍ମଶାଳାରେ ଭୀଷଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଧର୍ମଶାଳାର ଅଧିକାଂଶ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରେ ପାଣି ଜମି ରହିଛି ।

‘ଭାରତୀୟ ଚେୟାର’ ରୂପେ ଚୟନ ହେଲେ ପ୍ରଫେସର ଅନିଲ କୁମାର ମହାପାତ୍ର

ନନ୍ଦିଘୋଷ ବ୍ୟୁରୋ ; ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ତରଫରୁ ପ୍ରଫେସର ଅନିଲ କୁମାର ମହାପାତ୍ର ସମ୍ମାନଜନକ ‘ଭାରତୀୟ ଚେୟାର’ ରୂପେ ଚୟନ ହୋଇଥିବାର ଗୌରବ ଅର୍ଜନ କରିଛନ୍ତି । ଭାରତ ସରକାର ୩୨ ଗୋଟି ଦେଶ ସହ ବୁଝାମଣାପତ୍ର ସ୍ଵାକ୍ଷର କରି ୪୭ ଗୋଟି ଚେୟାର ପ୍ରତିଷ୍ଠା କରିଛନ୍ତି। ଏହି ଚୟନ ପ୍ରକ୍ରିୟା ବହୁତ ପ୍ରତିଯୋଗିତା ପୂର୍ଣ୍ଣ ଅଟେ  । କାରଣ ଏହା ବିଭିନ୍ନ ବିଭାଗକୁ ବିଚାରକୁ ନେଇଥାଏ ଏବଂ ଯେଉଁମାନଙ୍କ ଚୟନ ହୋଇଥାଏ ସେମାନେ ବର୍ଷେ ବା ଦୁଇବର୍ଷ ବୁଝାମଣା ସ୍ବାକ୍ଷରିତ ହୋଇଥିବା ବିଶ୍ବବିଦ୍ୟାଳୟ ମାନଙ୍କରେ ଆବାସିକ ଭାବେ ରହି ଭାରତର ସଂସ୍କୃତି, ରାଜନୈତିକ ବ୍ୟବସ୍ଥା ଇତ୍ୟାଦି ଉପରେ ସନ୍ଦର୍ଭ ଲେଖିବା, ଗବେଷଣାରେ ସହାୟତା କରିବା ଏସବୁ କାର୍ଯ୍ୟ କରିଥାନ୍ତି। ଭାରତର ସାଂସ୍କୃତିକ ରାଜଦୂତ ଭାବରେ ସେମାନଙ୍କୁ ଗ୍ରହଣ କରାଯାଏ। ସେହି କ୍ରମରେ ପ୍ରଫେସର ଅନିଲ ମହାପାତ୍ର କାଠମାଣ୍ଡୁର ତ୍ରିଭୁବନ ବିଶ୍ବବିଦ୍ୟାଳୟରେ ସେହି ଭାରତୀୟ  ଶିକ୍ଷା ଚେୟାର ମଣ୍ଡନ କରିବେ। ଆଗରୁ ପ୍ରଫେସର ମହାପାତ୍ର ଅକ୍ସଫୋର୍ଡ ଓ ହାଇଡେଲବର୍ଗ ବିଶ୍ବବିଦ୍ୟାଳୟରେ ଫେଲୋସିପ ପାଇ ଗବେଷଣା କରିବାର କୃତିତ୍ବ ଅର୍ଜନ କରିଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଏହି ସମ୍ମାନ ପାଇବାରେ ଓଡିଶାର ସମସ୍ତ ବିଶ୍ବବିଦ୍ୟାଳୟରୁ ବୋଧହୁଏ ପ୍ରଥମ ବ୍ୟକ୍ତି।

ଅନଲାଇନରେ କରଜ ଟଙ୍କା ସୁଝିବା ପାଇଁ ଚୋରି, ଚୋରକକୁ କାବୁ କଲା ପୋଲିସ୍

ଭୁବନେଶ୍ବର :  ବିଳାସପୁର୍ଣ୍ଣ ଜୀବନ ବିତାଇବା ସହ ଅନଲାଇନରେ କରଜ ଟଙ୍କା ସୁଝିବା ପାଇଁ ଚୋରି । ଚୋରକକୁ କାବୁ କଲା ପୋଲିସ୍ । ଭୁବନେଶ୍ୱର ଚନ୍ଦ୍ରଶେଖର ଥାନା କୈଳାଶ ବିହାର ଅଞ୍ଚଳରେ ସୁନା, ଟଙ୍କା ଓ ଗୁରୁତ୍ୱପୂର୍ଣ ଦସ୍ତାବିଜ ଚୋରି କରିଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତି । ମାମଲାରେ ଯାଜପୁର ଅଞ୍ଚଳର ପ୍ରତିରଞ୍ଜନ ବିଶ୍ୱାଳ ଓ ତାଙ୍କ ଠାରୁ ଗହଣା କିଣିଥିବା କଟକ ଅଂଚଳର ଜଣେ ସୁନା କାରିଗରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୬ ଲକ୍ଷ ଟଙ୍କାର ଅଳଙ୍କାର, ନଗଦ ୪୦ ହଜାର ଟଙ୍କା ସହ ଏଲଆଇସି ବଣ୍ଡ ଚୋରୀ ହୋଇଥିଲା । ସମସ୍ତ ଚୋରି ଜିନିଷ ଜବତ କରିଛି ପୋଲିସ । ଆଜି ପୋଲିସ ପକ୍ଷରୁ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତିଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାର ଓ କାଗଜପତ୍ର ତଦନ୍ତ ପରେ ଫେରସ୍ତ କରାଯିବ ବୋଲି କୁହାଯାଇଛି ।

୧୦୮ ଏଵଂ ଜନନୀ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୧୦୮ ଏଵଂ ଜନନୀ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀଙ୍କ ଆନ୍ଦୋଳନ । ଆମ୍ବୁଲାନ୍ସ ଚାଲୁ ନଥିବାରୁ ଜିଲ୍ଲାରେ ରୋଗୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ୬୨ଟି ୧୦୮ ଆମ୍ବୁଲାନ୍ସ ଏଵଂ ୪୦ରୁ ଅଧିକ ଜନନୀ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ସଠିକ ଦରମା ପାଉନଥିବା, ଗତ ସରକାରଙ୍କ ସମୟରେ ପାଉଥିବା ସ୍ପେଶାଲ ଇନସେଣ୍ଟିଭ ବନ୍ଦ ରଖାଯାଇଥିବା ଏଵଂ ଆମ୍ବୁଲାନ୍ସ ଗୁଡ଼ିକର ଆବଶ୍ୟକତା ମୁତାବକ ମରାମତି କରାଯାଉନଥିବାରୁ ରୋଗୀ ପରିବହନରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ଆମ୍ବୁଲାନ୍ସରେ ଏସି ଅଚଳ ହୋଇପଡିବା ସହିତ ଅଧିକାଂଶ ଆମ୍ବୁଲାନ୍ସରେ ଭେଣ୍ଟିଲେଟର ନ ଥିବାରୁ ଅକ୍ସିଜେନ ସିଷ୍ଟମ ଅଚଳ ହୋଇପଡିଛି । ଫଳରେ ଗୁରୁତର ରୋଗୀ ବାହାରକୁ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି  । ଏ ସମ୍ପର୍କରେ କର୍ମଚାରୀମାନେ ବାରମ୍ବାର କମ୍ପାନୀ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ମାତ୍ର କିଛି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି କର୍ମଚାରୀ ।

ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ

ବାଲେଶ୍ବର : ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ । ବାଲେଶ୍ବର ହୋଟେଲ ନିଶିରୁ ଉଦ୍ଧାର ହେଲା ପଶ୍ଚିମବଙ୍ଗ ଡାକ୍ତରଙ୍କ ମୃତଦେହ । ମୃତକ ହେଲେ ଡାକ୍ତର ପ୍ରଦିପ ମଲ୍ଲିକ ।  ପ୍ରତି ମାସରେ ବାଲେଶ୍ଵର ଦିନକ ପାଇଁ ଆସନ୍ତି । ନିଶା ଛଡାଇବା ପାଇଁ ଔଷଧ ଦିଅନ୍ତି । ଗତକାଲି ଠାରୁ ଆସି ହୋଟେଲରେ ରହିଥିଲେ । ବେଙ୍ଗଲରୁ  ମଦ ଛଡାଇବା ଔଷଧ ଦେବାପାଇଁ ୧୨-୧୩ ବର୍ଷ ହେଲା ସେ ବାଲେଶ୍ବର ଆସୁଥିଲେ । ପ୍ରତିଥର ହୋଟେଲ ନିଶିରେ ରହିଛି ଚିକିତ୍ସା କରୁଥିଲେ । ଗତକାଲି ରାତିରେ ଖାଇ ଶୋଇଥିଲେ । ଆଜି ସକାଳୁ ୭ଟା ରେ ରୁମ ଛାଡିବା କଥା । ତେବେ ରୁମ୍ ଭିତରୁ ଲକ୍ ଥିବାରୁ ଡାକିଥିଲେ କର୍ମଚାରୀ । କୌଣସ ଉତ୍ତର ନମିଳିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।