spot_img
Home Blog Page 6883

ଅପରାଧୀଙ୍କୁ ଦେଇଛନ୍ତି ପ୍ରୋତ୍ସାହନ, ଜାଣନ୍ତୁ ପୁରା ରିପୋର୍ଟ କାର୍ଡ….

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ଏକ ବର୍ଷ ଭିତରେ କରିଥିବା କାମର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । l ତେବେ ନିଜ ଟିମରେ ଯେଉଁମାନଙ୍କୁ ସେ ନିଜର ୱାର୍ଡ ପ୍ରତିନିଧି ଭାବେ ବାଛିଛନ୍ତି ସେମାନେ ସମସ୍ତଙ୍କ କ୍ରାଇମ ରେକର୍ଡ ବେଶ ଲମ୍ବା । ଆଶ୍ଚର୍ଯ୍ୟଜନକ ଭାବେ ରାଜନୀତିରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଏହି ନେତ୍ରୀ ନିଜ କାର୍ଯ୍ୟକୁ ସମାଜ ସୁଧାରର ନାଁ ଦେଇଛନ୍ତି । କେବଳ ଏତିକି ନୁହେଁ, ନିର୍ବାଚନ ସମୟରେ ସେ ମହିଳାଙ୍କୁ ନାରୀ ସଶକ୍ତିକରଣ ନାଁରେ ବେଶ କିଛି ସ୍ୱପ୍ନ ଦେଖାଇଥିଲେ । ହେଲେ ସେସବୁ ଦିଗରେ କାମ କରିବା ପରିବର୍ତ୍ତେ ରାଜନୀତିକୁ ଅପରାଧିକରଣ କରିବାରେ ବ୍ୟସ୍ତ ଅଛନ୍ତି ।

Is Aparajita criminalising politicsସେ ଦେଇଥିବା ୧୪ ୱାର୍ଡ ପ୍ରତିନିଧିଙ୍କ ବିରୋଧରେ ୨୪ଟି ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ଧବଳେଶ୍ୱର ମୂର୍ତ୍ତି, ରାଜେନ୍ଦ୍ର ନାୟକ, ବିଭୁ ପ୍ରସାଦ ନନ୍ଦ, ଶିବ ପ୍ରସାଦ ବେହେରା, ବିଜୟାନନ୍ଦ ପରିଡ଼ା, ମନୋଜ କୁମାର ଜେନା, ସନ୍ତୋଷ କୁମାର ଜେନା, ବି. ଶିବା, ସିଦ୍ଧାନ୍ତ ପ୍ରଧାନ, ଦୁଷ୍ମନ୍ତ ପରିଜା ଓ ପ୍ରଭାତ କୁମାର ପରିଡ଼ାଙ୍କ ବିରୋଧରେ ରହିଛି ହିଂସାକାଣ୍ଡ ଓ ଆକ୍ରମଣ ଅଭିଯୋଗ ।  ତେବେ  ଏହି ଅପରାଧୀଙ୍କ ପାଇଁ ଅପରାଜିତା ଓକିଲାତି କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ପ୍ରମୁଖ ଭାବେ ଜଣାଶୁଣା ଦେବାଶିଷ ନାୟକ, ଓରଫ ଜିମ୍ ବାପି । ତାଙ୍କ ବିରୋଧରେ ୨୦ଟି ମାମଲା ଥିବାବେଳେ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବି ଲାଗୁ ହୋଇଛି ।

ଏପରିକି ଦେବାଶିଷ ଓ ତାଙ୍କ ତିନି ଜଣ ସହଯୋଗୀ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ବର୍ଷ ତଳେ ଗିରଫ ହୋଇଥିଲେ । କେବଳ ଏତିକି ନୁହେଁ, ଏକ ଇଂଜିନିୟରିଂ କଲେଜ ମାଲିକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଗିରଫ ମଧ୍ୟ ହୋଇଥିଲେ। ହେଲେ ସେହି ଦେବାଶିଷ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିଅରର ପୋଷ୍ଟର ବୟ ପାଲଟିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କୁ ସଶକ୍ତ କରିବା ସ୍ଲୋଗାନ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଅପରାଜିତା । ସେମାନଙ୍କୁ ମାଇକ୍ରୋ ଉଦ୍ୟୋଗୀ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଆଜି ଅପରାଜିତା ଯେଉଁ ୫୬ ପୃଷ୍ଠାର ରିପୋର୍ଟ କାର୍ଡ ଦେଇଛନ୍ତି, ସେଥିରେ ଏହି ପ୍ରସଙ୍ଗର ଚିହ୍ନ ବର୍ଣ୍ଣ ନାହିଁ । ଏ ଦିଗରେ ଗତ ବର୍ଷକ ମଧ୍ୟରେ କାଣିଚାଏ ବି କାମ ହୋଇନଥିବା ବେଳେ ନିକଟରେ କିଛି ବ୍ୟାଙ୍କ ସହ ଆଲୋଚନା ହୋଇଥିବା ସଫେଇ ଦେଇଛନ୍ତି ।

 

