୨୦୧୬ ମସିହାରେ ବିବାହ କରିଥାନ୍ତେ ସୁଶାନ୍ତ ଓ ଅଙ୍କିତା, କାହିଁକି ହେଲା ବ୍ରେକଅପ୍?
ମୁମ୍ବାଇ: ୨୦୦୯ ମସିହାର ସବୁଠୁ ପପୁଲାର ଧାରାବାହିକ ପବିତ୍ର ରିସ୍ତାର ଚର୍ଚ୍ଚିତ କଳାକାର ମାନବ ଓ ଅର୍ଚ୍ଚନା ଆଜି ବି ଦର୍ଶକଙ୍କ ଦିଲ୍ ରେ ରାଜ କରନ୍ତି । କେବଳ ଧାରାବାହିକରେ ନୁହେଁ ସୁଶାନ୍ତ ଓ ଅଙ୍କିତା ରିଅଲ ଲାଇଫରେ ମଧ୍ୟ ରିଲେସନଶିପରେ ଥିଲେ । ଧାରାବାହିକ ସହ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଉଭୟ ପରସ୍ପରଙ୍କ ସହ ସାତ ଜନ୍ମ ଏକାଠି ରହିବେ ବୋଲି ସେମାନେ ଶପଥ ନେଇଥିଲେ ।

୨୦୧୬ ମସିହାରେ ଅଙ୍କିତା ଓ ସୁଶାନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ଫ୍ୟାନ୍ସ ମଧ୍ୟ ଏହା ଚାହୁଁଥିଲେ । ୨୦୦୯ ମସିହାରେ ଆରମ୍ଭ ହୋଇଥିବା ଧାରାବାହିକ ପବିତ୍ର ରିସ୍ତା ଖୁବ ଶୀଘ୍ର ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲା । ମାନବ ଓ ଅର୍ଚ୍ଚନା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲେ । କିନ୍ତୁ ଉଭୟଙ୍କ ରିଲେସନଶିପକୁ କାହାର ନଜର ଲାଗିଯାଇଥିଲା । ୬ ବର୍ଷ ରିଲେସନଶିପରେ ରହିବା ପରେ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ।

୨୦୧୦-୨୦୧୧ ମସିହାରେ ଟିଭି ରିଆଲିଟି ଶୋ’ “ଝଲକ ଦିଖଲାଜାରେ” ସୁଶାନ୍ତ ପ୍ରତିଯୋଗୀତା ଭାବେ ଭାଗ ନେଇଥିଲେ । “ଝଲକ ଦିଖଲାଜା” ସେଟ୍ ରେ ସେ ନିଜ ଲେଡି ଲଭ୍ ଅଙ୍କିତାଙ୍କୁ ପ୍ରପୋଜ୍ କରିଥିଲେ । ଭାଲେଣ୍ଟାଇନ ଡେ ଦିନ ସେ ଅଙ୍କିତାଙ୍କୁ ନିଜ ପ୍ରେମ ଭାବନା ବିଷୟରେ ସେୟାର କରିଥିଲେ । ଉଭୟ ଲିଭ ଇନ୍ ରେ ମଧ୍ୟ ରହୁଥିଲେ । ସବୁକିଛି ଠିକ୍ ଚାଲୁଥିଲା । ହେଲେ ୨୦୧୬ ମସିହାରେ ଏକ ସାକ୍ଷାତକାରରେ ଦୁହିଁଙ୍କ ବ୍ରେକଅପ୍ ବିଷୟରେ ଖବର ଆସିଥିଲା । ଅଙ୍କିତା ନ୍ୟାଚୁରାଲ ଆର୍ଟିଷ୍ଟ ଥିଲେ । ସୁଶାନ୍ତଙ୍କ କହିବା ଅନୁସାରେ ଅଙ୍କିତା ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ ।

କିନ୍ତୁ ତାଙ୍କ କାମ ନେଇ ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ । ସୁଶାନ୍ତ ବଲିଉଡରେ ପାଦ ଦେବା ପରେ ତାଙ୍କୁ ଶୁଧ ଦେଶୀ ରୋମାନ୍ସ ଫିଲ୍ମ ପାଇଁ ଅଫର ଆସିଥିଲା । ଫିଲ୍ମରେ ସୁଶାନ୍ତ ଓ ପରିନୀତିଙ୍କର ଏକ ଲିପ୍ ଲକ୍ ସିନ୍ ଥିଲା । ଏହି ସିନ୍ ଯୋଗୁଁ ଅଙ୍କିତା ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ଅଙ୍କିତା ଷ୍ଟୁଡିଓ କ୍ୟାଣ୍ଟିନ୍ ରେ ଅଭିନେତାଙ୍କୁ ଚାପୁଡା ମାରିଥିଲେ । ପରିନୀତିଙ୍କୁ ନେଇ ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅଙ୍କିତାଙ୍କ କହିବା ଅନୁସାରେ ସେ ଜାଣିଥିଲେ ଯେ, ସୁଶାନ୍ତ ତାଙ୍କୁ ବହୁତ ଭଲ ପାଉଥିଲେ । ଅଙ୍କିତା ବହୁତ ଖୁସି ଥିଲେ ଯେ, ୬ ବର୍ଷ ଯାଏଁ ସୁଶାନ୍ତ କେବଳ ତାଙ୍କୁ ହିଁ ଭଲ ପାଉଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ପାଇଁ ଅଙ୍କିତାଙ୍କ ମନରେ ଇନସିକ୍ୟୋରିଟି ଆସିଥିଲା । ସୁଶାନ୍ତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସୁଶାନ୍ତ ନ୍ୟୁ ୟିଅରରେ ଅଙ୍କିତାଙ୍କୁ ଦୁବାଇ ଟ୍ରିପ୍ ରେ ମଧ୍ୟ ନେଇ ଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ସବୁକି୍ଛି ଠିକ୍ ଥିଲା । ସୁଶାନ୍ତ ଶୁଟିଂ ସେଟରେ ଥିବାବେଳେ ଅଙ୍କିତା ତାଙ୍କୁ କଲ କିମ୍ବା ମେସେଜ କରଦିଅନ୍ତି । ଅଙ୍କିତା ସୁଶାନ୍ତଙ୍କୁ ନେଇ ଧିରେ ଧିରେ ପଜେସିଭ୍ ହେବାକୁ ଲାଗିଥିଲେ । ସୁଶାନ୍ତ ମଧ୍ୟ ତାଙ୍କୁ ଚିଟ୍ କରୁନଥିଲେ । ସେ ଆଉ କାହା ସହ ମଧ୍ୟ ରିଲେସନଶିପରେ ନଥିଲେ । କିନ୍ତୁ ସେ ବାରମ୍ବାର ନିଜକୁ ଜଷ୍ଟିଫାଏ କରିପାରିବେନି ବୋଲି ମନା କରିଦେଇଥିଲେ ।

ସେତେବେଳେ ସୁଶାନ୍ତ ଏମଏସ୍ ଧୋନି ବାୟୋପିକ୍ ରେ କାମ କରୁଥିଲେ । ସୁଶାନ୍ତ କହିଥିଲେ ଯେ, ରିଲେସନଶିପରେ ଇନସିକ୍ୟୋରିଟି ଓ ପଜେସିଭନେସ ଆସିଲେ ସମ୍ପର୍କ ଖରାପ ହୋଇଯାଏ । ଏଥିପାଇଁ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ । ଅଙ୍କିତାଙ୍କ ଯିବା ପରେ ସୁଶାନ୍ତ ଭାଙ୍ଗିପଡିଥିଲେ । ସୁଶାନ୍ତ ନିଜ ମାଆଙ୍କ ପରଲୋକ ପରେ ଯେମିତି ଥିଲେ ଠିକ୍ ସେହିଭଳି ଅଙ୍କିତା ତାଙ୍କ ଲାଇଫରୁ ଯିବା ପରେ ସେ ବହୁତ କଷ୍ଟ ପାଇଥିଲେ । ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ମଧ୍ୟ ଅଙ୍କିତାଙ୍କୁ ମିସ୍ କରୁଥିଲେ । କାରଣ ସେ ଅଙ୍କିତାଙ୍କୁ ବହୁତ ପାଉଥିଲେ ।
ରଥଯାତ୍ରାକୁ ନେଇ ଜଫର ସରେଶବାଲାଙ୍କ ବିବାଦୀୟ ବୟାନ, ସେବାୟତଙ୍କୁ କହିଲେ ‘ବିନା ଟୋପିରେ ତବଲିଗି’
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସସର୍ତ୍ତ ଅନୁମତିରେ ଆୟୋଜିତ ରଥଯାତ୍ରାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଗଲାଣି । ପ୍ରଥମ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ହଂସଲ ମେହଟ୍ଟା ,ଏବେ ଜାଫର ସରେଶବାଲା ନିଜ ମନ୍ତବ୍ୟ ଦ୍ୱାରା ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଚାନସେଲର ଜଫର ସରେଶବାଲା ପୁରୀରେ ଆୟୋଜିତ ରଥଯାତ୍ରାରେ ସାମିଲ ହୋଇଥିବା ସେବାୟତଙ୍କୁ ‘ବିନା ଟୋପିରେ ତବଲିଗି’ ବୋଲି କହିଛନ୍ତି ।ତାଙ୍କରଏଭଳି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି ।
These are #Tablighi ‘s without Topi https://t.co/WNt2lMOx2E
