spot_img
Home Blog Page 6902

ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ ଓ ଏସ୍ ପିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଆଲୋଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ  ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ  ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି।  ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ଜିଲ୍ଲାପାଳ, ଏସ୍‌.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ୱାରୋପ କରିଥିଲେ । ଲୋକଙ୍କ ସୁରକ୍ଷା ପାଇଁ  ସେମାନେ ଅନେକ ତ୍ୟାଗ କରୁଛନ୍ତି।  ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ପ୍ରତିକ୍ରିୟା ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ । ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ (Zero Infection Zone) କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ (Do’s & Dont’s) ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ କାର୍ଯ୍ୟାଳୟର ମୁଖ୍ୟ (Head of Office)  ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି।

କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ୱ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ ପ୍ରାୟ ତିନି ମାସ ବିତିଗଲାଣି ଏବଂ ବର୍ତ୍ତମାନ ଏସବୁ ଉଲଙ୍ଘନ ଘଟଣାରେ ଅଧିକ କଠୋର ହେବାକୁ ପଡିବ। ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ TMC  ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ କୋଭିଡ କୋର୍‌ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି।

ଘରୋଇ ହସ୍‌ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍‌ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହଟ୍‌ସ୍ପଟ୍‌ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ରଣନୀତି କରିବା ସହିତ କୋଭିଡ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀ ସଚିବ (୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି ମାନେ ଯୋଗ ଦେଇଥିଲେ।

 

ଚୀନ୍‌କୁ ଶକ୍ତ ଚାପୁଡ଼ା: ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: ଚୀନ୍‌କୁ ଭାରତର କଡ଼ା ଜବାବ । ଟିକ୍‌ଟକ୍ ସମେତ ୫୯ ଆପ୍‌କୁ ବ୍ୟାନ୍‌ କଲା ଭାରତ । ଚୀନ-ଭାରତ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିବା ବେଳେ ଚୀନ୍‌କୁ କଡ଼ା ଜବାବ ଦେଇଛି ଭାରତ । ଟିକ୍‌ଟକ୍‌ ସମେତ ୫୯ ଆ  ପ୍‌କୁ ବ୍ୟାନ୍‌ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଇଲୋକଟ୍ରନିକ୍ସ ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଯାଇଛି ।

Remove China Apps ] 15 Popular Chinese Apps and Their Indian and ...

ଯେଉଁଥିରେ ଏହି ଆପ୍‌ଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଯାଇଛି । ଏଥିସହିତ ଏହା ଦେଶର ଜନସାଧାରଣଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟ ନେଇ ମଧ୍ୟ ବିପଦ ସୃଷ୍ଟି କରିଥିଲ ।   ତେବେ ଭାରତ-ଚୀନ ତିକ୍ତତା ବଢ଼ିବା ଦିନଠାରୁ ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଡାଟା ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା । ଭାରତୀୟ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ହ୍ୟାକ୍‌ କରିବା ସହିତ ତାକୁ ନେଇ ଦେଶ ବାହାର ରଖୁଥିବା ନେଇ ମଧ୍ୟ ସୂଚନା ରହିଥିଲା । ତେବେ ଏହି ସୂଚନାକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

How short video apps stepped up in ongoing war against Covid-19 ...

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଭାରତୀୟ ରେଳବାଇ ପକ୍ଷରୁ ୪୭୧ କୋଟି ଟଙ୍କାର କଣ୍ଟ୍ରାକ୍ଟ ରଦ୍ଧ କରାଯାଇଥିଲା । ଏଥିସହିତ ଭାରତ ସଂଚାର ନିଗମ ଲିମିଟେଡ୍‌ ମଧ୍ୟ ୪ ଜି ସାମଗ୍ରୀର ଅପଗ୍ରେଡ୍ କରିବାକୁ ଚୀନ୍‌ର ସାମଗ୍ରୀକୁ ବ୍ୟବହାର ଉପରେ ମଧ୍ୟ ରୋକ୍ ଲଗାଇଥିଲା । ଏଥିସହିତ ଆହୁରୀ କୁହାଯାଉଛି ଯେ, ଚୀନରୁ ଆମଦାନୀ ହେଉଥିବା କିଛି ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ମଧ୍ୟ ବୃଦ୍ଧି କରାଯାଇପାରେ ।

 

 

ରାସ୍ତାକୁ ଓହ୍ଲାଇଲା କଂଗ୍ରେସ: ଦରବୃଦ୍ଧିରୁ ନଓହରିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ଚେତାବନୀ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ୨୧ ଦିନ ଧରି ଲଗାତର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର କଂଗ୍ରେସ ପ୍ରତିବାଦ କରିବା ସହ ଲୋକଙ୍କ ମତାମତ ସଂଗ୍ରହ କରିଛି । ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଦରବୃଦ୍ଧିରୁ ନଓହରିଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ସେପଟେ କଂଗ୍ରେସର ଏପରି ଆନ୍ଦୋଳନକୁ ବିଜେପି ଅରାଜକତା ବୋଲି କହିଛି ।