ବିହାରରେ ପ୍ରକୃତିର ତାଣ୍ଡବ: ଅକାଳରେ ଚାଲିଗଲା ୨୫ ଜୀବନ

ପାଟଣା: ବିହାରରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପଗୁରୁବାର ଦିନ ବଜ୍ରପାତ ଯୋଗୁଁ ବିଭିନ୍ନ ଜିଲ୍ଲାରେ ୨୫ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ପାଟଣାରେ ୯ ଜଣ, ସମସ୍ତିପୁରରେ ୮ ଜଣ, ପୂର୍ବ ଚମ୍ପାରନରେ ୪ ଜଣ, ଶିବହାର ଏବଂ କାଟିହାରରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ତେବେ ସରକାରୀ ତଥ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ପାଟନା ଜିଲ୍ଲାରେ ୫ ଜଣ, ମୋତିହାରୀରେ ୪ ଜଣ, ଶିବହାରରେ ୨ ଜଣ ଏବଂ ସମସ୍ତିପୁରରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

Bihar: 25 killed due to lightning strike in Patna, Samastipur

ପାଟଣା ଜିଲ୍ଲାରେ ୯ ଜଣଙ୍କ ମୃତ୍ୟୁ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପାଟଣାରରେ ୫ ଜଣ ବଜ୍ରାଘାତର ଶିକାର ହୋଇଛନ୍ତି । ସରକୁନା, ସୋରାମପୁର, ଜିଆଇଡିରେ ଗାଁରେ ଘଟିଛି ଏଭଳି ଅଘଟଣ । ତେବେ ଅନ୍ୟ ଆହତ ଲୋକଙ୍କ ଚିକିତ୍ସା ପାଇଁ ଦୁଲହିନ୍ ବଜାର ସ୍ଥିତି ରେଫରାଲ୍‌ ହସ୍ପିଟାଲରେ ଭର୍ତ୍ତିହୋଇଛନ୍ତି  । ଅନ୍ୟ ପକ୍ଷରେ ବିହଟାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହତ ଦାନାପୁରରେ ଜଣେ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି  ।

Superbolts' of lightning strike when scientists least expect ...

ସମସ୍ତିପୁରରେ ୮ ଜଣଙ୍କର ମୃତ୍ୟୁ ଘଟିଛି

ସମସ୍ତିପୁରରେ ମଧ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ରୋସ୍‌ରା ବଟହାରେ ୩ ଜଣ, ପୁସାର ମୋରଷଣ୍ଡରେ ଜଣେ, ସମସ୍ତିପୁରର ରାଜଖଣ୍ଡରେ ଜଣେ, ମୁସାରୀଧରାରୀର ଲାଟବେସ୍‌ପୁରରେ ଜଣେ, ବିଭୂତିପୁରର ଖାସଟଭକା ଓ୍ୱାର୍ଡ ନଂ ୮ରେ ୨ଜଣଙ୍କ ମୃତ୍ୟୁ ହୋଇଛି ।

ପୂର୍ବ ଚମ୍ପାରନ୍‌-ଶିବହରରେ ୬ ଜଣଙ୍କର ମୃତ୍ୟୁ

ପୂର୍ବ ଚମ୍ପାରନରେ ବଜ୍ରପାତରେ ୪ ଜଣ ଲୋକ ଆହତ ହୋଇଥିଲେ। ବଞ୍ଜରିଆର ଅଜଗରୱା ଏବଂ ଅଦାପୁରର କାଟଗେନୱାଠାରେ ପୃଥକ ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ପଟାହିର ପାର୍ସୁନି କପୁରରେ ମହିଳାଙ୍କ ମୃତ୍ୟୁ ଘଟିଛି। ବ୍ୟାଙ୍କକାଟାର କୋଡାର୍କଟରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶିବରରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ଥିବା ତରୟାନୀଙ୍କ ଛପ୍ରା ଏବଂ ମାଧୋପୁର ଛତା ଗ୍ରାମରେ ଧାନ ଲଗାଇବା ସମୟରେ ଏହି ଦୁର୍ଘଟଣା ଘଟିଛି।

Curious Kids: should I be scared of lightning?

କାଟିହାର ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି

କାଟିହାରରେ ବଜ୍ରପାତ ଯୋଗୁଁ ୨ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୁରୁଷ ଗୁରୁତର ଆହତ ହୋଇଛନ୍ତି। କୋଡା ପୋଲିସ ଷ୍ଟେସନ ପରିସରର ବିନୋଦ ପୁର ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ବିଷୟରେ କୁହାଯାଉଛି ଯେ ଖରାପ ପାଗ ମଧ୍ୟରେ ସାଜେନୁର ଖାତୁନ୍‌, ରଜିଆ ଖାତୁନ୍ ଏବଂ ମହମ୍ମଦ ମୋତିନ୍‌ ବିଲରେ କାମ କରୁଥିଲେ। ଏଥିସହିତ ବଜ୍ରପାତ ହେତୁ ଏହି ଲୋକମାନେ କ୍ଷେତରେ ନିର୍ମିତ ମୋଟର ରୁମ ନିକଟରେ ପହଞ୍ଚିଥିଲେ, କିନ୍ତୁ ବଜ୍ରପାତ ହେତୁ ଦୁହେଁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଗୁରୁତର ଅବସ୍ଥାରେ ମହମ୍ମଦ ମାଟିନଙ୍କୁ ସଦର ଡାକ୍ତରଖାନାକୁ ପଠାଯାଇଛି।

ବିହାରରେ ପ୍ରାକୃତିକ ତାଣ୍ଡବ, ଚାଲିଗଲା ୮୩ ଜଣଙ୍କ ଜୀବନ…

 

