ଆକାଉଣ୍ଟ ହ୍ୟାକିଂରୁ ବଞ୍ଚିବାକୁ ଆପଣାନ୍ତୁ ଏହି ୫ ଉପାୟ

1 min read

ନୂଆଦିଲ୍ଲୀ: ଜମାନା ସୋସିଆଲ୍ ମିଡିଆର । ଆଉ ସୋସିଆଲ୍ ମିଡିଆ ମାୟାରେ ବାୟା ସମସ୍ତେ । ହ୍ୱାଟ୍ସଆପ୍, ଫେସବୁକ୍ ଭଳି ସୋସିଆଲ୍ ମିଡିଆ ଫ୍ଲାଟଫର୍ମ ବହୁତ ଲୋକପ୍ରିୟ । ଦୁନିଆରେ ଫେସବୁକର ୨୦୦ କୋଟିରୁ ଅଧିକ ୟୁଜର ଅଛନ୍ତି । ଏମିତିରେ ହ୍ୱାଟ୍ସଆପ୍ ଭଳି ଆପରେ ହ୍ୟାକିଂ ସମସ୍ୟା ବଢ଼ି ଚାଲିଛି । ଏମିତି ଫ୍ରଡ୍ ବା ସାଇବର ହ୍ୟାକର୍ସଙ୍କ ଠାରୁ ବର୍ତ୍ତିବା ପାଇଁ ଆସନ୍ତୁ କିଛି ଜାଣିବା କିଛି ଟିପ୍ସ ।

ପ୍ରାଇଭେସି ସେଟିଂସ୍- ହ୍ୱାଟ୍ସଆପରେ ଟୁ-ଷ୍ଟେପ୍ ଭେରିଫିକେସନ୍ କୋଡ୍ ଓ ଫେସବୁକରେ ପ୍ରାଇଭେସୀ ସେଟିଂସର ବ୍ୟବହାର କରନ୍ତୁ । ଯଦି ଫଟୋ, ଭିଡିଓ ଓ ନିଜ ସମ୍ବନ୍ଧିତ ଅନ୍ୟ କିଛି ସୂଚନା ସୋସିଆଲ୍ ମିଡିଆରେ ସେୟାର କରୁଥିଲେ ତୁରନ୍ତ ସେଟିଂସକୁ ଯାଇ ଆକ୍ସେସ୍ ଚେଞ୍ଜ କରନ୍ତୁ ।

ବ୍ୟକ୍ତିଗତ ଡାଟା ଯେମିତି କି ଠିକଣା, ଫୋନ୍ ନମ୍ବର, ଆଧାର ନମ୍ବର, ଫଟୋ ସୋସିଆଲ୍ ମିଡିଆରେ ସେୟାର କରନ୍ତୁ ନାହିଁ । ଏହିସବୁ ସେୟାର ସୁଯୋଗ ନେଇ ହ୍ୟାକର୍ସ ଆପଣଙ୍କୁ ବ୍ଲାକ ମେଲ କରିପାରନ୍ତି । ତେଣୁ, ସୋସିଆଲ୍ ମିଡିଆରେ ଏମିତି ପୋଷ୍ଟ କରନ୍ତୁ ନାହିଁ ।

ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଅଚିହ୍ନା ଲୋକଙ୍କ ରିକ୍ୱେଷ୍ଟକୁ ଗ୍ରହଣ କରନ୍ତୁ ନାହିଁ । ଯେତେବେଳେ ଅନ୍ୟ ଜଣଙ୍କୁ ଆପଣ ଦେଖିନାହାଁନ୍ତି କି ଜାଣିନାହାଁନ୍ତି ତାଙ୍କୁ କେମିତି ଭରସା କରିବେ ? ତେଣୁ ଆପଣ ଅନଲାଇନ୍ ଫ୍ରେଣ୍ଡଙ୍କୁ ଭରସା କରନ୍ତୁ ନାହିଁ ।

ଅନେକ ସମୟରେ ହ୍ୟାକର୍ସ ଫେକ୍ ଆଇଡିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥାନ୍ତି । ଫେକ୍ ପ୍ରୋଫାଇଲରୁ ସାଇବର ଅପରାଧୀ ପ୍ରଥମେ ବନ୍ଧୁତ୍ୱ ବଢ଼ାଇଥାନ୍ତି । ପରେ ଗୋପନୀୟ ତଥ୍ୟ ଓ ସୂଚନା ନେଇଯାଆନ୍ତି ।

ଯଦି ଆପଣ ସାଇବର ଠକେଇର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଅଭିଯୋଗ କରନ୍ତୁ । ଏହି ଅଭିଯୋଗ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ କିମ୍ବା ପୋଲିସରେ କରିପାରିବେ । ଯଦି କୌଣସି ନମ୍ବରରେ କଥା ହୋଇ ଠକାମୀରେ ପଡ଼ିଛନ୍ତି ତେବେ ନମ୍ବରକୁ ଟିପି ରଖନ୍ତୁ ।

ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !

Leave a Reply