spot_img
Home Blog Page 6919

ଭାଇରାଲ ହେଲା ଅଭିନେତ୍ରୀ ତଥା ନେତ୍ରୀଙ୍କ ଲକଡାଉନ୍ ଫଟୋଶୁଟ୍

କୋଲକାତା: କଂଗ୍ରେସର ସାଂସଦ ଓ ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହୁଥିଲେ । ନିର୍ବାଚନରେ ବେଙ୍ଗଲୀ ଷ୍ଟାର ରାଜନୀତି ମଇଦାନକୁ ଓହ୍ଲାଇ ଅନେକ ସଫଳତା ହାସଲ କରିଛନ୍ତି।

ଅଭିନେତ୍ରୀ ସାଂସଦ ନୁସରତ ଜହାଁଙ୍କର ଭିନ୍ନ ଭିନ୍ନ ଅନ୍ଦାଜରେ ସବୁବେଳେ ଭାଇରାଲ ହେଉଥାଏ । କେତେବେଳେ ସେ ହଟ୍ ଲୁକରେ ନଜର ଆସନ୍ତି ତ କେତେବେଳେ ସେ ଶାଢ଼ୀରେ ଦର୍ଶକଙ୍କୁ ବେହାଲ କରିଦିଅନ୍ତି ।

ଅଭିନେତ୍ରୀ ନୁସରତ ଜାହାଁ ସବୁଠୁ ଅଧିକ ଲାଇମଲାଇଟ୍‌ରେ ରହିଥାନ୍ତି। ନୁସରତ ଜହାଁ ନିଜ ଲେଟେଷ୍ଟ ଫଟୋଶୁଟ୍ ରେ ଗୋଲ୍ଡେନ୍ ଶାଢ଼ୀରେ ନଜର ଆସିଛନ୍ତି ।

ଏହି ଫଟୋରେ ସେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଲାଗୁଛନ୍ତି । ତାଙ୍କର ଏହି ଫଟୋ ଦର୍ଶକଙ୍କ ମଧ୍ୟରେ ବହୁତ ଭାଇରାଲ ହେଉଛି । ତାଙ୍କ ଫ୍ୟାନ୍ସମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ନୁସରତ ନିଜେ ତାଙ୍କ ସୋସିଆଲ ମିଡିଆରେ ଏହି ସବୁ ଫଟୋ ସେୟାର କରିଛନ୍ତି ।

କିଏ ନୁସରତଙ୍କ କେଶର ପ୍ରଶଂସା କରିଛନ୍ତି ତ କିଏ ତାଙ୍କ ଶାଢ଼ୀକୁ ସୁନ୍ଦର କହିଛନ୍ତି । ତାଙ୍କର ଏହି ଫଟୋରେ କିଛି ଫ୍ୟାନ୍ସ ତାଙ୍କୁ ଅପକମିଂ ଫିଲ୍ମ ବିଷୟରେ ମଧ୍ୟ ପଚାରିଛନ୍ତି ।

କରୋନା କାଳ,ସାମାଜିକ ଦୂରତା ଏବଂ ଓଡ଼ିଆ ନେତାଙ୍କ ଆଇନକୁ ସମ୍ମାନବୋଧ

ମାର୍ଚ୍ଚ ଆସୁ ଆସୁ ଦେଶ ଲକଡାଉନ୍ ଭିତରକୁ ଚାଲିଗଲା । ଭାରତୀୟଙ୍କ ଅଭିଧାନରେ କରୋନା କିଛି ନୂଆ ଶବ୍ଦ ଯୋଡି ଦେଇଛି । ଲକଡାଉନ୍ । ସଟ୍ ଡାଉନ୍ ଓ ସାମାଜିକ ଦୂରତା । କରୋନାର କୌଣସି ଔଷଧ ନାହିଁ । ଭ୍ୟାକ୍ସିନ୍ ନାହିଁ । କରୋନାକୁ ନିୟନ୍ତ୍ରଣରେ ରଖାଯାଇପାରିବ ତାହା ବି ଯଦି ସମସ୍ତେ ସାମାଜିକ ଦୂରତା ନିୟମକୁ ସମସ୍ତେ ମାନିବେ । କେନ୍ଦ୍ର ସରକାର କୋଭିଡ୍ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି ଦୁଇ ଗଜର ଦୂରତା କଥା । ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଗାମୀ କେଇ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସାମାଜିକ ଦୂରତାକୁ ମାନିକରି ଚଳିବାକୁ ପଡିବ ।

