ସେମାନେ କିଏ ? ଯେଉଁମାନେ ୮୦ ପ୍ରତିଶତ କରୋନା ମାମଲା ପାଇଁ ଦାୟୀ ..

1 min read

୧ କୋଟି ୩୨ ଲକ୍ଷ । ଏହା ହେଉଛି ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା  । ଆପଣ ଏହି ଖବର ପଢିବା ବେଳକୁ ସଂଖ୍ୟା ଆହୁରି ବଢି ସାରିଥିବ । ଏହା ମଧ୍ୟରେ ଗୋଟିଏ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । କିଛି ବୈଜ୍ଞାନିକ ଦାବି କରୁଛନ୍ତି ଯେ,ସବୁ କରୋନା ସଂକ୍ରମିତଙ୍କ ଦ୍ୱାରା ଭାଇରସ ବିସ୍ତାରିତ ହୋଇ ନଥାଏ । କେବଳ କିଛି ସଂକ୍ରମିତ ହିଁ ଭାଇରସ ସ୍ପ୍ରେଡରର କାମ କରନ୍ତି ।

As coronavirus wreaks havoc across the world, here's a list of ...

ଏହି ସଂକ୍ରମିତଙ୍କଠାରେ ଏତେ ପରିମାଣରେ ଭାଇରସ ଥାନ୍ତି ଯେ, ସେମାନେ ଜଣେ ନୁହନ୍ତି ଶହ ଶହ ଲୋକଙ୍କୁ ସଂକ୍ରମିତ କରିପାରନ୍ତି । ଅଧିକାଂଶ ଦେଶରେ କିଛି ବ୍ୟକ୍ତିଙ୍କ ଦ୍ୱାରା ହିଁ ଭାଇରସ ସଂକ୍ରମଣ ବ୍ୟାପକ ହୋଇଥିଲା । ଆସନ୍ତୁ ଜାଣିବା କେମିତି ଜଣେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଭାଇରସ ତୀବ୍ର ଗତିରେ ବ୍ୟପିଥାଏ ।

Delhi becomes 2nd worst-hit among COVID-19 affected states; tally ...

ମେ ମାସରେ ଅହମ୍ମଦାବାଦରେ ଅନେକ ସୁପର ସ୍ପ୍ରେଡର ସାମ୍ନାକୁ ଆସିଥିଲେ । ଯାହାକୁ ନେଇ ପ୍ରଶାସନ ଲକଡାଉନକୁ ଅଧିକ କଡାକଡି କରିଥିଲା । ପ୍ରଶାସନ ଚିନ୍ତା କରିଥିଲା ଯେ, ସୁପରସ୍ପ୍ରେଡର ଯଦି ବାହାରକୁ ବାହାରିବେ ତେବେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଏହି ସୁପର ସ୍ପ୍ରେଡର କିଏ ? ଏହା ଏକ ଇଂଲିସ ଶବ୍ଦ । ଯାହାର ଅର୍ଥ ହେଉଛି କୌଣସି ଜିନିଶକୁ ଦୃତଗତିରେ ବ୍ୟାପିବାରେ କାରକ ହେବା ।

Are There 'Super Spreaders' of the Coronavirus?

କରୋନା ମାମଲାରେ ନିଜ ଅଜାଣତରେ ଏହି ଭଳି ବ୍ୟକ୍ତି ସଂକ୍ରମଣକୁ ଅଧିକ ଭୟାନକ ଓ ବ୍ୟାପକ କରିଥାନ୍ତି । ଜଣେ ସାଧାରଣ କରୋନା ସଂକ୍ରମିତଙ୍କ ଦ୍ୱାରା ଜଣେ କିମ୍ବା ଦୁଇ ଜଣ ସଂକ୍ରମିତ ହୋଇଥାନ୍ତି । କିନ୍ତୁ ସୁପର ସ୍ପ୍ରେଡର ଦ୍ୱାରା ଏହା ଅନେକ ସୁସ୍ଥ ଲୋକଙ୍କ ଶରିରକୁ ପ୍ରବେଶ କରିଥାଏ ।

 

ସୁପର ସ୍ପ୍ରେଡର କିଏ ?

ବୈଜ୍ଞାନିକଙ୍କ କହିବା ହେଉଛି,ଯେକୌଣସି ସଂକ୍ରାମକ ରୋଗର ୮୦ ପ୍ରତିଶତ ମାମଲା ପଛରେ ଏହି ସୁପର ସ୍ପ୍ରେଡର ଥାନ୍ତି । ଏମିତିରେ କେମିତି ଏହା ଜଣା ପଡିବ ଯେ, କୌଣସି ରୋଗୀ କେତେ ଅଧିକ ସଂକ୍ରମିତ ? ସତକଥା ହେଲା ଏବେ ଖୋଦ ବିଶେଷଜ୍ଞ ମଧ୍ୟ କରୋନାକୁ ନେଇ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛନ୍ତି । ତେବେ ବୈଜ୍ଞାନିକଙ୍କ ମଧ୍ୟରେ ଏହାକୁ ନେଇ ସହମତି ଅଛି ଯେ, ଜଣେ ବ୍ୟକ୍ତି ଯଦି ୧୦ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରନ୍ତି ତେବେ ତାଙ୍କୁ ସୁପର ସ୍ପ୍ରେଡର ବୋଲି ଗ୍ରହଣ କରାଯିବ ।

LifeArc Becomes Technology Transfer Partner to London School of ...