ଆକାଉଣ୍ଟ ହ୍ୟାକିଂରୁ ବଞ୍ଚିବାକୁ ଆପଣାନ୍ତୁ ଏହି ୫ ଉପାୟ

ନୂଆଦିଲ୍ଲୀ: ଜମାନା ସୋସିଆଲ୍ ମିଡିଆର । ଆଉ ସୋସିଆଲ୍ ମିଡିଆ ମାୟାରେ ବାୟା ସମସ୍ତେ । ହ୍ୱାଟ୍ସଆପ୍, ଫେସବୁକ୍ ଭଳି ସୋସିଆଲ୍ ମିଡିଆ ଫ୍ଲାଟଫର୍ମ ବହୁତ ଲୋକପ୍ରିୟ । ଦୁନିଆରେ ଫେସବୁକର ୨୦୦ କୋଟିରୁ ଅଧିକ ୟୁଜର ଅଛନ୍ତି । ଏମିତିରେ ହ୍ୱାଟ୍ସଆପ୍ ଭଳି ଆପରେ ହ୍ୟାକିଂ ସମସ୍ୟା ବଢ଼ି ଚାଲିଛି । ଏମିତି ଫ୍ରଡ୍ ବା ସାଇବର ହ୍ୟାକର୍ସଙ୍କ ଠାରୁ ବର୍ତ୍ତିବା ପାଇଁ ଆସନ୍ତୁ କିଛି ଜାଣିବା କିଛି ଟିପ୍ସ ।

ପ୍ରାଇଭେସି ସେଟିଂସ୍- ହ୍ୱାଟ୍ସଆପରେ ଟୁ-ଷ୍ଟେପ୍ ଭେରିଫିକେସନ୍ କୋଡ୍ ଓ ଫେସବୁକରେ ପ୍ରାଇଭେସୀ ସେଟିଂସର ବ୍ୟବହାର କରନ୍ତୁ । ଯଦି ଫଟୋ, ଭିଡିଓ ଓ ନିଜ ସମ୍ବନ୍ଧିତ ଅନ୍ୟ କିଛି ସୂଚନା ସୋସିଆଲ୍ ମିଡିଆରେ ସେୟାର କରୁଥିଲେ ତୁରନ୍ତ ସେଟିଂସକୁ ଯାଇ ଆକ୍ସେସ୍ ଚେଞ୍ଜ କରନ୍ତୁ ।

ବ୍ୟକ୍ତିଗତ ଡାଟା ଯେମିତି କି ଠିକଣା, ଫୋନ୍ ନମ୍ବର, ଆଧାର ନମ୍ବର, ଫଟୋ ସୋସିଆଲ୍ ମିଡିଆରେ ସେୟାର କରନ୍ତୁ ନାହିଁ । ଏହିସବୁ ସେୟାର ସୁଯୋଗ ନେଇ ହ୍ୟାକର୍ସ ଆପଣଙ୍କୁ ବ୍ଲାକ ମେଲ କରିପାରନ୍ତି । ତେଣୁ, ସୋସିଆଲ୍ ମିଡିଆରେ ଏମିତି ପୋଷ୍ଟ କରନ୍ତୁ ନାହିଁ ।

ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଅଚିହ୍ନା ଲୋକଙ୍କ ରିକ୍ୱେଷ୍ଟକୁ ଗ୍ରହଣ କରନ୍ତୁ ନାହିଁ । ଯେତେବେଳେ ଅନ୍ୟ ଜଣଙ୍କୁ ଆପଣ ଦେଖିନାହାଁନ୍ତି କି ଜାଣିନାହାଁନ୍ତି ତାଙ୍କୁ କେମିତି ଭରସା କରିବେ ? ତେଣୁ ଆପଣ ଅନଲାଇନ୍ ଫ୍ରେଣ୍ଡଙ୍କୁ ଭରସା କରନ୍ତୁ ନାହିଁ ।

ଅନେକ ସମୟରେ ହ୍ୟାକର୍ସ ଫେକ୍ ଆଇଡିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥାନ୍ତି । ଫେକ୍ ପ୍ରୋଫାଇଲରୁ ସାଇବର ଅପରାଧୀ ପ୍ରଥମେ ବନ୍ଧୁତ୍ୱ ବଢ଼ାଇଥାନ୍ତି । ପରେ ଗୋପନୀୟ ତଥ୍ୟ ଓ ସୂଚନା ନେଇଯାଆନ୍ତି ।

ଯଦି ଆପଣ ସାଇବର ଠକେଇର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଅଭିଯୋଗ କରନ୍ତୁ । ଏହି ଅଭିଯୋଗ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ କିମ୍ବା ପୋଲିସରେ କରିପାରିବେ । ଯଦି କୌଣସି ନମ୍ବରରେ କଥା ହୋଇ ଠକାମୀରେ ପଡ଼ିଛନ୍ତି ତେବେ ନମ୍ବରକୁ ଟିପି ରଖନ୍ତୁ ।

ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !

୩୨ଟି ପିଲାରେ ଗୋଟେ ଗ୍ରୁପ୍, ସପ୍ତାହରେ ତିନି ଦିନ କ୍ଲାସ୍

ଅନଲାଇନ୍ କ୍ଲାସ୍ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ଗାଇଡ ଲାଇନ। କରୋନା ପାଇଁ ଅଗଷ୍ଟ ୩୧ ଯାଏ ଶିକ୍ଷାନଷ୍ଠାନଗୁଡ଼ିକରେ ପାଠ ପଢ଼ା ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖରୁ ରାଜ୍ୟର ସବୁ ଡିଗ୍ରୀ କଲେଜର ଯୁକ୍ତ ତିନି ଓ ପିଜି ରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍। ଏନେଇ ସବୁ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ସଚିବ।

Online, Guideline, Odisha, Online Class, Education ଗାଇଡଲାଇନ ମୁତାବକ, ଅଧ୍ୟାପକ ମାନେ ସର୍ବାଧିକ ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ କିମ୍ବା ଇମେଲ୍ ଗ୍ରୁପ୍ କରି ପାଠ ପଢ଼ାଇବେ। ସମସ୍ତ ପାଠ୍ୟ ପୁସ୍ତକ ମଧ୍ୟ ଅନଲାଇନରେ ମିଳିବ  । କଲେଜ୍ କ୍ୟାମ୍ପସରେ ରହି ଗୁଗୁଲ ମିଟ୍, ଜୁମ୍ , ସ୍କାଇପି ଭଳି ଆପ ଜରିଆରେ ଦିନକୁ ୨ରୁ ୩ ଘଣ୍ଟାଏ ଲେଖାଏଁ ସପ୍ତାହକୁ ୩ଦିନ ପାଠ ପଢାଇବେ । ଅନଲାଇନ୍ କ୍ଲାସ୍ ସମୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ରଖାଯିବ। ଅନଲାଇନ୍ କ୍ଲାସ୍ ଲାଗି ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ କଲେଜ୍ କର୍ତ୍ତୃପକ୍ଷ। ଅଧ୍ୟକ୍ଷ ମାନେ ଅନଲାଇନ କ୍ଲାସ୍ କିପରି ଚାଲିଛି ତାହାର ତଦାରଖ କରିବେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ କଲେଜକୁ ଅଚାନକ ଗ୍ରସ୍ତ କରି ସ୍ଥିତି ଯାଞ୍ଚ କରିବାକୁ  ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ପ୍ରଧାନମନ୍ତ୍ରୀଙ୍କର ଗରିବ କଲ୍ୟାଣ ଯୋଜନା ଏବେ ଗରିବଙ୍କ ପାଇଁ ସଞ୍ଜିବନୀ: ସମୀର ମହାନ୍ତି

ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁଯାୟୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ୧ କିଲୋ ଡାଲି ଆଗାମୀ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥି ପାଇଁ ୯୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ଓଡିଶାର ଜନତା ଅଧିକ ଉପକୃତ ହେବେ । ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ ଲକ୍ଷ ୯୮ ହଜାର ୫ ଶହ ୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩ଶହ ୭୦ଜଣ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ପ୍ରଧାନମନ୍ତ୍ରୀଙ୍କର ଖାଦ୍ୟ ସୁରକ୍ଷା ଯୋଜନା ସଂପ୍ରସାରଣ ନିଷ୍ପତ୍ତିକୁ ଏଭଳି ଭାବେ ପ୍ରଶଂସା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

State BJP president Samir mohanty praise modi's food Security expansionସେ କହିଛନ୍ତି ଯେ, କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାଁନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଭଳି ଘଢିସନ୍ଧି ମୁହୁର୍ତ୍ତରେ ଗରିବ ଲୋକମାନେ କଷ୍ଟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବକଲ୍ୟାଣ ଯୋଜନା ସେମାନଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ  । ଏହାବ୍ୟତୀତ ଜନଧନ ଯୋଜନାରେ ୧୬ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ୬ହଜାର ୩ଶହ କୋଟି  ଟଙ୍କା ଡିପୋଜିଟ କରାଯାଇଛି ଓ ୧୨ଲକ୍ଷ ରୁପେ କାର୍ଡ ଇସ୍ୟୁ କରାଯାଇଛି । ସେହିଭଳି ଗତ ୩ ମାସ ମଧ୍ୟରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ସେମାନଙ୍କୁ ନିଜ ଗ୍ରାମରେ ଭିନ୍ନ ଭିନ୍ନ ୨୫ ଟି କାମରେ ରୋଜଗାର ଯୋଗାଇ ଦିଆଯିବ । ଏହା ଦ୍ୱାରା ଓଡିିଶା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ଉଠାଇ ପାରିବେ  । ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରାଯାଇଛି । ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି  ।

Indian Railway News : ୧୬୭ ବର୍ଷରେ ପ୍ରଥମ ଥର ପାଇଁ ଟାଇମରେ ପହଞ୍ଚିଲେ ସବୁ ଟ୍ରେନ୍ !

ନୂଆଦିଲ୍ଲୀ: ଭାରତୀୟ ଟାଇମ୍,ବାକି ଦୁନିଆରେ କୁଖ୍ୟାତ । ଭାରତୀୟ ଟାଇମ୍ କହିଲେ ବିଳମ୍ବରେ ପହଂଚିବା କିମ୍ବା ବିଲକୁଲ ନପହଂଚିବା । ତେବେ ୧୬୭ ବର୍ଷରେ ପ୍ରଥମ ଥର ପାଇଁ ଏମିତି କିଛି ଘଟିଛି ଯାହାକୁ ସହଜରେ କୌଣସି ଭାରତୀୟ ବିଶ୍ୱାସ କରିପାରିବେ ନାହିଁ । ଭାରତୀୟ ରେଳ ସହ ଜଡିତ ଏହି ଖବର । ବିଳମ୍ବରେ ଷ୍ଟେଶନ ଛାଡିବା କିମ୍ବା ଅତିକମରେ ଘଣ୍ଟେ ଦୁଇ ଘଣ୍ଟା ପଛୁଆ ଚାଲୁଥିବା ଭାରତୀୟ ରେଳର ସବୁ ଟ୍ରେନ୍ ପ୍ରଥମ ଥର ପାଇଁ ଠିକ୍ ଟାଇମରେ ଚାଲିଛନ୍ତି । ଆଉ ଏହା ଘଟିଛି ୧୬୭ ବର୍ଷରେ ପ୍ରଥମ ଥର ପାଇଁ ।