— zafar sareshwala 🇮🇳 (@zafarsareshwala) June 23, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ୍ ଭାବେ ପରିଚିତ ଜଫର ସରେଶବାଲା ଅହମ୍ମଦାବାଦର ଜଣେ ବ୍ୟବସାୟୀ । ସେ ପୁରୀ ରଥଯାତ୍ରାର ଏକ ଭିଡିଓ ସେୟାର କରି ରଥ ଟାଣୁଥିବା ସେବାୟତଙ୍କୁ ‘ବିନା ଟୋପିରେ ତବଲିଗି’ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ରଥଯାତ୍ରାକୁ ନେଇ ଆଗରୁ ଅନୁମତି ଦେବାକୁ ମନା କରିଥିବା ସୁପ୍ରିମକୋର୍ଟ ସୋମବାର ଦିନ ସସର୍ତ୍ତ ଆୟୋଜନ ପାଇଁ ଅନୁମତି ଦେଇଥିଲେ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ରାଜ୍ୟ ସରକାର ଚାହିଁଲେ ରଥଯାତ୍ରା ବନ୍ଦ କରିପାରିବେ ବୋଲି ମଧ୍ୟ କହିଥିଲେ ।
ସବୁ ସେବାୟତଙ୍କର ହୋଇଥିଲା କରୋନା ଟେଷ୍ଟ୍
ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ୍ ହୋଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତଙ୍କୁ ହିଁ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଥିଲା । ଟେଷ୍ଟରୁ ଜଣେ ସେବାୟତଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା । ତାଙ୍କୁ ଯାତ୍ରାରେ ସାମିଲ ହେବାକୁ ପ୍ରଶାସନ ଅନୁମତି ଦେଇନଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାସ୍ ସରେଶବାଲା
ଗୁଜରାଟି ବ୍ୟବସାୟୀ ସରେଶବାଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର । ୨୦୧୪ ନିର୍ବାଚନ କାଳରେ ସେ ମୋଦିଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ୨୦୧୪ ନିର୍ବାଚନ ପ୍ରଚାରକାଳରେ ସେ ମୋଦିଙ୍କୁ ନେଇ ତିଆରି ହୋଇଥିବା ଗୋଟିଏ ଉର୍ଦ୍ଦୁ ୱେବସାଇଟ୍ ଲଂଚରେ ମଧ୍ୟ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥିଲେ ।
ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତବଲିଗି ଜମାତ୍ ସହ ତୁଳନା କରି ଟ୍ରୋଲ୍ ହେଲେ ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟ୍ଟା
ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକସିନର ଦୁଇ ଡୋଜରେ ମିଳିବ ଜବରଦସ୍ତ ଇମ୍ୟୁନିଟି ପାୱାର
ବ୍ରିଟସ କମ୍ପାନୀ ଏଷ୍ଟ୍ରାଜେନକା ମାଧ୍ୟମରେ ଅକ୍ସଫୋର୍ଡର କରୋନା ଭାକସିନ ଏବେ ଭାରତରେ ମଧ୍ୟ ଉତ୍ପାଦନ ଆରମ୍ଭ ହୋଇସାରିଛି । ଏବେ ଏହି ଭ୍ୟାକସିନ ବିଷୟରେ ଭଲ ଖବର ଆସିଛି ଯେ, ଏହାର ବାସ ଦୁଇ ଡୋଜରେ ଆପଣଙ୍କ ଇମ୍ୟୁନିଟି ପାୱାର ବଢିଯିବ ।

ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ MMR ଟିକା ପରି ଅକ୍ସଫୋର୍ଡ କରୋନା ଟିକା AZD1222 ର ଦୁଇଟି ଡୋଜର ଆବଶ୍ୟକ ହୋଇପାରେ । ଘୁଷୁରିମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣ ସମୟରେ, ଏହା ଜଣାପଡିଛି ଯେ ବୁଷ୍ଟର୍ ଡୋଜ୍ ଏକ ଶକ୍ତିଶାଳୀ ପ୍ରତିରକ୍ଷା ସୃଷ୍ଟି କରିଥାଏ । ତଥାପି, ଏହି ଟିକା ପରୀକ୍ଷା ସମୟରେ ମଣିଷମାନଙ୍କୁ ଦିଆଯାଇସାରିଛି ଏବଂ ସକାରାତ୍ମକ ଫଳାଫଳ ବାହାରିଛି ।

