spot_img
Home Blog Page 6882

ରାମ ମନ୍ଦିର ଭୂମି ପୂଜା ପାଇଁ ଉତ୍ସବ ମୁଖର ଅଯୋଧ୍ୟା, ଆଜିଠୁ ସୀମା ସିଲ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜା । ଏଥିପାଇଁ ଗତକାଲି ଗୌରୀ-ଗଣେଶ ପୂଜା ସମ୍ପନ୍ନ ହୋଇଛି । ନିମନ୍ତ୍ରଣ ପତ୍ର ଦିଆଯିବା ଆରମ୍ଭ ହୋଇଯାଛି  । ବାବ୍ରି ମସଜିଦ ମାମଲାରେ ପକ୍ଷଭୁକ୍ତ ଥିବା ଇକବାଲ ଅନସାରୀଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି । ରାମମନ୍ଦିର ଭୂମି ପୂଜା ପାଇଁ ୧୩୫ ଜଣ ବିଭିନ୍ନ ଆଧ୍ୟାତ୍ମିକ ପରମ୍ପରାର ସାଧୁସନ୍ଥଙ୍କ ସହ ୧୭୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି । ସେପଟେ ଭୂମି ପୂଜନ ସମୟରେ ଆତଙ୍କବାଦୀ ଆକ୍ରମଣ ସୂଚନା ଥିବାରୁ କଡ଼ା ସୁରକ୍ଷା ଭିତରେ ରହିଛି ଅଯୋଧ୍ୟା ନଗରୀ । ସେଥିପାଇଁ ଆଜିଠୁ ଅଯୋଧ୍ୟାର ସବୁ ସୀମା ସିଲ କରାଯାଇଛି   ।

ରାମ ସହରର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ୨୪ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କରିବେ, ଯାହା ପରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଅଯୋଧ୍ୟାରେ କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ କରୋନା ସଙ୍କଟ ଯୋଗୁଁ ନିୟମର ଯତ୍ନ ନିଆଯାଉଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଅଯୋଧ୍ୟାରେ ପହଞ୍ଚି ସବୁ ପ୍ରସ୍ତୁତି କରିଥିଲେ। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଭୁମି ପୂଜନ କରାଯିବ । ଏହାପୂର୍ବରୁ ସମସ୍ତ ଅତିଥି ଆଜି ଅଯୋଧ୍ୟାରେ ପହଞ୍ଚିବେ। ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ସନ୍ଧ୍ୟାରେ ଅଯୋଧ୍ୟାର ସୀମା ସିଲ୍ କରାଯିବ। ପ୍ରତ୍ୟେକ ନିମନ୍ତ୍ରଣ କାର୍ଡରେ ଏକ କୋଡ୍ ରହିଛି, ଯାହା ସୁରକ୍ଷା କାରଣରୁ ପ୍ରସ୍ତୁତ କରାଯାଇଛି ।

ସୁପ୍ରିମକୋର୍ଟରେ ବାବ୍ରି ମସଜିଦ ପକ୍ଷରୁ ପ୍ରଥମ ନିମନ୍ତ୍ରଣ ଇକବାଲ ଅନସାରୀଙ୍କୁ ଦିଆଯାଇଥିଲା। ଇକବାଲ ଅନସାରୀ ମଧ୍ୟ ଭୁମି ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବେ । ଏହା ସହିତ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । କରୋନା ମହାମାରୀ ହେତୁ ଅନେକ ପଦକ୍ଷେପ ନିଆଯାଇଛି। ସେଥିପାଇଁ ୯୦ ବର୍ଷରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ରାମମନ୍ଦିର ନେଇ ଦିନେ ଲଢେଇ କରି ବିଜେପିକୁ କ୍ଷମତା ସ୍ୱାଦ ଚଖାଇ ଥିବା ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ ଅଯୋଧ୍ୟା ଆସିବେନି ବୋଲି କହିଛନ୍ତି । ତେବେ ସେମାନଙ୍କ ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯାଇଛି। ଏମାନଙ୍କ ବ୍ୟତୀତ କରୋନା ସଂକଟ ଯୋଗୁଁ କଲ୍ୟାଣ ସିଂ, ଉମା ଭାରତୀ, ମୁର୍ଲି ମନୋହର ଯୋଶୀଙ୍କ ଭଳି ଦିଗ୍ଗଜ ବ୍ୟକ୍ତିତ୍ୱ ମଧ୍ୟ ଯୋଗଦେଇପାରିବେ ନାହିଁ।

