spot_img
Home Blog Page 6762

ପୁରୀ ସମେତ ରାଜ୍ୟର ୩ ଜିଲ୍ଲାରେ ଆଜିଠୁ ସଟଡାଉନ, କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଭେଣ୍ଡର ଜୋନ ନିଯୁକ୍ତ

ପୁରୀ: ପୁରୀରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚାରିଟି ୱାର୍ଡକୁ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଆଜି ରାତି ୯ଟାରୁ ସଟଡାଉନ ଆରମ୍ଭ ହୋଇ ୯ ଦିନ ଯାଏ ଅର୍ଥାତ ୩ ତାରିଖ ଯାଏ କଟକଣା ବଳବତ୍ତର ରହିବ।

୨୫ ନମ୍ବର ୱାର୍ଡର କିଛି ଅଞ୍ଚଳ ସମେତ ୨୬, ୩୧ ଓ ୩୨ ନମ୍ବର ୱାର୍ଡକୁ ସଟଡାଉନ ଘୋଷଣା କରାଯାଇଛି । ୟୁଥ୍ ହଷ୍ଟେଲ ଛକ ଠାରୁ କମଳା ମେଡିକାଲ ଛକ, ଘୋଡାବଜାର ଜୟୀରାଜଗୁରୁ ଛକ ଠାରୁ ରାମ ମନ୍ଦିର ଛକ, ଓଡିଶା ବେକରୀ ଛକ ଠାରୁ ଆଇଟିଆଇ ଛକ, ତାଳବଣିଆ ଅଞ୍ଚଳ, ସଂସ୍କୃତ ବିଦ୍ୟାଳୟ ସମେତ ସମୁଦ୍ରକୂଳ ଠାରୁ ପିଙ୍କ ହାଉସ ଦେଇ ସୁନାର ଗୌରାଙ୍ଗ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି ।

କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପୌରପାଳିକା ପକ୍ଷରୁ ଭେଣ୍ଡର ନିଯୁକ୍ତ କରାଯିବ । ସେହିପରି ଲକ୍ଷଣଥିବା ଲୋକ ପ୍ରଶାସନକୁ ଯୋଗାଯୋଗ କରିବାକୁ ପୁରୀ ଜିଲ୍ଲାପାଳ ଅପିଲ କରିଛନ୍ତି ।

ସେହିପରି ବରଗଡ଼ରେ ୨ଟି ପର୍ଯ୍ୟାୟରେ ସଟଡାଉନ ହୋଇଛି। ଗତକାଲି ରାତି ୯ ରୁ ଏହି କଟକଣା ଲାଗୁ ହୋଇଛି। ୨୬ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସଟଡାଉନ କଟକଣା ଲାଗୁ ରହିବ । ସେହିପରି ୨୬ ତାରିଖ ରାତି ୯ରୁ ୨୮ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯାୟରେ ସଟଡାଉନ ଘୋଷଣା ହୋଇଛି । ବରଗଡ଼ ସବଡିଭିଜନର ବରପାଲି, ବରଗଡ଼, ଅମ୍ବାଭୋନା, ଅତାବିରା, ଭଟଲି, ଓ ଭେଡେନ ଆଦି ବ୍ଲକ ଓ ତହସିଲ ଅଂଚଳକୁ ସଟଡାଉନ ଘୋଷଣା କରାଯାଇଛି ।

ପୁଣି ବରଗଡ଼ ମୁନିସିପାଳଟି , ଅତାବିରା NAC ଓ ବରପାଲି NAC ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ପନିପରିବା ଦୋକାନ, ଫଳ ଦୋକାନ, କ୍ଷୀର ବୁଥ୍,ମେଡ଼ିକାଲ ଦୋକାନ, ସମେତ NH କଡ଼ରେ ଥିବା ଢ଼ାବା ପାର୍ଶଲ ପାଇଁ ଖୋଲା ରହିବ । ଟ୍ରକ ଯାତାୟତ ପାଇଁ କୌଣସି କଟକଣା ନାହିଁ । କରୋନା ସଂକ୍ରମଣ ଚେନ୍ ବ୍ରେକ ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ପୁରୀ ଏବଂ ବରଗଡ଼ ପରି କଳାହାଣ୍ଡିର ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ପଞ୍ଚାୟତକୁ  ୭୨ ଘଣ୍ଟା ପାଇଁ ସଟଡାଉନ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଞ୍ଜିଗଡ ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି । ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପୂରା ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି। ଆଜିଠାରୁ ଜୁଲାଇ ୨୬ ତାରିଖ ରବିବାର ପର୍ଯ୍ୟନ୍ତ୍ ସଟଡାଉନ କଟକଣା ବଳବତ୍ତର ରହିବ । କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସେବାକୁ ଏଥିରୁ ବାଦ ଦିଆଯାଇଛି ।

ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ସୁଶାନ୍ତଙ୍କ ଫିଲ୍ମ ଦେଖି ଆତ୍ମହତ୍ୟା କଲେ ୭ ବର୍ଷର ନାବାଳିକା,ପଛରେ ଛାଡିଗଲେ ଏମିତି ସୁଇସାଇଡ୍ ନୋଟ୍

ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ତାଙ୍କର ଅନେକ ଫ୍ୟାନଙ୍କ ଦ୍ୱାରା ଆତ୍ମହତ୍ୟା ଖବର ଆସିବା ଜାରି ରହିଛି । ଏହି କ୍ରମରେ ଭିଲାଇରେ ଜଣେ ୧୩ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଆସିଛି ।

ଏଏନଆଇ ରିପୋର୍ଟ ଅନୁସାରେ ଆତ୍ମହତ୍ୟା ପୂର୍ବରୁ ଛାତ୍ରୀ ଜଣକ ସୁଇସାଇଡ୍ ନୋଟ୍ ଲେଖିଥିଲେ । ଯେଉଁଥିରେ ସେ ଲେଖିଛନ୍ତି ଯେ,ସୁଶାନ୍ତ ଦୁନିଆ ଛାଡିକି ଯିବା ତାଙ୍କୁ ଭଲ ଲାଗୁନାହିଁ । ସେଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି । ଭିଲାଇ ନଗର ପୋଲିସ ଏନେଇ ଯାଂଚ କରୁଛି । ଆତ୍ମହତ୍ୟା କରିଥିବା ଝିଅର ନାମ ଜେ.ଏଂଜଲା  । ସେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ । ଆତ୍ମହତ୍ୟାର ଠିକ୍ ପୂର୍ବରୁ ସେ ସୁଶାନ୍ତଙ୍କ ଫିଲ୍ମ ଛିଛୋରେ ଦେଖିଥିଲେ ।   ଏଂଜଲାଙ୍କର ଆଉ ଦୁଇ ଭାଇଭଉଣୀ ଅଛନ୍ତି । ସେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ବଡ ଥିଲେ । ତାଙ୍କ ପିତା ଏସ.ସତୀଶ ରାୟପୁରର ଏକ କମ୍ପାନୀରେ ଚାକିରି କରନ୍ତି । ଏଂଜଲାଙ୍କ ଆତ୍ମହତ୍ୟା ଦିନ ତାଙ୍କ ମା’ ଓ ଅନ୍ୟ ଭାଇଭଉଣୀ ମାମୁଘରକୁ ଯାଇଥିଲେ ।

sushant singh rajput

ଘରେ ଏକା ଥିବା ବେଳେ ଏଂଜଲା ଆତ୍ମହତ୍ୟା କରିଥିଲେ । ବୁଧବାର ସଂଧ୍ୟା ୫ଟାରେ ଟିଭିରେ ସେ ଛିଛୋରେ ଫିଲ୍ମ ଦେଖିଥିଲେ । ସେ ସମୟରେ ଏଂଜଲାଙ୍କ ପିତା ଘରେ ଥିଲେ । କିଛି ଜରୁରୀ କାମରେ ସେ ବାହାରକୁ ଯାଇଥିବା ବେଳେ ଏଂଜଲା ଆତ୍ମହତ୍ୟା କରିଥିଲେ । ପିତା ଘରକୁ ଫେରିବା ପରେ ଭିତର ପଟୁ ଘର କବାଟ ବନ୍ଦ ଥିଲା । ବହୁତ ଡାକିବା ପରେ ମଧ୍ୟ କବାଟ ନଖୋଲିବାରୁ ସେ ପଛପଟୁ ଘର ମଧ୍ୟକୁ ପ୍ରବେଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଆନ୍ଧ୍ରପ୍ରେଦଶର ଜଣେ ୨୧ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିଲେ । ସେ ସୁଶାନ୍ତଙ୍କ ନିଧନ ଖବରକୁ ସହଜରେ ଗ୍ରହଣ କରି ପାରିନଥିଲେ ।

