spot_img
Home Blog Page 6861

ରାଜଧାନୀରେ ବଢ଼ୁଛି ସଂକ୍ରମଣ, ହେଲେ ହେବନି ସଟ୍‌ଡାଉନ୍‌ !

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ୁଛି ସଂକ୍ରମଣ । ହେଲେ ହେବନି ସଟ୍‌ଡାଉନ୍ । ରାଜଧାନୀରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିବାରୁ ସଟ୍‌ଡାଉନ୍‌ ଆଶଙ୍କା କରୁଥିଲେ ରାଜଧାନୀ ବାସିନ୍ଦା । ଏମିତିକି ସଟ୍‌ଡାଉନ୍‌ ହେବା ନେଇ ଗୁଜବ ମଧ୍ୟ ପ୍ରଚାର ହୋଇଥିଲା । ହେଲେ ସବୁ ଗୁଜବକୁ ଖଣ୍ଡନ କରିଛି ବିଏମ୍‌ସି ।

ଭୁବନେଶ୍ୱର ସଟ୍‌ଡାଉନ୍‌ ହେବା ନେଇ କୌଣସି ପ୍ରସ୍ତାବ ନାହିଁ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ବିଏମ୍‌ସି କମିଶନର । ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଥିବା କରୋନା ପଜିଟିଭ୍‌ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାକୁ ସଟ୍‌ଡାଉନ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ଭୁବନେଶ୍ୱରରେ ମଧ୍ୟ ଅନୁରୁପ ଭାବେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ସଟଡାଉନ୍‌ କରାଯିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା । ଯାହା ଏକ ଗୁଜବ ବୋଲି ସୋମାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ପବନରେ ପହଁରୁଛି ଭୂତାଣୁ, ଗବେଷକଙ୍କ ଯୁକ୍ତି ସତ ହେଲେ ମହାମାରୀ ନେବ ଉଗ୍ରରୂପ

ନୂଆଦିଲ୍ଲୀ: କରୋନାଗ୍ରାଫରେ ଉପରମୁହାଁ ଭାରତ । ବିଶ୍ୱର ସର୍ବାଧିକ ସଂକ୍ରମଣ ତାଲିକାରେ ୩ ନମ୍ବରରେ ପହଞ୍ଚିଛି । ମାତ୍ର କିଛି ଦିନ ଭିତରେ ରୁଷକୁ ପଛରେ ପକାଇଛି ଭାରତ । ସେପଟେ ଭୂତାଣୁର ନୂଆ ରୂପ ଦେଶ ପାଇଁ ଆଣିପାରେ ମହାବିପଦ । କାରଣ ବିଭିନ୍ନ ଦେଶର ଗବେଷକ କହିଛନ୍ତି, ପବନରେ ବ୍ୟାପୁଛି କରୋନା । ଏହି ତଥ୍ୟ ଯଦି ସତ ହୁଏ, ତେବେ ଜନବହୁଳ ଭାରତରେ ମହାମାରୀ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ରୂପ ବଦଳାଉଛି କରୋନା । ଭୂତାଣୁ ଦେଖାଉଛି ସଂକ୍ରମଣର ଭିନ୍ନ ଭିନ୍ନ ରୂପ । କେବଳ ସଂସ୍ପର୍ଶରେ ଆସିଲେ ନୁହେଁ ବରଂ ପବନରେ ବ୍ୟାପିପାରେ ମହାମାରୀ । ବିଶ୍ୱର ଅଗ୍ରଣୀ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । କରୋନା ଉପରେ ଗବେଷଣା କରୁଥିବା ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାର ଏ ଭିନ୍ନ ରୂପ ସମ୍ପର୍କରେ ପ୍ରକାଶ କରିଛନ୍ତି । କହିଛନ୍ତି, ପବନରେ ବି ଉଡ଼ିପାରେ ଭୂତାଣୁର ଛୋଟ ଛୋଟ କଣିକା । ଏଣୁ ଭୂତାଣୁର ସଂକ୍ରମଣ ନେଇ ସଂଶୋଧନ କରିବାକୁ WHOକୁ ବୈଜ୍ଞାନିକମାନେ ନିବେଦନ କରିଛନ୍ତି ।