ଅକ୍ସଫୋର୍ଡର କିଛି ବୈଜ୍ଞାନିକ ଆଶା ପ୍ରକଟ କରିଛନ୍ତି ଯେ ଅକ୍ଟୋବର ସୁଦ୍ଧା ଏହି ଟିକା ପ୍ରସ୍ତୁତ ହୋଇପାରେ। କରୋନା ର AZD1222 ଟିକା ଅନ୍ୟ ଭ୍ୟାକସିନ କ୍ୟାଣ୍ଡିଡେଟଙ୍କଠାରୁ ବହୁ ଆଗରେ ବିବେଚନା କରାଯାଏ । ଭାରତ ସମେତ ଅନେକ ଦେଶରେ ଏହାର ଉତ୍ପାଦନ ଆରମ୍ଭ ହୋଇସାରିଛି ।

ବୈଜ୍ଞାନିକ ଏବଂ ସରକାରଙ୍କ ଦ୍ୱାରା ଯେଉଁଦିନ AZD1222 ଭ୍ୟାକସିନକୁ ମଞ୍ଜୁରୀ ମିଳିବ, ତାପର ଠାରୁ ସାଧାରଣ ଜନତା ପାଇଁ ଏହା ଉପଲବ୍ଧ କରାଯିବା ସୂଚନା ରହିଛି । ଅନେକ ଦେଶରେ ଏହି ଭ୍ୟକସିନର ଉତ୍ପାଦନର ପ୍ରସ୍ତୁତି ବହୁ ସମୟରୁ ହୋଇଆସୁଛି ।

ଏଥିସହିତ ବ୍ରିଟେନ ସରକାର କହିଛନ୍ତି ଯେ କରୋନା ଟିକା ପ୍ରସ୍ତୁତ ହେବା ମାତ୍ରେ ସରକାରୀ ସ୍ୱାସ୍ଥ୍ୟ କର୍ମୀ, ସାମାଜିକ ସେବା କର୍ମଚାରୀ, ୫୦ ବର୍ଷରୁ ଅଧିକ ଲୋକ ଏବଂ ହୃଦୟ, କିଡନୀ ରୋଗୀ ଏହି ଟିକାକୁ ପ୍ରାଥମିକତା ଭିତ୍ତିରେ ପାଇବେ ।

ଆଷ୍ଟ୍ରାଜେନେକା କମ୍ପାନୀର ସିଇଓ କହିଛନ୍ତି ଯେ ୧୦,୦୦୦ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଉଛି। ସେ କହିଛନ୍ତି ଯେ ଲୋକମାନେ ଏହି ଟୀକାରୁ ଅତି କମରେ ଏକ ବର୍ଷ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ପାଇବେ।
ଆରମ୍ଭ ହେଲା ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ
ଭୁବନେଶ୍ୱର: କରୋନା କଟକଣାରେ ରକ୍ତଦାନ । ରକ୍ତଦାନ ମହତ କାର୍ଯ୍ୟ, ସେଥିପାଇଁ କରୋନା ସମୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉଛି । ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେହିଭଳି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଜୀବନ ବିନ୍ଦୁ କାର୍ଯ୍ୟରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଆଜିଠୁ ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ରହିଛି ଯେ, ରକ୍ତ ଅଭାବରୁ କୈାଣସି ରୋଗୀଙ୍କ ମୃତ୍ୟୁ ନହେଉ । କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କାର୍ଯ୍ୟକ୍ରମ କରାଯାଉଛି ।

ଗତ ତିନି ମାସ ମଧ୍ୟରେ ୧୭ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ୭ ଦିନର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକ କିଭଳି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବେ ସେଥିପାଇଁ ଦଳ ଆହ୍ଵାନ ଦେଇଛି ।
ବିଜେପିର ଅଭିଯୋଗ,କଂଗ୍ରେସ ସରକାରରେ ଥିବା ବେଳେ ଐତିହାସିକ ଭୁଲ କରିଛି