congress social distance

କିନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥାକୁ କେତେ କିଏ ମାନୁଛନ୍ତି ? ସାଧାରଣ ଲୋକଙ୍କ କଥା ଛାଡନ୍ତୁ,ଜନମତ ତିଆରି କରୁଥିବା ରାଜନୈତିକ ଦଳ ଓ ନେତା କୋଭିଡ୍ ଗାଇଡ୍ ଲାଇନକୁ ମାନୁଛନ୍ତି କି ? ନେତାଙ୍କୁ ଜନତା ଅନୁସରଣ କରନ୍ତି । କିନ୍ତୁ ଓଡ଼ିଶାର ନେତା କୋଭିଡ୍ କାଳରେ ସାଧାରଣ ଓଡ଼ିଆଙ୍କ ପାଇଁ କେଉଁଭଳି ଉଦାହରଣ ସୃଷ୍ଟି କରୁଛନ୍ତି ? ସେମାନେ ସାଧାରଣ ଜନତା ପାଇଁ ରୋଲ୍ ମଡେଲ କି ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି ଶୁକ୍ରବାର ଦିନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ସାମାଜିକ ଦୂରତା ଉଲ୍ଲଂଘନ ପାଇଁ ୫ଶହ ଟଙ୍କା ତଣ୍ଡ ଗଣିବାକୁ ପଡିଛି । କେବଳ ନିରଂଜନଙ୍କୁ ନୁହେଁ ତାଙ୍କ ସହିତ ତାଙ୍କ ଦଳର ଆଉ କିଛି ନେତାଙ୍କୁ ମଧ୍ୟ ଫାଇନ୍ ଦେବାକୁ ପଡିଛି । ୫ଶହ ଟଙ୍କା ଜଣେ ନେତାଙ୍କ ପାଇଁ କିଛି ଗୋଟିଏ ବଡ କଥା ନୁହେଁ । କିନ୍ତୁ ଗୋଟିଏ ରାଜ୍ୟ ଓ ଏହାର ବାସିନ୍ଦାଙ୍କ ପାଇଁ ଗୋଟିଏ ରାଜନୈତିକ ଦଳର ମୁଖିଆ ଫାଇନ୍ ଗଣିବା ଗୁରୁତ୍ୱ ରଖେ । ଇଏ ସେହି ଦଳର ନେତା ଯାହା ଓଡ଼ିଶାକୁ ବିକଳ୍ପ ଶାସନ ଦେବା କଥା କହୁଛି । କିନ୍ତୁ ସେମାନଙ୍କ ମନରେ ଆଇନ ପାଇଁ ସମ୍ମାନବୋଧ ନାହିଁ । ଯଦି ଥାନ୍ତ ତେବେ ସେମାନେ ବିରୋଧ କାଳରେ ସାମାଜିକ ଦୂରତା ନିୟମକୁ ମାନି ବିକ୍ଷୋଭ କରିଥାନ୍ତେ । ସାଧାରଣ ଓଡ଼ିଆ ତାଙ୍କଠାରୁ କିଛି ଶିଖିଥାନ୍ତେ କିନ୍ତୁ ନା ବିରୋଧୀଙ୍କ ଧର୍ମ ସତେ ଯେମିତି କେବଳ ବିରୋଧ କରିବା । ବିରୋଧ କାଳରେ ସବୁ ନିୟମକୁ ବିସର୍ଜନ କରିଦେବା । କଂଗ୍ରେସ ଦଳର ମହାମହିମ ମାନେ ମାଷ୍ଟରକ୍ୟାଣ୍ଟିନରେ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିକ୍ଷୋଭ କରୁଥିଲେ । କିନ୍ତୁ ବିକ୍ଷୋଭ କାଳରେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିଲା । ନେତାଏ ପାଖାପାଖି ହୋଇ ବସିଥିଲେ । କର୍ମୀ ଜାକିଜୁକି ହୋଇ । କରୋନା ଏସବୁକୁ ଦେଖି ହୁଏତ ଲାଜେଇ ଯାଇଥିବ ।

aparajita with babu singh

କରୋନା କାଳରେ ସାମାଜିକ ଦୂରତାକୁ ନମାନି ତଣ୍ଡ ଗଣିବା ମାମଲାରେ କେବଳ କଂଗ୍ରେସ ବଦନାମ ହୋଇନି । ଏହି ମାମଲାରେ ବିଜେପି ମଧ୍ୟ ପଛରେ ନାହିଁ । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ଦୁଇଥର ଏଥିପାଇଁ ଅଭିଯୋଗ ଘେରକୁ ଆସିଛନ୍ତି । ପ୍ରଥମେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନରେ ରହିବା କାଳରେ ସେ ଦଳୀୟ କର୍ମୀଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ।

hanspal bhumipuja

ଦ୍ୱିତୀୟଥର ପାଇଁ ହଂସପାଳରେ ବ୍ରିଜ୍ ଭୂମିପୂଜା ବେଳେ ସାମାଜିକ ଦୂରତା ଉଲ୍ଲଂଘନର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଥିଲା । ସେହିଭଳି ଦଳର ଅସନ୍ତୁଷ୍ଠ ନେତାଙ୍କୁ ବୁଝାଇବାକୁ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମଧ୍ୟ ସାମାଜିକ ଦୂରତା ଦୂରକୁ ପଳାଇଥିଲା ।  ଏଥିପାଇଁ ତାଙ୍କୁ ବି ଫାଇନ୍ ଦେବାକୁ ପଡିଥିଲା । ଏସବୁ ଦେଖିଲେ ଲାଗୁଛି ଆମ ନେତା କରୋନା କାଳରେ ମଧ୍ୟ କିଛି ଶିଖିବାକୁ ଚାହୁଁନାହାନ୍ତି ।

ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓଡ଼ିଆ ଆଇପିଏସ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ସଫା କରୁଥିବା ବେଳେ ପୋଲିସ ବିଭାଗରେ ଦେଖିବାକୁ ମିଳୁଛି ମତଭେଦ । ଜମ୍ମୁ-କାଶ୍ମୀରରେ ଦୁଇଜଣ ବଡ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ମତଭେଦ ହୋଇ କଥା ଥାନାକୁ ଯାଇଛି । ଜଣେ ପୋଲିସ ଅଧିକାରୀ ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥ ପୋଲିସ ଡିଜି ଦିଲବାଗ ସିଂହଙ୍କ ବିରୋଧରେ ଜମ୍ମୁ ଜିଲ୍ଲାର ଗାନ୍ଧୀ ନଗର ଥାନାରେ ଏତଲା ଦେଇଛନ୍ତି । ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥ କହିଛନ୍ତି ଯେ, ତାଙ୍କ ଅନୁଭବକୁ ଦୃଷ୍ଟିରେ ରଖି ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଉ । ବସନ୍ତ ରଥ,ଲିଖିତ ଅଭିଯୋଗର ଗୋଟିଏ କପି ଡିଜି ଦିଲବାଗ ସିଂହଙ୍କୁ ମଧ୍ୟ ଦେଇଛନ୍ତି ।

Basant rath ips

ସେ ଲେଖିଛନ୍ତି ଯେ,ମୁଁ  ଜଣେ ସରକାରୀ ଅଧିକାରୀ କିମ୍ବା ପୋଲିସ ଅଧିକାରୀ ଭାବେ ଅଭିଯୋଗ କରୁନାହିଁ । ବ୍ୟକ୍ତିଗତ ଭାବେ ଏହି ଅଭିଯୋଗ ମୁଁ କରୁଛି । ମୁଁ ଆପଣଙ୍କୁ ଏହି ଅଭିଯୋଗ ପତ୍ରକୁ ଥାନା ଡାଏରୀରେ ରଖିବାକୁ ଅନୁରୋଧ କରୁଛି । ବସନ୍ତ ରଥ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୋ ସହିତ ଯଦି କିଛି ମଧ୍ୟ ଖରାପ ହୁଏ ତେବେ ଆପଣ ସମସ୍ତେ ଜାଣି ରଖିବା ଉଚିତ୍ ଯେ, ଆପଣଙ୍କୁ କାହା ନମ୍ବର ଡାଏଲ କରିବାକୁ ପଡିବ  ।

ଅଭିଯୋଗ କରିବା କାଳରେ ରଥ,ସ୍ଥାନୀୟ ଥାନାର ଏସଏଚଓ ଏବଂ ତାଙ୍କ ଟିମକୁ ସେମାନଙ୍କ କାମ ପାଇଁ ସାବାସୀ ଦେଇଛନ୍ତି । ଏହା ସହ  ସେ ଲେଖିଛନ୍ତି ଯେ, ଆଲ୍ଲା ଆପଣ ଓ ଆପଣଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖନ୍ତୁ ।

ପୁଣି ହେବ କରୋନା ଟେଷ୍ଟ, ପଜିଟିଭ୍‌ ବାହାରିଲେ କ୍ୱାରେଣ୍ଟାଇନ୍‌..!

ପୁରୀ: ବାହୁଡ଼ା ପୂର୍ବରୁ ପୁରୀରେ ସବୁ ସେବାୟତଙ୍କର ପୁଣି ଥରେ କରୋନା ଟେଷ୍ଟିଂ କରାଯିବ । ଥରେ ନୁହେଁ ସେମାନଙ୍କର ଦୁଇ ଦୁଇ ଥର କରୋନା ଟେଷ୍ଟ ହେବ ବୋଲି ସ୍ଥିର କରାଯାଇଛି । କେବଳ ସେବାୟତଙ୍କର ନୁହେଁ, ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଯେଉଁମାନେ ରଥଯାତ୍ରା ସହ ସମ୍ପୃକ୍ତ ଥିଲେ, ସେମାନଙ୍କର ପୁଣି ଥରେ କରୋନା ଟେଷ୍ଟ କରାଯିବ ।