ମାମଲାର ଯାଂଚ୍ କରୁଛି ପୋଲିସ

ପୋଲିସ ତଦନ୍ତରୁ ଜଣା ପଡିଛି ଯେ, ଏଂଜଲା ଟିଭି ସାମ୍ନାରେ ଆତ୍ମହତ୍ୟା କରିଥିଲେ । ଟିଭି ସାମ୍ନାରେ ଏଂଜଲା ଦୌଡି ଦେଇଥିଲେ । ସତୀଶ ଘର ମଧ୍ୟକୁ ପ୍ରବେଶ କରି ଦୌଡି କାଟିଥିଲେ । ତା’ପରେ ତାକୁ ହସ୍ପିଟାଲ ନେଇଥିଲେ । ତେବେ ଡାକ୍ତରଙ୍କ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମାମଲାର ଯାଂଚ କରୁଛି ।

 

ପାରାଦୀପ ଷଣ୍ଢକୁଦ ବସ୍ତିରେ ଚାଞ୍ଚଲ୍ୟ:

ପାରାଦୀପ, (ଅରୁଣ କୁମାର ଓଝା): ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ଅଭିଯୋଗ । ୨୫ ଟଙ୍କାର ଲୋଭ ଦେଖାଇ ନାବାଳକକୁ ବଳି ଉଦ୍ୟମ  । ନଦୀ କୂଳରେ ପୂଜା କରୁଥିବା ବେଳେ ଶିଶୁଟିର ବାପା ପହଞ୍ଚି ଯିବାରୁ ଶିଶୁଟି ବଞ୍ଚିଯାଇଛି । ଘଟଣା ନେଇ ଶିଶୁର ବାପା ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଗୁଣିଆ ଜୟନ୍ତ ପଣ୍ଡାକୁ ପୋଲିସ ଅଟକ ରଖିଛି । ଏଥିସହ ଘଟଣାରେ ସଂପୃକ୍ତ ୨ ମହିଳାଙ୍କୁ ପଚରାଉଚରା କରୁଛି  ।

ପାରାଦୀପ ଷଣ୍ଢକୁଦ ବସ୍ତିରେ ଚାଞ୍ଚଲ୍ୟ । ଟଙ୍କା ଲୋଭ ଦେଖାଇ ବାଳକକୁ ବଳି ଉଦ୍ୟମ । ଅଳ୍ପକେ ବର୍ତ୍ତିଲା ବାଳକ । ମରଣ ମୁହଁରୁ ଫେରିଥିବା ପୁଅକୁ ପାଇ ବାପା-ମା’ ଆଶ୍ୱସ୍ତ । ସୂଚନା ଅନୁସାରେ ବିଶ୍ୱରଞ୍ଜନ ମଣ୍ଡଳ ନାମକ ବାଳକଟି ଖେଳୁଥିବାବେଳେ ଟଙ୍କା ଲୋଭ ଦେଖାଇ ତାକୁ ନଦୀରୁ ପାଣି ଉଠାଇବାକୁ ଡାକି ନେଇଥିଲେ କିଛି ମହିଳା । ବାଳକକୁ ଉଲଗ୍ନ କରି ଫୁଲମାଳ ପିନ୍ଧାଇ ଓ ସିନ୍ଦୂର ଲଗାଇ ପୂଜା କରିଥିଲେ । ସୌଭାଗ୍ୟ ବଶତଃ ପିଲାଟିର ବାପା ପହଞ୍ଚି ପୁଅକୁ ଉଦ୍ଧାର କରିଛନ୍ତି ।

ଘଟଣାକୁ ସ୍ଥାନୀୟ ମୁରବିଙ୍କ ଦ୍ୱାରା ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା । ପ୍ରୟାସ ବିଫଳ ହେବା ପରେ ଏବେ ଥାନାରେ ପହଞ୍ଚିଛି ମାମଲା । ଅଭିଯୁକ୍ତ ଗୁଣିଆ ଜୟନ୍ତ ପଣ୍ଡା ସମେତ ୨ଜଣ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେପଟେ ଅଭିଯୋଗକୁ ଗୁଣିଆ ଓ ମହିଳା ଅସ୍ବୀକାର କରିଛନ୍ତି । ବଳି ନୁହେଁ ରୋଗରୁ ମୁକ୍ତି ପାଇଁ ପୂଜା କରୁଥିଲୁ ବୋଲି ସେମାନେ କହିଛନ୍ତି । ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି  ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମୁଣ୍ଡ ନେବାକୁ ମଣିଷ ପଛାଉନି  । ନିକଟରେ ଯାଜପୁର କଳିଙ୍ଗନଗର ଥାନା ସୁରୀସାହିରେ ଗୁଣିଆ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା  ।

