spot_img
Home Blog Page 6929

ପଶ୍ଚିମବଙ୍ଗ ଉପକୂଳ ବା ଉତ୍ତର ଓଡ଼ିଶା ଉପକୂଳରେ ଲାଣ୍ଡଫଲ୍ କରିପାରେ ବାତ୍ୟା !

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସୂଚନା ଦେଇଛନ୍ତି ।

ଅବପାତ ଆସନ୍ତା ୧୨ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଏହା ୨୦ତାରିଖ ସକାଳେ ପଶ୍ଚିମବଙ୍ଗ ଉପକୂଳ ବା ଉତ୍ତର ଓଡ଼ିଶା ଉପକୂଳରେ ଲାଣ୍ଡଫଲ୍ କରିବ । ପବନର ବେଗ ବଢ଼ିବା ସହିତ ସମୁଦ୍ର ଅଶାନ୍ତ ରହିବ । ୧୮ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ । ୧୯ ତାରିଖରେ ବର୍ଷା ବଢ଼ିବ । ଉତ୍ତର ଓଡ଼ିଶାର କେତକ ସ୍ଥାନରେ ପ୍ରବଳ ବର୍ଷା ହେବ ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ୨୦ ତାରିଖରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୭୫ରୁ ୮୫ କିମି ବେଗରେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବହିବ । ସମୁଦ୍ରରୁ ୧୮ ତାରିଖ ସୁଦ୍ଧା ମତ୍ସ୍ୟଜୀବୀମାନେ ପଳାଇ ଆସିବା ଉଚିତ୍ । ୧୯ ଓ ୨୦ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ଓଡ଼ିଶାରେ ୧୮ ଓ ୧୯ତାରିଖରେ ସାମାନ୍ୟ ବର୍ଷା ସହ ବର୍ଷା ହୋଇପାରେ ।

ଆଜି ୨୨ ଆତଙ୍କବାଦୀଙ୍କୁ ପ୍ରତ୍ୟାର୍ପଣ କରିବ ମିଆଁମାର

ନୂଆଦିଲ୍ଲୀ:  ମିଆଁମାର ଆଜି  ୨୨ଜଣ ଅନୁପ୍ରବେଶକାରୀଙ୍କୁ ଭାରତ ହସ୍ତାନ୍ତର କରିବାକୁ ଯାଉଛି । ଏମାନେ ସମେସ୍ତେ ଆସମ ସମେତ ଉତ୍ତର ପୂର୍ବ ରାଜ୍ୟରେ ସେମାନେ ସକ୍ରିୟ ଥିଲେ । ଏହି ପୂରା ଅପରେସନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଉପସ୍ଥିତିରେ ହୋଇଛି । ଏବଂ ଏହାକୁ ଭାରତର ବଡ଼ କୁଟନୀତିଜ୍ଞର ସଫଳତା ବୋଲି କୁହାଯାଉଛି । ଆତଙ୍କବାଦୀଙ୍କୁ ନେଇ ଆସୁଥିବା ବିମାନ ପ୍ରଥମେ ଇମ୍ଫାଲରେ ଅବତରଣ କରିବ ଏହାପରେ ତାହା ଗୌହାଟି ଯିବ । ପ୍ରଥମଥର ପାଇଁ ମିଆଁମାର ଭାରତକୁ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବ ।

ଜନୈକ ଅଧିକାରୀଙ୍କ କହିବାନୁସାରେ ଆତଙ୍କବାଦୀଙ୍କୁ ମଣିପୁର ଏବଂ ଆସାମ ପୋଲିସକୁ ହସ୍ତାନ୍ତର କରାଯିବ । ଏହି ସମସ୍ତ ଆତଙ୍କବାଦୀ ଏନଡିଏଫସି , ଏନଏନଏଲଏଫ,ପିଆରଇପିଏକେ ପ୍ରୋ, କେୱାଇକେଏଲ,ପିଏଲଏ ସହ ଜଡ଼ିତ ଅଛନ୍ତି ।