ଭାରତ ଏବଂ ଚୀନର ମଧ୍ୟରେ ଚାଲୁଥିବା ବିବାଦ ଉପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବୁଧବାର ଦିନ ବିଜେପିର ଅଧ୍ୟକ୍ଷ ଜେପି ନାଡ୍ଡା ଟ୍ୱିଟ କରି କଂଗ୍ରେସ ପାର୍ଟି ଉପରେ ପ୍ରଶ୍ନ ଉଠାଇଛି । ଏବେ ବିଜେପି ପ୍ରବକ୍ତା ସମ୍ବିଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଏବଂ ରାହୁଲଙ୍କୁ ପ୍ରଶ୍ନ କରଛନ୍ତି । ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ସରକାର ଭାରତର ବହୁ ଅଂଶକୁ ପାକିସ୍ତାନ ଏବଂ ଚୀନକୁ ହଡ଼ପ କରିବାର ସୁଯୋଗ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି ଯେ, କଂଗ୍ରେସ ପାର୍ଟି ସରକାରରେ ଥିବା ବେଳେ ଐତିହାସିକ ଭୁଲ କରିଛି । ଗୋଟିଏ ପରିବାରର ଭୁଲ ପାଇଁ ସାରା ଦେଶ ଏବେ ତାର ମୁଲ୍ୟ ଦେଉଛି । ସମ୍ବିତ ପାତ୍ର ଏହି ଅବସରରେ ସଂସଦରେ ପଚରା ଯାଇଥିବା ସମସ୍ତ ପ୍ରଶ୍ନକୁ ସାମ୍ନାରେ ରଖିଥିଲେ ଏବଂ କହିଥିଲେ ଚୀନ ମାମଲାରେ କଂଗ୍ରେସ ସ୍ୱଭାବ ନରମ କାହିଁକି ରହିଛି ?

ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସଂସଦରେ ବହୁଥର ଚୀନ ଏବଂ ପାକିସ୍ତାନକୁ ନେଇ ଅନେକ ପ୍ରଶ୍ନ କରାଯାଇଛି । ୨୦୧୨ରେ ସଂସଦରେ ପଚରା ଯାଇଥିବେ ପ୍ରଶ୍ନର ଉତ୍ତରରେ କଂଗ୍ରେସ ଜବାବ ଦେଇଥିଲା ଯେ, ପାକିସ୍ତାନ ଓ ଚୀନ୍ ଭାରତର ୭୮ ହଜାର ସ୍କୋୟାର କିମି ଜମି ହଡ଼ପ କରିଛନ୍ତି । ଏବଂ ଚୀନ ମଧ୍ୟ ଜାମ୍ମୁକାଶ୍ମୀର ଅନେକ ହଜାର କିମି ଜମି ନିଜ ଅଧିନକୁ ନେଇଛି ।

ବିଜେପି ନେତା କହିଥିଲେ ଯେ, ଚୀନ ପ୍ରଥମରୁ ହିଁ ଭାରତର ଜମି ହଡପ କରିଥିଲା । ଏହା ବ୍ୟତୀତ ପାକିସ୍ତାନ ମଧ୍ୟ POK ଜମିକୁ ଚୀନକୁ ହସ୍ତାନ୍ତର କରିଥିଲା । କେବଳ ସେତିକି ନୁହେଁ ସମ୍ବିତ ପାତ୍ର ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟିର ମା-ପୁଅ ଦେଶରେ ଭ୍ରମ ସୃଷ୍ଟି କରି ରଖିଛନ୍ତି । ଏବଂ ହିନ୍ଦୁସ୍ଥାନର ଦୁଇଟି ରାଜ୍ୟ ଆକାର ସହ ସମାନ ଜମି ପାକିସ୍ତାନ ଏବଂ ଚୀନ ତା ଅଧିନକୁ ନେଇ ସାରିଛନ୍ତି । ଏବେ ଆମର ପ୍ରଶ୍ନ ହେଉଛି କଂଗ୍ରେସ ସରକାର ଏହି ଜମିକୁ କାହିଁକି ଦେଇଛନ୍ତି । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ୧୯୬୨ର ଯୁଦ୍ଧ ସମୟରେ ଠିକ୍ ସମୟରେ ଯବାନ ମାନଙ୍କୁ ଚେତାବନୀ ଦିଆଯାଇ ନଥିଲା । ସେମାନଙ୍କୁ କାନଭାସ ଜୋତା ପିନ୍ଧାଇ ଯୁଦ୍ଧକୁ ପଠାଯାଇଥିଲା ।
It is the Opposition’s right to ask questions. The All Party Meeting saw healthy deliberations, with several Opposition leaders giving their valuable inputs. They also fully supported the Centre in determining the way ahead.