ପେଟ୍ରୋଲ-ଡିଜେଲ ଦରରେ ନିଆଁ । ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଜିଲ୍ଲାରୁ ରାଜଧାନୀ ସବୁଠି ପ୍ରତିବାଦ । ବିଜେପି କହିଲା ଏହା ଅରାଜକତା । ତୈଳଦର ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ । ୨୧ ଦିନରେ ଡ଼ିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବୃଦ୍ଧି ପରେ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଦାବି, ତୁରନ୍ତ ପ୍ରତ୍ୟାହାର କର ବର୍ଦ୍ଧିତ ଦର ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଅନ୍ୟ ନେତାମାନେ ରାଜଭବନ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏହାସହ ପିସିସି ସଭାପତି ବାଟରେ ଯାଉଥିବା ଲୋକଙ୍କୁ ଭେଟି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ନେଇ ମତ ସଂଗ୍ରହ କରିଥିଲେ । ଯଦି ଦର ପ୍ରତ୍ୟାହାର କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ କଂଗ୍ରେସ ଚେତାବନୀ ଦେଇଛି ।

ସେପଟେ ତୈଳଦର ନେଇ କଂଗ୍ରେସର ଆନ୍ଦୋଳନକୁ ଅରାଜକତା ରାଜନୀତିର ଆଖ୍ୟା ଦେଇଛି ବିଜେପି । ଦଳ କହିଛି, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅନୁସାରେ ଦେଶରେ ଦର ବୃଦ୍ଧି ଓ ହ୍ର।ସ ହେଉଛି ।

ତେଣୁ ଏହାକୁ ନେଇ କଂଗ୍ରେସ ରାଜନୀତି କରିବା ଅନୁଚିତ । ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଟପିଥବା ବେଳେ ଡିଜେଲ ଦର ବି ସାମାନ ହେଲାଣି । ମହାମାରୀ ସମୟରେ ଦରବୃଦ୍ଧିକୁ ନେଇ ଜୋର ଧରିଛି ରାଜନୀତି ।

 

ରାଜ୍ୟକୁ ଅନୁଦାନ କମିଲା ହେଲେ ଶ୍ରମିକଙ୍କ ପାଇଁ ହାତ ଖୋଲିଲେ କେନ୍ଦ୍ର ସରକାର

କରୋନା ମହାମାରୀ ପ୍ରଭାବରେ ଅର୍ଥନୀତି ନିମ୍ନଗାମୀ ହେଉଛି । କେନ୍ଦ୍ରୀୟ ରାଜସ୍ୱ ପ୍ରଭାବିତ ହୋଇଛି । ଏଣୁ ବାଧ୍ୟ ହୋଇ କେନ୍ଦ୍ର ସରକାର ମାପିଚୁପି ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଦେଉଛି । ତେବେ ପ୍ରାୟ ସମସ୍ତ ଯୋଜନା ବାବଦକୁ ରାଜ୍ୟକୁ ମିଳୁଥିବା ଅର୍ଥ କମିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ ରୋଜଗାର ଆଇନ୍‍ (ଏମ୍‍ଜିନରେଗା) ଏବଂ ଗରିବ ରୋଜଗାର କଲ୍ୟାଣ ଅଭିଯାନ (ଜିକେଆରଏ) ଭଳି ରୋଜଗାର ଭିତ୍ତିକ ଯୋଜନାର ଅର୍ଥକୁ କାଟଛାଟ ନକରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି ।

ଏପ୍ରିଲ ଓ ମଇ ମାସରେ କେନ୍ଦ୍ର ସରକାର ଠିକଣା ଭାବେ ଅର୍ଥ ଯୋଗାଉଥିଲା । ଜୁନ ମାସରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଆହୁରି ଅର୍ଥ କାଟ ହୋଇପାରେ ବୋଲି ଅନୁମାନ ହେଉଛି । ଅନ୍ୟପକ୍ଷରେ ଏମ୍‍ଜିନରେଗା ଯୋଜନାକୁ ନେଇ ସରକାର ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖି ସାରିଛନ୍ତି  । ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ଗୋଷ୍ଠୀ ହେଲେ ଶ୍ରମିକ । ଏଣୁ ଶ୍ରମିକଙ୍କ ବାବଦକୁ ହେଉଥିବା ବ୍ୟୟବରାଦ କମିବା ବଦଳରେ ବଢିବା ନେଇ କେନ୍ଦ୍ର ସରକାର କହିଛନ୍ତି ।

ତେବେ ଏବେ ପ୍ରବାସୀ ଶ୍ରମିକମାନେ ଅଣସଙ୍ଗଠିତ କାର୍ଯ୍ୟକ୍ଷେତ୍ର ଛାଡି ଏବେ ନିଜ ନିଜ ରାଜ୍ୟକୁ ଫେରି ସାରିଛନ୍ତି । ତେଣୁ ସେମାନେ ମଧ୍ୟ ଏମ୍‍ଜିନରେଗା ଯୋଜନାରେ ସାମିଲ ହେବା ଆବଶ୍ୟକ । କେନ୍ଦ୍ର ସରକାର ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ରୀଣ ୫ଶହ କୋଟି ଟଙ୍କା ଖର୍ଚ୍ଚ କରିବା ସବୁ ରାଜ୍ୟକୁ ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଗୁଡିକ ଏହି ଅର୍ଥକୁ ଆଗୁଆ ଭାବେ ଶ୍ରମିକଙ୍କ କାମ ଦେବା କ୍ଷେତ୍ରରେ ନିୟୋଜନ କରିପାରିବେ ।

