spot_img
Home Blog Page 6818

କରୋନାକୁ ହରାଇଲେ ୮୧ ବର୍ଷୀୟ ବ୍ୟକ୍ତି, ୧୫ ଦିନର ଚିକିତ୍ସା ପରେ ସୁସ୍ଥ

ଭୁବନେଶ୍ୱର: କୋଭିଡ ମହାମାରୀରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜଣେ ୮୧ ବର୍ଷ ବୟଷ୍କ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସାଧାରଣତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ପାଇଁ କରୋନା ସଂକ୍ରମଣ  ସମ୍ବେଦନଶୀଳ । ଏଭଳିସ୍ଥିତିରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ତଳଇନ୍ଦ୍ରଗଡା ଗ୍ରାମର ଗୋପୀନାଥ ଡାକୁଆ ସମସ୍ତଙ୍କ ପାଇଁ ଆଶାର କିରଣ ସାଜିଛନ୍ତି । ୧୫ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୋପୀନାଥ ।

ଥଣ୍ଡା ଓ କାଶ ଯୋଗୁଁ ସେ ପ୍ରଥମେ ଇନ୍ଦ୍ରଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପରେ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ କଳିଙ୍ଗ ମଡେଲ ଆବାସିକ ସ୍କୁଲରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ୍ ଟେଷ୍ଟରେ ପଜିଟିଭ ଆସିବାରୁ ତାଙ୍କୁ ଗତ ୪ ତାରିଖରେ ଫୁଲବାଣୀ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା । ଆଜି ସେ ସମ୍ପୁର୍ଣ୍ଣ ସୁସ୍ଧ ହୋଇ କୋଭିଡ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ତାଙ୍କର କୋଭିଡ୍ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କରୋନା ସଂକ୍ରମିତଙ୍କ ପାଇଁ ଗୋପୀନାଥ ଆଶା ଓ ସାହସିକତାର ଜ୍ୱଳନ୍ତ ଉଦାହାରଣ । ବାର୍ଦ୍ଧକ୍ୟ ଓ ଅନ୍ୟ ଅସୁସ୍ଥତା ସତ୍ତ୍ୱେ ସେ କରୋନା ଭୂତାଣୁକୁ ପରାସ୍ତ କରିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି- ‘ଭାରତରେ ନକଲି ଅଯୋଧ୍ୟା, ନେପାଳରେ ଅସଲି’

କାଠମାଣ୍ଡୁ: ସୀମା ପରେ ସଂସ୍କୃତିକୁ ନେଇ ରାଜନୀତି । ଆସନ ଟଳମଳକୁ ନେଇ ବିଚଳିତ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପୁଣି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ରାମଙ୍କ ଜନ୍ମଭୂମିକୁ ନେଇ ଓଲି ରଖିଥିବା ମତର ମୁଣ୍ଡ ଅଛି ନା ପାଦ । ସେ ଅଯୋଧ୍ୟା ଭାରତରେ ନଥିବା କହିଛନ୍ତି । ଭାରତରେ ଥିବା ଅଯୋଧ୍ୟା ହେଉଛି ନକଲି । ନେପାଳରେ ଥିବା ଅଯୋଧ୍ୟାକୁ ଅସଲି ବୋଲି ଓଲି କହିଛନ୍ତି । ଭାରତ ସାଂସ୍କୃତିକ ଭାବେ କାଉଣ୍ଟର କରିବାକୁ ନକଲି ଅଯୋଧ୍ୟାର ନିର୍ମାଣ କରିଛି ଯେତେବେଲେ କି ଅସଲି ବା ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି ବୋଲି ମତ ରଖିଛନ୍ତି ଓଲି ।

କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତ୍ରୀ ଅବସରରେ ଓଲି ନେପାଳ ଉପରେ ସାଂସ୍କୃତିକ ରୂପରେ ଅତ୍ୟାଚାର କରାଯାଇଥିବା କହିଛନ୍ତି । ଐତିହାସିକ ତଥ୍ୟକୁ ମଧ୍ୟ ଏପେଟ ସେପଟ କରାଯାଇଛି । ଓଲି କହିଛନ୍ତି- ଆମେ ଭାରତ ସ୍ଥିତ ଅଯୋଧ୍ୟାର ରାଜକୁମାରଙ୍କୁ ସୀତାଙ୍କୁ ଦେଇ ନଥିଲୁ । ବରଂ ନେପାଳ ସ୍ଥିତ ଅଯୋଧ୍ୟା ରାଜକୁମାରଙ୍କୁ ଆମେ ସୀତାଙ୍କୁ ଦେଇଥିଲୁ । ଭାରତର ଅଯୋଧ୍ୟା ବାସ୍ତିବକ ନୁହେଁ ବୋଲି ସେ କହିଛନ୍ତି । ନେପାଳର ବୀରଗଞ୍ଜର ପଶ୍ଚିମରେ ରହିଛି ଅଯୋଧ୍ୟା ନାମକ ଏକ ଗାଁ ।

ଏତେ ଦୂର ରାମ କେମିତି ଆସିଲେ ?

ଓଲି ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଅଜବ ଯୁକ୍ତି କରିଛନ୍ତି । ଯଦି ଭାରତର ଅଯୋଧ୍ୟା ବାସ୍ତିବିକ ତେବେ ରାଜକୁମାର ରାମଚନ୍ଦ୍ର ବିବାହ ପାଇଁ ଜନକପୁର କେମିତି ଆସିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଜ୍ଞାନ-ବିଜ୍ଞାନର ଉତ୍ପତ୍ତି ଓ ବିକାଶ ନେପାଳରୁ ହୋଇଥିବା ସେ ଦାବି କରିଛନ୍ତି ।

ଚୀନ୍‌ କରୋନା ସଂକ୍ରମଣ ପାଇଁ ଦାୟୀ କି ? ଏଭଳି ସତ୍ୟତା ଖୋଜିବା ପାଇଁ ଚୀନ୍‌ରେ‌ ପହଞ୍ଚିଲା WHO ଟିମ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁ ସହିତ ଲଢ଼ୁଛି । ଅଧିକାଂଶ ଦେଶ ଏହି ମହାମାରୀ ପାଇଁ ଚୀନ୍ କୁ ଦାୟୀ କରିଛନ୍ତି । ବର୍ତ୍ତମାନ ଏହି ମହାମାରୀରେ ଚୀନ୍‌ର ଭୂମିକା ଅଛି ନା ନାହିଁ ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଦୁଇଜଣ ବିଶେଷଜ୍ଞ ଚୀନ୍‌ରେ ପହଞ୍ଚିଛନ୍ତି । ଏହି ଉଭୟ ବିଶେଷଜ୍ଞ କରୋନାର ମୂଳ ଉତ୍ସ ଅନୁସନ୍ଧାନ କରିବେ । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ଏହି ସୂଚନା ଦେଇଛନ୍ତି ।

CGTN ମିଡିଆ ରିପୋର୍ଟ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଚାଇନାର ବୈଜ୍ଞାନିକ ଏବଂ ଡାକ୍ତରୀ ବିଶେଷଜ୍ଞମାନେ WHO ଅଧିକାରୀଙ୍କୁ ସାହାଯ୍ୟ କରିବେ ଏବଂ ସେମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବେ । ଏଥି ସହ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଅନ୍ୟ ଦେଶ ତଥା ଅଞ୍ଚଳ ଗସ୍ତ କରିବା ଉଚିତ ।

ଭୂତାଣୁ ବିଷୟରେ କରାଯାଇଥିବା ସମସ୍ତ ଅନୁସନ୍ଧାନରେ ଅଧିକାଂଶ ବୈଜ୍ଞାନିକ ଦାବି କରିଛନ୍ତି ଯେ ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଛି । ଅନେକ ରିପୋର୍ଟରେ ଚାଇନା ଉହ୍ୱାନର ମିଟ ମାର୍କେଟରୁ ଚାରିଆଡ଼େ ବ୍ୟାପିଛି ।

ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ବିବାଦର କାରଣ କଣ ?

ଜୟପୁର: ସଂକଟରେ ଅଶୋକ ଗେହଲଟଙ୍କ ମୁଖ୍ୟମନ୍ତ୍ରୀ ପଦ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖିଆ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏପରିକି କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହୋଇନାହାଁନ୍ତି ସଚିନ ପାଇଲଟ୍ । ଯାହାକି ରାଜସ୍ଥାନରେ ସୃଷ୍ଟି କରିଛି ରାଜନୈତିକ ଅସ୍ଥିରତା…

ଏସଓଜି ନୋଟିସରୁ ବିବାଦ

କୁହାଯାଉଛି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦ ପଛର କାରଣ ହେଉଛି ଏସଓଜିର ନୋଟିସ୍ । ଯାହାକି ଏସଓଜି ସଚିନ ପାଇଲଟଙ୍କ ସମେତ ଅନ୍ୟ କେତକଙ୍କୁ ପଠାଇଛି । ସଚିନଙ୍କୁ ସଙ୍ଗୀନ ଧାରାରେ ପଚରାଉଚରା ପାଇଁ ଡକାଯାଇଛି । ଯେତେବେଳେ କି ମାମଲା ବିଧାୟକଙ୍କୁ କ୍ରୟ କୁ ନେଇ । ଏହାକୁ ସହଜରେ ହଜମ କରିପାରିନାହଁନ୍ତି ସଚିନ ।

ashok sachin

ରାଜ୍ୟରେ ସରକାର ଗଠନ ପରେ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ସଚିନ ପାଇଲଟ୍ ପ୍ରଥମେ ଗୃହ ବିଭାଗ ମାଗିଥିଲେ । କିନ୍ତୁ ତାଙ୍କୁ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗରେ ଖୁସି ହେବାକୁ ପଡ଼ିଥିଲା ।

ବିରୋଧ ପୁରୁଣା

ସରକାରରେ ଥାଇ ସଚିନ ଅନେକଥର ସରକାର ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ବିଶେଷକରି କୋଟା ସରକାରୀ ଚିକିତ୍ସାଳୟରେ ନବଜାତ ମୃତ୍ୟୁକୁ ନେଇ ପାଇଲଟ୍ ଦେଇଥିବା ମନ୍ତବ୍ୟକୁ ନେଇ ଗେହଲଟ ସରକାର ବେଶ୍ ବଦନାମ୍ ହୋଇଥିଲେ ।

Ashok Gehlot (Congress)

ଯୋଧପୁର ଲୋକସଭା ଆସନରୁ ଗେହଲଟଙ୍କ ପୁଅ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ଏଥିପାଇଁ ଗେହଲଟ ସଚିନଙ୍କୁ ଦାୟୀ କରିଥିଲେ । ଏବଂ ତାଙ୍କ ବିରୋଧରେ ଆକ୍ରମଣାତ୍ମକ ଟିପ୍ପଣୀ ଦେଇଥିଲେ । ଏତିକି ନୁହେଁ ସଚିନ ନିଜ ସମର୍ଥକ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ଭଲ ବିଭାଗ ଦେବାକୁ ଚାହୁଁଥିଲେ । ଯାହାକୁ ନେଇ ସଂଗଠନରେ ବହୁବାର ବିବାଦ ଉପୁଜିବା ସହ ଉଭୟ ମୁହାମୁହିଁ ହୋଇଥିଲେ ।

ଅଟଳ ପାଇଲଟ୍

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମତଭେଦ ରଖିଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଏବେ ବୁଝାମଣା ନେଇ ରାଜି ନାହାଁନ୍ତି । ଏପରିକି କୌଣସି ସର୍ତ୍ତ ମଧ୍ୟ ରଖିନାହାଁନ୍ତି । ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ସହ ସେ କଥା ହୋଇନଥିବା ସେ ସୂଚନା ଦେଇଛନ୍ତି । ପାଇଲଟ କ୍ୟାମ୍ପର ଦାବି ଅଶୋକ ଗେହଲଟଙ୍କ ପାଖରେ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ଥିବାବେଳେ ଅବଶିଷ୍ଟ ବିଧାୟକ ଆମ ପାଖରେ ଅଛନ୍ତି । ସୋମବାର ଦ୍ୱିପ୍ରହରରେ ଅଶୋକ ଗେହଲଟ ୧୦୦ରୁ ଅଧିକ ବିଧାୟକଙ୍କ ପରେଡ୍ କରିଛନ୍ତି । ସିଏମ୍ ଅଶୋକ ଗେହଲଟଙ୍କ ନିକଟରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି । ୧୦୪ ବିଧାୟକ ଜୟପୁରରେ ଥିବାବେଳେ ୫ ଜଣ ଇସ୍ତଫା ପତ୍ର ଦେଇଛନ୍ତି । ଅନ୍ୟପଟେ ସଚିନଙ୍କ ସପକ୍ଷରେ ଅଛନ୍ତି ପ୍ରାୟ ୧୭ ବିଧାୟକ ।

ପଠାନକୋଟରେ ପହଞ୍ଚି ରଣନୀତିର ସମିକ୍ଷା କଲେ ସେନା ମୁଖ୍ୟ ଏମ୍ ନରୱଣେ, କହିଲେ ଯୁଦ୍ଧ ପାଇଁ ଆମ ସେନା ପୁରା ପ୍ରସ୍ତତ ରହିଛନ୍ତି

ନୂଆଦିଲ୍ଲୀ: ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍‌ ନରୱଣେ ସୋମବାର ଜମ୍ମୁର ପଠାନକୋଟ ଗସ୍ତ କରିଛନ୍ତି । ଯୁଦ୍ଧ ରଣନୀତି ସ୍ଥିତି ନେଇ କଡ଼ା ସମିକ୍ଷା କରିଛନ୍ତି ସେନା ମୁଖିଆ । ଜେନେରାଲ ନରୱଣେ ରାଇଜିଂ ଷ୍ଟାର କର୍ପସର ଅଗ୍ରଗାମୀ ଅଞ୍ଚଳରେ ନିୟୋଜିତ ସୈନ୍ୟଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଅପରେସନ୍ ପାଇଁ ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ । ସେନା ମୁଖ୍ୟ ମଧ୍ୟ ଗୁର୍ଜ ଡିଭିଜନର ଅଞ୍ଚଳ ପରିଦର୍ଶନ କରିଥିଲେ ।

ସୁରକ୍ଷା ବ୍ୟବସ୍ଥା ଏବଂ କାର୍ଯ୍ୟକ୍ଷମ ପ୍ରସ୍ତୁତି ସମ୍ପର୍କରେ GOC ଗୁର୍ଜ ଡିଭିଜନ ମେଜର ଜେନେରାଲ ଓ୍ୱାଇ.ପି ଖଣ୍ଡୁରୀ ସେନା ମୁଖ୍ୟଙ୍କୁ ସୂଚନା ଦେଇଥିଲେ । ଜେନେରାଲ ନରୱଣେ ସାମରିକ ଅଧିକାରୀଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦ ଅନୁପ୍ରବେଶ ପାଇଁ ଶୂନ୍ୟ ସହନଶୀଳତା ନୀତି ରହିଛି । ସେ କହିଛନ୍ତି ଯେ ସେନା ଏବଂ ସରକାରଙ୍କ ସମସ୍ତ ଏଜେନ୍ସି କ୍ରମାଗତ ଭାବେ ଏକାଠି କାମ କରୁଛନ୍ତି ।

ଜେନେରାଲ ନରୱଣେ ସ୍ପଷ୍ଟ କରିଛନ୍ତି ଯେ ବିରୋଧୀମାନଙ୍କ ଯୁଦ୍ଧ ଭଳି କାରନାମାକୁ ରୋକିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ । ଜମ୍ମୁ-ପଠାନକୋଟ ଅଞ୍ଚଳ ଗସ୍ତ ସମୟରେ ସେନା ମୁଖ୍ୟ ଜେନେରାଲ ନରୱଣେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱେଷ୍ଟର୍ଣ୍ଣ କମାଣ୍ଡର ସମସ୍ତ ପଦବୀକୁ ସମ୍ବୋଧିତ କରି ସୈନିକମାନଙ୍କ ମନୋବଳ ବଢ଼ାଇଥିଲେ ।

ସେନା ମୁଖ୍ୟ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଆମର ସେନା ଶତ୍ରୁମାନଙ୍କୁ ରୋକିବାରେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ । କରୋନା ଭୂତାଣୁ ମହାମାରୀ ଏବଂ ଅପରେସନ୍ ନମସ୍ତେ ବିରୋଧରେ ଲଢ଼େଇରେ ୱେଷ୍ଟର୍ଣ୍ଣ କମାଣ୍ଡର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଏହାପୂର୍ବରୁ ରାଇଜିଂ ଷ୍ଟାର କର୍ପସର ଜିଓସି ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସେନା ମୁଖ୍ୟଙ୍କୁ ସୁରକ୍ଷା ଭିତ୍ତିଭୂମିର ନବୀକରଣ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇଥିଲେ ।

୧୮ ବରିଷ୍ଠ ବିଜେଡି ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଇନଚାର୍ଜ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ୧୮ ଜଣ ବରିଷ୍ଠ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଇନଚାର୍ଜ ଭାବେ ନିଯୁକ୍ତି ଦେଇଛନ୍ତି । ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, କସ୍ତୁରୀ ମହାପାତ୍ର ଗଜପତି ଓ ଗଞ୍ଜାମ, ଉର୍ମିଲତା ଦାସଙ୍କୁ ପୁରୀ-ଖୋର୍ଦ୍ଧା ଓ ଭୁବନେଶ୍ୱର, ପ୍ରଭାସିନୀ ଷଡ଼ଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀ ଝାରସୁଗୁଡ଼ା ଓ ସୁନ୍ଦରଗଡ଼, ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡ଼ା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କୋରାପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ଼ ଦାୟିତ୍ୱ ଦିଆଯାଇଛି ।

ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ-ଦେବଗଡ଼ ଓ ଢେଙ୍କାନାଳ, ମୀନତି ଦେବତାଙ୍କୁ ସମ୍ବଲପୁର ଓ ବରଗଡ଼, ଭାରତୀ ସିଂଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଲାଙ୍ଗିର ଓ ସୋନପୁର, ସଂଘମିତ୍ରା ଦଳେଇଙ୍କୁ କନ୍ଧମାଳ ଓ ବୌଦ୍ଧ, ରେଜୱାନା ବେଗମଙ୍କୁ ଯାଜପୁର, ମୀତା ରାଉତଙ୍କୁ କେନ୍ଦ୍ରାପଡ଼ା, ସ୍ନେହାଞ୍ଜଳି ମହାନ୍ତିଙ୍କୁ ଜଗତସିଂହପୁର, ସଂଯୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏମାନେ ବିଜେଡି ରାଜ୍ୟ ମହିଳା କମିଟିର ଜିଲ୍ଲା ଇନଚାର୍ଜ ରହିବା ସହ ଜିଲ୍ଲାରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ତଦାରଖ କରିବେ ।

ଫ୍ୟାକ୍ଟ ଚେକ୍: କରୋନା ସଂକ୍ରମିତ ସଂଗରୋଧରେ ରହିବା ଆବଶ୍ୟକ ନୁହେଁ ବୋଲି WHO କହିଛି କି ? ଜାଣନ୍ତୁ ସତ…

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାର ଲାଗିଛି । କରୋନାକୁ ନେଇ ଏହି ଭିଡିଓ । ଭିଡିଓରେ ଦାବି କରାଯାଇଛି ଯେ, କରୋନା ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖିବାର ଆବଶ୍ୟକତା ନାହିଁ କିମ୍ବା କରୋନା ଜଣେ ବ୍ୟକ୍ତିଠାରୁ ଆଉ ଜଣକୁ ସଂକ୍ରମିତ ହୁଏନାହିଁ । ସବୁଠୁ ବଡ କଥା ହେଲା ଭିଡିଓରେ ଦାବି କରାଯାଉଛି ଯେ, ଏସବୁ କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ କହିଛି । ଆପଣ ଯଦି ଏହି ଭିଡିଓକୁ ଦେଖିଛନ୍ତି ଓ ଭିଡିଓକୁ ଆଖିବୁଜି ବିଶ୍ୱାସ କରିଛନ୍ତି ତେବେ ସତର୍କ ହୋଇଯାନ୍ତୁ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏଭଳି କୌଣସି କଥା କୁହାଯାଇନାହିଁ । ଆପଣଙ୍କ ପାଖକୁ ଫରୱାର୍ଡରୁ ଫରୱାର୍ଡ୍ ହୋଇ ଆସିଥିବା ଭିଡିଓ ଏଗଦମ ମିଛ ।

ଭିଡିଓରେ କ’ଣ ଅଛି ?

https://www.facebook.com/toby.lee.5201254/videos/262045161748489/

ଏହି ଭିଡିଓରେ ହୁ’ର କରୋନା ଭାଇରସ ମହାମାରୀ ଟେକନିକାଲ ମୁଖ୍ୟ ଡ.ମାରିଆ ଏହା କହୁଛନ୍ତି ଯେ,  ଆମ ପାଖରେ ଥିବା ଡାଟାରୁ ଏହା ଜଣା ପଡୁଛି ଯେ, ଲକ୍ଷଣହୀନ ବ୍ୟକ୍ତି ଆଉ କାହାରିକି ସଂକ୍ରମିତ କରିବା ବିରଳ’’

ଏହି ଭିଡିଓ କ୍ଲିପ୍ ଉପରେ ଥିବା କ୍ୟାପସନରେ ଦାବି କରାଯାଇଛି ଯେ, WHO ନେଲା ସମ୍ପୂର୍ଣ୍ଣ ୟୁଟର୍ଣ୍ଣ ଓ ବର୍ତ୍ତମାନ କରୋନା ସଂକ୍ରମିତଙ୍କୁ ସଂଗରୋଧରେ ରଖିବାର ଆବଶ୍ୟକତା ନାହିଁ କାରାଣ ଏହା ଜଣେ ବ୍ୟକ୍ତିଠାରୁ ଆଉ ଜଣଙ୍କୁ ସଂକ୍ରମିତ ହୁଏନା ।

ମାରିଆ ଭିଡିଓରେ ଏଭଳି କଥା କହିଛନ୍ତି ସତ କିନ୍ତୁ ହୁ’ର ତାଜା ଗାଇଡଲାଇନ୍ କୋଭିଡ୍-୧୯କୁ ସଂକ୍ରାମକ ରୋଗ ବୋଲି କହୁଛି । ଏହାକୁ ସେହିଭଳି ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ହୁ’ ଗାଇଡଲାଇନ୍ ଅନୁସାରେ ‘ କୋଭିଡ-୧୯ ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟଜଣେ ସଂକ୍ରମିତ ହୋଇପାରେ । ଏହି ରୋଗ ମୁଖ୍ୟତଃ ଜଣକଠାରୁ ଆଉ ଜଣକୁ ହୋଇଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ନାକ,ପାଟିରୁ ବାହାରୁଥିବା ଛୋଟ ଡ୍ରପଲେଟରୁ ଏହା ବ୍ୟାପିଥାଏ । ଏହି କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଏ ।

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ ସଂଗରୋଧ ଓ ସାମାଜିକ ଦୂରତା ଜରୁରୀ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି । ଅନ୍ୟପକ୍ଷରେ ମାରିଆ କହିଛନ୍ତି ଯେ, ତାଙ୍କ ବକ୍ତବ୍ୟକୁ ଭୁଲ ବୁଝା ଯାଇଛି । ସେ ‘ଅତି ବିରଳ’ କୋଭିଡ୍ କେସ୍ କଥା କହିଥିଲେ । ମୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ବିଷୟରେ କହୁନଥିଲି

ତେବେ ସତ କ’ଣ ?

ସତ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି କୌଣସି କଥା କହିନାହିଁ । କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା,ସଂଗରୋଧ ଜରୁରୀ ବୋଲି ଏବେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି । ତେଣୁ ଏଭଳି ଭ୍ରାମକ ଭିଡିଓକୁ ବିଶ୍ୱାସ କରି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତୁ ନାହିଁ ।

ବିଜ୍ଞାନ ଯୁଗରେ ତାଳପତ୍ର ଜାତକର ସ୍ଥାନ ନେଇଛି କମ୍ପ୍ୟୁଟର ଜାତକ…

ଗଞ୍ଜାମ: ତାଳପତ୍ର କାହିଁ କେଉଁ ଯୁଗରୁ ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ରହିଛି । ତାହା ଏବେ ବିଲୁପ୍ତ ହେବାକୁ ବସିଲାଣି  ଯୁଗ ଯୁଗର । ଯାହା ବିନା ମାଳଙ୍ଗିକ କାର୍ଯ୍ୟ ସମାପନ ହୋଇପାରୁନଥିଲା । ସମୟ ସ୍ରୋତରେ ସେ ଆଜି ଅବହେଳିତ । ବିଜ୍ଞାନ ଯୁଗରେ ତାଳପତ୍ର ଜାତକର ସ୍ଥାନ ନେଇଛି କମ୍ପ୍ୟୁଟର ଜାତକ  ।

ଦିନ ଥିଲା ଗାଁ ଗାଁ ରେ ଦେଖିବାକୁ ମିଳୁଥିଲା ତାଳଗଛ । ଆଉ ତାଳ ଗଛର ପତ୍ର ଲୋକଙ୍କ ଜୀବନ ଜୀବିକା ସହ  ଯୋଡ଼ି ହୋଇ ରହିଥିଲା । ସେ ଘରର କବାଟ ତିଆରି ପାଇଁ ହେଉ କି ମୁଣ୍ଡରେ ତଲାରି ପାଇଁ  ହେଉ । ବିଶେଷ କରି ଜାତକ ତିଆରିରେ ତାଳପତ୍ର ଆଗ ଖୋଜାପଡ଼େ । ଜାତକ ଆମ ସଂସ୍କୃତି ଓ ପରମ୍ପରା ସହ ବହୁ କାଳରୁ ଜଡ଼ିତ । ପିଲାଟିଏ ଜନ୍ମ ହେଲେ କୁଣ୍ଡଳୀ ତିଆରି ପାଇଁ ଜ୍ୟୋତିଷ ଖୋଜୁଥିଲେ ତାଳପତ୍ର  । ହେଲ ଏବେ ଯୁଗ ବଦଳିଛି , ବଦଳିଛି ସମୟ । ଲୋପ ପାଇଲାଣି ତାଳପତ୍ର ଜାତକ ଏହା ବଦଳରେ ତିଆରି ହେଉଛି କମ୍ପ୍ୟୁଟର  ଜାତକ  ।

ଦିନ ଥିଲା ଯେତେବେଳେ  କାଗଜ କଲମ କିମ୍ବା ଛପା କାଳି ନଥିଲା ସେ ସମୟରେ ତାଳପତ୍ର ପୋଥିରେ ହିଁ ରାମାୟଣ, ମହାଭାରତ ବଡ଼ବଡ଼ ଗ୍ରନ୍ଥ ସବୁ ଲେଖାଯାଉଥିଲା । କିନ୍ତୁ ବର୍ଷ ବର୍ଷର ପୁରୁଣା ପରମ୍ପରା ଓ ଗୌରବ ଆଜି ବହୁ ପଛରେ । କମ୍ପ୍ୟୁଟର ଜମାନାରେ ଲୋପ ପାଇଛି ଏହାର ଚାହିଦା । ଆଜି ଆମେ ହରେଇ ବସିଛେ ବର୍ଷ ବର୍ଷର ଆମ ପୁରାତନ ପରମ୍ପରାକୁ ।

ଆସିକାରୁ ନରେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

ଖୁସି ଖବର, ମଣିଷ ଦେହରେ ଆରମ୍ଭ ହେଲା ଦେଶୀ ଭ୍ୟାକ୍ସିନର ଟ୍ରାଏଲ୍

ପାଟଣା: ଆରମ୍ଭ ହେଲା କରୋନା ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ । ସୋମବାର ପାଟଣା ଏମ୍ସରେ ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ ଜଣ ଲୋକଙ୍କୁ ଯାଞ୍ଚ ପରେ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯିବ । ଯାହାପରେ ୨ରୁ ୩ ଘଣ୍ଟା ଧରି ଡାକ୍ତର ସେମାନଙ୍କ ଉପରେ ନଜର ରଖିବେ । ତା’ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟ ଡୋଜ୍ ସଫଳ ହେଲେ ଲୋକଙ୍କୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଡୋଜ୍ ଦିଆଯିବ ।

ଭ୍ୟାକ୍ସିନରେ ହ୍ୟୁମାନ ଟ୍ରାଏଲ ପାଇଁ ୧୮ ଜଣ ଲୋକଙ୍କୁ ବଛା ଯାଇଛି । ଏନେଇ ପାଟଣା ଏମ୍ସର ଅଧ୍ୟକ୍ଷ ଡାକ୍ଟପ ସି.ଏମ୍ ସିଂହ ସୂଚନା ଦେଇଛନ୍ତି । ସମସ୍ତେ ମେଡିକାଲ ଆସିବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ପରେ ଭ୍ୟାକ୍ସିନ୍ ଦିଆଯାଇ ଆଉ ଥରେ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରାଯବ । ଏଥିପାଇଁ କର୍ତ୍ତୃପକ୍ଷ ୧୮ରୁ ୫୫ ବୟସ ଭିତରେ ୧୮ ଜଣ ଲୋକଙ୍କୁ ବାଛିଛନ୍ତି । ଯେଉଁମାନଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯିବ ।

ଏହା ପୂର୍ବରୁ ସେମାନଙ୍କ ମେଡିକାଲ ଚେକଅପ୍ ପାଇଁ ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଆଇସିଏମଆର୍ ଗାଇଡଲାଇନ୍ ଅନୁସାରେ ଯାହାର ରିପୋର୍ଟ ଠିକ୍ ଥିବ, ତାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯିବ । ଯାଞ୍ଚ ପ୍ରକ୍ରିୟା ପାଇଁ ପାଟଣା ଏମ୍ସକୁ ପ୍ରାୟ ୧୦୦ରୁ ଅଧିକ ଲୋକ ଆସିଥିଲେ । ସେଥିରୁ ୧୮ ଜଣ ଲୋକଙ୍କୁ ଚୟନ କରାଯାଇଛି । ଏବେ ଭ୍ୟାକ୍ସିନର ପ୍ରଥମ ଡୋଜର ଫଳାଫଳକୁ ଅପେକ୍ଷା କରାଯାଇଛି । ପ୍ରଥମ ଡୋଜର ୧୪ ଦିନ ପରେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯାଇଥାଏ । ତେବେ, ଦ୍ୱିତୀୟ ଡୋଜ୍ ପୂର୍ବରୁ ପ୍ରଥମ ଡୋଜ୍ ପ୍ରଭାବୀ ହୋଇଥିବା ଉଚିତ୍ ।

ପ୍ରଥମ କରୋନା ଟିକା ତିଆରି କରିବାରେ ହେଲା ସଫଳ !

ନବମ ଶ୍ରେଣୀ ଭୂଗୋଳ ବହିରେ ଓଡ଼ିଶା ନେଇ ଭୁଲ ତଥ୍ୟ, ଶିକ୍ଷା ବିଭାଗ ଉପରେ ଅଙ୍ଗୁଳି ଉଠାଇଲେ ଶିକ୍ଷାବିତ୍‌

ଭୁବନେଶ୍ୱର: ପାଠ୍ୟ ପୁସ୍ତକରେ ଭୂଲ ତଥ୍ୟ । ଭୂଗୋଳ ବହିର ତଥ୍ୟ କରୁଛି ବିଭ୍ରାନ୍ତ । ସୋସିଆଲ ମିଡିଆରେ ଘୁରିବୁଲୁଛି ବହିର ଭୂଲ ତଥ୍ୟ । ଶିକ୍ଷା ବିଭାଗ ବି ଚୁପ ବସିଛି । ବିଶ୍ୱର ଭୌଗଳିକ ତଥ୍ୟ ଦେଉଥିବା ଭୁଗୋଳ ବହିରେ ଓଡିଶାର ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ।

ନବମ ଶ୍ରେଣୀର ଭୂଗୋଳ ବହିରେ ରାଜ୍ୟର ୫୮ଟି ସବଡିଭିଜନକୁ ୧୭୧ଟି ତହସିଲରେ ବିଭକ୍ତ କରାଯାଇଛି ବୋଲି ଲେଖାଯାଇଛି । ପ୍ରତ୍ୟେକ ବ୍ଲକକୁ ୬୨୩୪ଟି ଗ୍ରାମ ପଞ୍ଚାୟତରେ ବିଭକ୍ତ କରାଯାଇଛି । ଏହି ବାକ୍ୟରେ ଭୁଲ ତଥ୍ୟ ଥିବାବେଳେ ଏହାର ଅର୍ଥ ବୁଝିବା ବି କଷ୍ଟ । ସରକାରୀ ରେକର୍ଡ ଅନୁଯାୟୀ ରାଜ୍ୟରେ ୩୧୭ ତହସିଲ ଓ ୬୭୯୮ ଗ୍ରାମପଞ୍ଚାଯତ ରହିଛି । ଏଭଳି ଭୁଲକୁ ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ଶିକ୍ଷାବିତ ।

କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ବିଦ୍ୟାଳୟ ବନ୍ଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପାଠଶାଳା ପୋର୍ଟାଲରେ ଉପଲବ୍ଧ ହେଉଛି ପାଠ୍ୟପୁସ୍ତକ ।  ଆଉ ଏହି ପୋର୍ଟାଲରେ ଅପଲୋଡ ହୋଇଥିବା ଭୂଗୋଳ ବହିରେ ଏଭଳି ଭୁଲ ତଥ୍ୟ ରହିଛି ।  ଲେଖକ ମଣ୍ଡଳୀ ଉପରେ ପ୍ରଶ୍ନ ଉଠୁଥିବାବେଳେ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏହାକୁ ସଂଶୋଧନ କରାଯାଉ ବୋଲି ଶିକ୍ଷାବିତ କହିଛନ୍ତି ।

ପାଠ୍ୟପୁସ୍ତକ ଲେଖିବା ପାଇଁ ବରିଷ୍ଠ ଶିକ୍ଷକ ଲେଖକ ମଣ୍ଡଳୀରେ ରହନ୍ତି ।  ସମୀକ୍ଷକ ବି ରହନ୍ତି ।  କିନ୍ତୁ ଏତେ ବ୍ୟବସ୍ଥା ସତ୍ତ୍ୱେ ଏଭଳି ଭୂଲ ତଥ୍ୟ କିଭଳି ପ୍ରକାଶ ପାଇଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଭୁବନେଶ୍ୱରରୁ ଅନୁଜ ଦାସଙ୍କ ରିପୋର୍ଟ