କରୋନାରେ ଗଲା ଆଉ ୨ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି

1 min read

ଭୁବନେଶ୍ୱର: ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ଆଉ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ମଧୁମେହ ବା ଡାଇବେଟିସରେ ପୀଡ଼ିତ ୪୦ ବର୍ଷୀୟ ପୁରୁଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ୨ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ପୂର୍ବରୁ ଅନୁଗୁଳରୁ ଜଣେ, ବରଗଡ଼ରୁ ଜଣେ, କଟକରୁ ୪, ଖୋର୍ଦ୍ଧାରୁ ୫ ଓ ପୁରୀରୁ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୧ଟି ନୂତନ ମାମଲା ଆସିଥିବା ବେଳେ ୧୩୬ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୪୨୫ଟି କେସ୍ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬ରେ ପହଞ୍ଚିଛି । ୫ ହଜାର ୫୦୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୫୬୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Leave a Reply