ସେହିଭଳି ପ୍ରବାସୀଙ୍କ କ୍ଷେତ୍ରରେ ସରକାରଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସାମଞ୍ଜସ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷର ଏମ୍‍ଜିନରେଗା ବାବଦକୁ ବ୍ୟୟ ବରାଦ ପ୍ରଥମେ ୬୧ ହଜାର ୫ଶହ କୋଟି ଟଙ୍କା ରହିଥିଲା ଏବେ ଏହାକୁ ବଢାଇ ୧ଲକ୍ଷ ୧ହଜାର ୫ଶହ କୋଟି କରାଯାଇଛି । ଯୋଜନାରେ ସର୍ବମୋଟ୍ ୪୦ହଜାର କୋଟି ବୃଦ୍ଧି ପାଇଥିବା ହେତୁ ଓଡିଶାକୁ ଚଳିତ ବର୍ଷ ୨ହଜାର କୋଟି ଅଧିକ ମିଳିବ ।  ଅନୁରୂପ ଭାବେ ରୋଜଗାର ଭିତ୍ତିକ କେନ୍ଦ୍ରୀୟ ଯୋଜନା (ଜିକେଆରଏ) ମଧ୍ୟ ଅର୍ଥାଭାବ ଯୋଗୁଁ ପ୍ରଭାବିତ ହେବନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ନଗେନ୍ଦ୍ର ନାଥ ସିହ୍ନା ସ୍ପଷ୍ଟ କରିଛନ୍ତି ଯେ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବ । ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ବଲାଙ୍ଗିର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏହି ତାଲିକାରେ ରହିଛି ।

ପେଟ୍ରୋଲ ଦର ବୃଦ୍ଧିର ପ୍ରଭାବ ପରିବା ବଜାରରେ: ୨୦୦ ଟଙ୍କା ଛୁଇଁଲା କଲରା କିଲୋ

ସମ୍ବଲପୁର: ପନିପରିବା ଦର ଆକାଶଛୁଆଁ । ଲକଡାଉନ ସମୟରେ ପନିପରିବା ଦର ଯେତିକି ବଢ଼ିନଥିଲା ଏବେ କିନ୍ତୁ ଦୁଇଗୁଣା ହୋଇଯାଇଛି । ପେଟ୍ରୋଲ ଦର ଅହେତୁକ ବଢ଼ିବା ପରେ ପନିପରିବା ଦର ମାତ୍ରାଧିକ ବଢିଯାଇଛି । ଯାହାଦ୍ୱାରା ଖାଉଟି ପକେଟକୁ ବେଶ୍ ବାଧିଛି । ସମ୍ବଲପୁରରେ ପନିପରିବା ଦର ଗ୍ରାହକଙ୍କୁ କନ୍ଦାଉଛି ।

ଅଧିକାଂଶ ଦର କେଜି ପ୍ରତି ୬୦ ଉପରେ ରହିଛି । କମଲି ବଜାରରେ କଲରା କିଲୋ ପ୍ରତି ୨୦୦ ଟଙ୍କା ଥିବାବେଳେ ଟମାଟୋ କିଲୋ ପ୍ରତି ୫୦ ଟଙ୍କା, ବାଇଗଣ, ପୋଟଳ, ଭେଣ୍ଡି ପ୍ରଭୃତି କିଲୋପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ହଠାତ୍ ପରିବା ବଜାରରେ ଦରରେ ନିଆଁ ଲାଗିବା ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

Fuel Price Hike: Another 13 Paise Rise Takes Petrol to Rs 81 Per ...

ସେପଟେ ବଜାରରେ ପରିବା ଯୋଗାଣ ହୋଇପାରୁନଥିବା ଦୋକାନୀମାନେ କହିଛନ୍ତି । ଅନ୍ୟପଟେ ବଜାରକୁ ଆସୁଥିବା ଅଧିକାଂଶ ପନିପରିବା ଶୀଘ୍ର ନଷ୍ଟ ହେଉଥିବା ଯୋଗୁଁ ବ୍ୟବସାୟୀ କ୍ଷତି ସହୁଥିବାରୁ ଅଧିକ ଦରରେ ବିକ୍ରି କରୁଥିବା କହିଛନ୍ତି ।  ସୂଚନା ଯୋଗ୍ୟ ଯେ, ଗତ ୨୧ ଦିନରେ ମଧ୍ୟରେ ଡିଜେଲ୍‌ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଏନେଇ ଦେଶରେ ଦେଖାଦେଇଛି ପ୍ରତିବାଦ ।

ପେଟ୍ରୋଲ ଦର ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।  ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଦରବୃଦ୍ଧି ପ୍ରତ୍ୟାହାର ନକଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ସେପଟେ କଂଗ୍ରେସର ଏପରି ଆନ୍ଦୋଳନକୁ ଅରାଜକତା କହିଛି ବିଜେପି ।

ରାଜଧାନୀରେ ବୁଲୁଛି ଦନ୍ତାହାତୀ: ଆତଙ୍କିତ ଲୋକେ

ଭୁବନେଶ୍ୱର: ସହରମୁହାଁ ହାତୀପଲ । ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ଇନ୍‌ଫୋସିଟି ଇଲାକାକୁ ପଶି ଆସିଛନ୍ତି ଗଜରାଜ । ଫସଲ ନଷ୍ଟ ଆଉ ଗାଡି ଭଙ୍ଗାରୁଜା ସହ ହାତୀ ଆକ୍ରମଣରେ ଜଣେ ଶ୍ରମିକ ବି ଗୁରୁତର ହୋଇଛନ୍ତି । ହାତୀ ଉପଦ୍ରବ ଓ ବନବିଭାଗର ଉଦାସୀନତା ଯୋଗୁଁ ଭୟଭୀତ ଅଞ୍ଚଳବାସୀ ।