ସେପଟେ ଏବେ ବି ନିଜ କଥାରେ ଅଟଳ ରହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପବନରେ ଭୂତାଣୁ ବ୍ୟାପିବାର କୌଣସି ପ୍ରମାଣ ନଥିବା କହିଛି WHO । କେବଳ କଫ, ଛିଙ୍କ ଓ ସଂସ୍ପର୍ଶରେ ଆସିଲେ ହିଁ ଭୂତାଣୁ ବ୍ୟାପିଥାଏ ବୋଲି ଦାବି ଦୋହରାଇଛି WHO । ବୈଜ୍ଞାନିକଙ୍କ ଗବେଷଣା ସତ ହେଲେ ଭାରତ ପାଇଁ ଏହା ସବୁଠୁ ଅଧିକ ବିପଦ ଆଣିବ । ଖାସ କରି ବସ୍ତି ଓ ଲୋକଙ୍କ ସଂଖ୍ୟା ବହୁଳ ସହର ଗୁଡିକରେ ମହାମାରୀ ଦେଖାଇପାରେ ଭୟଙ୍କର ରୂପ ।

ବିଧାନସଭା ଷ୍ଟାଣ୍ଡିଂ କମିଟିର ସମସ୍ତ ବୈଠକ ବାତିଲ୍

ଭୁବନେଶ୍ୱର: ବଢୁଥିବା କରୋନା ଗ୍ରାଫକୁ ଦୃଷ୍ଟିରେ ରଖି ବିଧାନସଭା ଷ୍ଟାଣ୍ଡିଂ କମିଟିର ସମସ୍ତ ବୈଠକକୁ ବାତିଲ କରିଛନ୍ତି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର । ଏପରିକି ବିଧାନସଭା ଚାଲିବା ନେଇ ଲୋକସଭା ଓ ରାଜ୍ୟସଭା ମୁଖ୍ୟଙ୍କ ସହ ଆଲୋଚନା ବି ହୋଇଛି । ସମସ୍ତଙ୍କ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବେ ବାଚସ୍ପତି । ସେପଟେ ତିନି ଦିନ ତଳେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଇଥିବା ବାଲେଶ୍ୱର ଜିଲ୍ଲାର ଜଣେ ବିଜେପି ବିଧାୟକଙ୍କୁ କରୋନା ହୋଇଛି । ଏହା ସତ୍ତ୍ୱେ ଷ୍ଟାଣ୍ଡିଂ କମିଟି ବୈଠକ ବାତିଲକୁ ବିରୋଧ କରୁଥିବାରୁ ହରଡ଼ଘଣାରେ ବିଜେପି । କଂଗ୍ରେସ ମଧ୍ୟ ବୈଠକ ସପକ୍ଷରେ ମତ ରଖିଛି ।

ମାର୍ଚ୍ଚ ୩୦ରେ ଶେଷ ଥର ପାଇଁ ବିଧାନସଭା ଅଧିବେଶନ ବସିଥିଲା । ତାହା ବି ଅସ୍ଥାୟୀ ଭାବେ ଲୋକସେବା ଭବନ କନଭେନସନରେ । କାରଣ ବିଧାନସଭାର ଜଣେ କର୍ମଚାରୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ଲକଡାଉନ ପାଇଁ ପ୍ରାୟ ତିନି ମାସ ପାଇଁ ବନ୍ଦ ରହିଲା ବିଧାନସଭା । ତେବେ ଜୁନ ମାସରେ କିଛି ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା । ହେଲେ ଯେଉଁ ପରି କରୋନା ସଂକ୍ରମଣ ବଢୁଛି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବୈଠକ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି । ସେହିପରି ଶେଷ ଅଧିବେଶନର ୬ ମାସ ଭିତରେ ପରବର୍ତ୍ତୀ ଅଧିବେଶନ ବସିବା କଥା । କିପରି ଓ କେଉଁ ପ୍ରକ୍ରିୟାରେ ଅଧିବେଶନ ବସିବ, ସେ ନେଇ ରାଜ୍ୟପାଳଙ୍କ ସମେତ ଲୋକସଭା ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ମତାମତ ଆସିବା ପରେ କୋଭିଡ୍ ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନିଆଯିବ ।

ଗତ ଶୁକ୍ରବାର ବିଧାନସଭାରେ ବସିଥିବା ଏକ ଷ୍ଟାଣ୍ଡିଂ କମିଟି ବୈଠକରେ ବାଲେଶ୍ୱର ଜିଲ୍ଲା ବିଜେପି ବିଧାୟକ ଯୋଗ ଦେଇଥିଲେ । ବାହାର ଜିଲ୍ଲାରୁ ଫେରିଥିବାରୁ ତାଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା । ଯେଉଁଥିରେ ବିଜେପି ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଯେଉଁ ବିଜେଡି ବିଧାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା, ସେ RMRC ଯାଇ କୋଭିଡ ପରୀକ୍ଷା କରିଛନ୍ତି । ଗୋଟିଏ ପଟେ ଷ୍ଟାଣ୍ଡିଂ କମିଟି ବୈ କରେ ଯୋଗ ଦେଇଥିବା ବିଜେପି ବିଧାୟକଙ୍କ ପାଇଁ ଅନ୍ୟ ବିଧାୟକ ଆତଙ୍କିତ, ଅନ୍ୟପଟେ କିନ୍ତୁ ଷ୍ଟାଣ୍ଡିଂ କମିଟି ବୈଠକ ବାତିଲ୍ ନିଷ୍ପତ୍ତିକୁ ବିରୋଧ କରୁଛି ବିଜେପି । ସେହିପରି କରୋନା ଆଲୋଚନାକୁ ଆଳ କରି ଷ୍ଟାଣ୍ଡିଂ କମିଟି ବୈଠକ ଦାବି କରିଛି କଂଗ୍ରେସ । ଜବାବ ରଖିଛି ବିଜେଡି ।

ପରୀକ୍ଷା ବଢିବାରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ବିଧାୟକଙ୍କୁ ବି କରୋନା ହେଲାଣି । ପର୍ବରୁ ମଧ୍ୟ ବିଧାନସଭା କର୍ମଚାରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ପଠାଯାଇଥିଲା । ଏପରି ସ୍ଥିତିରେ ଷ୍ଟାଣ୍ଡିଂ କମିଟି ବୈଠକ ପାଇଁ ବିଜେପି କିପରି ଜିଦ୍ ଧରି ବସିଛି, ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

କଂଗ୍ରେସ ସରକାର ଭାଙ୍ଗି ଆପଣଙ୍କୁ କେମିତି ଲାଗିଲା ? ମନ୍ତ୍ରୀଙ୍କୁ ଝିଅର ପ୍ରଶ୍ନ, ତା’ପରେ କ’ଣ ହେଲା ?

ଇନ୍ଦୋର: ଚୌକି ପାଇଁ ସବୁକିଛି କରାଯାଇପାରେ । ଗୋଟିଏ ଦଳରୁ ଜିତି ଆଉ ଗୋଟିଏ ଦଳକୁ ମାଙ୍କଡ଼ ଡିଆଁ ମଧ୍ୟ ମାରିବାକୁ ପଛାନ୍ତି ନାହିଁ ନେତା । ମନ୍ତ୍ରୀପଦ ନିଶା ସେମିତି । କିନ୍ତୁ ଆମ୍‌ ଆଦ୍‌ମୀ ବେଳେବେଳେ ମନ୍ତ୍ରୀଙ୍କ ପଦ ନିଶାକୁ ପବ୍ଲିକ୍‌ରେ ନିଲାମ କରିଦିଏ । ସେହିଭଳି ଗୋଟିଏ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇନ୍ଦୋରର ଏହି ଘଟଣାରେ ଅପଦସ୍ତ ହୋଇଥିବା ମନ୍ତ୍ରୀ କଂଗ୍ରେସରୁ ଆସି ବିଜେପିରେ ମିଶିଥିଲେ । ଯାହା ତାଙ୍କ ଭୋଟରଙ୍କୁ ପସନ୍ଦ ଆସିନଥିଲା । ଆଉ ଭୋଟର ପବ୍ଲିକରେ ମନ୍ତ୍ରୀଙ୍କ ପାଟି ଅଠାଅଠା କରିଦେଇଥିଲେ ।