 

ରାଜ୍ୟରେ ଆଉ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତ ସଂଖ୍ୟା ୩୭ହଜାର ୬୮୧

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୁଣି ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୬, ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ହୋଇଛି । ସେପଟେ ରାଜ୍ୟରେ କ୍ୱାରେଣ୍ଟାଇନରୁ ୮୮୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୫୯୫ ରହିଛି ।

ଗଞ୍ଜାମରୁ ୨୮୮, ଖୋର୍ଦ୍ଧାରୁ ୨୦୧, କଟକରୁ ୧୨୧ ଓ ସମ୍ବଲପୁରରୁ ୮୪ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୭ହଜାର ୬୮୧ରେ ପହଞ୍ଚଛି । ଏଥିସହ ୨୩ହଜାର ୭୩ଜଣ ସୁସ୍ଥ ହେଲେଣି ।

ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୪୦, ବଲାଙ୍ଗିରରୁ ୫, ବୌଦ୍ଧରୁ ୨, ଗଜପତିରୁ ୩୮, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୯, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୬୬, କୋରାପୁଟରୁ ୪୯, ମାଲକାନଗିରିରୁ ୩୪, ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୩, ପୁରୀରୁ ୩୪, ସୋନପୁର ରୁ ଜଣେ ଓ ସୁନ୍ଦରଗଡ଼ରୁ ୬୪ । ଏବେ ରାଜ୍ୟରେ ୧୪୩୫୦ ଆକ୍ଟିଭ କେସ ରହିଛି ।

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୯ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬, ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ହୋଇଛି ।

ମଙ୍ଗଳବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତ ହେଉଛନ୍ତି ୪୦ ବର୍ଷିୟ, ୫୦ ବର୍ଷିୟ, ୪୬ ବର୍ଷିୟ, ୬୦ ବର୍ଷିୟ ପୁରୁଷ ଏବଂ୭୫ ବର୍ଷିୟ ଓ ୬୦ ବର୍ଷିୟ ମହିଳା । ତେବେ ମୃତ୍ୟୁବରଣ କରିଥିବା ସମସ୍ତ ସଂକ୍ରମିତ ପୂର୍ବରୁ କିଛି ନା କିଛି ରୋଗରେ ପୀଡ଼ିତ ଥିଲେ। ଏହାସହ ପୁରୀରୁ ଜଣେ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୭ ବର୍ଷିୟ ପୁରୁଷ । ଅପରପକ୍ଷରେ ଖୋର୍ଦ୍ଧାରୁ ଜଣେ ୫୫ ବର୍ଷିୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ ।

 

ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ପିଆଇଲେ ପରିସ୍ରା, ଭିଡ଼ିଓ ହେଲା ଭାଇରାଲ

ଭଦ୍ରକ: ଦିନକୁ ଦିନ ନୃଂଶସ ହେବାରେ ଲାଗିଛି ମଣିଷ । ମଣିଷର ମଣିଷ ପଣିଆ ହେଉଛି ତାହାର ପ୍ରକୃତ ପରିଚୟ । କିନ୍ତୁ ଆଜିର ସଭ୍ୟ ସମାଜରେ ହଜିଯାଇଛି ମଣିଷପଣିଆ । କେତେବେଳେ ଭିକ ମାଗିଲେ ମାଡ଼ ମିଳୁଛି ତ କେତେବେଳେ କିଏ ପେଟ ପୁରା ଖାଇବାକୁ ଦେଉଛି । କିନ୍ତୁ ଏଭଳି ସମାଜରେ ଏମିତି ବି ମଣିଷ ଅଛନ୍ତି ଯେଉଁମାନଙ୍କୁ ପାଣି ମାଗିଲେ ପିଇବାକୁ ଦିଆଯାଉଛି ପରିସ୍ରା ।

