ସୋସିଆଲ ମିଡିଆରେ କରୋନା କୋକୁଆ ଭୟ,କେତେ ସତ କେତେ ମିଛ !

କରୋନା ଡରାଉଛି । ଦୁନିଆ କରୋନା ଡରରେ ଥରହର କହଲେ ଭୁଲ ହେବନି । କରୋନାର କୋକୁଆ ଭୟକୁ ଇନ୍ଧନ ଯୋଗାଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବ ସବୁ । ଚୀନରୁ ବାହାରିଥିବା ଏହି ମହାମାରିରେ ଏପର୍ଯ୍ୟନ୍ତ  3,283 ଜଣ ପ୍ରାଣ ହରାଇଲେଣି ।  ଭାରତରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୨୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି  । ଏମିତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର କେତେ ମିଛ କେତେ ସତ ତାହା ଜାଣିବା ଜରୁରୀ । ଆସନ୍ତୁ ଜାଣିବା ଏମିତି ୧୦ ଗୁଜବ ବିଶୟରେ ଯାହା ସଂପୂର୍ଣ୍ଣ ମିଛ..

  1. ଭାଇରାଲ ପୋଷ୍ଟଆପଣଙ୍କ ରଙ୍ଗ ଯଦି କଳା,ତେବେ କରୋନା ଆପଣଙ୍କର କିଛି ବିଗାଡି ପାରିବ ନାହିଁ । ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଥିବା ଏକ ପୋଷ୍ଟ ଅନୁସାରେ ଜଣେ ବ୍ୟକ୍ତି କରୋନା କବଳରୁ ଏଥିପାଇଁ ବଂଚିଗଲେ ଯେ, ତାଙ୍କ ରଙ୍ଗ କଳା ଥିଲା । କଳା ରଙ୍ଗ ବାଲାଙ୍କ କରୋନା ପ୍ରତିରୋଧକ ଶକ୍ତି ଅଧିକ ବୋଲି ଏହି ଭାଇରାଲ ପୋଷ୍ଟ ଦାବି କରୁଛି ।
    ସତବିଶେଷଜ୍ଞଙ୍କ ଅନୁସାରେ କରୋନା କଳା ଗୋର ଦେଖି ଆକ୍ରମଣ କରେନା । କଳା ରଙ୍ଗ ଲୋକଙ୍କ କରୋନା ପ୍ରତିରୋଧକ ଶକ୍ତି ଅଧିକ ବୋଲି ହେଉଥିବା ଦାବି ମିଛ । ସେମିତି ହୋଇଥିଲେ ଆଫ୍ରିକୀୟ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇ ନଥାନ୍ତେ ।
  2. ଭାଇରାଲ ପୋଷ୍ଟ:ମଦ ପିଇଲେ କରୋନା କିଛି କରି ପାରିବ ନାହିଁ

ସତବିଶ୍ୱସ୍ସସ୍ଥ୍ୟ ସଂଗଠନ ତରଫରୁ କରୋନାକୁ ନେଇ ଜାରି କରା ଯାଇଥିବା ଗାଇଡ୍ ଲାଇନରେ ମଦ ସମ୍ବନ୍ଧରେ ଉଲ୍ଲେଖ ତ’ ଅଛି । କିନ୍ତୁ କେଉଁଠି ମଧ୍ୟ ଏହା ଦାବି କରିନି ଯେ, ମଦ ପିଇବା ଦ୍ୱାରା କରୋନା ସଂକ୍ରମଣରୁ ବଂଚା ଯାଇ ପାରିବ । ଡବ୍ଲ୍ୟୁଏଚଓ କହିଛି ଯେ, ହାତ ଧୋଇବା କରୋରନାରୁ ବଂଚିବାର ଏକ ଉପାୟ । ହାତ ଅଧିକ ମଇଳା ହୋଇଥିଲେ ମଦ ଆଧାରିତ ହ୍ୟାଣ୍ଡ୍ ୱାସ୍ ବ୍ୟବହାର କରିବାକୁ ବିଶ୍ୱସ୍ୱସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । କିନ୍ତୁ ମଦ ପିଇବା ଦ୍ୱାରା କରୋନାରୁ ବର୍ତ୍ତି ହେବ ଏକଥା କହିନାହିଁ ।

  1. ଭାଇରାଲ ପୋଷ୍ଟଇସଲାମ୍ ଧର୍ମ ଗ୍ରହଣ କଲେ କରୋନା କିଛି କରିବ ନାହିଁ । ଚୀନରେ ଲୋକ ଇସଲାମ ଧର୍ମ ଗ୍ରହଣ କରୁଛନ୍ତି,କୋରାନରେ ଅଛି କରୋନାରୁ ବଂଚିବା ଉପାୟ