BJP Neta

ଇନ୍ଦୋରର ୱାର୍ଡ ନମ୍ବର ୩୬ ସ୍ଥିତ ସ୍ପେସ ପାର୍କର ଏକ ସୋସାଇଟିରେ ମନ୍ତ୍ରୀ ତୁଲସି ସିଲାବଟ ସେଠାକାର ବାସିନ୍ଦାଙ୍କ ସହ ଜନସମ୍ବାଦରେ ଭାଗ ନେଇଥିଲେ । ସେହି ସଭାରେ ଜଣେ ଝିଅ ମଧ୍ୟ ସାମିଲ ଥିଲେ । ଝିଅର ନାମ ହେଉଛି ଉପାସନା ଶର୍ମା । ଉପାସନା ମନ୍ତ୍ରୀଙ୍କୁ ପଚାରିଥିଲେ ଯେ, କଂଗ୍ରେସ ସରକାର ଭାଙ୍ଗି କେମିତି ଲାଗୁଛି ? ମନ୍ତ୍ରୀଙ୍କୁ ପ୍ରଥମେ ଉତ୍ତର ଦେବାକୁ କିଛି ସମୟ ଲାଗିଥିଲା । କିନ୍ତୁ ପରେ କହିଲେ ଭଲ ଲାଗୁଛି ।

ଏହା ସହ ଉପାସନା ପଚାରିଥିଲେ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଥିବା ବେଳେ କହୁଥିଲେ ଚାଷୀଙ୍କ କରଜ ମାଫ୍ ହୋଇଛି । କିନ୍ତୁ ଏବେ କହୁଛନ୍ତି କରଜ ମାଫ ହୋଇନି । ଯୁବତୀଙ୍କ ଏହି ପ୍ରଶ୍ନ ଶୁଣି ମନ୍ତ୍ରୀ କ’ଣ ଉତ୍ତର ଦେବେ କିଛି ଚିନ୍ତା କରିପାରିନଥିଲେ । ଏହାପରେ ଆୟୋଜକ ତାଙ୍କୁ ପ୍ରଶ୍ନ ପଚାରିବାରୁ ରୋକିଥିଲେ । ତେବେ ଯୁବତୀ ଜଣକ ପ୍ରଶ୍ନ ପଚାରିବା ଭିତରେ ଭିଡିଓ ମଧ୍ୟ ସୁଟ୍ କରୁଥିଲେ । ଯାହାକୁ ସେ ପରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଲଦାଖରୁ ସେନା ପ୍ରତ୍ୟାହାର ପରେ ଚୀନର ପ୍ରଥମ ପ୍ରତିକ୍ରିୟା, ଉତ୍ତେଜନା ହ୍ରାସ ପାଇଁ ପଛକୁ ହଟିଲୁ