ମିଆଁମାରର ସେନା ଏହି ଅଭିଯାନ ଚଳାଇଛି

ଗତ ବର୍ଷ ଫେବ୍ରୁଆରୀ ମାସରେ ମିଆଁମାର ସେନା ଭାରତୀୟ ଅନୁପ୍ରବେଶକାରୀ ଗୋଷ୍ଠୀଙ୍କ ବିରୋଧରେ ଅଭିଯାନ ଚଳାଇଥିଲେ । ଏହି ଅନୁପ୍ରବେଶକରୀମାନେ ମିଆଁମାରରେ ଲୁଚି ରହିଥିଲେ । ଏହାକୁ ନେଇ ଭାରତୀୟ ସେନା ମଧ୍ୟ ମିଆଁମାର ସୀମା ନିକଟରେ ପହଞ୍ଚିଥିଲା । ସତେବେଳେ ଇଷ୍ଟର୍ନ ଆର୍ମି କମାଣ୍ଡର ରହିଥିବା ଜେନେରାଲ୍ ଏମ୍ ନରବଣେ (ବର୍ତ୍ତମାନ ସେନା ମୁଖ୍ୟ) କହିଛନ୍ତି ଯେ ମିଆଁମାର ସେନା ଉତ୍ତର-ପୂର୍ବରେ କାର୍ଯ୍ୟ କରୁଥିବା ଭାରତୀୟ ଅନୁପ୍ରବେଶକାରୀ ଦଳ ବିରୁଦ୍ଧରେ କ୍ରମାଗତ ଭାବେ ଅଭିଯାନ ଚଲାଇଛି ।

ଭୂତାଣୁ ଓ ଭୋକର ସଂଘର୍ଷ ଭିତରେ ଭାରରେ ପୁଅକୁ ବୋହି ଗାଁକୁ ଫେରିଲା ବାପା

ମୟୁରଭଞ୍ଜ: ଭୂତାଣୁ ଓ ଭୋକ ମଝିରେ ସଂଘର୍ଷ କରୁଛି ଶ୍ରମିକ । ଲକଡାଉନ ଯୋଗୁଁ ଦୀର୍ଘ ଦିନ ହେଲା ଫସିରହିଥିବା ଶ୍ରମିକ ବିଭିନ୍ନ ଉପାୟରେ ନିଜ ଘରକୁ ଫେରୁଛନ୍ତି । ଶହ ଶହ କିଲୋମିଟର ଧରି ପାଦରେ ଚାଲି ଚାଲି ଫେରୁଛନ୍ତି ଶ୍ରମିକ । କେବଳ ପ୍ରବାସୀ ଶ୍ରମିକ ନୁହେଁ ଦୁନିଆକୁ ଠିକରେ ଦେଖି ନଥିବା ଏବଂ ସଂଘର୍ଷକୁ ଭଲରେ ବୁଝି ନଥିବା ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।

ବାପା ମାଆଙ୍କ ସଂଘର୍ଷକୁ ପାଖରୁ ଦେଖୁଥିବା ଏହି ପିଲାମାନେ ବି ପେଷି ହୋଇଯାଉଛନ୍ତି । କେଉଁଠି ଦୂର ଦୂର ବାଟ ବାପାଙ୍କ କାନ୍ଧରେ ବସି ବସି ଆସୁଛନ୍ତି ପିଲାମାନେ ତ କେଉଁଠି ବ୍ୟାଗ ଉପରେ ବସି ଟଣା ବାପା ମାଆଙ୍କ ଦ୍ୱାରା ଟଣା ହେଉଛନ୍ତି । ଏବଂ ଆଉ କେଉଁଠି ଭାରରେ ବୁହା ହେଉଛନ୍ତି ଏହି କୁନି କୁନି ପିଲାମାନେ । ଏବେ ଆମେ ଆପଣଙ୍କୁ ଦେଖାଇବୁ ଏମିତି ଏକ ଦୃଶ୍ୟ ଯାହା ଆପଣଙ୍କୁ ବି ଭାବିବାକୁ ବାଧ୍ୟ ହେବ ।

ଘଟଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲାର । ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବୋହି ନେଉଛି ବାପା । ଲକଡାଉନ ପରେ କାମଧନ୍ଦା ହରାଇ ଯାଜପୁରରୁ ମୟୂରଭଞ୍ଜ ପାଦରେ ଚାଲି ଚାଲି ଆସିଛନ୍ତି ରୂପାଇ ଟୁଡୁ, ସ୍ତ୍ରୀ ଓ ତିନି ଛୁଆ । ଦୀର୍ଘ ୭ ଦିନ ପରେ ନିଜ ଘରେ ପହଞ୍ଚିଛନ୍ତି । ନିଜ ଗାଁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବଲଦିଆରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ବଳଦିଆ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ରୂପାଇଙ୍କ ସାହସକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି ।

ଫୋକସରେ ଉତ୍ତର ଓଡ଼ିଶା, ୧୨ଟି ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏବେ ଅବପାତ ପାରାଦୀପ ଠାରୁ ୧୦୬୦ କିମି ଦୂରରେ ଅଛି । ଘଣ୍ଟା ପ୍ରତି ୨୦ କିମି ବେଗରେ ସମୁଦ୍ର ଭିତରେ ଗତି କରୁଛି । ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୧୭ ତାରିଖରେ ରିକର୍ଭ କରି ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତିକରିବ । ପ୍ରେସମିଟରେ IMDର ବୁଲେଟିନ ଅନୁସାରେ ଏହି ତଥ୍ୟ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସମ୍ଭାବ୍ୟା ବାତ୍ୟା ‘ଅମ୍ଫାନ’ ୨୦ ତାରିଖରେ ଲାଣ୍ଡଫଲ କରିପାରେ । ୧୮ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବ । ୧୯ରେ ପୁରୀ ଠାରୁ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବ । ୨୦ ତାରିଖରେ ବର୍ଷା ଓ ପବନ ଲାଗି ରହିବ । ପବନର ବେଗ ୧୯ ତାରିଖରେ ଘଣ୍ଟା ପ୍ରତି ୬୦ରୁ ବଢ଼ି ୭୫ କିମି ଯାଏଁ ଯିବ । ୨୦ ତାରିଖରେ ବୃଦ୍ଧି ପାଇ ଏହା କେତକ ସ୍ଥାନରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଘଣ୍ଟା ପ୍ରତି ରହିବ । ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଆଦି ୧୨ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ମୁକାବିଲା ପାଇଁ ଓଡ୍ରାଫର ୨୦ଟି ଟିମ୍, ଏନଡିଆରଏଫର ୧୮ଟି ଟିମ୍, ଅଗ୍ନିଶମ ବାହିନୀର ୩୩୫ଟି ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ବାତ୍ୟା ସମ୍ଭନ୍ଧରେ ସଠିକ୍ ସୂଚନା ମିଳିଲା ପରେ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯିବ । ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛୁ, ସେମାନେ ସତର୍କ ଅଛନ୍ତି । ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ବାତ୍ୟା ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ମେଘାଳୟ ସମେତ ୮ଟି ରାଜ୍ୟରେ ବର୍ଷା ହେବ ।