ଏପରି ଅମାନବୀୟ ଘଟଣା ଦେଖିବାକୁ ମିଲିଛି ତିହିଡି ଥାନା ବାଉଁଶବାଗ ଗାଁରେ । ପରକୀୟା ପ୍ରୀତି ଅଭିଯୋଗରେ କିଛି ଲୋକ ସଂଘବଦ୍ଧ ଭାବେ ଜଣେ ବ୍ୟକ୍ତିଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି । ଯୁବକଙ୍କ ଘରେ ପସି ଗାଡି ଭଙ୍ଗା ରୁଜା କରିଛନ୍ତି। ଏଥିରେ ବିରୋଧ କରିବାରୁ, ଲୋକମାନେ ଉତ୍ୟକ୍ତ ହୋଇ ଲଣ୍ଡା କରି, ଚୂନ କାଳୀ ମଧ୍ୟ ବୋଳିଥିଲେ ଏହାପରେ ଯୁବକଟିର ବେକରେ ଜୋତା ମାଳ ପକାଇ ପୂରା ଗାଁ ବୁଲାଯାଇଥିଲା ।

ସେତିକିରେ ମନ ମାନିଲାନି ଏମାନଙ୍କର, ଯୁବକ ଜଣକ ଦୟନୀୟ ଅବସ୍ଥାରେ ପାଣି ମାଗିବାରୁ, ତାକୁ ପରିସ୍ରା ପିଆଇ ଦେଇଥିଲେ ଲୋକେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗାଁ ଲୋକ ସମସ୍ତେ ଏହି ଘଟଣା ଦେଖୁଥିଲେ କିନ୍ତୁ କେହି କିଛି କହିନଥିଲେ । ଏହାକୁ ନେଇ ଥାନାରେ ମାମଲା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏପରି ନିର୍ଯାତନା ଦେଉଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା । ଏଥିପାଇଁ ଏପରି ନିର୍ଯାତନା ଦିଆଯାଇଛି । ଘଟଣାରେ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ଦେଶରେ ୧୮ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା… ଦିନକରେ ଆଉ ୫୨ ହଜାର ପଜିଟିଭ, ୮୦୩ ମୃତ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା   । ଗତ ୨୪ ଘଣ୍ଟାର ସଂକ୍ରମିତ ସଂଖ୍ୟାରେ ଭାରତ  ୧୦ ଟି ଦେଶ ମଧ୍ୟରୁ ସବୁଠାରୁ ଆଗରେ ରହିଛି  । ୧୮ଲକ୍ଷ ଟପିଲାଣି ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୫୨ହଜାର ୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୦୩ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ଲକ୍ଷ ୫୫ହଜାର ୭୪୬ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୫ଲକ୍ଷ ୮୬ହଜାର ୨୯୮ । ଦେଶରେ ୧୨ଲକ୍ଷ ୩୦ହଜାର ୫୧୦ ସୁସ୍ଥ ହେଲେଣି । ୩୮ହଜାର ୯୩୮ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ୪ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ୧୫ହଜାର ୮୪୨ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୨ଲକ୍ଷ ୬୩ହଜାର ୨୨୨ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪ହଜାର ୨୪୧ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକ ଓ ଦିଲ୍ଲୀରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆନ୍ଦ୍ରପ୍ରଦେଶରେ ୧୫ଶହ୩୭, କର୍ଣ୍ଣାଟକରେ ୨୫ଶହ୯୪, ଦିଲ୍ଲାରେ ୪ହଜାର ୨୧ଜଣଙ୍କ ମୃତ୍ୟୁ ହୋଇଛି । ୟୁପିରେ ଲକ୍ଷେ ପାଖାପାଖି ଅର୍ଥାତ୍ ୯୭ହଜାର ୩୬୨ଜଣ ସଂକ୍ରମିତ ହୋଇଥିବା ବେଲେ ୧୭ଶହ ୭୮ଜଣଙ୍କ ମୃତ୍ୟୁ ହୋଲାଣି ।

କଟକଣା ଭିତରେ ଆଜିଠୁ ଖୋଲିଲା ହୋଟେଲ ଓ ରେଷ୍ଟୁରାଣ୍ଟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି

ଭୁବନେଶ୍ୱର: ଅନଲକ୍ ୩.୦ ପର୍ଯ୍ୟାୟରେ ଧିରେ ଧିରେ ସବୁକିଛି ଅନଲକ୍ କରାଯାଉଛି । ମୋ ବସ୍ ପରେ ଏବେ ହୋଟେଲ ଓ ରେଷ୍ଟୁରାଣ୍ଟର ପାଳି ପଡିଛି । ରାଜ୍ୟରେ ଆଜିଠୁ ଖୋଲିବ ହୋଟେଲ ଓ ରେଷ୍ଟୁରାଣ୍ଟ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏସଓପି ମାନି ଖୋଲିବ ସବୁ ରେଷ୍ଟୁରାଣ୍ଟ ଓ ହୋଟେଲ । ସମସ୍ତ କୋଭିଡ ଗାଇଡଲାଇନ ମାନିବା ସହ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ବସି ଖାଇବା ମନା, କେବଳ ପାର୍ସଲ ନେବା ପାଇଁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ରେଷ୍ଟୁରାଣ୍ଟ ଖୋଲିବ ନାହିଁ ।