ବେଜିଂ: ଗଲବାନରୁ ଚୀନ୍ ସେନା ଦେଢରୁ ଦୁଇ କିଲୋମିଟର ପଛକୁ ହଟିବା ପରେ ପ୍ରଥମ ଥର ପାଇଁ ଚୀନର ପ୍ରତିକ୍ରିୟା ଆସିଛି । ଚୀନ୍ ନିଜ ପ୍ରତିକ୍ରିୟାରେ କହିଛି ଯେ, ଉତ୍ତେଜନା ହ୍ରାସ ପାଇଁ ଆମେ ନିଜ ସେନାକୁ ପଛକୁ ଫେରାଇ ଆଣିଛୁ । ମିଳିଥିବା ସୂଚନା ଅନୁସାରେ ଭାରତ ସରକାର୍କ ବିଶେଷ ପ୍ରତିନିଧି ଓ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲ ଓ ତାଙ୍କ ଚୀନ୍ ସମକକ୍ଷ ବାଙ୍ଗ୍ ୟିଙ୍କ ମଧ୍ୟରେ ଭିଡିଓ କଲରେ ହୋଇଥିବା ଆଲୋଚନା ପରେ ଦୁଇ ଦେଶର ସୈନିକ ପଛକୁ ଫେରିବାକୁ ରାଜି ହୋଇଥିଲେ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ ଦୁଇ ଦେଶଙ୍କ ମଧ୍ୟରେ ବାର୍ତ୍ତାଳପ ପରେ ଫରୱାର୍ଡ ମୋର୍ଚ୍ଚାରେ ମୁତ୍ତୟନ ଥିବା ସୈନିକଙ୍କୁ ଫେରାଇ ଆଣିବାକୁ ଉଭୟ ଦେଶ ରାଜି ହୋଇଛନ୍ତି’

ଏହାପୂର୍ବରୁ ଲଦାଖରେ ଭାରତର କଠୋର ଆଭିମୁଖ୍ୟ କାରଣରୁ ଚୀନ ତା’ର ଆକ୍ରାମକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲା ।  ସୂଚନାଯୋଗ୍ୟ ଯେ, ଜୁନ୍ ୧୫ ତାରିଖ ଦିନ୍ ଚୀନ୍ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିଲେ । ଡିସଏନଗେଜମେଣ୍ଟ୍ ପ୍ରକ୍ରିୟା କ୍ରମରେ ଚୀନ୍ ସୈନିକ ଦେଢ କିଲୋମିଟର ପଛକୁ ଫେରିଛନ୍ତି ।

ladakh

ଏପର୍ଯ୍ୟନ୍ତ ସରଜମିନ୍ ତଦନ୍ତ ହୋଇନାହିଁ

ତେବେ ଏପର୍ଯ୍ୟନ୍ତ ଫିଜିକାଲ ଭେରିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି ।  ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଚୀନ୍ ସୈନିକ ପଛକୁ ହଟିଥିବା ଆମେ ଜାଣିଛୁ କିନ୍ତୁ ସେମାନେ କେତେ ପଛକୁ ଫେରିଛନ୍ତି ସେ ନେଇ  ସରଜମିନ୍ ତଦନ୍ତ ହୋଇନାହିଁ । ସରଜମିନ ନୀରିକ୍ଷଣ ପରେ ଚୀନ୍ ସେନା କେତେ ପଛକୁ ହଟିଛି ତାହା ଜଣା ପଡିବ । ସରଜମିନ ତଦନ୍ତକୁ ତିନି ଦିନ ସମୟ ଲାଗିବ ବୋଲି ଜଣା ପଡିଛି । ଚୀନ୍ ସେନା ନିଜ ଟେଣ୍ଟ୍ ହଟାଇବା ପରେ ଡ୍ରୋନ୍ ଦ୍ୱାରା ଏହାର ଫଟୋ ନିଆଯିବ । ତା’ପରେ ଭାରତୀୟ ସୈନିକ ଉକ୍ତ ସ୍ଥାନକୁ ଯାଇ ସତରେ ଚୀନ୍ ହଟିଛି କି ନାହିଁ ତାର ସରଜମିନ ତଦନ୍ତ କରିବେ । ଏଥିପାଇଁ ତିନି ଦିନ ସମୟ ଲାଗିବ । ଭେରିଫିକେସନ୍ ହେବା ପରେ ଦ୍ୱିତୀୟ ପଦକ୍ଷେପ ନିଆଯିବ ।

 

‘ହୀନ ରାଜନୀତି ନକରି କ୍ଷମା ମାଗନ୍ତୁ ଅପରାଜିତା, ଭୁଲ୍‌କୁ ବିଜେପି ଘଣ୍ଟ ନଘୋଡ଼ାଉ’