ସତଡାହା ମିଛ । ରୋଗ ଧର୍ମ ଦେଖେ ନାହିଁ । ଏତିକି ବୁଝିବା ନିଶ୍ଚୟ ରକେଟ୍ ସାଇନ୍ସ ନୁହେଁ ।

  1. ଭାଇରାଲ ପୋଷ୍ଟ: ଥାଇଲାଣ୍ଡରେ ଆଣ୍ଟି ଏଚଆଇଭି ଡ୍ରଗ୍ ଦ୍ୱାରା କରୋନା ରୋଗୀ ୪୮ ଘଣ୍ଟାରେ ଠିକ୍ ହେଲେ ।

ସତ:  କରୋନା ଭାଇରସ ସଂକ୍ରମିତଙ୍କୁ ୪୮ ଘଣ୍ଟାରେ ଠିକ୍ କରାଯିବା ଦାବି ସଂପୂର୍ଣ୍ଣ ରୂପେ ଭୁଲ । ଥାଇଲାଣ୍ଡ୍ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ  ରୋଗୀଙ୍କୁ ଆଣ୍ଟି ଏଚଆଇଭି ଡ୍ରଗ୍ ଦିଆଯାଇଥିଲା  । ୪୮ ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା କିନ୍ତୁ ସେ ପୁରାପୁରି ଠିକ୍ ହୋଇନଥିଲେ ।

  1. ଭାଇରାଲ ପୋଷ୍ଟଚୀନରେ କରୋନା ସଂକ୍ରମିତଙ୍କୁ ସରକାର ହତ୍ୟା କରୁଛନ୍ତି
    ସତ: ଏଭଳି ଦାବି ମିଛ ପ୍ରମାଣିତ ହୋଇଛି । ଚାଇନା ଗ୍ଲୋବାଲ ଟେଲିଭିଜନ୍ ନେଟୱର୍କ ଏଭଳି ଦାବିକୁ ଖଣ୍ଡନ କରିଥିଲା ।
  2. ଭାଇରାଲ ପୋଷ୍ଟ ରସୁଣ କରୋନା ଭାଇରସ ବିରୋଧରେ ବ୍ରହ୍ମାସ୍ତ୍ର
    ସତବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏଭଳି ଦାବିକୁ ଖଣ୍ଡନ କରିଛି ।
  3. ଭାଇରାଲ ପୋଷ୍ଟ ହୋଲିରେ ଚୀନ ସାମଗ୍ରୀ ନକିଣିବାକୁ ଭାରତ ସରକାରଙ୍କ ଅପିଲ
    ସତନା ଭାରତ ସରକାର ନା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କେହି ମଧ୍ୟ ଏଭଳି ଗାଇଡ୍ ଲାଇନ୍ ଜାରି କରି ନାହାନ୍ତି ।
  4. ଭାଇରାଲ ପୋଷ୍ଟ:ଗୋଟିଏ ଭାଇରାଲ ଭିଡିଓରେ ଚୀନ ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଦେଶ ଭିତରେ କିଛି ଅଂଚଳ ମଧ୍ୟକୁ ସଡକ ବନ୍ଦ କରିଦେଇଛି ।

ସତ: ଏଭଳି ଦାବି ମିଥ୍ୟା ବୋଲି ଚୀନ ଦାବି କରିଛି ।

  1. ଭାଇରାଲ ପୋଷ୍ଟ: ଭାରତ କରୋନା ଭାଇରସର ଟିକା ଉଦ୍ଭାବନ କରିଛି ।

ସତ: ସୋସିଆଲ ମିଡିଆରେ ଉଡିଥିବା ମିଛ । ଭାରତ ଏପର୍ଯ୍ୟନ୍ତ କୌଣସି ଟିକା ବିକଶିତ କରିନାହିଁ ।

  1. ଭାଇରାଲ ପୋଷ୍ଟ:ସୋସିଆଲ ମିଡିଆରେ କାର୍ଟୁନ ପ୍ରୋଗ୍ରାମ ’ଦ ସିମ୍ପସନ୍ସ’ର ଫଟୋ ଭାଇରାଲ ହୋଇଥିଲା । ୧୯୯୩ ମସିହାରେ ପ୍ରସାରିତ ଗୋଟିଏ ଏପିସୋଡରେ କରୋନା ଭାଇରସ ସମ୍ପର୍କରେ ଭବିଷ୍ୟବାଣୀ କରା ଯାଇଥିଲା ବୋଲି ଦାବି କରା ଯାଉଛି ।

 ସତ‘‘ଦ ସିମ୍ପସନ୍ସ’’ର ଏଭଳି କୌଣସି ଦାବି କରା ଯାଇନଥିଲା । ୧୯୯୩ର ସିଜନ ୪ର ଗୋଟିଏ ଏପିସୋଡରେ ଓସାକା ଫ୍ଲୁ ବାବଦରେ କୁହା ଯାଇଥିଲା । କରୋନା ସଂପର୍କରେ ନୁହେଁ ।

 

Leave a Reply