ପୁରୀ ରଥ ଖଳା ଅପ୍ଡେଟ୍: ଜୋର୍ସୋର୍ରେ ଚାଲିଛି ରଥ ନିର୍ମାଣ
ପୁରୀ: ଜୁନ୍ 23ରେ ରଥଯାତ୍ରା । ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ଭଉଁରୀ ତିଥିରେ ରଥଖଳାରେ ୩ ରଥର ଚକାଡେରା ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ତିନି ରଥର ଏକ ଯ଼ୋଡ଼ା ଚକ ସହ ଅଖ ସଂଯ଼ୋଗ ନୀତି ସମ୍ପନ୍ନ ହୋଇଛି । ଗତ ଶୁକ୍ରବାର ଚକ ଉପରେ ପଂକ୍ତି ଭୋଗ ପରେ ବିଧି ମୁତାବକ ୩୬ଟି ଚକରେ ୧୮ ଅଖକୁ ସଂଯ଼ୋଗ କରାଯାଇଛି । ଭୋଇ ସେବକ ମାନେ ଏହି ନୀତି ସମ୍ପନ୍ନ କରିଛନ୍ତି । ୩ ରଥର ଦଣ୍ଡା ଓ ଗରଗରା ନିର୍ମାଣ ଶେଷ ହୋଇଥିବାବେଳେ ଏହାକୁ ଚକ ଉପରେ ପକାଇ ଗୟଳ ମୋଡ଼ କରାଯିବା ବାକି ରହିଛି । ସେପଟେ ସ୍ନ।ନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖୋଲିବନି ଶ୍ରୀମନ୍ଦିର ବୋଲି ନିଷ୍ପତ୍ତି ହୋଇଛି ।
ସେ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା ଥିବା ବେଳେ ସମସ୍ତେ ଟେଲିଭିଜନ୍ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଛି । ଚଳିତବର୍ଷ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀଜିଉଙ୍କ ସ୍ନ।ନଯାତ୍ରାର ସିଧା ପ୍ରସାରଣ କରାଯିବ । ମହାପ୍ରଭୁଙ୍କ ସେବା ସମୟରେ ସେବାୟତମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀଜିଉଙ୍କ ସେବା କରିବାକୁ ସେବାୟତମାନେ ସମ୍ମତି ପ୍ରକାଶ କରିଛନ୍ତି । ସ୍ନ।ନଯାତ୍ରା, ଅଣସର ସେବା, ରଥଯାତ୍ରା, ବାହୁଡ଼ା, ଅଧରପଣା ଏବଂ ନୀଳାଦ୍ରି ବିଜେରେ କେବଳ ଜରୁରି ଥିବା ସେବାୟତ ସାମିଲ ହେବେ । ତେବେ ରଥଯାତ୍ରା ପାଇଁ ପୁରୀରୁ ଗଡିବନି ଟ୍ରେନ୍ । ଜୁନ୍ ପହିଲାରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀରୁ ଛାଡ଼ିବନି । ପୁରୀ ବଦଳରେ ଭୁବନେଶ୍ୱରରୁ ଯାତ୍ରା କରିବ ପୁରୁଷୋତ୍ତମ ଏକ୍ସପ୍ରେସ୍ । ସିଆଲଦା-ପୁରୀ ଏକ୍ସପ୍ରେସ୍ ମଧ୍ୟ ପୁରୀ ଷ୍ଟେସନ ଯିବନି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନେଇଛି ରେଳ ବିଭାଗ ।
ରାଜ୍ୟରେ ସପ୍ତାହେ ଧରି ଖେଳିବ କାଳବୈଶାଖୀ, ୪୮ ଘଣ୍ଟା ପରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ମାଡ଼ି ଆସୁଛି ବର୍ଷା । ସପ୍ତାହେ ଧରି ଖେଳିବ କାଳବୈଶାଖୀ । ୪୮ ଘଣ୍ଟା ପରେ ପ୍ରବଳ ବର୍ଷା ସମ୍ଭାବନା । ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜଳବାୟୁ ପରିବର୍ତ୍ତନ ଏବଂ ରାଜସ୍ଥାନରୁ ଛତିଶଗଡ ମଧ୍ୟରେ ଥିବା ଟ୍ରପ୍ ଲାଇନ୍ର ପ୍ରଭାବରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଆସନ୍ତା ୧ ତାରିଖରୁ ରାଜ୍ୟର ୧୨ଟି ଉପକୂଳ ଜିଲ୍ଲାରେ କାଳବୈଶାଖୀ ତାର କରାଳ ରୂପ ଦେଖାଇବ । ସେଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟର ୧୦ ଟି ଜିଲ୍ଲାରେ ପବନ ସହ ଘଡଘଡି ଯୋଗୁଁ ୟେଲୋ ଆର୍ଲଟ ଦିଆଯାଇଛି । ଏହାସହ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ବର୍ଷା ଓ ଘଡ଼ିଘଡ଼ି ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

ଉପକୂଳରେ ବର୍ଷା ହେଲେ ବି ଆଗାମୀ ୫ ଦିନ ଯାଏଁ ତାତିରେ ସିଝିବ ପଶ୍ଚିମ ଓଡ଼ିଶା । ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, କଳାହାଣ୍ଡି ଏବଂ ନୂଆପଡ଼ାରେ ପାରା ୪୦ ତଳକୁ ଖସିବ ନାହିଁ ।
ଲକ୍ଡାଉନ୍ ୪.୦ ସଫଳତାକୁ ନେଇ ମନ୍ କି ବାତ୍ରେ କହିବେ ମୋଦି…
ନୂଆଦିଲ୍ଲୀ: ରବିବାର ମନ୍ କି ବାତ୍ରେ ଲକ୍ଡାଉନ୍କୁ ନେଇ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ ଟାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ଏଥିରେ ସେ ଲକ୍ଡାଉନ୍ ୪.୦ର ସଫଳତାକୁ ନେଇ ଅନେକ କିଛି କହିପାରନ୍ତି ବୋଲି ଆଶା କରାଯାଉଛି । ସଫଳତାର ସହ ଲକ୍ଡାଉନ୍ ୪.୦ ଶେଷ ହେଉଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇପାରନ୍ତି ।
ଏହା ସହ ଦେଶକୁ ଆଗାମୀ ଦିନରେ କ’ଣ କରିବାକୁ ହେବ ସେନେଇ ମଧ୍ୟ ସୂଚନା ଦେବେ ବୋଲି କୁହାଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ରେ ବିଭିନ୍ନ ପ୍ରସଙ୍ଗ ଉଠାଇପାରନ୍ତି । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମଧ୍ୟ ବାର୍ତ୍ତା ଦେଇପାରନ୍ତି । ଏପଟେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ତାଙ୍କର ଅଭିଜ୍ଞତାକୁ ମଧ୍ୟ କହିପାରନ୍ତି ମୋଦି । ଚାଷୀ, ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ କିଛି କହିପାରନ୍ତି ବୋଲି ଆଶା କରାଯାଉଛି । ଲକ୍ଡାଉନ ସମୟରେ ଲୋକ ମାନେ ଅନେକ ହଇରାଣ ହୋଇଛନ୍ତି । ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି । ଯାହାକୁ ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଛନ୍ତି ମୋଦି ।
ଫୁଲ ଗଛ ପାଇଁ ବୃଦ୍ଧଙ୍କୁ ହାଣିଲେ ମହିଳା…!