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଜେପି ନେତା ବାବୁ ସିଂହ ଆଗକୁ ଆସିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

 ଭୁବନେଶ୍ୱର ବିଜେପିରେ ଏବେ ଗୋଷ୍ଠୀ ବିବାଦ ଜୋରସୋରରେ ଚାଲିଥିବା ସମସ୍ତେ ଜାଣିଛନ୍ତି । ବାବୁ ସିଂହ ହେଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଏକାନ୍ତ ଅନୁଗତ । ଅପରାଜିତା ରାଜନୈତିକ ସଭା ସମିତି କରି ଜାଣିଶୁଣି କୋଭିଡ୍‌ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଭୁବନେଶ୍ୱର ବିଜେପିରେ ଗୋଷ୍ଠୀ କନ୍ଦଳ ଏବଂ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ ଉପରୁ ନଜର ହଟାଇବା ସହିତ ଅପରାଜିତାଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ବାବୁ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ୍‌ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି, କୋଭିଡ୍ ନିୟମ ଭଙ୍ଗ କଲେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ତାଙ୍କ ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରିବାରେ ଲାଗିଛନ୍ତି ।

କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ହୀନ ରାଜନୀତି କରିବା ବଦଳରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡଙ୍ଗୀ ତାଙ୍କର ବେଆଇନ୍‍ କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବା ସହିତ କରୋନା ମୁକାବିଲା ଯୁଦ୍ଧରେ ସାମିଲ ହେବା ଲାଗି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

ଗହଳି ଏଡ଼ାଇବାକୁ ବଦଳିଲା କାଉଣ୍ଟରରେ ମଦ ବିକ୍ରିର ସମୟ

ଭୁବନେଶ୍ୱର: ବିଦେଶୀ ପରେ ଦେଶୀ । ହୋମ୍ ଡେଲିଭରି ପରେ ଏବେ କାଉଣ୍ଟରରେ ମିଳିବ ଦେଶୀ ଓ ବିଦେଶୀ ମଦ । ରାଜ୍ୟର ବିଭିନ୍ନ ବାର୍ ଓ ମଦ ଦୋକାନ ଜୁଲାଇ ପହିଲାରୁ ଖୋଲିଛି । ତେବେ, ସେଠାରେ ମଦ୍ୟପାନ ପାଇଁ ମନା କରାଯାଇଛି । ଏବେ ସରକାର କାଉଣ୍ଟରରେ ଦେଶୀ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି । ବିଦେଶୀ ଭଳି ଦେଶୀ ମଦର ହୋମ୍ ଡେଲିଭରି ସହ କାଉଣ୍ଟରରେ ବିକ୍ରିକୁ ଓଡ଼ିଶା ଅବକାରୀ ବିଭାଗ ଅନୁମତି ପ୍ରଦାନ କରିଛି । ତେବେ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଥିବା ସପରେ ବିଦେଶୀ ଓ ଦେଶୀ ମଦ ଉପଲବ୍ଧ ହେବ ।

FILE

ଏଥିସହ ସରକାର ମଦ ବିକ୍ରି ପାଇଁ ନୂତନ ସମୟ ନିର୍ଘଣ୍ଟ କରିଛନ୍ତି । ପୂର୍ବରୁ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ କାଉଣ୍ଟରରେ ମଦ ବିକ୍ରିକୁ ଅନୁମତି ଥିଲା । ଏବେ ସରକାର ସମୟ ସୀମାକୁ କମାଇ ଦେଇଛନ୍ତି । ସନ୍ଧ୍ୟାରେ ଗହଳି ରୋକିବାକୁ ଏଭଳି ପଦକ୍ଷେପ ନେଇଛି ଓଡ଼ିଶା ଅବକାରୀ ବିଭାଗ । ଏଣିକି ମଦ କାଉଣ୍ଟର ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ । ତେବେ, ମଦ ଦୋକାନ କିମ୍ବା ବାର୍ ପରିସରରେ କେହି ବି ମଦ ପିଇ ପାରିବେ ନାହିଁ ।