ମାଲକାନଗିରିର ଏମଭି ୬ ଗାଁରେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ଜଣେ ମହିଳାଙ୍କ ଶରୀରରେ ଡାହାଣୀ ସବାର ହେଉଥିବା କହି ନିସ୍ତୁକ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଠା ଖୁଆଇଥିଲେ ଗୁଣିଆ । ଏବେ ପାରାଦୀପରେ ବାଳକଟି ଅଳ୍ପକେ ବଳିରୁ ବର୍ତ୍ତି ଯାଇଛି  ।

https://www.facebook.com/NandighoshaTV/videos/734320290741353/

ଚୀନ ସହ ସୀମା ବିବାଦ ବେଳେ ଜରୁରୀକାଳୀନ ଶକ୍ତି ବ୍ୟବହାର କରି ଫ୍ରାନ୍ସରୁ ଆସିଲା ହାମର, ଜାଣନ୍ତୁ ଏ ହାମର କଣ

ନୂଆଦିଲ୍ଲୀ: ଚୀନ୍ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ମୋଦୀ ଜରୁରୀକାଳୀନ ଶକ୍ତି ବ୍ୟବହାର କରି ଫ୍ରାନ୍ସରୁ ହାମର କ୍ଷେପଣାସ୍ତ୍ର ମଗାଇଛନ୍ତି । ଏହି କ୍ଷେପଣାସ୍ତ୍ର ଗୁଡିକର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୯ ରେ ଭାରତରେ ପହଞ୍ଚିବ । ତେବେ ଏହି କ୍ଷେପଣାସ୍ତ୍ର ସବୁ ରାଫେଲ ବିମାନରେ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ଦୁନିଆର ଅନ୍ୟତମ ଚମତ୍କାର ଯୁଦ୍ଧବିମାନ ମଧ୍ୟରୁ ରାଫେଲ ଶକ୍ତି ସହ ହାମର କ୍ଷେପଣାସ୍ତ୍ର ସହିତ ଅଧିକ ମାରାତ୍ମକ ପରିସ୍ଥିତି ଶତ୍ରୁ ପାଇ ସୃଷ୍ଟି କରିବ । ଏହି କ୍ଷେପଣାସ୍ତ୍ର ଗୁଡିକ ୬୦ ରୁ ୭୦ କିଲୋମିଟର ଦୂରରୁ ଯେକୌଣସି ପ୍ରକାରର ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସକ୍ଷମ ରଖନ୍ତି ।

ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ହାମର କ୍ଷେପଣାସ୍ତ୍ର ଭାରତୀୟ ଜାହାଜରେ ଯୋଗଦେବା ପରେ ଯେକ କୌଣସି ପ୍ରକାରର ବଙ୍କରକୁ ଟାର୍ଗେଟ କରିବାର କ୍ଷମତା ଆହୁରି ବୃଦ୍ଧି ପାଇବ । ହାମର୍ ହେଉଛି ଏକ ମଧ୍ୟମ ସୀମା କ୍ଷେପଣାସ୍ତ୍ର ଯାହା ଫରାସୀ ବାୟୁସେନା ଏବଂ ନୌସେନା ଦ୍ୱାରା ବ୍ୟବହାର ପାଇଁ ନିର୍ମିତ ହୋଇଥିଲା । ଏହା ପୂର୍ବରୁ ଖବର ଦିଆଯାଇଥିଲା ଯେ ପୂର୍ବ ଲଦାଖ ସୀମା ପାଇଁ ସୈନ୍ୟମାନେ ବର୍ତ୍ତମାନ ଇସ୍ରାଏଲରୁ ହେରାନ ଡ୍ରୋନ୍ ଏବଂ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର କିଣିବେ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ହେରାନ୍ UAVର ସଂଖ୍ୟା ବୃଦ୍ଧି ହେବା ଆବଶ୍ୟକତା ରହିଛି । ଏହି କାରଣରୁ, ଅଧିକ ସଂଖ୍ୟକ ହେରାନ୍ UAV ପାଇଁ ବିଚାର କରାଯାଉଛି । ତେବେ କେତେ ହେରାନ୍ ଅର୍ଡର କରାଯିବ ତାହା କୁହାଯାଇ ନାହିଁ ।