ଲକଡାଉନରେ ଜମେଇକି ପିଉଛନ୍ତି ଦିଲ୍ଲୀବାଲା,୧୦ ଦିନରେ ୧୦୦ କୋଟି

ନୂଆଦିଲ୍ଲୀ: ଲକଡାଉନ ଭିତରେ ପୁରା ଦେଶ ତାଲବନ୍ଦ । ମଲ,ସିନେମା ସବୁ ବନ୍ଦ । ରାଜ୍ୟ ସରକାର ମାନେ ରାଜସ୍ୱକୁ ନେଇ ସଂଘର୍ଷ କରୁଛନ୍ତି  । ଅନ୍ୟପକ୍ଷରେ ମଦ ଦିଲ୍ଲୀ ସରକାରଙ୍କ ପାଇଁ ଖୁସୀ ଖବର ଆଣିଛି । କରୋନାରେ ବି ଦିଲ୍ଲୀବାଲା ଦିଲ୍ ଖୋଲିକରି ମଦ ପିଉଛନ୍ତି । ଯେଉଁଥିପାଇଁ  ମଦ ଦୋକାନରୁ ତାଲା ଖୋଲିବାର ମାତ୍ର ୧୦ ଦିନ ଭିତରେ ୧୦୦ କୋଟିର ବିକ୍ରି ହୋଇଛି । ଦିଲ୍ଲୀ ଅବକାରୀ ବିଭାଗ ଅନୁସାରେ ବିଶେଷ କରୋନା ଟ୍ୟାକ୍ସ ପାଇଁ ଦିଲ୍ଲୀ ରାଜକୋଷକୁ ୬୫ କୋଟି ଟଙ୍କାର ଅଧିକ ଟ୍ୟାକ୍ସ ଆସିଛି । ପ୍ରାୟ ସେତିକି ଟଙ୍କା ଆମଦାନୀ ଶୁଳ୍କ ଭାବେ ମଧ୍ୟ ଆସିଛି । କରୋନା ପାଇଁ ରାଜକୋଷ ଖାଲି ହୋଇଥିବା ବେଳେ ଦିଲ୍ଲୀ ସରକାରଙ୍କ ପାଇଁ ଏହା ଆଶ୍ୱସ୍ତିର ଖବର ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଅବକାରୀ ବିଭାଗ ମେ ୪ପରେ ପ୍ରାୟ ୧୦୧ କୋଟି ଟଙ୍କାର ଆୟ କରିଛି । ୨୦୧୯ରେ ଅବକାରୀ ବିଭାଗ ପ୍ରତ୍ୟକ ଦିନ ୨୦ରୁ ୨୨ କୋଟି ଟଙ୍କାର ମଦ ବିକ୍ରି କରିଥିଲା । ସେତେବେଳେ ଅବକାରୀ ବିଭାଗ ପ୍ରତିଦିନ ହାରାହାରି ୧୫ କୋଟି ଟଙ୍କା ଆୟ କରୁଥିଲା । ଲକଡାଉନ୍ ୩.୦ରେ ଦିଲ୍ଲୀରେ ମାତ୍ର ୨୦ ପ୍ରତିଶତ ମଦ ଦୋକାନ ଖୋଲିଛି । ଅନ୍ୟପକ୍ଷରେ ଦିଲ୍ଲୀର ସବୁ ବାର ଓ କ୍ଲବ୍ ବନ୍ଦ ଅଛି ।

ମେ ୪ରୁ ଆରମ୍ଭ ହୋଇଥିଲା ବିକ୍ରି

ଦିଲ୍ଲୀର ଲକଡାଉନ ଦ୍ୱିତୀୟ ପର୍ଯ୍ୟାୟ ସରିବା ପରେ ମେ’ ୪ ତାରିଖରୁ ମଦ ବିକ୍ରି ଆରମ୍ଭ ହୋଇଥିଲା । ଏହାସହ ଦିଲ୍ଲୀ ସରକାର ସବୁ ମଦ ଉପରେ ୭୦ ପ୍ରତିଶତର କରୋନା ଟ୍ୟାକ୍ସ ଲାଗୁ କରିଥିଲେ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ୧୬୦ ଦୋକାନରେ ମଦ ବିକ୍ରି ହେଉଛି । ପ୍ରଥମ ଦିନ ଦିଲ୍ଲୀରେ ୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା । ଅନ୍ୟପକ୍ଷରେ  ମେ’ ୯ ତାରିଖରେ ସର୍ବାଧିକ ୧୮ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ।

 

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାରାଦୀପଠାରୁ ଦକ୍ଷିଣରେ ୧୦୬୦ କିମି ଦୂରରେ । ଆସନ୍ତା ୧୨ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ୨୪ ଘଣ୍ଟାରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ।

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାରାଦୀପଠାରୁ ଦକ୍ଷିଣରେ ୧୦୬୦ କିମି ଦୂରରେ । ଆସନ୍ତା ୧୨ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ୨୪ ଘଣ୍ଟାରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ ।

ରିଦ୍ଧିମା କପୁର ବାପା-ମା’ଙ୍କ ପୁରୁଣା ଫଟୋ ସେୟାର କରି ଲେଖିଲେ ଏମିତି କଥା..

