ଚୀନ୍ ସହ ଉତ୍ତେଜନା ଭିତରେ ଅଚାନକ ଲେହ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ସୀମାରେ ଚୀନ ସହ ବିବାଦ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲେହ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଡିଏସ୍ ଜେନେରାଲ ବିପିନ ରାୱତ ଅଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥଳ ସେନା, ବାୟୁ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସ୍ତବରେ ସୀମାରେ କଣ ଚାଲିଛି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ପରେ ସେ ଲଦାଖ ଯିବାର କାର୍ଯ୍ୟକ୍ରମ ରହିଛି ।

ମେ ମାସରୁ LACରେ ଚୀନ ସହ ଉତ୍ତେଜନା ଲାଗି ରହିଛି । ବର୍ଡରରେ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଦୁଇଦେଶ ସାମରିକ ଶକ୍ତି ବଢ଼ାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ହଠାତ୍ ଲେହ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତ କରିବାର ଥିଲା । କିନ୍ତୁ ଗତକାଲି ତାଙ୍କ ଗସ୍ତ ପରିବର୍ତ୍ତନ କରାଯାଇଥିଲା । କୁହାଯାଉଥିଲା ସିଡିଏସ୍ ଜେନେରାଲ ବିପିନ ରାୱତ ହିଁ ଲେହ ଗସ୍ତ କରିବେ ।

ଜୁନ୍ ୧୫ରେ ଗଲବାନ ଘାଟିରେ ଭାରତ-ଚୀନ ସୈନିକ ମଧ୍ୟରେ ହିଂସାତ୍ମକ ହାତାହାତି ହୋଇଥିଲା । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ କେତକ ଆହତ ହୋଇଥିଲେ । ଏହା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହେଉଥିବା ବେଳେ ସ୍ଥିତି ଶାନ୍ତ ପଡ଼ିନି ।

ଚୀନ୍‌କୁ ଜବାବ୍‌ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍‌ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍

Leave a Reply