One family was an exception. Any guesses who?
— Jagat Prakash Nadda (@JPNadda) June 24, 2020
ବୁଧବାର ଦିନ ଜେପି ନାଡ୍ଡା ଟ୍ୱିଟ କରି କଂଗ୍ରେସ ଓ ଗାନ୍ଧୀ ଫ୍ୟାମିଲିକୁ ଟାର୍ଗେଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଚୀନ୍ ସହ ବିବାଦ ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ତଥା ଦେଶ ସରକାରଙ୍କ ସହ ଛିଡା ହୋଇଛନ୍ତି। କିନ୍ତୁ ଗୋଟିଏ ପରିବାର ଅଲାଗ । ସେହି ପରିବାର କିଏ ? । ଜେପି ନାଡ୍ଡା ଆହୁରି ମଧ୍ୟ ଲେଖିଛନ୍ତି ଯେ, କଂଗ୍ରେସ ପାର୍ଟି କହିଲେ ଗୋଟିଏ ପରିବାରକୁ ହିଁ ବୁଝାଏ ବୋଲି ପୂରା ଦେଶ ମାନୁଛି ।
ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା
ଗଞ୍ଜାମ/ଗଜପତି: ରାଜ୍ୟରେ ବଢିବାରେ ଲାଗିଛି କୋରନା ସଙ୍କ୍ରମିତଙ୍କ ସଂଖ୍ୟା । ପୁଣି ଆଜି ନୁଆ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରାଣ୍ଟାଇନ କେନ୍ଦ୍ରରୁ ୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଛି ଲୋକସମ୍ପର୍କ ବିଭାଗ । ଅନ୍ୟ ପକ୍ଷରେ ଆଜି ସର୍ବାଧିକ କରୋନା ଗଞ୍ଜାମ ଏବଂ ଗଜପତିରୁ ଚିହ୍ନଟ ହୋଇଛନ୍ତି । ୭୬ ଜଣ ଆକ୍ରାନ୍ତ ଗଜପତିରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି ।
Today there have been 76 number of new covid-19 cases in the district out of which 68 are from TMCs and 8 from containment zones… All are requested to stay home and follow social distancing…
— Collector Gajapati (@DM_Gajapati) June 24, 2020
ଗଜପତି ଜିଲ୍ଲାରେ ୭୬ ଜଣଙ୍କ ମଧ୍ୟରୁ ୬୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୮ଜଣ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫୫ରେ ପହଞ୍ଚିଛି । ସେପଟେ ଗଞ୍ଜାମରେ ହଜାରେ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରୁ ଆଉ ୭୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ୧୪ଜଣ କରୋନା ଯୋଦ୍ଧା ଥିବା ଜଣାପଡ଼ିଛି । ସେହିପରି ୬ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଥିବା ବେଳେ ୫୬ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିସହ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩୧କୁ ବୃଦ୍ଧି ପାଇଛି । ୬୮୦ ଜଣ ସୁସ୍ଥ ହୋଇଥିବା ବେଳେ ୩୪୩ଟି ଆକ୍ଟିଭ କେସ ରହିଛି । ସେହିପରି କରୋନା ସଂକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଟି- ସିରିଜର