ବାଣପୁର: ଫୁଲ ଗଛ ପାଇଁ ବୃଦ୍ଧଙ୍କୁ ହାଣିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଚାନ୍ଦପୁର ଥାନା ମୟୁରଝାଲିଆ ଗାଁରୁ । ଜଣେ ମହିଳା ନିଜ ବାଡ଼ିରେ ଫୁଲ ଗଛ ଲଗାଇଥିଲେ । ଆଉ ସେହି ଫୁଲ ଗଛକୁ ପଡ଼ୋଶୀ ବଂଶୀଧର ପ୍ରଧାନଙ୍କ ଗାଇ ବୁଲୁଥିବା ବେଳେ ଖାଇ ଦେଇଥିଲା । ଫଳରେ ମହିଳା ଜଣକ ଉତ୍କ୍ଷିପ୍ତ ହୋଇ ପଡ଼ୋଶୀ ବୃଦ୍ଧଙ୍କ ସହ ଯୁକ୍ତି ତର୍କ କରିଥିଲେ । ଯୁକ୍ତି ତର୍କ ମଧ୍ୟରେ ପରିସ୍ଥିତି ଏଭଳି ଉପୁଜିଥିଲା ଯେ, ମହିଳା ଜଣଙ୍କ ଏକ ଧାରୁଆ ଅସ୍ତ୍ର ଆଣି ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ସ୍ଥାନୀୟ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଶନିବାର ରାତିରେ ଏଭଳି ଘଟଣା ସାମ୍ନାକୁ ଆସିଛି । ପରେ ବଂଶୀଧର ପ୍ରଧାନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଦେଶରେ ବଢୁଛି କରୋନା ସୁସ୍ଥ ହାର, ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୬୪ ଆକ୍ରାନ୍ତ ସୁସ୍ଥ
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ହାର । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହାର ୪୭.୪୦ ପ୍ରତିଶତ ରହିଛି । ସକ୍ରିୟ ମାମଲା ୮୬ ହଜାର ୪୨୨ ରହିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପୋଲିସ କର୍ମଚାରୀଙ୍କର ପଜିଟିଭ ରିପୋର୍ଟ ଆସିଛି ।

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୬୫ ଜଣକ ଜୀବନ ନେଇଛି ଭୂତାଣୁ । ଯାହାକି ଗୋଟିଏ ଦିନରେ ହେଉଛି ସର୍ବାଧିକ ସଂଖ୍ୟା । ଦେଶରେ ୪,୯୭୧ ଜଣକ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ । ସେହିଭଳି ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନାରେ ସ୍ଥିତି ସାଂଘାତିକ ରହିଛି ।

କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏପଟେ ବନ୍ଦେ ଭାରତ ଯୋଜନାରେ ମସ୍କୋ ଯାଉଥିବା ଫ୍ଲାଇଟରେ ପାଇଲଟ କରୋନା ପଜିଟିଭ୍ । ତାଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ ଆସିବା ପରେ ଅଧାରାସ୍ତାରେ ବିମାନକୁ ଫେରାଇ ଅଣାଯାଇଛି । ଦିଲ୍ଲୀରୁ ଯାତ୍ରା କରିଥିବା ବିମାନ AI-1947 ରେ ପାଇଲଟ କରୋନା ପଜିଟିଭ୍ ଥିବା ଗ୍ରାଉଣ୍ଡ ଷ୍ଟାଫ୍ ଜାଣିବାକୁ ପାଇଥିଲେ । ତେଣୁ ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କର୍କଟ ରାଶି ବ୍ୟକ୍ତି ମାନେ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ, ଅର୍ଥକୁ ନେଇ ଚିନ୍ତା ବଢ଼ିପାରେ
