spot_img
Home Blog Page 691

କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ପାଣି

ବାଙ୍କୀ : କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ରବିବାର ପର୍ଯ୍ୟାୟ କ୍ରମେ ହୀରାକୁଦ ୨୦ ଗେଟ ଦେଇ ଜଳ ନିଷ୍କାସନ କରୁଥିବା ବେଳେ ଆଜି ମୁଣ୍ଡଳିରେ ଏହା ପହଞ୍ଚିଛି। ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଧୀରେ ଧୀରେ ଫୁଲୁଛି ମହାନଦୀ । ବର୍ତ୍ତମାନ ମହାନଦୀରେ ୮୦ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଛି। ଆଜି ରାତି ସୁଦ୍ଧା ୫ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

୧୧ରେ ଓଡ଼ିଶାରେ ସମ୍ବିଧାନ ବଞ୍ଚାଅ ସମାବେଶ କରିବେ ରାହୁଲ, କଂଗ୍ରେସ ଶିବିରରେ ଉତ୍ସାହ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ନିର୍ବାଚନର ବର୍ଷେ ପରେ ଚଳଚଞ୍ଚଳ ହୋଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଆସନ୍ତା ୧୧ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଥିବା ବେଳେ, ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାକୁ ଦଳ ଅଣ୍ଟା ଭିଡ଼ିଛି । ୩୦ ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବିଜେପି କହିଛି, ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନି । ବିଜେଡିର ଯୁକ୍ତି, ଆଜି ବି ବିଜେଡି ଓଡ଼ିଶାରେ ସବୁଠୁ ଶକ୍ତିଶାଳୀ ଓ ଲୋକପ୍ରିୟ ଦଳ ।

ଆସନ୍ତା ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି କଂଗ୍ରେସ ଶିବିର । ଘନ ଘନ ବୈଠକ କରାଯାଇ ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାହୁଲଙ୍କ ଗସ୍ତ ଓଡିଶାରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି । ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ସହ ୩୦ ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଟାର୍ଗେଟ ରହିଛି । ଶାସକ ବିଜେପି କିନ୍ତୁ ରାହୁଲଙ୍କ ଗସ୍ତକୁ ନେଇ କଟାକ୍ଷ କରିଛି ।

ନିର୍ବାଚନର ବର୍ଷେ ପରେ ବି ଓଡ଼ିଶା ରାଜନୀତିରେ ଅତୁଟ ରହିଛି ବିଜେଡିର ଲୋକପ୍ରିୟତା । ଯାହାକୁ ନେଇ ଚିନ୍ତାରେ ଦୁଇ ଜାତୀୟ ଦଳ । ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲିଙ୍କ ଯୁକ୍ତି, ୨୦୨୪ ନିର୍ବାଚନରେ ଓଡ଼ିଶାରେ ଶାସନ ବଦଳିଲା । ବର୍ଷେ ପରେ ବି ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଝୁରୁଛନ୍ତି । ବିଜେପି ସରକାରଠାରୁ ରାଜ୍ୟବାସୀ ଯାହା ଆଶା କରୁଥିଲେ ତାହା ପାଇଲେ ନାହିଁ । ଠପ୍ ହୋଇଛି ବିକାଶମୂଳକ କାମ । ଯେଉଁଥିପାଇଁ ବିଜେପିକୁ ନାପସନ୍ଦ କଲେଣି ଓଡ଼ିଶାବାସୀ। ଏସବୁକୁ ଅନୁଭବ କରିସାରିଲେଣି ଜାତୀୟ ଦଳ । ତେଣୁ ଓଡ଼ିଶାରେ ନିଜର ସ୍ଥିତିକୁ ବଜାୟ ରଖିବା ପାଇଁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । କିନ୍ତୁ ଆଜି ବି ବଜାୟ ରହିଛି ବିଜେଡିର ଲୋକପ୍ରିୟତା । ବିକାଶ କାମ କିପରି ଜାରି ରହିବ, ସେନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଫୋକସ ଦେଇଛନ୍ତି । ଏହାସହ ଲୋକଙ୍କ ସ୍ବର ସାଜି ଓଡ଼ିଶା ହକ ପାଇଁ ବିଜେଡି ଲଢ଼େଇ ଜାରି ରଖିଛି ବୋଲି କହିଛନ୍ତି ପ୍ରଶାନ୍ତ ।

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଛି । ଆଗକୁ ୨୦୨୭ରେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ହେବ । ତେଣୁ ଏବେଠାରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସଂଗଠନକୁ ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି ।