ଭୁବନେଶ୍ୱରକୁ ଲାଗି ରହିଛି ଚନ୍ଦକା ଜଙ୍ଗଲ । ଚନ୍ଦକା ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ସହରମୁହାଁ ହେଉଛନ୍ତି ଗଜରାଜ । ନିକଟରେ କଳିଙ୍ଗ ବିହାରରେ ହାତୀ ପଶିବା ପରେ ଆଜି ପୁଣି ଇନ୍‌ଫୋସିଟି ଇଲାକାରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଚନ୍ଦକା ଜଙ୍ଗଲରୁ ଦୁଇଟି ହାତୀ ଦାରୁଠେଙ୍ଗ ଓ ପଥରଗାଡ଼ିଆ ଦେଇ ପଶି ଆସିଥିଲେ ।

ଗୋଟିଏ ହାତୀ ଜଙ୍ଗଲ ଭିତରକୁ ଚାଲିଯିବା ଫଳରେ ଏକୁଟିଆ ହୋଇ ବାଟବଣା ହୋଇଯାଇଥିଲା ଆଉ ଏକ ଦନ୍ତାହାତୀ । ଆରମ୍ଭ କରିଥିଲା ଉପଦ୍ରବ । ଗାଡି ଭଙ୍ଗାରୁଜା ସହିତ ଫସଲ ନଷ୍ଟ କରିଦେଇଥିଲା । ଏପରିକି ଶୌଚ କରିବାକୁ ଯାଇଥିବା ଜଣେ ଶ୍ରମିକ ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲା ।

ଭୋରରୁ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ହାତୀ ଘଉଡା ଅଭିଯାନ। ଗ୍ରାମବାସୀଙ୍କ ସହଯୋଗରେ ସାଇରନ୍‌ ଓ ଶବ୍ଦ କରି ହାତୀକୁ ଘଉଡାଇବାକୁ ଚେଷ୍ଟା କରାଯାଇଥିଲା । ଭରତପୁର ଜଙ୍ଗଲ ଆଡକୁ ହାତୀଟି ପ୍ରବେଶ କରିଥିବା ବେଳେ ତାକୁ ପୁଣି ଚନ୍ଦକା ଜଙ୍ଗଲ ଭିତରକୁ ପଠାଇବାକୁ ଜଙ୍ଗଲ ବିଭାଗର ଉଦ୍ୟମ ଜାରି ରହିଛି । ହାତୀକୁ ନେଇ ଚନ୍ଦକା ଜଙ୍ଗଲ ଆଖପାଖରେ ବସବାସ କରୁଥିବା ବସ୍ତିବାସିନ୍ଦା ଚିନ୍ତାରେ ରହୁଛନ୍ତି ।

 

ପୂର୍ବରୁ ଚୀନ୍‌ରୁ ହେଉଥିଲା ଆମଦାନୀ, ଏବେ ସାରା ବିଶ୍ୱକୁ ହେବ ରପ୍ତାନୀ: ଗ୍ରୀନ୍ ସିଗନାଲ୍ ଦେଲେ ସରକାର

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର । ଯେଉଁ ଜିନିଷଗୁଡ଼ିକ ପାଇଁ ଦେଶବାସୀଙ୍କୁ ସମ୍ପୂର୍ଣ୍ଣଭାବେ ଚୀନ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ଆଜି ସେହି କ୍ଷେତ୍ରରେ ସ୍ୱାବଲମ୍ୱୀ ହେବାକୁ ଯାଉଛି ଭାରତ । କେବଳ ସ୍ୱାବଲମ୍ୱୀ ହେବ ନାହିଁ ବରଂ ଅନ୍ୟଦେଶକୁ ରପ୍ତାନୀ କରିବ ଭାରତ । ସୂଚନା ଯୋଗ୍ୟ ଯେ, ଦେଶ ପ୍ରସୋନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟର ସପ୍ଳାଇ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ୁଥିଲା କାହିଁକି ନା ମାର୍ଚ୍ଚ ପୂର୍ବରୁ କ୍ଳାସ୍‌ ୩ ଲେବଲର ପିପିଇ କିଟ୍ ପ୍ରସ୍ତୁତ ହେଉନଥିଲା ।

जिसके लिए चीन पर थे निर्भर, अब उसका भारत करेगा निर्यात, सरकार की हरी झंडी

କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଦେଶରେ ବହୁ କମ୍ପାନୀ ପିପିଓ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ୨ ମାସରୁ ମଧ୍ୟ କମ୍‌ ସମୟ ମଧ୍ୟରେ ଭାରତ ପିପିଇ କିଟ୍ ପ୍ରସ୍ତୁତ କରିବାରେ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛି । ଏବଂ ଭାରତ ଏବେ who ଷ୍ଟାଣ୍ଡର୍ଡ ପିପିଇ କିଟ୍ ରପ୍ତାନୀ କରିବ । ଏଯାବତ୍ ପିପିଇ କିଟ୍ ରପ୍ତାନୀ କରବି  ନେଇ ରୋକ୍‌ ଲଗାଇଥିଲେ ।

जिसके लिए चीन पर थे निर्भर, अब उसका भारत करेगा निर्यात, सरकार की हरी झंडी

କିନ୍ତୁ ଉତ୍ପାଦନ ଅଧିକ ହେଉଥିବାରୁ ସରକାର ପ୍ରତି ମାସରେ ୫୦ ଲକ୍ଷ ପିପିଇ କିଟ୍ ରପ୍ତାନୀ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥାତ ଏଣିକି ପ୍ରତି ମାସରେ ୫୦ ଲକ୍ଷ ପିପିଇ କିଟ୍ ରପ୍ତାନୀ କରିବ ଭାରତ । ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ୍ ସୂଚନା ଦେଇ କହିଛନ୍ତି ଯେ, ମେକ୍ ଇନ୍‌ ଇଣ୍ଡିଆ୍‌ ଅନୁଯାୟୀ ରପ୍ତାନୀକୁ ପ୍ରୋତ୍ସାହନ ଦିଆଯିବ ।

