ଜମ୍ମୁ କାଶ୍ମୀରରେ ଗଡ଼ିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ। ଜମ୍ମୁରେ ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାମୁହିଁ ହୋଇଛନ୍ତି । ୪ଜଣଙ୍କୁ ଏନକାଉଣ୍ଟର କରିଛି ସୁରକ୍ଷାବଳ । ଆତଙ୍କୀ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂଚନା ପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୁଲୱାମା, କୁଲଗାମ ଓ ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ୪ ଆତଙ୍କୀ ନିହତ ହୋଇଛନ୍ତି । କୁଲଗାମ ଜିଲ୍ଲା ନିପୋରାରେ ସେନା ୨ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛି ।

ସେପଟେ ଅନନ୍ତନାଗ ଜିଲ୍ଲା ଲଲ୍ନରେ ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦକ୍ଷୀଣ କାଶ୍ମୀରର ପୁଲୱାମା ଜିଲ୍ଲା ଗୁଲବାଗ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଖବର ପାଇ ଘେରିଛି ସୁରକ୍ଷାବଳ। ଗୁଲ ବାଗ ଅଞ୍ଚଳରେ ୨ରୁ ୩ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ନିକଟରେ ଜମ୍ମୁର ସୋପିଆଁ, ବଡ଼ଗାମ ଅଞ୍ଚଳରେ ସେନା ଆତଙ୍କୀ ଗୁଳିବିନିମୟ ହୋଇଥିଲା। ପ୍ରାୟ ୧୪ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷା କର୍ମୀ ।





ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରାଯାଇଛି ତୀବ୍ର ବିରୋଧ । ଗତକାଲି ସଂଧ୍ୟାରେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମର୍ଥକଙ୍କ ସହ ପିସିସି ସଭାପତିଙ୍କ ପୋଷ୍ଟର ଜାଳିବା ,ସହ ଜୋରଦାର ପ୍ରତିବାଦ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ପିସିସି ସଭାପତି ଗୁଣ୍ଡା ଲଗାଇ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି ।