ଅନ୍ୟପକ୍ଷରେ ସେନା ମଧ୍ୟ ଇସ୍ରାଏଲରୁ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ କିଣିବାକୁ ଚିନ୍ତା କରୁଛି । ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ମଧ୍ୟ ଏହି କ୍ଷେପଣାସ୍ତ୍ର ଗୁଡ଼ିକର ଏକ ସାମଗ୍ରୀ ଭାରତକୁ ଆସିଥିଲା । ସେନା ଶେଷରେ ୧୨ ଟି ଲଞ୍ଚର୍ ଏବଂ ୨୦୦ ଟି ସ୍ପାଇକ୍ ମିସାଇଲ୍ ପାଇଥିଲା । ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ସେନା ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କରୁଛୁ । ଏହି ସମୟରେ DRDO ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ କରୁଛି । କୁହାଯାଉଛି ଯେ DADO ର ଏହି ପ୍ରକଳ୍ପ ମାଧ୍ୟମରେ ସେନା ବହୁ ପରିମାଣରେ ଏହି କ୍ଷେପଣାସ୍ତ୍ର ପାଇପାରିବ ।

କରୋନା ସଂକ୍ରମିତଙ୍କ ସ୍ଥାନାନ୍ତରକୁ ବିରୋଧ: କୋଭିଡ ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ

ନୟାଗଡ଼: କରୋନା ଆକ୍ରାନ୍ତକୁ ସ୍ଥାନାନ୍ତର ବେଳେ କୋରୋନା ଯୋଦ୍ଧାଙ୍କୁ  ଆକ୍ରମଣ l ନୟାଗଡ ଜିଲ୍ଲା ଫତେଗଡ ଥାନା ଜଗନ୍ନାଥ ପ୍ରସାଦରେ ଆଜି ୩0ରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଗୋଷ୍ଠି ସଂକ୍ରମଣକୁ ଦୃଷ୍ଟିରେ ରଖି ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲ ସ୍ଥାନାନ୍ତର କରିବା ପାଇ ଖଣ୍ଡପଡା  ବିଡିଓ, ତହସିଲଦାର,ପୋଲିସ, ସ୍ୱାସ୍ଥ୍ୟକର୍ମୀ ଗାଁକୁ ଯାଇଥିଲେ l

ଗ୍ରାମବାସୀମାନେ ଏହାକୁ ବିରୋଧ କରିବା ସହ ମିଛ ରିପୋର୍ଟ ଆସିଥିବା କହି କୋରନା ଯୋଦ୍ଧାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ l ପ୍ରଥମେ ବିଡିଓ ଓ ତହସିଲଦାରଙ୍କୁ ଗୋଟେ ଘରେ ଗ୍ରାମବାସୀ ବନ୍ଦ କରିଦେଇଥିବା ବେଳେ ପୋଲିସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରକୁ ଟେକା ମାଡ଼ କରିଥିଲେ l

ଏଥିରେ ୩ଜଣ ପୋଲିସଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି l ଗ୍ରାମରେ ଏନେଇ ଉତ୍ତେଜନା ଲାଗିରହିଛି l   ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲ ପଠାଇବାକୁ ଚେଷ୍ଟା ଚଳାଇଛି l

ସୋନପୁରରୁ ଜବତ ହେଲା ୬୪୦ ବୋତଲ୍ କଫ୍ ସିରପ୍‌

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଆଜି ସୋନପୁର ପୋଲିସ ୩ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୬୪୦ ବୋତଲ କଫ ସିରଫ ଜବତ କରିଛି । ଏହି ଘରୋଇ ବସକୁ ମଧ୍ୟ ଜବତ କରିଛି ସୋନପୁର ପୋଲିସ  ।ଜବତ କଫ ସିରଫ ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ  ।

OD-03P 6633 ନମ୍ବର ଥିବା ଶତପଥୀ  ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଥିଲା  । ଏହି  ଘରୋଇ ଯୋଗେ କଫ ସିରଫ ଚୋରା ଚାଲାନ ହେଉଥିଲା  । ସୋନପୁର ପୋଲିସ ଖବର ପାଇ ବସ ଉପରେ  ଚଢଉ କରି ଏହି କଫ ସିରଫ ସବୁକୁ  ଜବତ କରିଛି  । ମୁଖ୍ୟ କିଙ୍ଗପିନ୍ ଧାରା ପଡିନଥିବାବେଳେ ବସର ଡ୍ରାଇଭର,କଣ୍ଡକ୍ଟର ଓ କ୍ଲିନରକୁ ଗିରଫ କରିଛି ପୋଲିସ  ।