ମୁମ୍ବାଇ: କୁହାଯାଏ ଲୋକ ଆପଣଙ୍କୁ ଛାଡ଼ି ଆରପାରିକୁ ତ ଚାଲି ଯାଇନ୍ତି କିନ୍ତୁ ତାଙ୍କର ସହ ବିତେଇଥିବା କିଛି ବିଶେଷ ମୂହୁର୍ତ୍ତର ସେ ଅଭୁଲା ସ୍ମୃତି କେବେ ଆପଣଙ୍କୁ ଛାଡ଼ି ପାରେନି । ଯଦି ସେଇ ଲୋକ ଆପଣଙ୍କ ଆତ୍ମୀୟ ହୋଇଥିବ ତ ସେତେବେଳେ ତାହା ଜମା ବି ସମ୍ଭବ ନୁହେଁ । ଆଉ ଯଦି ସିଏ ଆପଣଙ୍କ ବାପା-ମାଆ ହୋଇଥିବେ ତେବେ ଆପଣ ସେଇ ଯନ୍ତ୍ରଣାକୁ  ଭୁଲିବା ମୁସ୍କିଲ ହୋଇଯିବ । ଆଉ ଏମିତି ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି ଋଷି କପରୁଙ୍କ ଝିଅ ରିଦ୍ଧିମା କପୁର ।

https://www.instagram.com/p/CAFtZpYnTZi/

ଋଷି କପୁରଙ୍କ ନିଧନକୁ ୧୫ଦିନ ପରେ ବିତି ଗଲାଣି କିନ୍ତୁ ଝିଅ ରିଦ୍ଧିମାଙ୍କ ପକ୍ଷରେ ଏହି କଥା ସ୍ୱିକାର କରିବା ବହୁତ କଷ୍ଟକର ହୋଇପଡ଼ିଛି । ତାଙ୍କୁ ତାଙ୍କର ବାପାଙ୍କ ଅନୁପସ୍ଥିତି ବହୁତ କଷ୍ଟ ଦେଇଛି ତେଣୁ ସେ ଲଗାତାର ଭାବେ ତାଙ୍କ ବାପାଙ୍କ ଫଟୋ ସେୟାର କରୁଛନ୍ତି । କେବେ ସେ ବାପାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ସେୟାର କରୁଛନ୍ତି ତ କେତେବେଳେ ମା ଆଉ ତାଙ୍କ ପୂରା ପରିବାରର ଫଟୋ ସେୟାର କରୁଛନ୍ତି ।

ରିଦ୍ଧିମା ତାଙ୍କ ମାଆ ନୀତୁ କପୁର ଏବଂ ରିଷି କପୁରଙ୍କ ଫଟୋ ସେୟାର କରିଛନ୍ତି  । ଏବଂ କ୍ୟାପସନରେ ଲେଖିଛନ୍ତି ଲଭ୍ ।

ଏହାସହ ତାଙ୍କ ମାଆଙ୍କ ସୁନ୍ଦରତାର ଏକ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋ ନୀତୁଙ୍କ ଯୁବା ବେଳର ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏବଂ ଏଥିରେ ରିଦ୍ଧିମା ଲେଖିଛନ୍ତି ସତରେ ସୁନ୍ଦର ।

ଏହା ପୂର୍ବରୁ ରିଦ୍ଧିମା ପୂରା ପରିବାରର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଋଷି, ନୀତୁ,ରଣବୀର ଏବଂ  ରିଦ୍ଧିମା ଓ ତାଙ୍କ ଝିଅ ନଜର ଆଶିଥିଲେ ।

କହିରଖୁଛୁ ଯେ, ନିକଟରେ ଋଷିଙ୍କ ଏକାଦଶାହ ଯାଇଥିଲା ଏବଂ ଏଥିରେ ଆଲିଆ ଭଟ୍ଟ, ରଣବୀର, କରିଶ୍ମା କପୁର,ଶ୍ୱେତା ବଚ୍ଚନ ନନ୍ଦା ଏବଂ ରଣଧିର କାପୁର ଆଦି ସାମିଲ ହୋଇଥିଲେ । ରିତୁ କପୁର ଏବଂ ରିଦ୍ଧିମା ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

