ବିଏମ୍‌ସି ଅମିତାଭଙ୍କ ୪ ବଙ୍ଗଳାକୁ କଲା ସିଲ୍, ହୋମ୍‌ ଆଇସୋଲେସନରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା

1 min read

ନୂଆଦିଲ୍ଲୀ: ମୁମ୍ବାଇ ମୁନିସପାଲିଟି କର୍ପୋରେସନ୍ (ବିଏମସି) ମୁମ୍ବାଇରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାରିଟି ବଙ୍ଗଳାକୁ ସିଲ୍ କରିଛି । ଏହି ଚାରିଟି ବଙ୍ଗଳାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ବିଏମସି ଟିମ୍ ବଙ୍ଗଳା ଉପରେ କରୋନାକୁ ନେଇ ଜାଞ୍ଚ କରୁଛି । ବଚ୍ଚନ ପରିବାରର ଚାରିଟି ବଙ୍ଗଳା – ଜାଲସା, ପ୍ରତୀକ୍ଷା, ଜନକ ଏବଂ ବସ୍ତକୁ କଣ୍ଟେନ ମେଣ୍ଟ ଜୋନ ଭୋବ ଘୋଷଣା ହେବା ପରେ କୋଭିଡ -19 ର ନିର୍ଦ୍ଦେଶାବଳୀ ଅନୁଯାୟୀ ସିଲ୍ କରାଯାଇଛି ।

ସେପଟେ କରୋନା ପଜିଟିଭ ଆସିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଘରେ ହୋମ ଆଇସୋଲେସନରେ ରହିବେ । ରିପୋର୍ଟ ଅନୁଯାୟୀ ସେମାନଙ୍କ ପାଖରେ କରୋନାର ଅଧିକ ଲକ୍ଷଣ ନାହିଁ । ସେଥିପାଇଁ ସେମାନେ ଘରେ ରହିପାରିବେ ବୋଲି ସୂଚନା ଦିଆଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ଜୟା ବଚ୍ଚନଙ୍କଠାରୁ ଦୂରରେ ରହିବା ଆବଶ୍ୟକ । ଜୟା ବଚ୍ଚନଙ୍କ ରିପୋର୍ଟ କରୋନା ନେଗେଟିଭ ଆସିଛି ।

ଶନିବାର ଦିନ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ କରୋନା ପଜିଟିଭ ଆସିଥିଲା ।ଏହାପରେ ସମଗ୍ର ବଚନଙ୍କ ପରିବାରର ପରୀକ୍ଷା କରାଯାଇଥିଲା । ଏଥିରେ ଅମିତାଭ ଏବଂ ଅଭିଷେକଙ୍କ ବ୍ୟତୀତ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ନକାରାତ୍ମକ ଥିଲା ।

କିନ୍ତୁ ରବିବାର ପୁନର୍ବାର ପରୀକ୍ଷା କରାଯିବା ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କେବଳ ଏଥିରେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କର କରୋନା ଅଧିକ ଲକ୍ଷଣ ନାହିଁ ବୋଲି କୁହାଯାଇଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ଅନୁମତି ଦିଆଯାଇଛି । ତଥାପି, ସେମାନଙ୍କୁ ଜୟାଙ୍କ ଠାରୁ ଏକ ଦୂରତା ବଜାୟ ରଖିବାକୁ ପଡିବ । ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ପରେ ବଚ୍ଚନ ପରିବାରର ଦ୍ୱିତୀୟ ଗୃହ କର୍ମଚାରୀଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

Leave a Reply