ରଥଯାତ୍ରାକୁ ନେଇ ଜଫର ସରେଶବାଲାଙ୍କ ବିବାଦୀୟ ବୟାନ, ସେବାୟତଙ୍କୁ କହିଲେ ‘ବିନା ଟୋପିରେ ତବଲିଗି’  

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସସର୍ତ୍ତ ଅନୁମତିରେ ଆୟୋଜିତ ରଥଯାତ୍ରାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଗଲାଣି । ପ୍ରଥମ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ହଂସଲ ମେହଟ୍ଟା ,ଏବେ  ଜାଫର ସରେଶବାଲା ନିଜ ମନ୍ତବ୍ୟ ଦ୍ୱାରା ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଚାନସେଲର ଜଫର ସରେଶବାଲା ପୁରୀରେ ଆୟୋଜିତ ରଥଯାତ୍ରାରେ ସାମିଲ ହୋଇଥିବା ସେବାୟତଙ୍କୁ ‘ବିନା ଟୋପିରେ ତବଲିଗି’ ବୋଲି କହିଛନ୍ତି ।ତାଙ୍କରଏଭଳି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ୍ ଭାବେ ପରିଚିତ ଜଫର ସରେଶବାଲା ଅହମ୍ମଦାବାଦର ଜଣେ ବ୍ୟବସାୟୀ । ସେ ପୁରୀ ରଥଯାତ୍ରାର ଏକ ଭିଡିଓ ସେୟାର କରି ରଥ ଟାଣୁଥିବା ସେବାୟତଙ୍କୁ ‘ବିନା ଟୋପିରେ ତବଲିଗି’ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ରଥଯାତ୍ରାକୁ ନେଇ ଆଗରୁ ଅନୁମତି ଦେବାକୁ ମନା କରିଥିବା ସୁପ୍ରିମକୋର୍ଟ ସୋମବାର ଦିନ ସସର୍ତ୍ତ ଆୟୋଜନ ପାଇଁ ଅନୁମତି ଦେଇଥିଲେ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ରାଜ୍ୟ ସରକାର ଚାହିଁଲେ ରଥଯାତ୍ରା ବନ୍ଦ କରିପାରିବେ ବୋଲି ମଧ୍ୟ କହିଥିଲେ ।

ସବୁ ସେବାୟତଙ୍କର ହୋଇଥିଲା କରୋନା ଟେଷ୍ଟ୍

ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ୍ ହୋଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତଙ୍କୁ ହିଁ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଥିଲା । ଟେଷ୍ଟରୁ ଜଣେ ସେବାୟତଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା । ତାଙ୍କୁ ଯାତ୍ରାରେ ସାମିଲ ହେବାକୁ ପ୍ରଶାସନ ଅନୁମତି  ଦେଇନଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାସ୍ ସରେଶବାଲା

ଗୁଜରାଟି ବ୍ୟବସାୟୀ ସରେଶବାଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର । ୨୦୧୪ ନିର୍ବାଚନ କାଳରେ ସେ ମୋଦିଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ୨୦୧୪ ନିର୍ବାଚନ ପ୍ରଚାରକାଳରେ ସେ ମୋଦିଙ୍କୁ ନେଇ ତିଆରି ହୋଇଥିବା ଗୋଟିଏ ଉର୍ଦ୍ଦୁ ୱେବସାଇଟ୍ ଲଂଚରେ ମଧ୍ୟ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥିଲେ ।

ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତବଲିଗି ଜମାତ୍ ସହ ତୁଳନା କରି ଟ୍ରୋଲ୍ ହେଲେ ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟ୍ଟା

Leave a Reply