କାଉଣ୍ଟରର ସମସ୍ତ କର୍ମଚାରୀ ମୁହଁରେ ମାସ୍କ ପିନ୍ଧିବେ, ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଦୋକାନ ଆଗରେ ଗହଳି ରୋକିବାକୁ ବ୍ୟାରିକେଡ୍ କରାଯିବ । ସାମାଜିକ ଦୂରତା ରକ୍ଷା କରି ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବା ପାଇଁ ବ୍ୟବସ୍ଥା କରିବେ । ଗ୍ରାହକ ମାସ୍କ ପିନ୍ଧିବା ସହ ନିର୍ଦ୍ଧାରିତ ଦୂରତା ରକ୍ଷା କରିବାକୁ ବାଧ୍ୟ । ତେବେ, ମାସ୍କ ପିନ୍ଧିନଥିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଗ୍ରାହକଙ୍କୁ ମଦ ବିକ୍ରି କରାଯିବ ନାହିଁ । ଏସବୁ ଉପରେ ସ୍ଥାନୀୟ ପୋଲିସ ସହ ଅବକାରୀ ବିଭାଗର କର୍ମଚାରୀ ନଜର ରଖିବେ । କୌଣସି ସପ୍ ନିୟମର କୋଭିଡ୍ କଟକଣାର ଉଲ୍ଲଂଘନ କଲେ ଜିଲ୍ଲାପାଳ ତାହାକୁ ବନ୍ଦ କରିପାରିବେ ।

ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟ ପାଇଁ ଭଲ ଖବର । ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ୨୬୨ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ସୁସ୍ଥ ରହିଛନ୍ତି । ତେବେ ରାଜ୍ୟରେ ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ଏଥିପାଇଁ ଓଡ଼ିଶାରେ କରୋନା ନିୟନ୍ତ୍ରଣାଧୀନ ରହିଥିବା କୁହାଯାଉଛି । ସମସ୍ତ ସୁସ୍ଥଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇ, ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି । ଆଜିର ୨୬୨ଙ୍କୁ ମିଶାଇ ରାଜ୍ୟରେ ଏବେ ୬୪୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

ତେବେ ଏହି ୨୬୨ ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୭୩ ରହିଥିବା ବେଳେ, ଗଜପତିର ୪୯, ଗତସିଂହପୁରର ୨୫, ରାୟଗଡ଼ାର ୧୬, କଟକର ୧୫, ବରଗଡ଼ର ୧୪, ଖୋର୍ଦ୍ଧାର ୧୩, ଭଦ୍ରକର ୧୨, ପୁରୀରୁ ୧୨, କେନ୍ଦ୍ରାପଡ଼ାରୁ ୮ ଜଣ ସୁସ୍ଥ ହୋଇଛନ୍ତି ।

ଖାଲି ସେତିକି ନୁହେଁ ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିଭଳି ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଲଦାଖରେ ଚୀନ୍ ପଛକୁ ହଟିବା ପଛରେ NSA ଅଜିତ୍ ଡୋଭାଲ !

ନୂଆଦିଲ୍ଲୀ: ଲଦାଖର ଗଲବାନ ଘାଟିରେ ଚୀନ ସେନା ପଛକୁ ହଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ସବୁଠାରୁ ମଜଭୁତ କୂଟନୈତିକ ଅସ୍ତ୍ର ପ୍ରୟୋଗ କରିଥିଲେ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲଙ୍କୁ ରଣନୀତିରେ ସାମଲି କରିଥିଲେ । ଡୋଭାଲ ରବିବାର ପାଖାପାଖି ୨ ଘଣ୍ଟା ଚୀନର ୱାଂଗ ୟିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ଚୀନ ପାଖରେ ପଛକୁ ହଟିବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା । ଭାରତ ଡ୍ରାଗନକୁ ଚାରିପଟୁ ଘେରିବା ସହ ୫୯ଟି ଚାଇନିଜ୍ ଆପ୍ ବ୍ୟାନ କରିଥିଲା । ଯେଉଁଥି ଯୋଗୁଁ ଦୋହଲି ଯାଇଥିଲା ବେଜିଂ । ଡୋଭାଲଙ୍କ ଆଲୋଚନା ପରେ ଚୀନ୍ ଗଲବାନରେ ଉତ୍ତେଜନା ହ୍ରାସ ଦିଗରେ ସହମତି ପ୍ରକାଶ କରିଥିଲା ।