୩୦ତାରିଖରେ ଋଷି କପୁରଙ୍କ ନିଧନ ହୋଇଥିଲା । ସେ ଦୁଇବର୍ଷ ହେବ କର୍କଟ ରୋଗରେ ପିଡ଼ିତ ଥିଲେ ଏବଂ ତାର ଚିକିତ୍ସା ମଧ୍ୟ କରାଉଥିଲେ ।

 

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଜି ସନ୍ଧ୍ୟାରେ ଘୋଷଣା ହେବ ତାରିଖ । ସନ୍ଧ୍ୟା ୫ଟାରେ ତାରିଖ ଘୋଷଣା କରିବେ CBSE କର୍ତ୍ତୃପକ୍ଷ ।

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଜି ସନ୍ଧ୍ୟାରେ ଘୋଷଣା ହେବ ତାରିଖ । ସନ୍ଧ୍ୟା ୫ଟାରେ ତାରିଖ ଘୋଷଣା କରିବେ CBSE କର୍ତ୍ତୃପକ୍ଷ ।

ଦିବ୍ୟାଙ୍ଗ ପୁଅ ପାଇଁ ସାଇକେଲ ଚୋରି କଲେ ବାପା,ଭାଇରାଲ ହେଉଛି ଚିଠି

ଭତରପୁର(ରାଜସ୍ଥାନ): କରୋନା ମୁକାବିଲା ପାଇଁ ଲାଗୁ ଲକଡାଉନ୍ ଦେଶର ଶ୍ରମିକଙ୍କ ପାଇଁ ଦୁଃଖର ପାହାଡ ହୋଇଛି । ହଜାର ହଜାର ମାଇଲ ରାସ୍ତା ସେମାନଙ୍କୁ ଖାଲି ପେଟରେ ଖାଲି ପାଦରେ ଅତିକ୍ରମ କରିବାକୁ ପଡୁଛି । ରାସ୍ତାରେ ଶ୍ରମିକଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡୁଛି । ପ୍ରବାସୀ ଶ୍ରମିକଙ୍କ ପଳାୟନ ସହ ଜଡିତ ଗୋଟିଏ ଘଟଣା ରାଜସ୍ଥାନର ଭରତପୁରରେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣାକୁ ଯିଏ ଶୁଣୁଛି ଓ ପଢୁଛି ତା’ର ଆଖି ଓଦା ହୋଇଯାଉଛି । ଭରତପୁରରେ ଜଣେ ପ୍ରବାସୀ ଶ୍ରମିକ ଜଣେ ବ୍ୟକ୍ତିଙ୍କ ସାଇକେଲ ନେଇଯାଇଛନ୍ତି ଓ ପଛରେ ଛାଡିଯାଇଛନ୍ତି ଗୋଟିଏ ଚିଠି । ସାଇକେଲ ଚୋରି କରିବା କାରଣ କଥା ଏହି ଚିଠିରେ କୁହାଯାଇଛି । ଏହା ସହ ସେ ସାଇକେଲ ମାଲିକଙ୍କୁ କ୍ଷମା ମାଗିଛନ୍ତି ।