ବଢୁଛି ଲେଖାଶ୍ରୀ-ସନ୍ତୋଷ ବିବାଦ: ସ୍ବାଧୀନ ତଦନ୍ତ ସହ ନୀଳଗିରି ବିଧାୟକଙ୍କ ଗିରଫ ଦାବି

ଭୁବନେଶ୍ବର: ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ରକୁ ନେଇ ସନ୍ତୋଷ ଦେଇଥିବା ବିବାଦୀୟ ବିବୃତି ବିରୋଧରେ ବିଜେଡି ମହିଳା ଟିମ୍ ରାଜ୍ୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜ୍ୟ ବିଜେପି ସରକାର ଏଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନଥିବାରୁ, ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଗୁହାରୀ ଜଣାଇଛି ବିଜେଡି । ସନ୍ତୋଷଙ୍କ ଗିରଫଦାରୀ ନେଇ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ଦାବି ପୂରଣ ନ ହେଲେ, ରାଜରାସ୍ତାକୁ ଓହ୍ଲାଇବକୁ ବିଜେଡି ଚେତାବନୀ ଦେଇଛି ।

କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏ ନେଇ ଭୁବନେଶ୍ବର ମହିଳା ଥାନାରେ ବି ମାମଲା ରୁଜୁ ହୋଇଛି । ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି । ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ହେଲେ ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି । ମହିଳା କମିଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ବି ସେ ନ୍ୟାୟ ଭିକ୍ଷା କରିଛନ୍ତି । ସନ୍ତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ସେପଟେ ମହିଳାଙ୍କୁ ଅସମ୍ମାନ କରିଥିବା ସନ୍ତୋଷ ଖଟୁଆ ଭୁଲ ସ୍ବୀକାର କରିବାକୁ ନାରାଜ । ଏହି ଘଟଣାକୁ ଅତି ସମ୍ବେଦନହୀନ ଭାବେ ନେଇ ସେ ପୁଣି ବୟାନବାଜି କରିଛନ୍ତି । ହେଲେ କ୍ଷମା ମାଗିବାକୁ ସେ ପ୍ରସ୍ତୁତ ନୁହନ୍ତି । ସନ୍ତୋଷଙ୍କ ବିବାଦୀୟ ବୟାନକୁ ବିଜେପି ନେତା ବି ପସନ୍ଦ କରି ନାହାନ୍ତି । ଦଳ ଭିତରୁ ଓ ବାହାରେ ସନ୍ତୋଷଙ୍କ ଉପରେ ସମସ୍ତେ ଖପ୍ପା ଅଛନ୍ତି । ହେଲେ କେଉଁ ଅଦୃଶ୍ୟ ଶକ୍ତି ବଳରେ ସନ୍ତୋଷ କାହାକୁ ଖାତିର କରୁନାହାନ୍ତି, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

୫୦ରୁ ଅଧିକ ଗାଁରେ ପହଞ୍ଚିଲା ବେଦାନ୍ତ ଆଲୁମିନିୟମର ମୋବାଇଲ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ଗାଁରେ ପହଞ୍ଚୁଛି ବେଦାନ୍ତ ଆଲୁମିନିୟମର ମୋବାଇଲ ସ୍ବାସ୍ଥ୍ୟସେବା । ଓଡ଼ିଶାର ୫୨ ଗାଁର ୩୫ ହଜାରରୁ ଅଧିକ ଲୋକ ଏହାଦ୍ବାରା ଉପକୃତ ହେଉଛନ୍ତି । ରାୟଗଡା,  କଳାହାଣ୍ଡି, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ଏହି କମ୍ପାନୀ ଗତ ଦୁଇବର୍ଷ ମଧ୍ୟରେ ୨ ହଜାରରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି । ଯାହା ଅନୁନ୍ନତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରୁଛି ।

ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବାକୁ ଉଦ୍ଦେଶ୍ୟରେ ବେଦାନ୍ତ ପକ୍ଷରୁ ଏହି ମୋବାଇଲ ସ୍ବାସ୍ଥ୍ୟସେବା ମାଧ୍ୟମରେ ବିଭିନ୍ନ ପ୍ରକାରର ମାଗଣା ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ଡାକ୍ତରୀ ଯାଞ୍ଚ, ମ୍ୟାଲେରିଆ ସ୍କ୍ରିନିଂ, ରକ୍ତ ଶର୍କରା ପରୀକ୍ଷା ଓ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ରହିଛି । ପ୍ରତ୍ୟେକ ୟୁନିଟରେ ସମ୍ପୂର୍ଣ୍ଣ ଭାବରେ ଡାଇଗ୍ନୋଷ୍ଟିକ କିଟ୍ ଓ ଔଷଧ ଉପଲବ୍ଧ ହୋଇଥାଏ ।

କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକରେ, ଏହି ପଦକ୍ଷେପ ୨୧ଟି ଗାଁରେ ପହଂଚି ଥିବା ବେଳେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ୧୪ଟି, ସୁନ୍ଦରଗଡ ଜିଲ୍ଲାର ହେମଗିର ବ୍ଲକରେ ୧୧ଟି ଓ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ୬ଟି ଗାଁରେ ପହଂଚି ପାରିଛି । ସ୍ୱାସ୍ଥ୍ୟ ଶିବିର ଗୁଡ଼ିକ ସାଧାରଣତଃ ଉଚ୍ଚ ରକ୍ତଚାପ, ଗ୍ୟାସ ସମସ୍ୟା, ଫଙ୍ଗଲ୍ସ,  ରକ୍ତହୀନତା, ସାଧାରଣ ଥଣ୍ଡା, ଗଣ୍ଠି ଯନ୍ତ୍ରଣା, ଶ୍ୱାସକ୍ରିୟା ସଂକ୍ରମଣ, ମଧୁମେହ ଓ ଚର୍ମ ରୋଗର ଚିକିତ୍ସା କରାଯାଇଥାଏ । ଏହାସହ ଋତୁସ୍ରାବ ପରିଚ୍ଛନ୍ନତା, ସ୍ତନ୍ୟପାନ, ତମାଖୁ ବର୍ଜନ, କୁର୍ମୀନାଶକ, ଦୀର୍ଘକାଳୀନ ଓ ଋତୁକାଳୀନ ରୋଗ ନିବାରଣ ସମସ୍ୟାର ସମାଧାନ କରାଯାଇଥାଏ ।

ଗିଲଙ୍କ ଦୁଇଟି ଶତକ ଗମ୍ଭୀରଙ୍କ ପାଇଁ ଜୀବନ ଦାନ, ପୂର୍ବ କ୍ରିକେଟର କୋଚଙ୍କୁ ଚେତାବନୀ ଦେଇ ଚେତାଇ ଦେଲେ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତର ଧମାକାଦାର ବିଜୟ ପରେ ଏବେ ସବୁଠି ନୂଆ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ଚର୍ଚ୍ଚା । ପ୍ରଥମ ପାଳିରେ ୨୬୯ ଓ ଦ୍ବିତୀୟ ପାରିରେ ୧୬୧ ବଳରେ ଭାରତ ଇଂଲଣ୍ଡକୁ ୬୦୮ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା । ଏହାସହ ଆକାଶ ଦୀପଙ୍କ ୧୦ ଓ୍ବିକେଟ, ସିରାଜ ଓ ଜାଡେଜାଙ୍କ ବୋଲିଂ ପ୍ରଦର୍ଶନ ବଳରେ ଭାରତ ସିରିଜକୁ ୧-୧କୁ ଆଣିବାକୁ ସକ୍ଷମ ହୋଇଛି । ଆଉ ଭାରତର ଏହି ବିଜୟ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଆଶ୍ବସ୍ତି ଆଣିଛି । ଗିଲ ଓ ଭାରତୀୟ ଟିମକୁ ବିଜୟ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ସୁରିନ୍ଦର ଖାନ୍ନା ପ୍ରଶଂସା କରିବା ସହ ଗମ୍ଭୀରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଏହି ବିଜୟ ଗମ୍ଭୀରଙ୍କ ପାଇଁ ଲାଇଫ ଲାଇନ୍ ସାବ୍ୟସ୍ତ ହୋଇଛି ।

ସୁରିନ୍ଦର ଆଗକୁ କହିଛନ୍ତି, ଏହି ବିଜୟ ଗମ୍ଭୀରଙ୍କ ପାଇଁ ଲାଇଫ ଲାଇନ । ଏହା ତାଙ୍କ ଉପରେ ବଢୁଥିବା ଚାପକୁ କମାଇବାରେ ସହାୟକ ହେବ । ଆଗକୁ ଦଳର ପ୍ରଦର୍ଶନ ଯେମିତି ଏପରି ସାନାଦାର ରହିବ ତାହା ଉପରେ ଗମ୍ଭୀରଙ୍କୁ ନଜର ଦେବାକୁ ପଡ଼ିବ ।