जिसके लिए चीन पर थे निर्भर, अब उसका भारत करेगा निर्यात, सरकार की हरी झंडी

୪ ମାସ ମଧ୍ୟରେ ପୂରା ହେଲା ସ୍ୱପ୍ନ

କରୋନା ପିପିଇ କିଟ୍ ମାମାଲାରେ ଭାରତ ଆତ୍ମନିର୍ଭର ହୋଇପାରିଛି । ଫେବ୍ରୁଆରୀ ୨୦୨୦ରେ ପ୍ରଥମେ ଭାରତରେ ଷ୍ଟାଣ୍ଡାର୍ଡ ପିପିଇ କିଟ୍ ପ୍ରସ୍ତୁତ ହେଉନଥିଲା । ଯେତେବେଳେ ଦେଶ ତଥା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ଭାରତ ମଧ୍ୟ ଏହାର ମୁକାବିଲାରେ ଲାଗିଗଲା । ଭାରତକୁ ବିଦେଶରୁ ୫୨ ହଜାର କିଟ୍ ଆମଦାନୀ କରିବାକୁ ପଡ଼ିଥିଲା । କିନ୍ତୁ ଯେଉଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା ଦେଶରେ ପିପିଇ କିଟ୍‌ର ଅଭାବ ଦେଖାଗଲା

जिसके लिए चीन पर थे निर्भर, अब उसका भारत करेगा निर्यात, सरकार की हरी झंडी

ସୂଚନା ଯୋଗ୍ୟ ଯେ, ଆମେରିକା, ଚୀନ ଏବଂ ୟୁରୋପିଇ ଦେଶଗୁଡ଼ିକରେ ବଡ଼ ସଂଖ୍ୟାରେ ପିପିଇ କିଟ୍ ପ୍ରସ୍ତୁତ କରୁଛନ୍ତି । ଏବଂ ଭାରତ ମଧ୍ୟ ସେଠାରୁ ଆମଦାନୀ କରୁଥିଲା । କିନ୍ତୁ ଏବେ ଭାରତରେ ବହୁ ସଂଖ୍ୟାରେ ପିପିଇ କିଟ ପ୍ରସ୍ତୁତ ହେଉଛି । ଏଣୁ ଏବେ ଏହାର ରପ୍ତାନୀ ମଧ୍ୟ କରାଯିବ । ବର୍ତ୍ତମାନ ଭାରତ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ମାନର  ପିପିଇ କିଟ୍‌ ପ୍ରସ୍ତୁତି ନେଇ ଲାଗିପଡ଼ିଛି । ସୂଚନା ଯୋଗ୍ୟ ଯେ , ଗତ ମାର୍ଚ୍ଚରେ ପିପିଇ କିଟ୍ ପ୍ରସ୍ତୁତ ନେଇ ଅନୁମିତ ଦେଇଥିଲେ ।

ଭିଡିଓ ଜାରି କରି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, ଲୋକଙ୍କୁ ହକର ଲଢେଇ ପାଇଁ ଆହ୍ୱାନ ଦେଲେ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ….

କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହୋଇଛି  । ଫଳସ୍ୱରୂପ ଦେଶର ସବୁ ଶ୍ରେଣୀର ଲୋକେ ଆର୍ଥିକ ସମସ୍ୟା ସହ ଜୁଝୁଛନ୍ତି । ମାତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ଲୋକେ । ଜୀବନ ଜୀବିକା ଠପ୍ ହୋଇ ପଡିଥିବା ହେତୁ ଏମାନଙ୍କ ପାଖରେ ଅର୍ଥାଭାବ ଦେଖା ଦେଇଛି । କଂଗ୍ରେସ ସରକାର ଏହାର ପ୍ରତିକାର ଉପରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସରକାର ଏସବୁ କ୍ରମାଗତ ଭାବେ ବେଖାତିର କରୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ସରକାର କୋଭିଡ୍-ପ୍ୟାକେଜ ବାବଦକୁ ୧ ବର୍ଷ ପାଇଁ ଏକ ରୋଡ୍ ମ୍ୟାପ୍ ଘୋଷଣା କରିଥିବା ବେଳେ ବାସ୍ତବରେ ଏବେ ଦେଶର ମଧ୍ୟବିତ୍ତ ଓ ଗରିବ ଲୋକେ ଅଲଗା କିଛି ଆବଶ୍ୟକ କରୁଛନ୍ତି । ଆମେ ସରକାରଙ୍କ ପାଖରେ ଦାବି ରଖିଥିଲୁ ଯେ ସେମାନଙ୍କୁ ୩ ମାସ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ସିଧାସଳଖ ଭାବେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ତାଙ୍କ ପାଖରେ ଅର୍ଥ ପହଞ୍ଚୁ । ମାତ୍ର ସରକାର କଂଗ୍ରେସର ପରାମର୍ଶକୁ ଗୁରୁତ୍ୱ ନଦେଇ ଏକ ଅନାବଶ୍ୟକ ପ୍ୟାକେଜର ଘୋଷଣା କରିଛନ୍ତି । ଯାହା ଦେଶର ମଧ୍ୟବିତ୍ତ ଓ ଗରିବଙ୍କ ସ୍ୱାର୍ଥ ଉପରେ ପର୍ଯ୍ୟବେଷିତ ନୁହେଁ । ସେହିଭଳି ଆର୍ଥିକ ସମସ୍ୟା ସହ ଜୁଝୁଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ପରିବର୍ତ୍ତେ ସରକାର ଉଦ୍ୟୋଗପତିଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି । ସରକାରଙ୍କ ସହ ଭଲ ସମ୍ପର୍କରେ ଥିବା ୧୫ଟି ବଡ ଉଦ୍ୟୋଗକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଉଦ୍ୟୋଗଗୁ୍ଡିକଙ୍କ ପାଇଁ ଟିକସ ଛାଡ କରିଛନ୍ତି । ଯାହା ଫଳରେ ବଡ଼ ଉଦ୍ୟୋଗ ଲାଭବାନ ହୋଇଛନ୍ତି ।