ଜଣେ ଅସହାୟ ପିତାଙ୍କ କାହାଣୀ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିଠିରେ ଶ୍ରମିକ ଜଣକ ସାଇକେଲ ମାଲିକଙ୍କୁ ନମସ୍କାର କରି ସମ୍ବୋଧନ କରିଛନ୍ତି । ଲେଖିଛନ୍ତି ଯେ, ‘‘ମୁଁ ଆପଣଙ୍କ ସାଇକେଲ୍ ନେଇକରି ଯାଉଛି । ପାରିବେ ଯଦି ମୋତେ କ୍ଷମା କରିବେ କାରଣ ମୋ ପାଖରେ ଘରକୁ ଯିବାର ଅନ୍ୟକୌଣସି ବିକଳ୍ପ ନାହିଁ । ମୋର ଗୋଟିଏ ପିଲା ଅଛି । ଯିଏ ବିକଳାଙ୍ଗ ,ତା’ପାଇଁ ମୋତେ ଏମିତି କରିବାକୁ ପଡିଲା । ସେ ଚାଲିପାରେ ନାହିଁ । ଆମକୁ ବରେଲି ପର୍ଯ୍ୟନ୍ତ ଯିବାକୁ ପଡିବ । ଆପଣଙ୍କ ଦୋଷୀ,ଜଣେ ଶ୍ରମିକ । ଚିଠିରୁ ସ୍ପଷ୍ଟ ହେଉଛି ଯେ, କେମିତି ଜଣେ ପିତାଙ୍କୁ ନିଜ ଅସହାୟ ପୁଅ ପାଇଁ ଏଭଳି ପଦକ୍ଷେପ ନେବାକୁ ପଡିଲା ।

ସାଇକେଲ ମାଲିକ ଖୁସୀ

ଭରତପୁର ନିବାସୀ ସାଇକେଲ ମାଲିକଙ୍କ ମନରେ ଚିଠି ପାଇବା ପରେ କୌଣସି ଦୁଃଖ ନାହିଁ । ସାହେବ ସିଂହ ନାମକ ଏହି ବ୍ୟକ୍ତିଙ୍କ କହିବା ହେଉଛି ସକାଳୁ ସକାଳୁ ସାଇକେଲ୍ ଗାଏବ ହେବା ପରେ ଚୋରି ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ପିଣ୍ଢାରେ ପଡିଥିବା ଚିଠିରୁ ଜଣା ପଡିଥିଲା ଯେ, ଜଣେ ଅସହାୟ ବ୍ୟକ୍ତି ସାଇକେଲକୁ ନେଇଛନ୍ତି । ତେଣୁ ଏବେ କୌଣସି ଦୁଃଖ ନାହିଁ । ମୁଁ ଖୁସୀ ଯେ, ସାଇକେଲ ସତରେ କାହାରି କାମରେ ଆସିଲା । ସାହେବ ସିଂହଙ୍କ ଅନୁସାରେ ଘର ବାରଣ୍ଡାରେ ସାଇକେଲ ସହ ଆହୁରି ବହୁତ କିଛି ଥିଲା କିନ୍ତୁ ସେହି ବ୍ୟକ୍ତି ଜଣକ କେବଳ ସାଇକେଲ ନେଇ ଯାଇଥିଲେ ।

ଲକଡାଉନ ସଙ୍କଟ: ୧୦ଦିନରେ ସଡକ ନେଲାଣି ୯୯ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ  ଦେଶରେ ୨୪ ମାର୍ଚ୍ଚରୁ ଲକଡାଉନ ଲାଗୁ କରାଯାଇଛି । ଏବଂ ଏଥିରେ ସବୁଠୁ ଅଧିକ ପ୍ରଭାବିତ  ହୋଇଛନ୍ତି ଗରିବ ଓ ପ୍ରବାସୀ ଶ୍ରମିକ  ।  ତାଙ୍କ ପାଖରେ କେବଳ ଖାଦ୍ୟ ଦ୍ରବ୍ୟର ଅଭାବ ପଡ଼ିନି, କାମର ମଧ୍ୟ ଅଭାବ ଦେଖଇବାକୁ ମିଳିଛି । ତେଣୁ ନିଜ ନିଜ ଗାଁକୁ ଫେରିବା ତାଙ୍କ ପାଇଁ ସେମାନେ ବାଧ୍ୟ ।  ଘରକୁ ଫେରିବା ବାଟରେ ବହୁ ଶ୍ରମିକ ଦୁର୍ଘଟଣାର ଶୀକାର ହେଉଛନ୍ତି । ଗତ ୧୦ଦିନରେ ହୋଇଥିବା ଭିନ୍ନ ଭିନ୍ନ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୯୯ଜଣଙ୍କ ଜୀବନ ଗଲାଣି ଏବଂ ୯୩ଜଣ ଶ୍ରମିକ ଆହତ ହୋଇଛନ୍ତି ।