ଜୁଲାଇ ୧ ତାରିଖ ଦିନ ୨୦୧ ଟ୍ରେନ୍ ସମୟ ଅନୁସାରେ ନିର୍ଧାରିତ ଷ୍ଟେଶନରେ ପହଂଚିଥିଲେ । ରେଳବାଇ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଭାରତୀୟ ରେଳବାଇର ଇତିହାସରେ ପ୍ରଥମ ଥର ପାଇଁ ସବୁ ଟ୍ରେନ୍ ନିର୍ଧାରିତ ସମୟରେ ଷ୍ଟେଶନରେ ପହଂଚିଛନ୍ତି ।

ଜୁଲାଇ ୧ ତାରିଖ ଦିନ ଚାଲିଥିବା ୨୦୧ ଟ୍ରେନ୍ ମଧ୍ୟରୁ ଗୋଟିଏ ମଧ୍ୟ ବିଳମ୍ବରେ ଚାଲିନଥିଲା କିମ୍ବା ପହଂଚିନଥିଲା । ଏହାପୂର୍ବରୁ ୨୩ ଜୁନରେ ୯୯.୫୪ ପ୍ରତିଶତ ଟ୍ରେନ୍ ନିର୍ଧାରିତ ସମୟରେ ଷ୍ଟେଶନରେ ପହଂଚିଥିଲେ । ସେଦିନ କେବଳ ଗୋଟିଏ ଟ୍ରେନ୍ ବିଳମ୍ବରେ ପହଂଚିଥିଲା ।

first train of india
୧୮୫୩ ମସିହାରେ ପ୍ରଥମ କରି ବମ୍ବେରୁ ଥାନେ ପର୍ଯ୍ୟନ୍ତ ଟ୍ରେନ୍ ଚାଲିଥିଲା

ସୂଚନା ଅନୁସାରେ ଭାରତୀୟ ରେଳବାଇ ଜୁଲାଇ ୧ ତାରିଖ ଦିନ ସବୁ ଟ୍ରେନ୍ ଯେମିତି ଟାଇମରେ ପହଂଚିବେ ସେଥିଲାଗି ଯୋଜନା ପ୍ରସ୍ତୁତ କରିଥିଲା । ସବୁ ଟ୍ରେନ୍ ଠିକ୍ ସମୟରେ ନିଜ ଯାତ୍ରା ଆରମ୍ଭ କରି ଗନ୍ତବ୍ୟସ୍ଥଳରେ ପହଂଚିଥିଲେ । ଭାରତରେ ରେଳର ଇତିହାସ ୧୬୭ ବର୍ଷ ପୁରୁଣା । ୧୮୫୩ ମସିହାରେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଭାରତରେ ରେଳ ଗଡିଥିଲା ।ସେବେଠାରୁ ଏପର୍ଯ୍ୟନ୍ତ ଭାରତୀୟ ଟ୍ରେନ୍ କେବେ ମଧ୍ୟ ଠିକ୍ ସମୟରେ ଷ୍ଟେଶନରେ ପହଂଚିନଥିଲା ।

ଗୋଟିଏ ଇଞ୍ଜିନରେ ଟ୍ରାକରେ ଗଡ଼ିଲା ୩ଟି ମାଲବାହୀ ଟ୍ରେନ୍

ଅନ୍ୟପକ୍ଷରେ କିଛିଦିନ ତଳେ ଭାରତୀୟ ରେଳ ଦୁଇ କିଲୋମିଟର ଲମ୍ବ ଟ୍ରେନ୍ ଚଳାଇ ରେକର୍ଡ କରିଥିଲା । ଏହି ଟ୍ରେନକୁ ଆନାକୋଣ୍ଡା କୁହାଯାଉଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାର ଭିଡିଓ ସେୟାର କରି ଟ୍ରେନକୁ ସୁପର ଆନାକୋଣ୍ଡା ବୋଲି କହିଥିଲେ ।

ଜୁଲାଇ ୭ରେ ଲଞ୍ଚ୍‌ ହେବ Poco M2 Pro ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ବୈଶିଷ୍ଠ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂଆ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ପୋକୋ ଇଣ୍ଡିଆ ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିଛି | ଫୋନ୍ ନିର୍ମାତା ପୋକୋ ନୂତନ ସ୍ମାର୍ଟଫୋନ୍ PocoM2 Pro ଲଞ୍ଚ କରିବାକୁ ଯାଉଛି | ଏହା ଜୁଲାଇ ୭ ରେ ଦିନ୧୨ ଟା ସମୟରେ ଲଞ୍ଚ ହେବ। ଏନେଇ ପୋକୋ ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ଟ୍ୱିଟ୍‌ରେ ଯୋଡ଼ାଯାଇଥିବା ଭିଡିଓକୁ ଦେଖିଲେ ଏହା ସ୍ପଷ୍ଟ ହୋଇଛି ଯେ ଫୋନ୍ କେବଳ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଭିଡିଓ ଟିଜରକୁ ଦେଖି ଫୋନର କିଛି ବୈଶିଷ୍ଟ୍ୟ ଆକଳନ କରାଯାଇପାରେ | ଭିଡିଓରେ ଦର୍ଶାଯାଇଥିବା ଫୋନ୍‌ରେ ୪ ଟି ବେକ୍‌କ୍ୟାମେରା ରହିଛି |  ଏଥିସହିତ ଫୋନ୍‌ରେ ଦମ୍‌ଦାର ପ୍ରୋସେସର ମଧ୍ୟ ରହିଛି ।