ଅନ୍ୟପକ୍ଷରେ କରୋନା ମହାମାରୀ ଭଳି ଭୟଙ୍କର ସ୍ଥିତିରେ ମଧ୍ୟ ସରକାର ସାଧାରଣ ଲୋକଙ୍କ ଉପରେ ଟିକ ମାଡ କରିବାରେ ଗୋଟିଏ ହେଲେ ସୁଯୋଗ ହାତ ଛଡା କରୁ ନାହାନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ସେ ନିଜ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ଯେ ଏବେ ତୈଳ ଦର ସର୍ବକାଳୀନ ନିମ୍ନ ମୂଲ୍ୟରେ ରହିଥିବା ବେଳେ ସରକାର ତୈଳ ଦର ଉପରେ ଟିକସ ମାଡ଼ କମାଇବାରେ ଇଚ୍ଛୁକ ନାହାନ୍ତି । ମୋଦୀ ସରକାର ୨୨ ଥର ତୈଳ ଦର ବଢାଇ ସାରିଛନ୍ତି । ସାଧାରଣ ଲୋକଙ୍କ ପ୍ରତି ଥିବା ସମ୍ୱେଦନହୀନ ମନୋଭାବକୁ ବାରିବା ପାଇଁ ଏହା ଯଥେଷ୍ଟ ବୋଲି ସେ କହିଛନ୍ତି ।

ତାଙ୍କ କହିବା କଥା ଯେ ତୈଳ ଦର ବଢିବା ଦ୍ୱାରା ସାଧାରଣ ଲୋକେ ଉଭୟ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇ କ୍ଷତି ସହୁଛନ୍ତି । ପ୍ରଥମତଃ ଲୋକେ ଗାଡି ମଟର ଚଳାଇବା ପାଇଁ ଏବେ ପୂର୍ବାପେକ୍ଷା ଅଧିକ ଟଙ୍କା ବ୍ୟୟ କରୁଛନ୍ତି, ଯାହା ସମସ୍ତଙ୍କୁ ବାଧୁଛି । ଅନ୍ୟପକ୍ଷରେ ତୈଳ ଦର ବଢିବା ହେତୁ ପରିବହନ ଦର ମଧ୍ୟ ବଢିଛି । ଉଦ୍ୟୋଗରେ ତୈଳକୁ କଞ୍ଚାମାଲ ଭାବେ ବ୍ୟବହାର ମଧ୍ୟ ହୁଏ । ତେଣୁ ଏବେ ଉତ୍ପାଦିତ ମୂଲ୍ୟ ମଧ୍ୟ ବଢିବ । ଯାହା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ବଢିବ । ଲୋକଙ୍କୁ ବର୍ଦ୍ଧିତ ଉତ୍ପାଦିତ ମୂଲ୍ୟରେ ବସ୍ତୁ ଖରିଦ କରିବାକୁ ପଡିବ । ଏଣୁ ସରକାର କରୋନା ବେଳେ ସାଧାରଣ ଲୋକଙ୍କ ଉପରେ ଏଭଳି ବୋଝ ନଦିବା ନିହାତି ପକ୍ଷେ ସମ୍ୱେଦନହୀନ ଓ ଦୁର୍ଭାଗ୍ୟଜନକ ଘଟଣା ନିଷ୍ପତ୍ତି ବୋଲି ରାହୁଲ କହିଛନ୍ତି । ଏହାବ୍ୟତୀତ ସାଧାରଣ ଲୋକଙ୍କ ମସମର୍ଥନ ଭିକ୍ଷା କରି କହିଛନ୍ତି ଯ ଆମେ ସମସ୍ତେ ଏକଜୁଟ ହୋଇ ସରକାରଙ୍କର ଏଭଳି ଜନତା ବିରୋଧୀ ଆଭିମୁଖ୍ୟକୁ ବିରୋଧ ନକଲେ ସରକାର ନିଜ ନିଷ୍ପତ୍ତି ବଦଳାଇବା ନାହିଁ । ଏଣୁ ତୈଳ ଓ ଆର୍ଥନୀତିକ ସଙ୍କଟ ସମୟରେ ସରକାରଙ୍କୁ ପ୍ରଶ୍ନ କରିବା ସହ ନିଜ ହକର ଲଢେଇ ଲଢିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

ପବଜୀଠାରୁ ଟ୍ରୁକଲର୍‌: ୫୩ ଟି ଆପ୍ ଚୋରି କରୁଛନ୍ତି ଆପଣଙ୍କ ଡାଟା!