ଡୋଭାଲଙ୍କ ରଣନୀତିରେ ନଇଁଲା ଚୀନ

ଡୋଭାଲ ୱାଂଗ ୟିଙ୍କ ସହିତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଲଦାଖ ସୀମାରେ ଉଭୟ ପକ୍ଷର ସୈନିକ ପଛକୁ ହଟିବା ପଛର କାରଣ ଏହି ଆଲୋଚନା । ଗଲବାନ ଘାଟିରେ ଜୁନ୍ ୧୫ରେ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଚୀନର ୪୦ ଜଣ ଯବାନ ନିହତ ହୋଇଥିଲେ । ଡୋଭାଲଙ୍କ କଥାବାର୍ତ୍ତା ପରେ ଚୀନ ସୈନିକ ଗଲବାନ ଘାଟିର ସଂଘର୍ଷ ସ୍ଥାନରୁ ୧.୫ କିଲୋମିଟର ପଛକୁ ହଟିଛି । ଏହା ପୂର୍ବରୁ ଉତ୍ତେଜନା କମ୍ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ଥର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା ।

LAC-1200-3

ଆଉଥରେ ହେବନି ତ ଉତ୍ତେଜନା ?

ଭିଡିଓ କଲିଂରେ ଡୋଭାଲ୍ ଚୀନର ବୈଦେଶିକ ମନ୍ତ୍ରୀ ଓ ଷ୍ଟେଟ୍ କାଉନ୍ସିଲର ୱାଂଗ ୟିଙ୍କ ସହ ଆଲୋଚନା କରିଥିଲେ । ଉଭୟ ପକ୍ଷ ଆଲୋଚନାକୁ ସଫଳ ବୋଲି କହିଛନ୍ତି । ଦୁଇ ଦେଶ ଭବିଷ୍ୟତରେ ଗଲବାନ ଘାଟିରେ ଯେଭଳି ପୁନର୍ବାର ଏମିତି ଉତ୍ତେଜନା ନ ଉପୁଜେ ସେନେଇ ଆଲୋଚନା କରିଛନ୍ତି । ଶାନ୍ତି ବଜାୟ ରଖିବା ଦିଗରେ କଥାବାର୍ତ୍ତା କରିଛନ୍ତି ।

LAC-1200-3

ବିବାଦୀୟ କ୍ଷେତ୍ରରୁ ସେନା ହଟାଇବାକୁ ସହମତି

ଆଲୋଚନାରେ ଉଭୟ ପକ୍ଷ ଯଥାଶୀଘ୍ର ବିବାଦୀୟ ସ୍ଥାନରୁ ସେନାକୁ ପଛକୁ ନେବା ପାଇଁ ଓ ଶାନ୍ତି ବଜାୟ ରଖିବା ପାଇଁ କଥା ହୋଇଥିଲେ । ଏଥିପାଇଁ ଉଭୟ ଦେଶ ବାସ୍ତବିକ ସୀମା ରେଖା (LAC) ନିକଟରେ ଥିବା ସେନାକୁ ଫେରାଇ ନେବାକୁ ରାଜି ହୋଇଥିଲେ । ଉଭୟ ଭାରତ ଓ ଚୀନ ସେନା ସୀମାରୁ ପଛକୁ ହଟାଇବା ଓ LAC ଉଲ୍ଲଂଘନ କରିବେ ନାହିଁ ସହମତି ପ୍ରକାଶ କରିଥିଲେ ।

India and China Tension: କାମଦେଲା ଭାରତ ଚାପ,ଦେଢ କିଲୋମିଟର ପଛକୁ ହଟିଲା ଚୀନ୍ !