ଲଦାଖରୁ ସେନା ପ୍ରତ୍ୟାହାର ପରେ ଚୀନର ପ୍ରଥମ ପ୍ରତିକ୍ରିୟା, ଉତ୍ତେଜନା ହ୍ରାସ ପାଇଁ ପଛକୁ ହଟିଲୁ

ବେଜିଂ: ଗଲବାନରୁ ଚୀନ୍ ସେନା ଦେଢରୁ ଦୁଇ କିଲୋମିଟର ପଛକୁ ହଟିବା ପରେ ପ୍ରଥମ ଥର ପାଇଁ ଚୀନର ପ୍ରତିକ୍ରିୟା ଆସିଛି । ଚୀନ୍ ନିଜ ପ୍ରତିକ୍ରିୟାରେ କହିଛି ଯେ, ଉତ୍ତେଜନା ହ୍ରାସ ପାଇଁ ଆମେ ନିଜ ସେନାକୁ ପଛକୁ ଫେରାଇ ଆଣିଛୁ । ମିଳିଥିବା ସୂଚନା ଅନୁସାରେ ଭାରତ ସରକାର୍କ ବିଶେଷ ପ୍ରତିନିଧି ଓ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲ ଓ ତାଙ୍କ ଚୀନ୍ ସମକକ୍ଷ ବାଙ୍ଗ୍ ୟିଙ୍କ ମଧ୍ୟରେ ଭିଡିଓ କଲରେ ହୋଇଥିବା ଆଲୋଚନା ପରେ ଦୁଇ ଦେଶର ସୈନିକ ପଛକୁ ଫେରିବାକୁ ରାଜି ହୋଇଥିଲେ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ ଦୁଇ ଦେଶଙ୍କ ମଧ୍ୟରେ ବାର୍ତ୍ତାଳପ ପରେ ଫରୱାର୍ଡ ମୋର୍ଚ୍ଚାରେ ମୁତ୍ତୟନ ଥିବା ସୈନିକଙ୍କୁ ଫେରାଇ ଆଣିବାକୁ ଉଭୟ ଦେଶ ରାଜି ହୋଇଛନ୍ତି’

ଏହାପୂର୍ବରୁ ଲଦାଖରେ ଭାରତର କଠୋର ଆଭିମୁଖ୍ୟ କାରଣରୁ ଚୀନ ତା’ର ଆକ୍ରାମକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିଲା ।  ସୂଚନାଯୋଗ୍ୟ ଯେ, ଜୁନ୍ ୧୫ ତାରିଖ ଦିନ୍ ଚୀନ୍ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିଲେ । ଡିସଏନଗେଜମେଣ୍ଟ୍ ପ୍ରକ୍ରିୟା କ୍ରମରେ ଚୀନ୍ ସୈନିକ ଦେଢ କିଲୋମିଟର ପଛକୁ ଫେରିଛନ୍ତି ।

ladakh

ଏପର୍ଯ୍ୟନ୍ତ ସରଜମିନ୍ ତଦନ୍ତ ହୋଇନାହିଁ

ତେବେ ଏପର୍ଯ୍ୟନ୍ତ ଫିଜିକାଲ ଭେରିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି ।  ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଚୀନ୍ ସୈନିକ ପଛକୁ ହଟିଥିବା ଆମେ ଜାଣିଛୁ କିନ୍ତୁ ସେମାନେ କେତେ ପଛକୁ ଫେରିଛନ୍ତି ସେ ନେଇ  ସରଜମିନ୍ ତଦନ୍ତ ହୋଇନାହିଁ । ସରଜମିନ ନୀରିକ୍ଷଣ ପରେ ଚୀନ୍ ସେନା କେତେ ପଛକୁ ହଟିଛି ତାହା ଜଣା ପଡିବ । ସରଜମିନ ତଦନ୍ତକୁ ତିନି ଦିନ ସମୟ ଲାଗିବ ବୋଲି ଜଣା ପଡିଛି । ଚୀନ୍ ସେନା ନିଜ ଟେଣ୍ଟ୍ ହଟାଇବା ପରେ ଡ୍ରୋନ୍ ଦ୍ୱାରା ଏହାର ଫଟୋ ନିଆଯିବ । ତା’ପରେ ଭାରତୀୟ ସୈନିକ ଉକ୍ତ ସ୍ଥାନକୁ ଯାଇ ସତରେ ଚୀନ୍ ହଟିଛି କି ନାହିଁ ତାର ସରଜମିନ ତଦନ୍ତ କରିବେ । ଏଥିପାଇଁ ତିନି ଦିନ ସମୟ ଲାଗିବ । ଭେରିଫିକେସନ୍ ହେବା ପରେ ଦ୍ୱିତୀୟ ପଦକ୍ଷେପ ନିଆଯିବ ।

 

Leave a Reply