ଗିରଫ ଡ୍ରାଇଭର ନାଁ କୁଳମଣୀ ସାହୁ ,କଣ୍ଡକ୍ଟର ସର୍ବେଶ୍ୱର ପ୍ରଧାନ ଓ କ୍ଲିନରର ନାଁ ଲକ୍ଷ୍ମଣ ବଗର୍ତ୍ତୀ ବୋଲି ଜଣାପଡିଛି । ତିନି ଜଣ ବସ ଷ୍ଟାପକୁ ପୋଲିସ ଗିରଫ କରି କୋର୍ଟ ଚାଲାନ କରିଛି  ।ଏହି ବେଆଇନ କଫ ସିରଫ କାରବାରରେ ଆଉ କିଏ କିଏ ଅଛନ୍ତି ସୋନପୁର ପୋଲିସ ଅନୁସନ୍ଧାନ ଜାରିରଖିଛି  ।

ଆସିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟ: ଆଦିତ୍ୟ ହିଁ ଲେଖିଥିଲେ ସୁଇସାଇଡ୍ ନୋଟ୍

ଭୁବନେଶ୍ୱର: ୧୭ ଦିନର ସସପେନ୍ସ ପରେ ଖୋଲୁଛି ଆଦିତ୍ୟ ଡେଥ୍ ମିଷ୍ଟ୍ରିର ଗୁମର । ଯେଉଁ ଡାଏରୀକୁ ନେଇ ଜିଆରପି ତନାଘନା ଚଳାଇଥିଲା ଜଣାପଡିଛି ସେଥିରେ ଲେଖାଥିବା ହସ୍ତାକ୍ଷର ଖୋଦ ଆଦିତ୍ୟଙ୍କର  । ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଦେଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଦିତ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ ଆହୁରି ଗାଢ଼ ହେଉଛି । ଅନ୍ୟପଟେ ଆବଶ୍ୟକ ପଡିଲେ ତଦନ୍ତକାରୀ ଅଧିକାରୀ ଲାଇଡେଟକ୍ସନ ଟେଷ୍ଟ କରିପାରିବେ । ତେବେ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଶେଷ ଥର ସିସିଟିଭିରେ ଚାଲି ଚାଲି ଏକା ଯାଉଥିବାର ଦେଖିବାକୁ ମିଳିଥିଲା ମୃତ୍ୟୁ ପୂର୍ବରୁ ଆଦିତ୍ୟ ଡାଏରୀରେ ଲେଖିଥିଲେ ୪ ଫର୍ଦ୍ଦର ନୋଟ୍ । ୧୦ ଦିନର ପରୀକ୍ଷା ନିରୀକ୍ଷା ପରେ ୭ ଜଣିଆ ଏକ୍ସପର୍ଟ ଟିମର ମତାମତ ନେଇ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଜିଆରପିକୁ ହସ୍ତାନ୍ତର କରିଛି ରିପୋର୍ଟ ।

ଆଦିତ୍ୟଙ୍କ ପୁରୁଣା ହସ୍ତାକ୍ଷର ଓ ୪ ପୃଷ୍ଠାର ନୋଟକୁ ଯାଞ୍ଚ କଲା ପରେ ଆଦିତ୍ୟଙ୍କ ଅକ୍ଷର ମେଳ ଖାଉଛି । ସୁଇସାଇଡ ନୋଟ୍ ଆଦିତ୍ୟ ଲେଖିଥିବା ସ୍ପଷ୍ଟ ପ୍ରମାଣ ପାଇଛି ଜିଆରପି । ହ୍ୟାଣ୍ଡାରାଇଟିଂ ବ୍ୟୁରୋ ରିପୋର୍ଟ ପରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ ଆହୁରି ଗାଢ଼ ହେଉଛି । ଅନ୍ୟପଟେ ଆବଶ୍ୟକ ପଡିଲେ ତଦନ୍ତକାରୀ ଅଧିକାରୀ ଲାଇଡେଟକ୍ସନ ଟେଷ୍ଟ କରିପାରିବେ । ତେବେ ରେଳବାଇ ଏଡିଜି କହିଛନ୍ତି, ତଦନ୍ତରେ ପଡିନି ଦି ଏଣ୍ଡ ।