କଣ୍ଟେନମେଣ୍ଟ ବାହାରର ସମସ୍ତ ରେଷ୍ଟୁରାଣ୍ଟ ଖୋଲିବ । ୬୫ ବର୍ଷ ବୟସରୁ ଅଧିକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ରେଷ୍ଟୁରାଣ୍ଟ ମନା । ରେଷ୍ଟୁରାଣ୍ଟରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରେଷ୍ଟୁରାଣ୍ଟରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଛିଙ୍କ, କାଶ ହେଲେ ମୁହଁ, ନାକ ରୁମାଲରେ ଘୋଡାଇବାକୁ ନିର୍ଦ୍ଦେଶ ରହିଛି ।

ରେଷ୍ଟୁରାଣ୍ଟ ପରିସରରେ କେହିବି ଛେପ ପକାଇପାରିବେ ନାହିଁ । ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କ ହାତରେ ପାର୍ଶଲ ଦେଇପାରିବେ ନାହିଁ । ରେଷ୍ଟୁରାଣ୍ଟ କର୍ମଚାରୀ ପାର୍ଶଲ ଖାଦ୍ୟ ଗ୍ରାହକଙ୍କ ଦ୍ୱାରମୁହଁରେ ରଖିବେ । ପାର୍ଶଲ କର୍ମଚାରୀଙ୍କ ସ୍କ୍ରିନିଂ କରିବେ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ । ଲକ୍ଷଣ ନଥିବା କର୍ମଚାରୀ ହିଁ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରିବେ ।

ୟେଦିୟରୁପ୍ପାଙ୍କ ପରେ ଏବେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କରୋନା ପଜିଟିଭ

କର୍ଣ୍ଣାଟକ: କରୋନା ଜାଲରେ ଛନ୍ଦି ହେଉଛନ୍ତି ଜଣଙ୍କ ପରେ ଜଣେ ନେତା । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବେ କରୋନା କବଳରେ । କଂଗ୍ରେସ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବି. ସିଦ୍ଧରମେୟା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କୋଭିଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ କରୋନା ପଜିଟିଭ୍ ଖବର ସେ ନିଜେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ କଣ୍ଟାକ୍ଟରେ ଆସିଥିବା ସମସ୍ତଙ୍କୁ ସେ କୋଭିଡ ଟେଷ୍ଟ କରିବା ସହ କ୍ୱାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା ।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ବୋଲି ଡାକ୍ତର କହିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁରୁଣା ବିମାନବନ୍ଦର ରୋଡରେ ଅବସ୍ଥିତ ମଣିପାଳ ହସ୍ପିଟାଲରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି। ସେ ୩୧ ଜୁଲାଇରେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କରୋନା ପଜିଟୁଭ୍ ବୋଲି ଜଣାପଡିଛି । ଏନେଇ ସେ ଟ୍ୱିଟରେ କରୋନା ପଜିଟିଭ୍ ହେବା ନେଇ ନିଜେ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭାରତ-ଚୀନ୍ ମଧ୍ୟରେ ପଞ୍ଚମ କମାଣ୍ଡର ସ୍ତରୀୟ ଆଲୋଚନା… ଜାଣନ୍ତୁ କଣ ରହିଛି ଭାରତର ଦାବି ?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଓ ଦେଶର ସାର୍ବଭୌମତ୍ୱ କ୍ଷେତ୍ରରେ ଭାରତ କେବେବି କୌଣସି ପରିସ୍ଥିତିରେ ବୁଝାବଣା କରିବ ନାହିଁ । ଚୀନ୍ ପ୍ରତିପକ୍ଷଙ୍କ ସହ ପଞ୍ଚମ ଥର ମିଲିଟାରୀ ଆଲୋଚନା ବେଳେ ନୂଆଦିଲ୍ଲୀ ପକ୍ଷରୁ ଏକଥା ସ୍ପଷ୍ଟ କରାଯାଇଛି । ଖାସ୍ ଏହି କାରଣରୁ, ପୂର୍ବ ଲଦାଖର ପାନଗଙ୍ଗ ସେକ୍ଟରରୁ ଚୀନ୍ ତାର ସେନା ଖୁବଶୀଘ୍ର ପ୍ରତ୍ୟାହାର କରିବା ଦରକାର ବୋଲି ଭାରତ ପକ୍ଷରୁ କୁହାଯାଇଛି । ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲର ଚୀନ୍ ପାର୍ଶ୍ୱରେ ଥିବା ମୋଲଡୋରେ ସିନିୟର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା ।

