ମିନି ମାରାଥନ୍‌ରେ ୫ କି.ମି ଦୌଡ଼ିଲେ ୬୦ ବର୍ଷିୟ ଧାବକ ଧାବିକା

ଭୁବନେଶ୍ୱର: ବୟସ ୬୦ ଟପିଲାଣି । କିନ୍ତୁ ଏମାନେ ପୂରା ଫିଟ ।  ରାସ୍ତାରେ ଦୌଡିଲେ ଯୁବବର୍ଗଙ୍କୁ ବି ପଛରେ ପକାଇ ଦେଉଛନ୍ତି ଏମାନେ ।  ସତେ ଯେମିତି ଏମାନଙ୍କ ଉତ୍ସାହ ଆଗରେ ହାର ମାନିଛି ବୟସ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଜୁ ମିନି ମାରାଥନରେ ଦେଖିବାକୁ ମିଳିଥିଲା

ଏଭଳି କିଛି ଧାବକ ଧାବିକାଙ୍କୁ ଯାହାଙ୍କର କାହାଣୀ ଭାରି ନିଆରା । ପଶ୍ଚିମବଙ୍ଗର  ବିଭିନ୍ନ ଗାଁରୁ ଆସିଛନ୍ତି ଏହି ଧାବକ ଧାବିକା ।  ପେଶାରେ ଏମାନେ ଚାଷୀ ।  କିନ୍ତୁ ପରିବାର ପୋଷିବା ପାଇଁ ଏମାନେ ସାଜିଛନ୍ତି ମାରାଥନର ।  ଧାନ ଅମଳରେ ଯେତିକି ମିଳେ ସେତିକିରେ ପରିବାର ଚଳିବା କଷ୍ଟ , ସେଥିପାଇଁ ଏଭଳି ମାରାଥନର ପୁରସ୍କାର ରାଶିକୁ ଚାହିଁ ବସିଥାନ୍ତି ଏହି ଧାବକ ।

ଧାନ ଚାଷ କରିବା ସହ ଘରେ ରୋଷେଇ କରିବାରେ ବ୍ୟସ୍ତ ଥାନ୍ତି ଏହି ମହିଳା ।  କିନ୍ତୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଏମାନେ ବି ମାରାଥନକୁ ଟଙ୍କା ରୋଜଗାରର ବାଟ ବାଛିଲେ ।  ଏଥିପାଇଁ ବର୍ଷ ତମାମ୍‌ ଅଭ୍ୟାସ ବି କରୁଥାନ୍ତି । ମାରାଥନ ଆୟୋଜନର ଖବର ଶୁଣିଲେ ପହଞ୍ଚିଯାନ୍ତି ଭେନ୍ୟୁରେ ।  ରେଳଯାତ୍ରା ହେଉ ଅବା ବସ ଯାତ୍ରା ଯେତେ ସମସ୍ୟା ହେଉ ପଛେ ମାରାଥନରେ ଭାଗ ନେବା ଯେମିତି ନିଶା ପାଲଟିଯାଇଛି ।  ବିଭିନ୍ନ ବର୍ଗରେ ମାରାଥନର ଆୟୋଜନ ହୋଇଥିବାବେଳେ ବର୍ଷିୟାନ ମାରାଥନର ସଭିଙ୍କ ହୃଦୟ ଜିଣିଥିଲେ ।

Leave a Reply