ନୂଆଦିଲ୍ଲୀ: ଆପ୍‌ ପାଲଟିଛି ଗୁପ୍ତଚର । ଆପ୍‌ ମାଧ୍ୟମରେ ଚୋରି ହେଉଛି ମୋବାଇଲ୍‌ ୟୁଜରଙ୍କ ତଥ୍ୟ । ପୂର୍ବରୁ ମୋବାଇଲ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ଟିକ୍‌ଟକ୍‌ ନଜର ରଖୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏଭଳି ୫୩ ଟି ଆପ୍‌ର ତାଲିକା ପ୍ରକାଶ କରିଛନ୍ତି ଗବେଷକ ।

Is Tik Tok the New Wave? - The New Englander eNewspaper

Ars Technicaର ରିପୋର୍ଟ ଅନୁଯାୟୀ ତଲାଲ୍ ହଜ୍‌ ଏବଂ ଟମି ମିସ୍କ ନାମକ ୨ ଜଣ ଗବେଷକ ମାର୍ଚ୍ଚରେ ଏହି ବିଷୟ ଲୋକଲୋଚନକୁ ଆଣିଥିଲେ । ଏହା ପରେ ବି କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ଏବେ ମଧ୍ୟ ଏହି ଆପ୍‌ଗୁଡ଼ିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖୁଛି ।

PUBG Mobile, Peace Elite's global revenue exceeds $1.5bn

ଚୋରି ହୋଇପାରେ ଆଇଡି ପାସ୍ଓ୍ୱାର୍ଡ

ରିପୋର୍ଟ ଅନୁଯାୟୀ ଏହି ଆପ୍‌ ବ୍ୟବହାରକାରୀଙ୍କ ଆଇଡି ଏବଂ ପାସ୍ଓ୍ୱାର୍ଡ ଭଳି ସମ୍ୱେଦନଶୀଳ ସୂଚନା ମଧ୍ୟ ଚୋରି ହୋଇପାରେ । ଏହି ଆପ୍‌ଗୁଡ଼ିକ ଫୋନ୍‌ର Key board  ଉପରେ ନଜର ରଖେ । ଯାହା ଦ୍ୱାରା ଆପଣଙ୍କ ମୋବାଇଲ୍‌ ୟୁଜରନେମ୍‌ ଓ ପାସଓ୍ୱାର୍ଡ ମଧ୍ୟ ଚୋରି ହୋଇପାରେ ।

Fruit Ninja® - Apps on Google Play

ଏହି ସବୁ ଗେମିଂ ଆପ୍‌ଗୁଡ଼ିକ ଡାଟା ଚୋରି କରୁଥିବା ଅଭିଯୋଗ

୮ ବଲ୍‌ ପୁଲ୍‌, ଅମେଜ୍‌, ବ୍ଳେଜେଡ୍, ବ୍ଳାକ୍‌ ପଜଲ, କ୍ଳାସିକ୍ ବ୍ଳେଜେଡ୍, କ୍ଳାସିକ୍‌ ବ୍ଳେଜେଡ୍ ଏଚ୍‌ଡି, ଫିଳ୍ପ ଦ ଗେମ୍‌, ଫ୍ରୁଟ୍ ନିଞ୍ଜା, ଗୋଲ୍ଫ ମାଷ୍ଟର୍ସ, ଲେଟର ସୁପ୍, ଲବ ,ନିକ୍କି, ମାଇ ଏମା, ପ୍ଳେନେଟ V/S  ଜମ୍ୱୋ ହିରୋଜ, ପୁକିଂ, ପବଜୀ ମୋବାଇଲ୍‌, ଟମ୍ୱ ଅପ୍‌ ଦ ମାସ୍କ, ଟୋଟାଲ ପାର୍ଟି କିଲର, ଟୋଟାଲ ପାର୍ଟି କିଲ୍‌, ଓ୍ୱାଟର ମାର୍ବଲିଂ,

Truecaller Voice VoIP Calling Feature Launched, Now Rolling Out on ...

ସୋସିଆଲ୍ ନେଟ୍‌ଓ୍ୱର୍କିଂ ଆପ୍‌ ମଧ୍ୟ ରଖୁଛି ନଜର

ଟିକଟକ୍‌, ଟୁଟାକ୍, ଟ୍ରୁକଲର୍‌, ବାଇବର, ବିବୋ, ଜୁସ୍କ

Alibaba Targets Amazon Through AliExpress Expansion

ଏହି ଆପ୍‌ଗୁଡ଼ିକ ମଧ୍ୟ ବିପଜ୍ଜନକ

୧୦% ହେପିୟର୍: ମେଡିଟେସନ୍‌, ୫.୦ ରେଡିଓ ପୁଲିସ ସ୍ନେକର, ଏକ୍ୟୁବେଦର, ଅଲ୍ଲୀ ଏକ୍ସପ୍ରେସ୍ ସପିଂ ଆପ୍‌, ବେଡ୍ ବାଥ୍‌ ଆଣ୍ଡ ବିୟାଣ୍ଡ, ଡେଜ୍ନ, ହୋଟେଲ୍‌. କମ୍‌, ହୋଟେଲ୍‌ ୟୁନାଇଟ୍‌, ଅବଷ୍ଟ୍ରାକ୍ ପିଗ୍‌ମେଣ୍ଟ, ରିକଲର୍‌ କଲରିଂ ବୁକ୍‌ ଟ୍ରୁ କଲର, ସ୍କାଇ ଟିକଟ, ଦ ବେଦର ନେଟଓ୍ୱର୍କ

ଆଇଫୋନ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଛି ଟିକଟକ୍ !

