ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ । ମୋଟ୍ ସଂକ୍ରମିତ ସଂଖ୍ୟା ୪ହଜାର ୫୧୨କୁ ବୃଦ୍ଧି । ଗଞ୍ଜାମୃରୁ ସର୍ବାଧିକ ୫୬ ଆକ୍ରାନ୍ତ । ସେପଟେ ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୮୮୧ ପଜିଟିଭ, ୩୩୪ ମୃତ ।
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଶୌର୍ଯ୍ୟ ଓ ସାହସକୁ ସଲାମ୍ ଆଜି ଅପରାହ୍ନରେ ଆସିବ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଦିଆଯିବ ରାଷ୍ଟ୍ରୀୟ ସମ୍ମାନ ପୈତୃକ ଗାଁରେ ଶେଷ ଦର୍ଶନ ।
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଶୌର୍ଯ୍ୟ ଓ ସାହସକୁ ସଲାମ୍ ଆଜି ଅପରାହ୍ନରେ ଆସିବ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଦିଆଯିବ ରାଷ୍ଟ୍ରୀୟ ସମ୍ମାନ ପୈତୃକ ଗାଁରେ ଶେଷ ଦର୍ଶନ ।
ଲଦାଖ ସୀମା ବିବାଦକୁ ନେଇ ମେଜର ଜେନେରାଲସ୍ତରୀୟ ଆଲୋଚନା । ପ୍ରଥମ ବୈଠକରେ ବାହାରିନଥିଲା ନିଷ୍କର୍ସ । ସେପଟେ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ LACରେ ହାଇଆଲର୍ଟରେ ସେନା ।
ଲଦାଖ ସୀମା ବିବାଦକୁ ନେଇ ମେଜର ଜେନେରାଲସ୍ତରୀୟ ଆଲୋଚନା । ପ୍ରଥମ ବୈଠକରେ ବାହାରିନଥିଲା ନିଷ୍କର୍ସ । ସେପଟେ ଲଦାଖରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ LACରେ ହାଇଆଲର୍ଟରେ ସେନା ।
କରୋନା ସଂକଟକୁ ସୁଯୋଗରେ ପରିଣତ କରିବା । ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆହ୍ଵାନ ।
କରୋନା ସଂକଟକୁ ସୁଯୋଗରେ ପରିଣତ କରିବା । ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆହ୍ଵାନ ।
ଓଡ଼ିଶାବାସୀଙ୍କ ସହଯୋଗ ଓ ଧୈର୍ଯ୍ୟ ବଳରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ସ୍ଥିତିରେ ଅଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ବର୍ତ୍ତମାନର ସମୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାବାସୀଙ୍କ ସହଯୋଗ ଓ ଧୈର୍ଯ୍ୟ ବଳରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ସ୍ଥିତିରେ ଅଛି । ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଏହି ଧାରାକୁ ଆହୁରି ସୁଦୃଢ଼ କରିବାକୁ ପରିବର୍ତ୍ତିତ ସ୍ଥିତିରେ ରଣକୈାଶଳ ପରିବର୍ତ୍ତନ ଓ ପରିଚାଳନାର ବିକେନ୍ଦ୍ରୀକରଣ ଅତ୍ୟନ୍ତ ଜରୁରି ।
ବର୍ତ୍ତମାନର ସମୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାବାସୀଙ୍କ ସହଯୋଗ ଓ ଧୈର୍ଯ୍ୟ ବଳରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ସ୍ଥିତିରେ ଅଛି। ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଏହି ଧାରାକୁ ଆହୁରି ସୁଦୃଢ଼ କରିବାକୁ ପରିବର୍ତ୍ତିତ ସ୍ଥିତିରେ ରଣକୌଶଳରେ ପରିବର୍ତ୍ତନ ଓ ପରିଚାଳନାର ବିକେନ୍ଦ୍ରିକରଣ ଅତ୍ୟନ୍ତ ଜରୁରୀ।
— Naveen Patnaik (@Naveen_Odisha) June 18, 2020
ଏଥିପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ବ୍ୟବସ୍ଥା କରାଯିବା ସହ ସହର ଓ ଗାଁରେ ୱାର୍ଡସ୍ତରୀୟ କମିଟି ଗଠନ କରାଯାଉଛି । କୋଭିଡ୍ ସମ୍ପର୍କରେ ବ୍ୟାପକ ଜନସଚେତନତା ଏବଂ ଘରକୁ ଘର ବୁଲି ସର୍ଭେ ଅଭିଯାନ ଆରମ୍ଭ ହୋଇଛି । ଜଣେ ଯୋଦ୍ଧା ଭାବେ ଏଥିରେ ସାମିଲ ହୋଇ ଆସନ୍ତୁ ଆଗକୁ ବଢ଼ିବା, କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଆହ୍ଵାନ ଦେଇଛନ୍ତି ।
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୪ହଜାର ପାର୍,ଆଜି ପୁଣି ୧୭୪ ମାମଲା
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୭୫ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୭୪ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସଂକ୍ରମିତ ସଂଖ୍ୟା ସାଢେ ୪ ହଜାର ପାର ହୋଇଛି । ତେବେ ଆଜି ୧୮ଟି ଜିଲ୍ଲାରୁ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 73
Cumulative tested: 212224
Positive: 4512
Recovered: 3047
Active Cases: 1451— I & PR Department, Odisha (@IPR_Odisha) June 18, 2020
ସମୁଦାୟ ୧୭୪ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୪୬ ଥିବା ବେଳେ ୨୮ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୬ ସଂକ୍ରମିତ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୬, ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯, ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରୁ ୭ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। କୋରାପୁଟ ଓ କଳାହାଣ୍ଡିରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୫, ବରଗଡ଼ରୁ ୪ ଏବଂ କନ୍ଧମାଳ, ଭଦ୍ରକ, ସୁନ୍ଦରଗଡରୁ ୩ ଜଣ ଲେଖାଁଏ ସଂକ୍ରମିତ ହୋଇଛନ୍ତି। ବୌଦ୍ଧରୁ ୨ ଓ ନୂଆପଡ଼ା, ବଲାଙ୍ଗିର, ମାଲକାନଗିରିରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।
ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫ଶହ ୧୨ରେ ପହଞ୍ଚିଛି । ୩୦୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୪୫୧ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।
ଆଜିଠୁ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଭିଜିବ ସାରା ଓଡ଼ିଶା । ଆଜିଠୁ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ରାଜସ୍ଥାନ ଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସହ ଉତ୍ତର ପ୍ରଦେଶ ଓ ତାର ଆଖପାଖ ଅଚଂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଯାହା ଫଳରେ ଆଗାମୀ କିଛି ଦିନ ରାଜ୍ୟରେ ପାଗ କୋହଲା ରହିବା ସହ ବର୍ଷାର ଆଶଙ୍କା ରହିଛି ।

ତେବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବା ବେଳେ ରାଜସ୍ଥାନ ଠାରୁ ପଶ୍ଚିମ ଉତ୍ତରପ୍ରଦେଶ ଆଡକୁ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସକ୍ରିୟ ଥିବା କାରଣରୁ ରାଜ୍ୟରେ ଏଣିକି ନିୟମିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଜୁନ ୧ ଠାରୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ୩୫ ମିଲିମିଟର ବୃଷ୍ଟି ରେକର୍ଡ କରିଛି ଆଚଂଳିକ ପାଣିପାଗ କେନ୍ଦ୍ର । ଠିକ ସେହିଭଳି ୪ଟି ଜିଲ୍ଲା ବଲାଙ୍ଗୀର, ନବରଙ୍ଗପୁର, ଯାଜପୁରରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି।
ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ
ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି ଭାରତ । ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ ଦେଶ ମଧ୍ୟରୁ ଭାରତକୁ ଅସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବା ସପକ୍ଷରେ ୧୮୪ ଭୋଟ୍ ପଡିଛି । ଫଳରେ ଭାରତ ଅଷ୍ଟମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ।

ଏସିଆ ପ୍ୟାସିଫିକ ଶ୍ରେଣୀରେ ଭାରତ ୨୦୨୧-୨୨ ବର୍ଷ ପାଇଁ ମନୋନୀତ ହୋଇଥିବା ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ଏହି ଗ୍ରୁପର ଏକମାତ୍ର ସିଟ୍ ପାଇଁ ଭାରତ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହୋଇଛି । ଚୀନ୍, ପାକିସ୍ତାନ ସମେତ ଏସିଆ ପ୍ୟାସିଫିକ ଗ୍ରୁପର ୫୫ଟି ଯାକ ଦେଶ ଭାରତକୁ ସମର୍ଥନ କରିଥିଲେ । ଭାରତ ଏହା ପୂର୍ବରୁ ୭ଥର ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା । ଭାରତ ସହ ଆୟର୍ଲାଣ୍ଡ, ମେକ୍ସିକୋ ଓ ନରୱେ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହୋଇଛନ୍ତି ।
୧୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା , ୨୪ ଘଣ୍ଟାରେ ୧୨ ହଜାର ୮୮୧ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୧୨ ହଜାର ୮୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭କୁ ବୃଦ୍ଧି ପାଇଛି ।

ସେହିପରି କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୬ ହଜାର ପାର ହୋଇଛି। ଏହା ମଧ୍ୟରୁ ୧ ଲକ୍ଷ ୬୦ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ଥିବା ବେଳେ ୧ ଲକ୍ଷ ୯୪ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: ଲଦାଖ ସୀମାରେ ଚୀନ୍ ସେନାକୁ କଡ଼ା ଜବାବ । ସାହାସ ଓ ଶୌର୍ଯ୍ୟର ଅପୂର୍ବ ନିଦର୍ଶନ ସହ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ୨୦ ଯବାନ । ସାରାଦେଶ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେପଟେ ପ୍ରିୟଜନଙ୍କୁ ହରାଇ ସ୍ତବ୍ଧ ସହିଦଙ୍କ ପରିବାର । ବିହାର ପାଟନାର ସହିଦ ହବଲଦାର ସୁନୀଲ କୁମାରଙ୍କ ପାର୍ଥିବ ଶରୀର ଘରକୁ ଫେରିଛି ।
ଆଜି ଅପରାହ୍ନ ୨ଟାରେ ଆସିବ ସହିଦ ଓଡ଼ିଆ ଯବାନଙ୍କ ମୃତଦେହ । କନ୍ଧମାଳ ରାଇକିଆ ବେଓରପଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲାର ଚମ୍ପାଉଦା ଗାଁର ନନ୍ଦୁରାମ୍ ସୋରେନ୍ ଗଲୱାନ୍ ଘାଟିରେ ସହିଦ ହୋଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବ । ପରେ ସ୍ୱତନ୍ତ୍ର ଗାଡ଼ିରେ ୨ ଯବାନଙ୍କ ଗାଁକୁ ଯିବ ପାର୍ଥିବ ଶରୀର । ଲଦାଖରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ସହିଦଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସେପଟେ ଓଡ଼ିଆ ସହିଦ ଯବାନଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଦୁଇ ଯବାନଙ୍କ ପରିବାରକୁ ୨୫-୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲିଫ ପାଣ୍ଠିରୁ ଏହି ରାଶି ଘୋଷଣା କରାଯାଇଛି।

