ଅପରାଧୀଙ୍କୁ ଦେଇଛନ୍ତି ପ୍ରୋତ୍ସାହନ, ଜାଣନ୍ତୁ ପୁରା ରିପୋର୍ଟ କାର୍ଡ….

1 min read
Aparajita accused of criminalising politics .

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ଏକ ବର୍ଷ ଭିତରେ କରିଥିବା କାମର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । l ତେବେ ନିଜ ଟିମରେ ଯେଉଁମାନଙ୍କୁ ସେ ନିଜର ୱାର୍ଡ ପ୍ରତିନିଧି ଭାବେ ବାଛିଛନ୍ତି ସେମାନେ ସମସ୍ତଙ୍କ କ୍ରାଇମ ରେକର୍ଡ ବେଶ ଲମ୍ବା । ଆଶ୍ଚର୍ଯ୍ୟଜନକ ଭାବେ ରାଜନୀତିରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଏହି ନେତ୍ରୀ ନିଜ କାର୍ଯ୍ୟକୁ ସମାଜ ସୁଧାରର ନାଁ ଦେଇଛନ୍ତି । କେବଳ ଏତିକି ନୁହେଁ, ନିର୍ବାଚନ ସମୟରେ ସେ ମହିଳାଙ୍କୁ ନାରୀ ସଶକ୍ତିକରଣ ନାଁରେ ବେଶ କିଛି ସ୍ୱପ୍ନ ଦେଖାଇଥିଲେ । ହେଲେ ସେସବୁ ଦିଗରେ କାମ କରିବା ପରିବର୍ତ୍ତେ ରାଜନୀତିକୁ ଅପରାଧିକରଣ କରିବାରେ ବ୍ୟସ୍ତ ଅଛନ୍ତି ।

Is Aparajita criminalising politicsସେ ଦେଇଥିବା ୧୪ ୱାର୍ଡ ପ୍ରତିନିଧିଙ୍କ ବିରୋଧରେ ୨୪ଟି ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ଧବଳେଶ୍ୱର ମୂର୍ତ୍ତି, ରାଜେନ୍ଦ୍ର ନାୟକ, ବିଭୁ ପ୍ରସାଦ ନନ୍ଦ, ଶିବ ପ୍ରସାଦ ବେହେରା, ବିଜୟାନନ୍ଦ ପରିଡ଼ା, ମନୋଜ କୁମାର ଜେନା, ସନ୍ତୋଷ କୁମାର ଜେନା, ବି. ଶିବା, ସିଦ୍ଧାନ୍ତ ପ୍ରଧାନ, ଦୁଷ୍ମନ୍ତ ପରିଜା ଓ ପ୍ରଭାତ କୁମାର ପରିଡ଼ାଙ୍କ ବିରୋଧରେ ରହିଛି ହିଂସାକାଣ୍ଡ ଓ ଆକ୍ରମଣ ଅଭିଯୋଗ ।  ତେବେ  ଏହି ଅପରାଧୀଙ୍କ ପାଇଁ ଅପରାଜିତା ଓକିଲାତି କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ପ୍ରମୁଖ ଭାବେ ଜଣାଶୁଣା ଦେବାଶିଷ ନାୟକ, ଓରଫ ଜିମ୍ ବାପି । ତାଙ୍କ ବିରୋଧରେ ୨୦ଟି ମାମଲା ଥିବାବେଳେ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବି ଲାଗୁ ହୋଇଛି ।

ଏପରିକି ଦେବାଶିଷ ଓ ତାଙ୍କ ତିନି ଜଣ ସହଯୋଗୀ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ବର୍ଷ ତଳେ ଗିରଫ ହୋଇଥିଲେ । କେବଳ ଏତିକି ନୁହେଁ, ଏକ ଇଂଜିନିୟରିଂ କଲେଜ ମାଲିକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଗିରଫ ମଧ୍ୟ ହୋଇଥିଲେ। ହେଲେ ସେହି ଦେବାଶିଷ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିଅରର ପୋଷ୍ଟର ବୟ ପାଲଟିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କୁ ସଶକ୍ତ କରିବା ସ୍ଲୋଗାନ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଅପରାଜିତା । ସେମାନଙ୍କୁ ମାଇକ୍ରୋ ଉଦ୍ୟୋଗୀ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଆଜି ଅପରାଜିତା ଯେଉଁ ୫୬ ପୃଷ୍ଠାର ରିପୋର୍ଟ କାର୍ଡ ଦେଇଛନ୍ତି, ସେଥିରେ ଏହି ପ୍ରସଙ୍ଗର ଚିହ୍ନ ବର୍ଣ୍ଣ ନାହିଁ । ଏ ଦିଗରେ ଗତ ବର୍ଷକ ମଧ୍ୟରେ କାଣିଚାଏ ବି କାମ ହୋଇନଥିବା ବେଳେ ନିକଟରେ କିଛି ବ୍ୟାଙ୍କ ସହ ଆଲୋଚନା ହୋଇଥିବା ସଫେଇ ଦେଇଛନ୍ତି ।

 

Leave a Reply