ଆସନ୍ତୁ ଜାଣିବା କେଉଁଠି ଓ କେମିତି ହୋଇଛି ଦୁର୍ଘଟଣା

  • ଆଜି ଉତ୍ତରପ୍ରଦେଶର ଔରୈୟା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୨୪ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ହସ୍ପିଟାଲ କୁ ପଠାଇ ଦିଆଯାଇଛି ।
  • ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ଗୁନାରେ ଏକ ସଡକ ଦୁର୍ଘଟଣାରେ ୩ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ତିନିଜଣ ଶ୍ରମିକ ଉତ୍ତର ପ୍ରଦେଶରେ ଥିଲେ ଏବଂ ମୁମ୍ବାଇରୁ ନିଜ ଘରକୁ ଫେରୁଥିଲେ । ଶ୍ରମିକ ମାନେ ଗୋଟିଏ ପିକଅପ୍ ଭ୍ୟାନରେ ଫେରୁଥିବା ବେଳେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଏଥିରେ ୧୫ଜଣ ଶ୍ରମିକ ଆହତ ହୋଇଛନ୍ତି ।
  •  ଗୁରୁବାର ଦିନ ଗୁନାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଶ୍ରମିକମାନେ ଟ୍ରକରେ ଯାଉଥିବା ବେଳେ ତାଙ୍କୁ ଏକ ବସ୍ ଧକ୍କା ଦେଇଥିଲା ଏବଂ ଘଟଣା ସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫ଜଣ ଆହତ ହୋଇଥିଲେ ।
  • ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ବୁଧବାର ଦିନ ବିଳମ୍ବିତ ରାତିରେ ଏକ ବସ୍ ରାସ୍ତାରେ ଯାଉଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲା । ୬ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଶ୍ରମିକ ଆହତ ହୋଇଥିଲେ ।
  •  ମେ ୧୦ରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ସଡକ ଦୂର୍ଘଟଣାରେ ୫ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣାରେ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ଜୀବନ ଚାଲିଯାଇଥିଲା ।
  • ମହାରାଷ୍ଟ୍ରର ଔରଙ୍ଗାବାଦରେ ଗୁରୁବାର ଦିନ ବିଳମ୍ବିତ ରାତିରେ ୧୬ଜଣ ପ୍ରବାସୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଶ୍ରମିକମାନେ ଔରଙ୍ଗାବାଦରୁ ନିଜ ଘର ମଧ୍ୟପ୍ରଦେଶକୁ ଫେରୁଥିବା ବେଳେ ଥକି ଯାଇ ଔରଙ୍ଗାବାଦ ଜାଲନା ରେଳ ଟ୍ରାକ ଉପରେ ଶୋଇପଡ଼ିଥିଲେ । ଏବଂ ତାଙ୍କ ଉପରେ ମାଲବାହୀ ଟ୍ରେନ ଚଢି ଯାଇଥିଲା ।

ଅନ୍ୟପଟେ ଆଜି ଉତ୍ତର ପ୍ରଦେଶର ଔରୈୟାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।  ୨୪ଜଣ ଶ୍ରମିକଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ସଡ଼କ ଦୁର୍ଘଟଣା ବହୁତ ଦୁଃଖଦ ଘଟଣା । ଏବଂ ସେ ଏହା ମଧ୍ୟ ଲେଖିଛନ୍ତି ଯେ ସରକାର ଉଦ୍ଧାର କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି । ଏବଂ ଏହି ଦୁର୍ଘଟଣା ମୃତ୍ୟୁ ବରଣ କରିଥିାବା ଶ୍ରମିକମାନଙ୍କ ପରିବାର ଲୋକଙ୍କ ପ୍ରତି ସେ ସମ୍ବେଦନା ଜଣାଇବା ସହ ଆହତମାନେ ଶୀଘ୍ର ସୁସ୍ଥ ହେବା ନେଇ ସେ କାମନା  କରିଛନ୍ତି ।