ଖୁସି ଖବର, ମଣିଷ ଦେହରେ ଆରମ୍ଭ ହେଲା ଦେଶୀ ଭ୍ୟାକ୍ସିନର ଟ୍ରାଏଲ୍

ପାଟଣା: ଆରମ୍ଭ ହେଲା କରୋନା ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ । ସୋମବାର ପାଟଣା ଏମ୍ସରେ ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ ଜଣ ଲୋକଙ୍କୁ ଯାଞ୍ଚ ପରେ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯିବ । ଯାହାପରେ ୨ରୁ ୩ ଘଣ୍ଟା ଧରି ଡାକ୍ତର ସେମାନଙ୍କ ଉପରେ ନଜର ରଖିବେ । ତା’ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟ ଡୋଜ୍ ସଫଳ ହେଲେ ଲୋକଙ୍କୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଡୋଜ୍ ଦିଆଯିବ ।

ଭ୍ୟାକ୍ସିନରେ ହ୍ୟୁମାନ ଟ୍ରାଏଲ ପାଇଁ ୧୮ ଜଣ ଲୋକଙ୍କୁ ବଛା ଯାଇଛି । ଏନେଇ ପାଟଣା ଏମ୍ସର ଅଧ୍ୟକ୍ଷ ଡାକ୍ଟପ ସି.ଏମ୍ ସିଂହ ସୂଚନା ଦେଇଛନ୍ତି । ସମସ୍ତେ ମେଡିକାଲ ଆସିବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ପରେ ଭ୍ୟାକ୍ସିନ୍ ଦିଆଯାଇ ଆଉ ଥରେ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରାଯବ । ଏଥିପାଇଁ କର୍ତ୍ତୃପକ୍ଷ ୧୮ରୁ ୫୫ ବୟସ ଭିତରେ ୧୮ ଜଣ ଲୋକଙ୍କୁ ବାଛିଛନ୍ତି । ଯେଉଁମାନଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯିବ ।

ଏହା ପୂର୍ବରୁ ସେମାନଙ୍କ ମେଡିକାଲ ଚେକଅପ୍ ପାଇଁ ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଆଇସିଏମଆର୍ ଗାଇଡଲାଇନ୍ ଅନୁସାରେ ଯାହାର ରିପୋର୍ଟ ଠିକ୍ ଥିବ, ତାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯିବ । ଯାଞ୍ଚ ପ୍ରକ୍ରିୟା ପାଇଁ ପାଟଣା ଏମ୍ସକୁ ପ୍ରାୟ ୧୦୦ରୁ ଅଧିକ ଲୋକ ଆସିଥିଲେ । ସେଥିରୁ ୧୮ ଜଣ ଲୋକଙ୍କୁ ଚୟନ କରାଯାଇଛି । ଏବେ ଭ୍ୟାକ୍ସିନର ପ୍ରଥମ ଡୋଜର ଫଳାଫଳକୁ ଅପେକ୍ଷା କରାଯାଇଛି । ପ୍ରଥମ ଡୋଜର ୧୪ ଦିନ ପରେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯାଇଥାଏ । ତେବେ, ଦ୍ୱିତୀୟ ଡୋଜ୍ ପୂର୍ବରୁ ପ୍ରଥମ ଡୋଜ୍ ପ୍ରଭାବୀ ହୋଇଥିବା ଉଚିତ୍ ।

ପ୍ରଥମ କରୋନା ଟିକା ତିଆରି କରିବାରେ ହେଲା ସଫଳ !

Leave a Reply