ସୂଚନାଯୋଗ୍ୟ, ୨୦୨୪ରେ ଗମ୍ଭର ଟିମ୍ ଇଣ୍ଡିଆର କୋଚିଂ ଦାୟିତ୍ବ ସମ୍ବାଳି ଥିଲେ । ପ୍ରାରମ୍ଭରେ ତାଙ୍କ କୋଚିଂରେ ଦଳ ଭଲ ପ୍ରଦର୍ଶନ କରିଥିଲା । ଏହି ସମୟରେ ଭାରତ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ବି ଜିତି ଥିଲା । ହେଲେ ଟେଷ୍ଟ କ୍ରିକେଟରେ ଗମ୍ଭୀରଙ୍କ ରଣନୀତିକୁ ନେଇ ଏବେ ବି ପ୍ରଶ୍ନ ଉଠିବାରେ ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଭାରତକୁ ୩-୦ରେ ଶୋଚନୀୟ ଭାବେ ସିରିଜ ହାରିବାକୁ ପଡିଥିଲା । ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ବି ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ଟେଷ୍ଟ ସିରିଜ ହାରିଥିଲା । ଯେଉଁ କାରଣରୁ ଟିମ୍ ଇଣ୍ଡିଆ ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ସ୍ଥାନ ବନାଇ ପାରି ନଥିଲା । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ଗମ୍ଭୀରଙ୍କ କୋଚିଂ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଥିଲା ।

ପାକିସ୍ତାନରେ ଚମତ୍କାର: ୫ ମହଲା କୋଠା ଭୁଶୁଡ଼ି ଗୋଟିଏ ହିନ୍ଦୁ ପରିବାରର ୨୦ ମୃତ, ୩ ମାସ ଶିଶୁକନ୍ୟା ଜୀବିତ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର କରାଚି ସହର ଲିୟାରି ସହରରେ ଭୟଙ୍କର ଘଟଣା । ଭୁଶୁଡ଼ଇ ପଡିଲା ୫ ମହଲାର କୋଠା । କଂକ୍ରିଟ ତଳେ ଚାପି ହୋଇ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ହିନ୍ଦୁ ପରିବାର ୨୦ ଜଣ ସଦସ୍ୟ ଅଛନ୍ତି । ତେବେ ଏତେ ବଡ଼ ଅଘଟଣରେ ଏକ ଚମତ୍କାର ଦେଖିବାକୁ ମିଳିଛି । ଯେଉଁ ହିନ୍ଦୁ ପରିବାରର ୨୦ ଜଣ ସଦସ୍ୟ ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେହି ପରିବାରର ଏକ ତିନି ମାସର ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କରାଯାଇଛି । ପିଲାଟିକୁ ସାମାନ୍ୟ ଆଘାତ ଲାଗିଥିଲେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଭୟଙ୍କର ଘଟଣାରେ ଏକ ଶିଶୁକନ୍ୟା ଏମିତି ଜୀବିତ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରି ଦେଇଛି ।

ଏତେ ବଡ଼ ଅଘଟଣକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । କେମିତି ଓ କାହା ଅବହେଳାରୁ ଏହି ଅଘଟଣ ଘଟିଲା ତାହା ଏବେ ବଡ଼ ପ୍ରଶ୍ନ ଛିଡ଼ା କରିଛି । କୋଠା ଭୁଶୁଡ଼ିବାକୁ ନେଇ ପ୍ରଶାସନିକ ସ୍ତରରେ କୌଣସି କାରଣ ସ୍ପଷ୍ଟ କରାଯାଇନାହିଁ । ହେଲେ ସିନ୍ଧ ସରକାରଙ୍କ ପକ୍ଷରୁ କୁହାଯାଇଛି ଲିୟାରି ଅଞ୍ଚଳରେ ୨୨ଟି କୋଠା ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ଏଥିରୁ ୧୪ଟିକୁ ଖାଲି କରିଦିଆଯାଇଥିଲା । ଏହି କୋଠାଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିଲା । ଏହି କାରଣରୁ କୋଠାଟି ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।

କେମିତି ବଞ୍ଚିଗଲା ତିନି ମାସର ଶିଶୁକନ୍ୟା ?