ଲଣ୍ଡନ୍ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ ମେଡିସିନ୍ ଅନୁସାରେ କରୋନା ମାମଲାରେ ୧୦ ପ୍ରତିଶତ ରୋଗୀ ୮୦ ପ୍ରତିଶତଙ୍କୁ ସଂକ୍ରମିତ କରିଛନ୍ତି । ଏହାର ଅର୍ଥ ହେଉଛି ବାକି ରୋଗିଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଭୟ ଅଧିକ ନାହିଁ । ତେବେ ଏବେ ଏହି ରିପୋର୍ଟ ଉପରେ ଅଧିକ ଗବେଷଣା ଚାଲୁଛି ।

ତେବେ ଏପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ, କିଛି ଲୋକଙ୍କ ଦ୍ୱାର କରୋନା ଏତେ ଜୋରରେ କାହିଁକି ବ୍ୟାପେ । ବୈଜ୍ଞାନିକଙ୍କ କହିବା ହେଉଛି କିଛି ବ୍ୟକ୍ତିଙ୍କ ଶରିରରେ ଭାଇରସ ଦୃତ ଗତିରେ ବଢିଥାନ୍ତି । ଫଳରେ ସେମାନଙ୍କଠାରେ ଭାଇରସ ଲୋଡ୍ ଅଧିକ ହୋଇଥାଏ । ଏମିତିରେ ସେମାନେ ନିଶ୍ୱାସ ନେଲେ ସବୁବେଳେ ଅଧିକ ଭାଇରସ ବାହାରକୁ ଆସୁଥିବେ । ଫଳରେ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତି । ସେହିଭଳି ସଂପର୍କରେ ଆସୁଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ସେମାନେ ତୁରନ୍ତ ବେମାର ହେବାର ଆଶଙ୍କା ଅଧିକ ଥାଏ ।

Coronavirus FAQs: Latest news updates on Coronavirus FAQs - The Quint

ଜଣେ ସୁପର ସ୍ପ୍ରେଡର,୫ ହଜାର ମାମଲା !

ବିଗତ ଦିନରେ ସୁପର ସ୍ପ୍ରେଡସର ଅନେକ ମାମଲା ସାମ୍ନାକୁ ଆସିଛି । ଯେମିତି ଦକ୍ଷୀଣ କୋରିଆର ଗୋଟିଏ ଚର୍ଚ୍ଚରେ କାମ କରୁଥିବା ଜଣେ ବ୍ୟକ୍ତି ୫ ହଜାର ଲୋକଙ୍କୁ ସଂକ୍ରମିତ କରିଥିଲେ । ରୋଗୀଙ୍କ ପରିଚୟ ଗୁପ୍ତ ରଖିବା ପାଇଁ ତାଙ୍କ ନାମ ପେସେଣ୍ଟ୍ ୩୧ ଦିଆଯାଇଥିଲା । Shincheonji Church of Jesus  ନାମକ ଚର୍ଚ୍ଚରେ ୬୧ ବର୍ଷୀୟ ଏହି ସୁପର ସ୍ପ୍ରେଡର କାମ କରୁଥିଲେ । ଚର୍ଚ୍ଚରେ ଲାଗିଥିବା ସିସିଟିଭିରୁ ଏହି ମାମଲା ସାମ୍ନାକୁ ଆସିଥିଲ । ସିଓଲ ପ୍ରଶାସନ ମହିଳା ଓ ଚର୍ଚ୍ଚ ବିରୋଧରେ ହତ୍ୟା ଉଦ୍ୟମ ଦାଏର କରିଥିଲେ ।

ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କଲେ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥକ

ଇଟାଲୀରେ ମଧ୍ୟ ଏହି ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଇଟାଲୀ ସରକାର ମଧ୍ୟ ରୋଗୀଙ୍କ ନାମ  ଗୁପ୍ତ ରଖିଥିଲେ । କୁହାଯାଉଛି ଯେ,ସେହି ଜଣେ ବ୍ୟକ୍ତି ୨ ଶହ ଲୋକଙ୍କୁ ସଂକ୍ରମିତ କରିଥିଲେ । ଭାରତର ତାମିଲନାଡୁ ପରିବା ମାର୍କେଟରୁ ମଧ୍ୟ ଏହିଭଳି ଅନେକ ମାମଲା ସାମ୍ନାକୁ ଆସିଥିଲା । ଏବେ ମଧ୍ୟ ତାମିନଲାଡୁ ପରିସ୍ଥିତି ସଙ୍ଗୀନ ଅଛି । କୋଏମ୍ବଟୁର ମାର୍କେଟରୁ ତାମିଲନାଡୁରେ କରୋନା ସଂକ୍ରମଣ ଅଧିକ ବୃଦ୍ଧି ପାଇଥିଲା ।

Leave a Reply