ରହସ୍ୟଘେରରେ ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣା: ସ୍କାନରରେ ସେବାଶ୍ରମ ସଦସ୍ୟ ଓ ସାଙ୍ଗ

1 min read

ଭୁବନେଶ୍ୱର (ଅରୁଣ ସାହୁ) : ସମାଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପ୍ରମାଣ ଖୋଜୁଛି ରେଳବାଇ ପୋଲିସ । ସିଡିଆର୍‌ ଓ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଡାଏରୀକୁ ନେଇ ଜିଆର୍‌ପି ତନାଘନା ଚଲାଇଛି । ମୃତଦେହ ମିଳିଥିବା ଟ୍ରାକ୍‌ ଦେଇ ଯେଉଁସବୁ ଟ୍ରେନ୍‌ ଯାଇଛି, ତା’ର ଡ୍ରାଇଭରମାନଙ୍କୁ ପଚରାଉଚରା କରାଯିବ । ଆସନ୍ତାକାଲି ଜିଆର୍‌ପିରେ ପପୁ ଓ ବିକାଶ ସମେତ ପିପୁଲ ଫର୍‌ ସେବାର କିଛି ସଦସ୍ୟ ହାଜର ହେବେ ।

ରହସ୍ୟଘେରରେ ରାଜଧାନୀର ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା । ଦିନ ଗଡ଼ୁଛି ସସ୍‌ପେନ୍‌ସ ବଢୁଛି  । ଜିଆର୍‌ପି ସ୍କାନର୍‌ରେ ଆଦିତ୍ୟଙ୍କ ସାଙ୍ଗ ଓ ସେବାଶ୍ରମର ସଦସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ସଂଧ୍ୟା ୭ଟାରୁ ୧୦ଟା ଭିତରେ ସେହି ଟ୍ରାକ୍‌ରେ ୭ଟି ଟ୍ରେନ୍‌ ଯାଇଥିଲା । ଏହି ତାଲିକା ଜିଆର୍‌ପିର ହସ୍ତଗତ ହୋଇଛି । ଏହି ଟ୍ରେନ୍ ଡ୍ରଇଭରଙ୍କୁ ଚିହ୍ନଟ କରି ପଚରାଉଚାର କରାଯିବ ।

କିଛି ଡ୍ରାଇଭରଙ୍କୁ ଚିହ୍ନଟ ସରିଛି । ଆଦିତ୍ୟ ଟ୍ରେନ ଆଗକୁ ଡେଇଁଛନ୍ତି ନା ତାଙ୍କୁ କିଏ ଠେଲିଦେଇଛି, ସେ ନେଇ ଡ୍ରାଇଭରମାନଙ୍କୁଠାରୁ ତଥ୍ୟ ହାସଲ କରିବ ଜିଆର୍‌ପି ।ପପୁ ,ବିକାଶ ଓ ପିପୁଲ ଫର ସେବାର ୩-୪ ଜଣ ସଦସ୍ୟଙ୍କୁ ସୋମବାର ଦିନ ଜିଆରପି ପାଖରେ ହାଜର ହେବାକୁ କୁହାଯାଇଛି। ପଚରାଉଚରା ସମୟରେ ସେବାଶ୍ରମର ଆର୍ଥିକ କାରବାର, ସିଡିଆର୍‌ ରିପୋର୍ଟ ଆଧାରରେ ତଥ୍ୟ ଆଦାୟ କରିବ ଜିଆର୍‌ପି । ଘଟଣା ନେଇ ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜି ।

https://www.youtube.com/watch?v=GJCyzaZR_HA

ପପୁ, ବିକାଶ ଓ ବିଦ୍ୟାଶ୍ରୀଙ୍କ ବିବାଦ ଭିତରେ ପ୍ରକୃତ ସତ ଲୁଚି ଯାଉଛି କି ? ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ରେଳବାଇ ପୋଲିସର ତଦନ୍ତ କେତେ ଦୂର ଯାଇଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ୬ ଦିନ ପରେ ମଧ୍ୟ ଆଦିତ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା  ଉଠିଥିବା ନଥିବା ବେଳେ ସୋସିଆଲ ମିଡିଆରେ ଝଡ ଦେଖିବାକୁ ମିଳୁଛି

Leave a Reply