ମାଲିକ ଭୂଷଣ କୁମାରଙ୍କୁ ସୋନୁ ନିଗମଙ୍କ ୱାର୍ଣ୍ଣିଂ… କହିଲେ ଭୁଲ ଲୋକ ସହ ପଙ୍ଗା ନେଇଛ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକସ୍ମାତ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ । ତାଙ୍କ ମୃତ୍ୟୁ ପରେ ଚଳଚ୍ଚିତ୍ର ଜଗତରେ ନେପୋଟିସମକୁ ନେଇ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି । । ବଲିଉଡର ମୁଭି ମାଫିଆ ଏବଂ ନେପୋଟିଜମକୁ ନେଇ ଖୁବ ସମାଲୋଚନା ଚାଲିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସିଙ୍ଗର ସୋନୁ ନିଗମ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିବା ସମସ୍ତଙ୍କୁ ଚକିତ କରିଥିଲା । ବର୍ତ୍ତମାନ ସୋନୁ ନିଗମ ଆଉ ଏକ ଭିଡିଓ ସେୟାର କରି ସଙ୍ଗୀତ ଜଗତର ବାଦଶାହ କୁହାଯାଉଥିବା ଟି-ସିରିଜର ଚେୟାରମାନ ଭୂଷଣ କୁମାରଙ୍କୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ତାଙ୍କ ସହ ପଙ୍ଗା ନିଅନ୍ତି ତାହେଲେ ମରିନାଙ୍କ ଭିଡିଓ ନିଜ ୟୁଟ୍ୟୁବ ଚାନେଲରେ ସେୟାର କରିଦେବେ ।
https://www.instagram.com/tv/CBuhzliheli/?utm_source=ig_embed
ସୋନୁ ନିଗମ ନିଜ ପ୍ରଥମ ଭିଡିଓରେ କହିଥିଲେ ଯେ ମ୍ୟୁଜିକ ଇଣ୍ଡଷ୍ଟ୍ରି ଦୁଇଟି ମ୍ୟୁଜିକ କମ୍ପାନୀ ଇସାରାରେ ଚାଲୁଛି ଏବଂ ଏଥିରେ ମ୍ୟୁଜିକ ମାଫିଆ ମାନେ ନିଜ ଅକତିଆର ଜମାଇଛନ୍ତି । ଅନ୍ୟପଟେ ସୋନୁ ନିଜର ନୂଆ ଭିଡିଓରେ କହିଛନ୍ତି ଯେ, ‘ ଲାତୋଁ କେ ଭୁତ ବାତୋଁ ସେ ନେହିଁ ମାନତେ । ମୁଁ କାହା ନାଆ ନନେଇ ଭଲ ଭାବରେ କହିଥିଲି ଯେ ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ଲୋକମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତୁ । ଜଣେ ଆତ୍ମହତ୍ୟା କରିବା ପରେ କୁମ୍ଭୀର କାନ୍ଦଣା କାନ୍ଦିବାଠୁ ଭଲ ପୂର୍ବରୁ ହିଁ ପରିସ୍ଥିତିକୁ ସୁଧାରିନେବା । କିନ୍ତୁ ମାଫିଆ ତ ମାଫିଆ ଭଳି କାମ କରିବେ । ମୁଁ କାହା ନାଆ ନେଇନଥିବା ସତ୍ତ୍ୱେ ମୋ ବିରୋଧରେ ଇଣ୍ଡଷ୍ଟ୍ରିର ୬ ଜଣ ଲୋକ ଇଣ୍ଟରଭ୍ୟୁ ଦେଇଛନ୍ତି ।
ନିଜର ଏହି ଭିଡିଓରେ ପ୍ରଥମଥର ପାଇଁ ସୋନୁ ନିଗମ ଭୂଷଣ କୁମାରର ନାଆ ନେଇ କଣ କହିଛନ୍ତି ଶୁଣନ୍ତୁ । ଏଠାରେ ପ୍ରଶ୍ନ ଉଠୁଛି କିଏ ଏହି ମାରିଆ କୋଭର ଏବଂ ତାଙ୍କୁ ଭୂଷଣ କୁମାରଙ୍କ ସହ କାହିଁକି ଯୋଡ଼ାଯାଉଛି । ସୂଚନା ଅନୁଯାୟୀ ମାରିଆ କୋଭର ହେଉଛନ୍ତି ଜଣେ ଟେଲିଭିଜନ ଅଭିନେତ୍ରୀ ଯିଏ ୨୦୧୮ ମସିହାରେ ଯୋର ଧରିଥିବା ମି- ଠୁ ମୁଭମେଣ୍ଟରେ ଭୂଷଣ କୁମାରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ।