ଏଥିରେ ୨ ପକ୍ଷ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଭାରତ ସୈନ୍ୟ ଅପସାରଣ ଏବଂ ପୂର୍ବ ସ୍ଥିତି ବଜାୟ ରଖିବାକୁ ବାରମ୍ବାର ଚାପ ପ୍ରୟୋଗ କରିଛି । ସୋମବାର ଏ ପ୍ରସଙ୍ଗରେ ସେନା ମୁଖ୍ୟ ଏମ.ଏମ ନରଭାଣେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ସୂଚନା ଦେଇଥିଲେ । ଜୁଲାଇ ୧୪ ବୈଠକ ପରେ ଚୀନ୍ ସବୁ କ୍ଷେତ୍ରରୁ ସେନା ଅପସାରଣ କରିବା ନେଇ କହିଥିଲା । ମାତ୍ର ପରେ ସାଟେଲାଇଟ୍ ମାଧ୍ୟମରେ ଭାରତ ଭିନ୍ନ କିଛି ବାର୍ତ୍ତା ପାଇଥିଲା ।

ଚୀନ୍ ଏଲଏସିରୁ ନିଜର ସେନା ଅପସାରଣ କରିବା ପରିବର୍ତ୍ତେ, ସେଠାରେ ନିର୍ମାଣ କରିବା ଓ ଦୈଲତା ବେଗ୍ ଓଲଦିରେ ଅଧିକ ୧୭ ହଜାର ଟ୍ରୁପ୍ ସୈନିକ ମୁତୟନ କରିଥିବା ନେଇ ଖବର ପାଇଥିଲା । ଏହାପରେ ଭାରତ ମଧ୍ୟ ସେହି ସବୁ କ୍ଷେତ୍ରରେ ଗତ ୨ ସପ୍ତାହ ମଧ୍ୟରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । କେବଳ ସେତିକି ନୁହେଁ, ଡିବିଓ ଏବଂ ଦୀପସାଙ୍ଗରେ ଭାରତ ଟି-୯୦ ରେଜିମେଣ୍ଟରୁ ସୈନ୍ୟ ପଠାଇଛି । ହେଭି ଟ୍ୟାଙ୍କ ସହିତ ଅଧିକ ୩୫ ହଜାର ଟ୍ରୁପ୍ ପଠାଇବାର ବ୍ୟବସ୍ଥା କରିଛି । ଗତ ଏପ୍ରିଲ-ମେ ମାସରୁ ଏଲଏସିକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି । ଜୁନ୍ ମାସରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ହୋଇଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ ।

ଭାରତ-ଚୀନ୍ ମଧ୍ୟରେ ପଞ୍ଚମ କମାଣ୍ଡର ସ୍ତରୀୟ ଆଲୋଚନା… ସୈନ୍ୟ ଅପସାରଣ ସହ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଭାରତର ଦାବି

ଭାରତ-ଚୀନ୍ ମଧ୍ୟରେ ପଞ୍ଚମ କମାଣ୍ଡର ସ୍ତରୀୟ ଆଲୋଚନା… ସୈନ୍ୟ ଅପସାରଣ ସହ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଭାରତର ଦାବି

୬ରୁ ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ, ସେପଟେ ହାଇ ରିସ୍କ ସେରୋ ସର୍ଭେ ରିପୋର୍ଟ ପ୍ରକାଶ କଲା RMRC

୬ରୁ ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ, ସେପଟେ ହାଇ ରିସ୍କ ସେରୋ ସର୍ଭେ ରିପୋର୍ଟ ପ୍ରକାଶ କଲା RMRC