ଏତଦ୍‌ବ୍ୟତୀତ ଟିପଷ୍ଟର ଇଶାନ ଅଗ୍ରୱାଲ ଏହି ଫୋନ ବିଷୟରେ ଟ୍ୱିଟ୍‌ କରି କିଛି ସୂଚନା ଦେଇଛନ୍ତି । ପୋକୋ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍‌କୁ ଜବାବ ଦେଇ ଇଶାନ କହିଛନ୍ତି ଏହି ଫୋନଟି M2 ପ୍ରୋ । ସେ କରିଥିବା ଟ୍ୱିଟରେ କହିଛନ୍ତି ୟୁରୋପରେ ଲଞ୍ଚ ହୋଇଥିବା ଏହି ଫୋନର ପଛ ପାର୍ଶ୍ୱ ଡିଜାଇନ୍ ଜିଆଓମିର ରେଡମି ନୋଟ୍ ୯ ପ୍ରୋ ସହିତ ସମାନ |

ଚଳିତ ବର୍ଷ ଲଞ୍ଚ ହୋଇଛି ରେଡ୍ ମି ୯ ପ୍ରୋ

ସାଓମି ୯ ପ୍ରୋ ଚଳିତ ବର୍ଷ ମାର୍ଚ୍ଚରେ ଲଞ୍ଚ ହୋଇଛି । ସାଓମି ପକ୍ଷରୁ ଏହି ଫୋନ୍‌ର ମୂଲ୍ୟ ୧୩ ହଜାର ୯୯୯  ରହିଛି । କିନ୍ତୁ ସେଲ୍‌ ସମୟରେ କିଣିଲେ ଗ୍ରାହକ ଏହାକୁ ଆହୁରି କମ୍ ଦାମ୍‌ରେ ପାଇପାରିବେ ।

ତେବେ ଏହି ଫୋନ୍‌ ୨ଟି ଭେରିଏଣ୍ଟରେ ଉପଲବ୍ଧ । ୪ ଜିବି/୬୪ ଜିବି ଫିଚର୍ ଥିବା ମୋବାଇଲ୍‌ର ଦାମ୍‌ ୧୩,୯୯୯ ହୋଇଥିବା ବେଳେ ୬/୧୨୮ ଜିବି ଭେରିଏଣ୍ଟ ମୋବାଇଲର ଦାମ୍ ୧୬,୯୯୯ ରହିଛି  । ରେଡ ମି ୯ ପ୍ରୋ’ର ୬.୬୭ ଇଞ୍ଚର ଏଚ୍‌ଡି ଡିସ୍‌ପ୍ଳେ ରହିଥିବା ବେଳେ ସ୍କ୍ରିନ୍‌ ରିଜୋଲ୍ୟୁସନ୍ ୨୪୦୦x୧୦୮୦ ରହିଛି । ଏଥିସହିତ ଗରିଲା ଗ୍ଳାସ୍‌ ୫ ମଧ୍ୟ ରହିଛି ।

ସାଂସଦ କି ମନ୍ତ୍ରୀ କିଛି ନହୋଇବି ପ୍ରିୟଙ୍କାଙ୍କୁ କାହିଁକି ମିଳିଲା ସରକାରୀ ବାସଭବନ । ଜାଣନ୍ତୁ………..

ନୂଆଦିଲ୍ଲୀ:କେନ୍ଦ୍ର ସରକାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୧ ଅଗଷ୍ଟ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଖାଲି କରିବା ପାଇଁ କହିଛନ୍ତି । କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଦିଲ୍ଲୀର ଲୋଧି ଏଷ୍ଟ୍ରେଟରେ ଥିବା ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ୍ ଦିଆଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ନଗର ଉନ୍ନୟନ ମନ୍ତ୍ରାଳୟକୁ ଏକ ଚିଠି ଲେଖିଥିଲା । ଚିଠିରେ ଉଲ୍ଲେଖ ଥିଲା, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସିଆରପିଏଫ୍ ସହ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯାଇଛି । ଏଥିରେ ସରକାରୀ ବାସଭବନ ବଣ୍ଟନ ପାଇଁ କୌଣସି ନିୟମ ନାହିଁ । ପ୍ରିୟଙ୍କା ଗାନ୍ଧିଙ୍କୁ ଏବେ ଏସପିଜି ସୁରକ୍ଷା ମଧ୍ୟ ମିଳିନାହିଁ । ବୁଧବାର ଇଷ୍ଟେଟ୍ ନିର୍ଦ୍ଦେଶାଳୟ କଂଗ୍ରେସ ନେତାଙ୍କ ଆବଣ୍ଟନକୁ ବାତିଲ କରି ଏକ ମାସ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୋଟିସରେ ଦର୍ଶାଯାଇଛି ଯେ ଜେଡ୍ ପ୍ଲସ୍ ସୁରକ୍ଷା ପାଉଥିବା ବ୍ୟକ୍ତି ସରକାରୀ ବାସଭବନରେ ରହିବାପାଇଁ ହକଦାର ନୁହନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ନୋଟିସ୍ ମଧ୍ୟ ଜାରି କରା ଯାଇଥିଲା ଯେଉଁଥିରେ ୩୦ ଜୁନ୍ ୨୦୨୦ ସୁଦ୍ଧା ତାଙ୍କର ୩,୪୬,୬୭୭ ଟଙ୍କା ବକେୟା ଥିଲା । ସୂଚନାନୁସାରେ, ପ୍ରିୟଙ୍କା ଗାନ୍ଧୀ ନୋଟିସ ପାଇବା ପରେ ବାକିଥିବା ପଇସା ଦେଇ ଦେଇଥିଲେ ।

କାହାକୁ ମିଳେ ସରକାରୀ ଆବାସ ?