ତେବେ ସୋନୁଙ୍କ ଏହି ଭିଡିଓରେ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୋନୁ ନିଗମ ଜଣେ ଥାଙ୍କଲେସ୍ ମଣିଷ । ସୋନୁ ନିଗମଙ୍କୁ ଟି- ସିରିଜ ପ୍ରଥମେ ସୁଯୋଗ ଦେଇଥିଲା । କିନ୍ତୁ ସୋନୁ ତାର ମାନ୍ ରଖିପାରିଲେ ନାହିଁ । ସେ କହିଛନ୍ତି, ଆଜିକାଲି ଲୋକମାନେ ଦୃଢ଼ ଅଭିଯାନ ସହିତ ମିଥ୍ୟା ଏବଂ ପ୍ରତାରଣା ବିକ୍ରି କରିବାରେ ଲାଗିଛନ୍ତି । ଭଗବାନ ଆମ ପୃଥିବୀକୁ ରକ୍ଷା କରନ୍ତୁ ।

ଯେତେବେଳେ ଧୋନି ଚରିତ୍ରରେ ନିଜକୁ ଦେଖି ଚିୟର କରୁଥିଲେ ସୁଶାନ୍ତ, ଭିଡ଼ିଓ ଭାଇରାଲ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ମନପକାଇ ବିଭିନ୍ନ ଭିଡ଼ିଓ ଶେୟାର ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପୁରୁଣା ଭିଡିଓ ଏବଂ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । ସେହିଭଳି ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଯେଉଁଥିରେ ସୁଶାନ୍ତ ଟିଭିରେ ଧୋନିଙ୍କ ଚରିତ୍ରରେ ନିଜକୁ ଦେଖୁଛନ୍ତି ।
ପ୍ରଶଂସକମାନେ ସୁଶାନ୍ତ ସିଂ ରାଜପୁତଙ୍କ ଏହି ଭିଡିଓକୁ ଖୁବ୍ ସେୟାର କରୁଛନ୍ତି । ଭିଡିଓରେ ସୁଶାନ୍ତ ଏକ ପେନ ଓ ଖାତା ସହ ବସିଥିବାର ନଜର ଆସିଛନ୍ତି । ଏବଂ ସାମ୍ନାରେ ଚାଲିଛି ଫିଲ୍ମ ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ । ସୁଶାନ୍ତ ଅନ୍ୟ କୌଣସି ଜିନିଶ ଉପରେ ଧ୍ୟାନ ନଦେଇ ଏହି ଚଳଚ୍ଚିତ୍ରକୁ ଅତି ଯତ୍ନର ସହ ଦେଖୁଛନ୍ତି ଏବଂ ପ୍ରତ୍ୟେକ ଦୃଶ୍ୟକୁ ସେ ଖୁବ୍ ଉପଭୋଗ କରୁଛନ୍ତି ।
https://www.instagram.com/p/BtaWJeaHCEn/?utm_source=ig_embed
ଏବଂ କିଛି ସମୟ ପରେ, ଯେତେବେଳେ ସୁଶାନ୍ତ କ୍ୟାମେରା ଆଡ଼କୁ ଚାହୁଁଛନ୍ତି ସେତେବେଳେ ସେ ସାମ୍ନାରେ ଲାଗିଥିବା ଟିଭି ଆଡ଼କୁ ଆଙ୍ଗୁଳୀ ନିର୍ଦ୍ଦେଶ କରୁଛନ୍ତି । ଏହା ପରେ, ଧୋନିଙ୍କ ଫିଲ୍ମରେ ହେଉଥିବା ସେ ସମସ୍ତ ସିନରେ ନିଜକୁ ଦେଖି ସେ ବେଶ୍ ଖୁସି ହେଉଥିବାର ନଜର ଆସୁଛି । ସୁଶାନ୍ତ ସିଂ ରାଜପୁତଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହା ସମସ୍ତଙ୍କୁ ଜଣା ଯେ ସୁଶାନ୍ତ ଏହି ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା ।
ସୁଶାନ୍ତଙ୍କର ଏହାଥିଲା ବକ୍ସ ଅଫିସର ପ୍ରଥମ ୧୦୦କୋଟି ରୋଜଗାର କରିଥିବା ଫିଲ୍ମ । ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ ନିର୍ଦ୍ଦେଶନା ଦେଇଛନ୍ତି ନୀରଜ ପାଣ୍ଡେ ଏବଂ ୧୦୪ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୨୧୬ କୋଟି ଟଙ୍କା ବ୍ୟବସାୟ କରିଛି । ଅନୁପମ ଖେର ଏହି ଚଳଚ୍ଚିତ୍ରରେ ମହେନ୍ଦ୍ର ସିଂ ଧୋନିଙ୍କ ପିତା ଏବଂ କିଆରା ଆଡଭାନୀ, ଦିଶା ପାଟନୀ, ଭୁମିକା ଆଦି ନଜର ଆସିଥିଲେ ।

