ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୨୫ ଲକ୍ଷ ପରିବାରଙ୍କୁ ଇତି ମଧ୍ୟରେ ପକ୍କାଘର ଯୋଗାଇ ଦେଇ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏହି ସଫଳତାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,  ଗ୍ରାମାଞ୍ଚଳ ରହୁଥିବା ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ । ଏହାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟକୁ କଚ୍ଚାଘର ମୁକ୍ତ କରିବା ଲକ୍ଷ୍ୟରେ ଉଦ୍ୟମ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳର ଯୋଗ୍ୟ ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯେଉଁମାନଙ୍କୁ ପ୍ରାଥମିକତା ଭିତ୍ତିରେ ପର୍ଯ୍ୟାୟକ୍ରମେ ପକ୍କାଘର ଯୋଗାଇ ଦିଆଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୯ ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନ କରିଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ୫-ଟି ପ୍ରୟାସ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନ୍‌ଲାଇନ୍‌ କେସ୍ ରେକର୍ଡ ପରିଚାଳନା ଏବଂ ଆମ ଘର ମୋବାଇଲ ଆପ୍‌ର ଶୁଭାରମ୍ଭ କରିଥିଲେ । ଏହି ଅନ୍‌ଲାଇନ୍‌ କେସ୍ ରେକର୍ଡ ପରିଚାଳନା ମାଧ୍ୟମରେ ହିତାଧିକାରୀମାନେ ବ୍ୟକ୍ତିଗତ ଭାବରେ ଗ୍ରାମୀଣ ବାସଗୃହ ଯୋଗାଣ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ପୁନଶ୍ଚ ଆମ ଘର ମୋବାଇଲ୍‌ ଆପ୍ ମାଧ୍ୟମରେ ଗୃହ ନିର୍ମାଣ ନିମନ୍ତେ ଥିବା ବିଭିନ୍ନ ଥିବା ବିଭିନ୍ନ କିସ୍ତି ଗୁଡ଼ିକର ପ୍ରକ୍ରିୟା ଏବଂ ଫଟୋ ଅପ୍‌ଲୋଡ୍‌  କରାଯାଇପାରିବ । ଆଜିର ଏହି ଉତ୍ସବ ପାଳନ ଅବସରରେ ଗ୍ରାମୀଣ ବାସଗୃହ ଯୋଜନାରେ ରାଜ୍ୟରେ ଉପକୃତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ୨୧ଟି ଅନନ୍ୟ ସଫଳ କାହାଣୀକୁ ନେଇ ସଂକଳନ ହୋଇଥିବା A Coffe Table Book ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲା ।

ସମାରୋହରେ ଯୋଗଦେଇଥିବା ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।

ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଉତ୍ତମ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ ନିମନ୍ତେ ରାଜ୍ୟ ସରକାର ୪ଟି ବିଭାଗ ଯଥା ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚିକିତ୍ସାଳୟ, ଅଙ୍ଗନଓ୍ୱାଡି କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏଣିକି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଦ୍ୱାରା କରାଯିବ । ଏଥିପାଇଁ ଆଜିର ପବିତ୍ର ଦିବସରେ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ଆମ ବିଭାଗର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଅର୍ଥମନ୍ତ୍ରୀ , ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନନ୍ୟ ସଦସ୍ୟ ବୃନ୍ଦ, ମାନ୍ୟବର ସାଂସଦ ବୃନ୍ଦ, ମାନ୍ୟବର ବିଧାୟକ ବୃନ୍ଦ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ବୃନ୍ଦ ଏବଂ ଅନ୍ୟାନ୍ୟ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସମାରୋହରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ସମାରୋହରେ ଉପସ୍ଥିତ ଥିବା ସମସ୍ତ ବରେଣ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କରିଥିଲେ ।

Leave a Reply