କିଛି ନ୍ୟୁଜ୍‌ ଆପ୍‌ଗୁଡ଼ିକ୍ ମଧ୍ୟ ଜାସୁସ୍ କରୁଥିବା ଅଭିଯୋଗ

ରିପୋର୍ଟରେ ଯେଉଁ ଆପ୍‌ଗୁଡ଼ିକର ଲିଷ୍ଟ ଦିଆଯାଇଛି ସେଥିରୁ କିଛି ନ୍ୟୁଜ୍‌ ଆପ୍ ମଧ୍ୟ ରହିଛି । ୟେ ନ୍ୟୁଜ୍‌ ଆପ୍‌ ios ୟୁଜର୍ସଙ୍କ କ୍ଳିପ୍‌ବୋର୍ଡ ଡାଟା ଉପରେ ମଧ୍ୟ ନଜର ରଖୁଛନ୍ତି । ଏଥି ସହିତ ଅନ୍ୟ କିଛି ବ୍ରାଣ୍ଡେଡ୍ ଆପ୍‌ ମଧ୍ୟ ସାମିଲ ରହିଛି ।

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ଇମ୍ରାନ ନିର୍ଦ୍ଦେଶ ଦେଲେ, ଆତଙ୍କବାଦୀଙ୍କୁ ଜୀବିତ ଧର…. ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୪ଜଣ ପାକିସ୍ତାନୀ ଆତଙ୍କବାଦୀ ଏକ କାର୍ ଯୋଗେ ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ପାଖରେ ପହଞ୍ଚି  ପ୍ରଥମେ ଗ୍ରେନେଡ ମାଡ କରିବା ସହ ବିଲ୍ଡିଂ ଭିତରେ ପଶି ଗୁଳି ବର୍ଷଣ କରିଛନ୍ତି । ତେବେ ଏବେ ପାକିସ୍ତାନ ପୁଲିସ ଚାରିଜଣ ଯାକ ଆତଙ୍କବାଦୀଙ୍କୁ ମାରି ସାରିଛି । ଏହି ଅପରେସନରେ ଆତଙ୍କବାଦୀଙ୍କ ବାଦ ୬ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରେ ଚାରିଜଣ ସୁରକ୍ଷାକର୍ମୀ, ଜଣେ ପୁଲିସ ଓ ଜଣେ ସାଧାରଣ ଲୋକ ରହିଥିଲେ । ଆତଙ୍କବାଦୀମାନଙ୍କ ପାଖରେ ଉନ୍ନତମାନର ଅସ୍ତ୍ର ଶସ୍ତ୍ର ଓ ଗ୍ରେନଡ୍ ଥିବାର ସୂଚନା ମିଳିଛି ।

 

ତେବେ ପୁଲିସ ପହଞ୍ଚିବା ପୂର୍ବରୁ ପାକିସ୍ତାନ ଷ୍ଟକ୍ ଏକ୍ସଚେ଼ଞ୍ଜର ବହୁ ମୂଲ୍ୟବାନ ସମ୍ପତ୍ତିକୁ ଆତଙ୍କବାଦୀମାନେ ନଷ୍ଟ କରିସାରିଥିଲେ । ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରେ ଥିବା ବିଭିନ୍ନ ବ୍ୟାଙ୍କର ମୁଖ୍ୟଶାଖା ଓ ସୁରକ୍ଷା ସେଣ୍ଟର ମଧ୍ୟ ଧ୍ୱଂସ ପାଲଟି ଯାଇଛି । ଏନେଇ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ପକ୍ଷରୁ ଟୁଇଟରରେ ମଧ୍ୟ ସୂଚନା ଦିଆଯାଇଛି । ଟୁଇଟରେ ଲେଖାଅଛି ଯେ ଏଯାବତ୍ ସ୍ଥିତି ସ୍ୱାଭାବିକ ହୋଇନାହିଁ । ସୁରକ୍ଷା କର୍ମୀଙ୍କ ସହାୟତାରେ ପରିଚାଳନାଜନିତ କାର୍ଯ୍ୟକୁ ପୂର୍ବବତ୍ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ କ୍ଷୟକ୍ଷତି ନେଇ ସୂଚନା ଦିଆଯିବ । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦ ଆକ୍ରମଣରେ ଜୀବନ ଯାଇଥିବା ବ୍ୟକ୍ତି ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି  ।

ସେ ଟୁଇଟରରେ ଲେଖିଛନ୍ତି ଯେ ଆତଙ୍କବାଦ ବିରୋଧରେ ଆମ ଲଢେଇକୁ କଳଙ୍କିତ କରିବା ପାଇଁ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଆକ୍ରମଣ କରାଯାଇଛି । ସେହିଭଳି ଆଇଜି ଓ ସୁରକ୍ଷା କର୍ମୀମାନଙ୍କୁ ସେ ଆତଙ୍କବାଦୀମାନଙ୍କୁ ଜୀବିତ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆତଙ୍କବାଦୀମାନଙ୍କୁ ଜୀବିତ ଧରି ପାରିଲେ ସେମାନଙ୍କ ପ୍ରଚ୍ଛଦ ପଟ୍ଟରେ ଥିବା ପରିଚାଳକମାନଙ୍କୁ ମଧ୍ୟ ସମାନ ଦଣ୍ଡ ମିଳିପାରିବ ବୋଲି ଇମ୍ରାନ କହିଛନ୍ତି । ସେ ଶେଷରେ ଲେଖିଛନ୍ତି ଆମେ କୌଣସି ମୂଲ୍ୟ ଦେଇ ସିନ୍ଧର ରକ୍ଷା କରିବା ।