ଜୁଲାଇ ୬ ତାରିଖରେ ସନ୍ଧ୍ୟା ୭ଟା ୧୪ ଆଦିତ୍ୟଙ୍କ ଫେସବୁକ ଆଇଡିରୁ ହୋଇଥିଲା ଶେଷ ପୋଷ୍ଟ  । ଲେଖାଥିଲା ମୃତ୍ୟୁ ଯେତେ ବେଳେ ଆସେ, ଧିରେ ଧିରେ ଆସେ, କେହି ଜାଣି ପାରନ୍ତି ନାହିଁ । ତେବେ ଏ ଫେସବୁକ ପୋଷ୍ଟ କାହାର ? କିଏ ଲେଖିଲା ଓ କିଏ କଲା ପୋଷ୍ଟ ? ଏ ସବୁ ବାବଦରେ ସଠିତ ତଥ୍ୟ ଜାଣିବା ପାଇଁ କାଲିଫର୍ଣ୍ଣିଆସ୍ଥିତ ଫେସବୁକ ହେଡ ଅଫିସକୁ ମେଲ କରିଛି ଜିଆରପି । ତେବେ ହ୍ୟାଣ୍ଡ ରାଇଟିଂ ତଦନ୍ତରେ ସନ୍ତୁଷ୍ଠ ନାହାଁନ୍ତି ଆଦିତ୍ୟଙ୍କ ବାପା । ଅଧିକ ତଦନ୍ତ ପାଇଁ ହାଇକୋର୍ଟ ଯିବେ ବୋଲି କହିଛନ୍ତି  ।

ଯଦି ସୁଇସାଇଡ ନୋଟ୍ ଆଦିତ୍ୟଙ୍କର, ତେବେ ସୁଇସାଇଡ କରିଛନ୍ତି କି ଆଦିତ୍ୟ ? ଯଦି ଏହା ସତ, ତେବେ କାରଣ କଣ? କାରଣ ସୁଇସାଇଡ୍ ନୋଟରେ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରି ନାହାନ୍ତି ଆଦିତ୍ୟ । ତେଣୁ ପ୍ରଶ୍ନ ଉଠୁଛି, ମରିବା ପାଇଁ କିଏ ବାଧ୍ୟ କରିଥିଲା କି ମାନବପ୍ରେମୀଙ୍କୁ ? ତମାମ୍ ତଦନ୍ତ ଜିଆରପି ପାଇଁ ବଡ ଚ୍ୟାଲେଞ୍ଜ । ଆଗକୁ ବିଦ୍ୟାଶ୍ରୀ ଓ ଆଦିତ୍ୟ ବନ୍ଧୁମାନଙ୍କ ଲାଇଡେଟକ୍ସନ ଟେଷ୍ଟ କରାଯିବ କି? ଫେସବୁକ ପୋଷ୍ଟ କାହାର ? ଲାପଟପ ନା ମୋବାଇଲରୁ ପୋଷ୍ଟ ହୋଇଛି ? ଏସବୁ ପରେ ହିଁ ଆଦିତ୍ୟ ମୃତ୍ୟୁ ରହସ୍ୟରେ ପଡିବ ଜବନିକା ।

ସୁସ୍ଥ ହେଲେ ଆଉ ୬୪୩ ଜଣ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସୁସ୍ଥତା ମଧ୍ୟ ବଢ଼ଛି । ଆଜି ଆଉ ୬୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୪ ହଜାର ୩୯୩ରେ ପହଞ୍ଚିଛି ।

ଆଜି ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪ ଜଣ, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ଼ରୁ ୧୪, କନ୍ଧମାଳରୁ ୧୪, ଢ଼େଙ୍କାନାଳରୁ ୧୧, କେନ୍ଦୁଝରରୁ ୧୧, ଭଦ୍ରକରୁ ୮, ଗଜପତିରୁ ୬, ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଯାଜପୁର ଏବଂ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା ଏବଂ କୋରାପୁଟରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ୨ ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୧୨୬୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୦୯୯ରେ ପହଞ୍ଚିଛି । ଆଜି ୬୪୩ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ସଂଖ୍ୟା ୧୪ ହଜାର ୩୯୩ରେ ପହଞ୍ଚିଛି । ଯେତେବେଳେ କି ୧୧୪ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।