ପିଟିଆଇ ଅନୁଯାୟୀ, ଫେବୃଆରୀ ୨୧,୧୯୯୭ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲୋଧି ରୋଡରେ ଥିବା ସରକାରୀ ବଙ୍ଗଳା  ଦିଆଯାଇଥିଲା । ପ୍ରିୟଙ୍କା ଗାନ୍ଧୀ ୬-ବି ହାଉସ୍ ନମ୍ବର ୩୫ ଲୋଧି ଇଷ୍ଟେଟରେ ତାଙ୍କ ପରିବାର ସହିତ ରୁହନ୍ତି  । ୨୧ ମଇ ୧୯୯୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଗାନ୍ଧୀ ପରିବାରକୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ପ୍ରିୟଙ୍କା ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ । ଏସପିଜି ସୁରକ୍ଷା ଅଧୀନରେ ଏହି ବଙ୍ଗଳା ଗାନ୍ଧୀ ପରିବାରକୁ ଦିଆଯାଇଥିଲା, କିନ୍ତୁ ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଏସପିଜି ସୁରକ୍ଷା ହଟାଇ ଦେଇଥିଲେ । ବର୍ତ୍ତମାନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷାକୁ Z + ସୁରକ୍ଷା ଦିଆଯାଇଛି ଯାହା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଅଧୀନରେ ଯାଏ  କିନ୍ତୁ ଜେଡ୍ ପ୍ଲସ୍  ସୁରକ୍ଷାରେ ବଙ୍ଗଳା ଦିଆଯାଏ ନାହିଁ । ଏଜେନ୍ସି ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଏହି ବଙ୍ଗଳା ପାଇଁ ମାସକୁ ୩୭ ହଜାର ଟଙ୍କା ଭଡା ଦେଉଥିଲେ। ନିୟମ ଅନୁଯାୟୀ, ଜେଡ୍ ପ୍ଲସ୍ ସୁରକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ଆବାସ ମିଳେନାହିଁ, ଗୃହ ମନ୍ତ୍ରଣାଳୟର ମୂଲ୍ୟାଙ୍କନ ଆଧାରରେ କ୍ୟାବିନେଟ୍ କମିଟି ଅନ୍ ଏକୋମୋଡେସନ୍ ଏହାକୁ ସୁପାରିଶ କରିପାରିବ।

priynka home lodhi estate
ଲୋଧି ଇଷ୍ଟେଟର ଏହି ଘର ପାଇଁ ପ୍ରିୟଙ୍କାଙ୍କୁ ନୋଟିସ ହୋଇଛି

୨୦୦୦ ରେ ଏହି ନିୟମ ପରିବର୍ତ୍ତନ କରାଯାଇଥିଲା

ଜଣେ ଅଧିକାରୀ ପିଟିଆଇ ଏଜେନ୍ସିକୁ କହିଛନ୍ତି, ୨୦୦୦ ମସିହାରେ ଏକ ନିୟମ କରାଯାଇଥିଲା ଯେ ଯେଉଁ ବ୍ୟକ୍ତିଙ୍କୁ ଏସପିଜି ସୁରକ୍ଷା ନାହିଁ, ତାଙ୍କୁ କୌଣସି ପ୍ରକାରର ସରକାରୀ ବଙ୍ଗଳା ଦିଆଯିବ ନାହିଁ। ଏହା ପୂର୍ବରୁ ସ୍ଥିର ହୋଇଥିଲା ଯେ  ବଙ୍ଗଳାର ବଜାର ଦର ତୁଳନାରେ ୫୦ ପ୍ରତିଶତ ଅଧିକ ଭଡା  ନିଆଯିବ, କିନ୍ତୁ ପରେ ଏହା 30 ପ୍ରତିଶତକୁ ହ୍ରାସ କରାଯାଇଥିଲା ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ରାଜନୈତିକ ବିଚାର ଓ ମତଭେଦ ଉପରକୁ ଉଠି ବ୍ୟକ୍ତିଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।  ପ୍ରିୟଙ୍କା ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହେବା ଆବଶ୍ୟକ । ପ୍ରିୟଙ୍କାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଏଣୁ ସେମାନଙ୍କ କ୍ଷେତ୍ରରେ ସୁରକ୍ଷା ଓ ଗୃହ ଯୋଗାଇଦେବା ସପକ୍ଷରେ ବିଚାର କରି ସରକାର ସେମାନଙ୍କ ସହ ନ୍ୟାୟ କରିପାରିବେ ।  ସେ କହିଛନ୍ତି,ଏହାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ, ଯେଉଁମାନେ ଗତ କିଛି ଦଶନ୍ଧି ଧରି ନିସ୍ୱାର୍ଥପର ଭାବରେ ଦେଶ ସେବା କରିଆସୁଛନ୍ତି ।ତେଣୁ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିବା କିମ୍ବା ତାଙ୍କୁ ସରକାରୀ ବାସଭବନରୁ ବାହାର କରିବା ଉଚିତ ନୁହେଁ ।

କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ

 

 

ଜୁଲାଇରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ୁଛି, ଦେଶ ଅନଲକ ହେଉଛି । ଖୋଲୁଛି କଟକଣାର ତାଲା । ଆର୍ଥିକ ଗତିବିଧି ବଢ଼ିବା ସହ ସ୍ଥିତି ସାମାନ୍ୟ ହେବାରେ ଲାଗିଛି । ତେବେ ବିଶେଷ ଜରୁରୀ କାମ ନଥିଲେ ବ୍ୟାଙ୍କକୁ ଯିବା ପାଇଁ ମନା କରାଯାଉଛି । ଆଉ ଅଧିକାଂଶ କାର୍ଯ୍ୟ ଅନଲାଇନରେ କରି ହେଉଛି । ଯଦି, କେହି ବି ବ୍ୟାଙ୍କ ଯାଉଛନ୍ତି ତାଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ । ଯଦି ଏହି ମାସରେ ଆପଣ ବ୍ୟାଙ୍କ ଯାଆନ୍ତି ତାହେଲେ ଜାଣି ନିଅନ୍ତୁ କେଉଁ କେଉଁ ଦିନ ଛୁଟି ପଡ଼ୁଛି ।

Bank holiday in the month of July

ଜାତୀୟ ସ୍ତର ଅନୁଯାୟୀ, ଜୁଲାଇ ୫, ୧୨, ୧୯ ଓ ୨୬ ରବିବାର । ଏହି ୪ ଦିନ ସାପ୍ତାହିକ ଛୁଟି ରବିବାର ବ୍ୟାଙ୍କ ବନ୍ଦ ରହିବ । ଏହା ଛଡ଼ା ୧୧ ଓ ୨୫ ଜୁଲାଇ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର । ଏହି ୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଜୁଲାଇ ୩୧ ବକ୍ର-ଇଦ୍ ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ ।Bank holiday in the month of July

ରାଜ୍ୟ ହିସାବରେ ଜୁଲାଇ ୮ ଓ ୧୭ ତାରିଖରେ ମେଘାଳୟରେ ବ୍ୟାଙ୍କ ଖୋଲିବ ନାହିଁ । ଜୁଲାଇ ୮ରେ ଦିଖ୍ନଲାମ ଓ ଜୁଲାଇ ୧୭ ତିରୋଟ ସିଙ୍ଗ ଦିବସ ପାଳନ ପାଇଁ ବ୍ୟାଙ୍କ ଖୋଲିବ ନାହିଁ । ସେହିଭଲି ସିକ୍କିମରେ ଜୁଲାଇ ୧୩ ଭାନୁ ଜୟନ୍ତୀ ଓ ଜୁଲାଇ ୨୪ରେ ଦ୍ରୁକ୍ପା ଶେଚି ପାଇଁ ବ୍ୟାଙ୍କ ବନ୍ଦ ରହିବ । ୧୪ ଜୁଲାଇରେ ଅଗରତାଲାରେ କେର ପୂଜା ପାଇଁ ବ୍ୟାଙ୍କ ଖୋଲିବ ନାହିଁ । ଏହି ଦିନ ଗୁଡ଼ିକ ବ୍ୟାଙ୍କ ବନ୍ଦ ରହୁଥିଲେ ମଧ୍ୟ ଅନଲାଇନରେ ଆପଣ ବ୍ୟାଙ୍କ କାର୍ଯ୍ୟ କରିପାରିବେ ।

ମଦ ପିଇବାକୁ ମନା କରିବାରୁ ହୋଟେଲ ଜାଳିଦେଲେ ବରଯାତ୍ରୀ, ଜାଣନ୍ତୁ ପୁରା ଘଟଣା……

ମଦ ପିଇବାକୁ ମନା କରିବାରୁ ବରଯାତ୍ରୀ ଗୋଷ୍ଠୀ ଏକ ହୋଟେଲ ଜାଳି ଦେଇଛନ୍ତି । ହିନ୍ଦୋଳ ରସୋଲ ଥାନା କଦଳୀ ପାଳ ଛକ ଠାରେ ଥିବା ଜଳଖିଆ ଦୋକାନରେ କିଛି ମଦ୍ୟପ ଯୁବକ ପହଞ୍ଚିଥିଲେ । ଏହି ଯୁବକମାନେ ବରଯାତ୍ରୀରେ ଆସିଥିଲେ । ମଦ୍ୟପ ଯୁବକମାନେ  ଗତକାଲି ରାତିରେ ଦୋକାନ ପାଖରେ ପହଞ୍ଚି ହଠାତ୍  ଦୋକାନ ଭିତରରେ ହିଁ ମଦ ପଇବା ପାଇଁ ଦୋକାନୀଙ୍କୁ ବାଧ୍ୟ କରିଥିଲେ ।

Drunken Group damages hotel ମାତ୍ର ହୋଟେଲ୍ ମାଲିକ ବଟକୃଷ୍ଣ  ବେହେରା ଏଭଳି କରିବାକୁ ଅନୁମତି ନଦେବାରୁ ମଦ୍ୟପ ଯୁବକମାନେ ଉତ୍ତ୍ୟକ୍ତ ହୋଇ ହୋଟେଲ ମାଲିକଙ୍କ ଉପରେ ଆକ୍ରମଣ କରିବା ସହ ହୋଟେଲ୍ ରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହାପରେ  ଘଟଣା ସ୍ଥଳରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ତେବେ ଏନେଇ ରସୋଲ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏଯାବତ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ।