ଚୀନ୍‌ କରୋନା ସଂକ୍ରମଣ ପାଇଁ ଦାୟୀ କି ? ଏଭଳି ସତ୍ୟତା ଖୋଜିବା ପାଇଁ ଚୀନ୍‌ରେ‌ ପହଞ୍ଚିଲା WHO ଟିମ୍

1 min read

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁ ସହିତ ଲଢ଼ୁଛି । ଅଧିକାଂଶ ଦେଶ ଏହି ମହାମାରୀ ପାଇଁ ଚୀନ୍ କୁ ଦାୟୀ କରିଛନ୍ତି । ବର୍ତ୍ତମାନ ଏହି ମହାମାରୀରେ ଚୀନ୍‌ର ଭୂମିକା ଅଛି ନା ନାହିଁ ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଦୁଇଜଣ ବିଶେଷଜ୍ଞ ଚୀନ୍‌ରେ ପହଞ୍ଚିଛନ୍ତି । ଏହି ଉଭୟ ବିଶେଷଜ୍ଞ କରୋନାର ମୂଳ ଉତ୍ସ ଅନୁସନ୍ଧାନ କରିବେ । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ଏହି ସୂଚନା ଦେଇଛନ୍ତି ।

CGTN ମିଡିଆ ରିପୋର୍ଟ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଚାଇନାର ବୈଜ୍ଞାନିକ ଏବଂ ଡାକ୍ତରୀ ବିଶେଷଜ୍ଞମାନେ WHO ଅଧିକାରୀଙ୍କୁ ସାହାଯ୍ୟ କରିବେ ଏବଂ ସେମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବେ । ଏଥି ସହ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଅନ୍ୟ ଦେଶ ତଥା ଅଞ୍ଚଳ ଗସ୍ତ କରିବା ଉଚିତ ।

ଭୂତାଣୁ ବିଷୟରେ କରାଯାଇଥିବା ସମସ୍ତ ଅନୁସନ୍ଧାନରେ ଅଧିକାଂଶ ବୈଜ୍ଞାନିକ ଦାବି କରିଛନ୍ତି ଯେ ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଛି । ଅନେକ ରିପୋର୍ଟରେ ଚାଇନା ଉହ୍ୱାନର ମିଟ ମାର୍କେଟରୁ ଚାରିଆଡ଼େ ବ୍ୟାପିଛି ।

Leave a Reply