ମଇ ୩୧, ୨୦୨୦ ମସିହା, ବୃଷ ୭ ଦିନ, ଜ୍ୟୋଷ୍ଠ ୧ ଦିନ
୧୯୪୨ ଶକାଦ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ରବିବାର
ଉତ୍ତରାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ରହୁଛନ୍ତି
ଘାତବାର- ମେଷ ରାଶିର
ଯୋଗିନୀ ରହିବେ ପୂର୍ବରେ ସନ୍ଧ୍ୟା ୫ଟା ୪୦ ପର୍ଯ୍ୟନ୍ତ
ଏହା ପରେ ଯୋଗିନୀ ରହିବେ ଉତ୍ତରେ
ଶୁଭ ସମୟ-ସକାଳ ୭ଟା ମଧ୍ୟରେ ଓ ଦିନ ୧୧ଟା ୧୮ ପରେ
ଅଶୁଭ ସମୟ-ଦିନ ୧୧ଟା ୪୩ ରୁ ଦିନ ୧ଟା ୨୧ ମଧ୍ୟରେ
ଆଜି କଳମୀ ଶାଗ ଖାଇବା ମନା
ମେଷ ରାଶି
ଅଶ୍ୱିନୀ – ନୂତନ ବନ୍ଧୁଙ୍କ ଆଗମନକୁ ନେଇ ଖୁସି ରହିବେ
ଦ୍ୱିଜା- କିଛି ଘଟଣାକୁ ନେଇ ଖରାପ ହେବାର ରହିଛି
କୃତ୍ତିକା- ନୂତନ ବାଦ୍ୟଯନ୍ତ୍ର କିଣିପାରନ୍ତି, ସଙ୍ଗୀତରେ ସଫଳତା ପ୍ରାପ୍ତ
ପ୍ରଭୁ ଶ୍ରୀରାମଙ୍କ ନାମ ଲାଲ କାଳିରେ ୧୦୮ ଥର ଲେଖନ୍ତୁ
ବୃଷ ରାଶି
କୃତ୍ତିକା- ପୁରୁଣା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ଆପଣଙ୍କୁ ଅନେକ ସାହାଯ୍ୟ କରିବ
ରୋହିଣୀ- କୌଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି
ମୃଗଶିରା- ମହିଳାମାନଙ୍କର ଅଗ୍ନି ପ୍ରତି ବିପଦ ଅଛି ରୋଷେଇ କରିବା ବେଳେ ସତର୍କ ରୁହନ୍ତୁ ।
ମହୁଜଳ ଶିବଲିଙ୍ଗରେ ଅର୍ପଣ କରନ୍ତୁ
ମିଥୁନ ରାଶି
ମଗଶିରା- ଦିନଟି ଭଲରେ କଟିବ, କିଛି ସୌଖୀନ ଜିନିଷ କିଣିପାରନ୍ତି
ଆଦ୍ରା- ଶରୀର ଅସୁସ୍ଥ ରହିବାର ସୂଚନା, ସତର୍କ ରୁହନ୍ତୁ
ପୁନର୍ବସୁ- କୌଣସି ବ୍ୟକ୍ତିଙ୍କ ସହିତ ଝଗଡାଠାରୁ ଦୂରେଇ ରୁହନ୍ତୁ ।
ଗୋଟିଏ ସ୍ୱସ୍ତିକ ଚିହ୍ନ ଆଙ୍କି ତାକୁ ପାଖରେ ରଖନ୍ତୁ
କର୍କଟ ରାଶି
ପୁନର୍ବସୁ- କଥାବାର୍ତ୍ତା କରିବା ବେଳେ ସଂଯମତା ରକ୍ଷା କରନ୍ତୁ
ପୁଷ୍ୟ।- ଅର୍ଥକୁ ନେଇ ଚିନ୍ତା ହୋଇପାରେ, ଭାବିଚିନ୍ତି ଯାହା ବି କରିବେ
ଅଶ୍ଳଷା- ଚିତ୍ରକରମାନଙ୍କ ପାଇଁ ଦିନଟି ଭଲ ରହିବ
କିଛି ମସୁର ଡାଲିକୁ ପ୍ରବାହିତ ନଦୀରେ ଭସାଇ ଦିଅନ୍ତୁ
ସିଂହ ରାଶି
ମଘା- ନୂତନ କାର୍ଯ୍ୟକୁ ନେଇ ପ୍ରଶଂସା ପାଇବେ
ପୂର୍ବା ଫାଲଗୁନି- ଜଙ୍ଗଲ ରାସ୍ତା କିମ୍ବା ଅଞ୍ଚଳକୁ ଯାଆନ୍ତୁ ନାହିଁ, ବିପଦ ରହିଛି