  puri Rath yatra

ଟେଷ୍ଟିଂ ପରେ ଯେଉଁ ସେବାୟତ ମାନଙ୍କର ନେଗେଟିଭ୍‌ ବାହାରିବ ସେହିମାନେ ହିଁ ରଥ କାର୍ଯ୍ୟରେ ନିୟୋଜିତ ହେବେ । ଏବଂ ଯାତ୍ରାର ଅନ୍ୟାନ୍ୟ ନୀତିରେ ଭାଗ ନେବେ । ସେବାୟତଙ୍କ ପାଇଁ ଦୁଇଟି ମେଡିକାଲ କ୍ୟାମ୍ପ କରାଯିବା ସହ ଡାକ୍ତର ମଧ୍ୟ ମୁତୟନ ରହିବେ । ନୀଳାଦ୍ରି ବିଜେର ୧୦ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିବ ବୋଲି ସ୍ଥିର କରାଯାଇଛି ।

puri Rath yatra

ବଡ଼ଦାଣ୍ଡ ସମେତ ଆଖପାଖ ଅଞ୍ଚଳରେ ରଥଯାତ୍ରା ସମାପ୍ତ ହେବା ଯାଏ ବାରମ୍ବାର ସାନିଟାଇଜ୍‌ କରାଯିବ । ଗୁରୁବାର ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ପୋଲିସ ଛାଉଣୀ ଏବଂ କର୍ଫ୍ୟୁ ଲଗାଯିବ ବୋଲି ସୂଚନା ଦେଇଛନ୍ତି ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର । ତେବେ ସୂଚନା ଅନୁଯାୟୀ ଗୁରୁବାର ପ୍ରଥମ ଦିନରେ ୧୦୦୦ ଜଣଙ୍କର କରୋନା ଟେଷ୍ଟ କରାଯାଇଛି ।

ଇ-ଲର୍ଣ୍ଣିଂକୁ ସରକାର ଦେଉଛନ୍ତି ଗୁରତ୍ୱ, ଆପ୍‌ ମାଧ୍ୟମରେ ପ୍ରଥମରୁ ଦଶମ ଯାଏଁ ମୋବାଇଲରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦୀକ୍ଷା ଆପ୍କୁ ଅଧିକ ଗରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର ଏଣିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ଦୀକ୍ଷା ଆପ୍ରେ ରହିବ ବୋଲି କୁହାଯାଇଛି ଦୀକ୍ଷା ଆପ୍ଜରିଆରେ ଛାତ୍ରଛାତ୍ରୀ ମାନେ ଘରେ ବସି ମୋବାଇଲ୍‌ ଯୋଗେ ପାଠ ପଢ଼ିପାରିବେ ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ଲକ୍‌ଡାଉନ୍‌ ସମୟରେ ଇ-ଲର୍ଣ୍ଣଂ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି

dikhya App

ଲକ୍ଡାଉନ୍ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀ ଘରେ ବସି ଏହି ଆପ୍‌ ମାଧ୍ୟମରେ କିଭଳି ପାଠ ପଢ଼ିପାରିବେ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ବିଦ୍ୟାଦାନ କାର୍ଯ୍ୟକ୍ରମକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ ରହିଛି ଏହି ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସାରିବାକୁ କୁହାଯାଇଛି କୋଭିଡ୍କଟକଣା ଲାଗି ସ୍କୁଲ ବନ୍ଦ ଥିବାରୁ ଲର୍ଣ୍ଣିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

dikhya App

ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଦୀକ୍ଷା ଆପ୍‌ ଏବେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି ତେବେ ଦୀକ୍ଷା ଆପ୍‌ରେ ଯାହା ତଥ୍ୟ ଦିଆଯାଇଥିଲା ତାହା ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକର ସମ୍ପୂର୍ଣ୍ଣ ବିଷୟ ବସ୍ତୁକୁ କଭର କରିନାହିଁ  ବାକି ରହିଥିବା ବିଷୟବସ୍ତୁ ଗୁଡିକୁ ଏହି ଆପ୍‌ରେ ଅପ୍‌ଲୋଡ୍‌ କରାଯାଉଛି । ଯଥାଶୀଘ୍ର ଏହି କାର୍ଯ୍ୟ ଶେଷ ହୋଇଯିବ । ଏହା ପରେ ଛାତ୍ରଛାତ୍ରୀମାନେ ଘରେ ବସି ନିଜ ପାଠ୍ୟପୁସ୍ତକର ସବୁ ବିଷୟ ବସ୍ତୁ ପାଇପାରିବେ । ଏବଂ ଲକ୍‌ଡାଉନ୍‌ ସମୟରେ ପାଠ ପଢ଼ିପାରିବେ ।