ପ୍ଳାଜମାଦାତାଙ୍କୁ ମିଳିବ ୫ ହଜାର ଟଙ୍କାର ପ୍ରଶଂସା ରାଶି

1 min read
State Government to give appreciation money to the plasma donors

ବେଙ୍ଗାଲୁରୁ: କରୋନା ମୁକାବିଲା ଦିଗରେ କର୍ଣ୍ଟାଟକ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପ୍ଳାଜ୍‌ମା ଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ୫ ହଜାର ଟଙ୍କାର ପ୍ରଶଂସା ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ଏ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ ସୁଧାକର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଦିଗରେ ବେଶ୍‌ ଫଳପ୍ରଦ ହେଉଛି ପ୍ଳାଜମା ଥେରାପି । ଏହା ଦ୍ୱାରା ଗୁରୁତର ଥିବା ରୋଗୀ କମ୍ ଦିନରେ ମଧ୍ୟରେ ସୁସ୍ଥ ହୋଇପାରୁଛନ୍ତି ।

ଏଣୁ ଦିଲ୍ଲୀ, କର୍ଣ୍ଣାଟକ ଓ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଏହି ପ୍ଳାଜମା ଥେରାପି ପାଇଁ ସମ୍ପୃକ୍ତ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏଥିସହିତ ଦେଶର ପ୍ଳାଜମା ଥେରାପି ସହାୟତାରେ ଚିକିତ୍ସା ନିମେନ୍ତ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ମଧ୍ୟ ସୁପାରିସ୍ କରାଯାଇଛି । ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଳାଜମା ଦାନ କରିପାରିବେ ।

Conflicting signals on plasma therapy- The New Indian Express

            ଓଡ଼ିଶାରେ ମଧ୍ୟ ପ୍ଳାଜମା ଥେରାପି

ପ୍ଳାଜମା ଥେରାପିର ପ୍ରଭାବକୁ ନଜରରେ ରଖି ଓଡ଼ିଶାରେ ମଧ୍ୟ ଏହି ଚିକିତ୍ସା ଆରମ୍ଭ କରାଯିବ । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ସ୍ଥିତି ପ୍ଳାଜମା ବ୍ୟାଙ୍କକୁ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଳାଜମା ଦାନ ନେଇ ଅନୁରୋଧ କରିଛନ୍ତି ।

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Leave a Reply