ଉତ୍ତରାଫାଲଗୁନି- ଭବିଷ୍ୟତକୁ ନେଇ କିଛି ଯୋଜନା କରିପାରନ୍ତି
ଚନ୍ଦନ କିଛି ନିଜ ନାଭିରେ ଲଗାନ୍ତୁ
କନ୍ୟା ରାଶି
ଉତ୍ତରଫାଲଗୁନି- ପାରିବାରିକ ସମ୍ପର୍କରେ ତିକ୍ତତା ଆସିପାରେ, ଶାନ୍ତ ରହିବେ
ହସ୍ତା- କୈାଣସି ନିଜର ବ୍ୟକ୍ତିଙ୍କଠାରୁ ସମ୍ପର୍କରେ ଦୂରତା ଆସିବ, ମନ ଅଶାନ୍ତି ରହିବ
ଚିତ୍ରା- ମନକୁ ସ୍ଥିର କରି ଯାହା ବି କରିବେ, କାହାକୁ ସନ୍ଦେହରେ ଦେଖନ୍ତୁ ନାହିଁ
ଶିବଲିଙ୍ଗରେ ଲହୁଣୀ କିଛି ଅର୍ପଣ କରନ୍ତୁ
ତୁଳା ରାଶି
ଚିତ୍ରା- ଅନେକ ଦିଗରୁ ଲାଭବାନ ହେବେ
ସ୍ୱାତୀ- ରାଜନୀତିରେ କୈାଣସି ପଦ ପଦବୀ ମିଳିପାରେ,
ବିଶାଖା- ଫିଲ୍ମ ମେଡିଆରୁ ଅର୍ଥ ଓ ସମ୍ମାନ ମିଳିବ
ଗୋ-ମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ
ବିଛା ରାଶି
ବିଶାଖା – ସରକାରୀ କାର୍ଯ୍ୟରୁ ଅନେକ ଲାଭବାନ ପାଇବେ
ଅନୁରାଧା- ବ୍ୟାଙ୍କ ଚାକିରୀରେ ଥିଲେ ପଦୋନ୍ନତି ପ୍ରାପ୍ତର ଖବର ପାଇବେ
ଜ୍ୟୋଷ୍ଠା- ପତ୍ନୀଙ୍କ ସାହାଯ୍ୟରେ ନୂତନ କର୍ମ ପ୍ରାପ୍ତ ମିଳିପାରେ
ଗୋଟିଏ ଲେମ୍ବୁ ମୁଣ୍ଡରେ ବୁଲାଇ ଦକ୍ଷିଣ ଦିଗକୁ ଫିଙ୍ଗିବେ
ଧନୁ ରାଶି
ମୂଳା- ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ରହିବ
ପୂର୍ବାଷାଢ- ସନ୍ତାନ ଦୂରଯାତ୍ରାରେ ଅନେକ ଶୁଭଖବର ପ୍ରାପ୍ତ ।
ଉତ୍ତରାଷାଢ- ନାତିନାତୁଣୀଙ୍କ ସହିତ ବହୁତ ଖୁସିରେ ସମୟ କଟାଇବେ
ମହାମତ୍ୟୁଞ୍ଜୟ ମନ୍ତ୍ର ପାଠ ଆପଣଙ୍କ ପାଇଁ ଶୁଭ ରହିବ
ମକର ରାଶି
ଉତ୍ତରାଷାଢ- ହାର୍ଟ ରୋଗ ଯୋଗୁଁ ଅନେକ ସମସ୍ୟାରେ ପଡିବେ
ଶ୍ରବଣା- ଅର୍ଥକୁ ନେଇ ମାନସିକ ଚିନ୍ତାରେ ରହିବେ
ଧନିଷ୍ଠା- ଟ୍ୟାକ୍ସକୁ ନେଇ କୌଣସି ଚିନ୍ତା ବଢିପାରେ
ପାରାକୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ବିବାହ ପ୍ରସ୍ତାବ ଆସିବର ସୂଚନା
ଶତଭିଷା- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି
ପୂର୍ବଭାଦ୍ରପଦ- ଖର୍ଚ୍ଚ, ରୋଜଗାର ସମାନ ରହିବ
ତୁଳସୀ ପତ୍ର ପାଖରେ କିଛି ପାଖରେ ରଖନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ଝଗଡାଠାରୁ ଦୂରେଇ ରୁହନ୍ତୁ, କେସ୍ ହୋଇପାରେ
ଉତ୍ତରଭାଦ୍ରପଦ- ମହିଳାମାନଙ୍କ ଠାରୁ ଦୁରେଇ ରୁହନ୍ତୁ
ରେବତୀ- ଶତ୍ରୁ ଓ ରୋଗ ସମସ୍ୟାକୁ ନେଇ ଚିନ୍ତାରେ ରହିବେ
ବେଲଗଛକୁ ଆଜି ଦିନରେ ପରିକ୍ରମା କରନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ- 8984684801