ଘଟଣାରେ ୨୭ ଜଣ ଲୋକଙ୍କ ଜୀବନ ଯାଇଛି । ହେଲେ ଏକ ତିନି ମାସର ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଟିମର ସଦସ୍ୟ ମଜହର ଅଲ୍ଲୀ କହିଛନ୍ତି, ଖବର ପାଇବା ପରେ ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲୁ । ଆମର ପ୍ରଥମ କାମ ଥିଲା ଅଧିକରୁ ଅଧିକ ଲୋକଙ୍କୁ ଧ୍ବଂସସ୍ତୁପରୁ ଜୀବିତ ଉଦ୍ଧାର କରିବା । ଉଦ୍ଧାର କାର୍ଯ୍ୟ ବେଳେ ଏକ ତିନି ମାସର ଶିଶୁକନ୍ୟାକୁ ଜୀବିତ ଓ ସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲୁ । ହେଲେ ଶିଶୁକନ୍ୟାର ମାଓ ଓ ତାଙ୍କ ପରିବାରର ବହୁତ ଲୋକଙ୍କ ମୃତଦେହ କିଛି ଦୂରରୁ ଉଦ୍ଧାର କରାଯାଇଥିଲା । ଶିଶୁଟିର ଦେହରେ ଧୂଳି ଲାଗିଥିଲା ଓ ସେ ସାମାନ୍ୟ ଆହତ ହୋଇଥିବା ବେଳେ ନାକରୁ ରକ୍ତ ବାହାରୁଥିଲା । ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କିଛି ଆଘାତ ଲାଗି ନଥିଲା । ମଜହର କହିଛନ୍ତି, କୋଠା ଭୁଶୁଡ଼ିବା ସମୟରେ ଶିଶୁର ମାଆ ତାକୁ ବଞ୍ଚାଇବାକୁ ଦୂରକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ସେ କୋକିଳାବେନ୍ ଧୀରଭାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ନବୀନ ଏବେ ଓଡ଼ିଶା ଫେରିବେ ନାହିଁ । ସେ ଏକ ସପ୍ତାହ ମୁମ୍ବାଇରେ ହିଁ ରହିବେ । କାରଣ ସେଠାରେ ତାଙ୍କର ଭିଜିଓ ଥେରାପି ଚାଲିବ । ଏହାପରେ ସେ ଓଡ଼ିଶା ଫେରିବେ ।

ମନମୋହନ ସାମଲ ହେଲେ ଓଡ଼ିଶା ରାଜ୍ୟ ବିଜେପି ସଭାପତି, ଆସନ୍ତାକାଲି ଔପଚାରିକ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ କେହି ନାମାଙ୍କନ ଭରି ନଥିବାରୁ ଆଗକୁ ନିର୍ବାଚନ ହେବାର ନାହିଁ । ଏମିତି ସ୍ଥିତିରେ ମନମୋହନ ଦିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ ମନମୋହନଙ୍କ ନାଁ ନୂଆ ରାଜ୍ୟ ସଭାପତି ଭାବେ ଔପଚାରିକ ଘୋଷଣା କରାଯିବ ।

ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ପ୍ରାର୍ଥିପତ୍ର ଦାଖଲ କରିବାକୁ ବରିଷ୍ଠ ନେତାଙ୍କ ସହ ଆସିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତି ଥିଲେ । ଏହାସହ ବିଧାୟକ, ସାଂସଦ ଏବଂ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ବିଧାୟକ ସନ୍ତାେଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ; ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ବର : ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଵି ମାମଲା ରୁଜୁ ହୋଇଛି । ତେବେ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି ।

ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି ।

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଂଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। ଗେଟ ଖୋଲିବା ପରେ ଜଳ ନିଷ୍କାସନ ହେଉଛି ହେଲେ ବିପଦ ସଂକେତ ଛୁଇଁନି। ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ ଦେଇ ୩ ହଜାର ୧୨୪ କ୍ୟୁମେକ ଜଳ ନିଷ୍କାସନ ହେଉଛି ।

ବୁଢ଼ାବଳଙ୍ଗରେ ଅଧିକ ଜଳ ଆସିବ ହେଲେ ବିପଦ ସଂକେତ ଛୁଇଁବ ନାହିଁ। ଯାଜପୁର ଜିଲ୍ଲା ଦଶରଥପୁରରେ ଗ୍ରାମୀଣ ବିକାଶ ପ୍ରୋଟେକ୍ସନ ୱାଲ କରିବାର ଥିଲା ହେଲେ କରିନାହାନ୍ତି। ତେଣୁ ଛୋଟ ଆକାରରେ ବନ୍ଧ ଭାଙ୍ଗିଛି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।