ସୋନପୁରରୁ ଜବତ ହେଲା ୬୪୦ ବୋତଲ୍ କଫ୍ ସିରପ୍‌

1 min read

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଆଜି ସୋନପୁର ପୋଲିସ ୩ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୬୪୦ ବୋତଲ କଫ ସିରଫ ଜବତ କରିଛି । ଏହି ଘରୋଇ ବସକୁ ମଧ୍ୟ ଜବତ କରିଛି ସୋନପୁର ପୋଲିସ  ।ଜବତ କଫ ସିରଫ ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ  ।

OD-03P 6633 ନମ୍ବର ଥିବା ଶତପଥୀ  ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଥିଲା  । ଏହି  ଘରୋଇ ଯୋଗେ କଫ ସିରଫ ଚୋରା ଚାଲାନ ହେଉଥିଲା  । ସୋନପୁର ପୋଲିସ ଖବର ପାଇ ବସ ଉପରେ  ଚଢଉ କରି ଏହି କଫ ସିରଫ ସବୁକୁ  ଜବତ କରିଛି  । ମୁଖ୍ୟ କିଙ୍ଗପିନ୍ ଧାରା ପଡିନଥିବାବେଳେ ବସର ଡ୍ରାଇଭର,କଣ୍ଡକ୍ଟର ଓ କ୍ଲିନରକୁ ଗିରଫ କରିଛି ପୋଲିସ  ।

ଗିରଫ ଡ୍ରାଇଭର ନାଁ କୁଳମଣୀ ସାହୁ ,କଣ୍ଡକ୍ଟର ସର୍ବେଶ୍ୱର ପ୍ରଧାନ ଓ କ୍ଲିନରର ନାଁ ଲକ୍ଷ୍ମଣ ବଗର୍ତ୍ତୀ ବୋଲି ଜଣାପଡିଛି । ତିନି ଜଣ ବସ ଷ୍ଟାପକୁ ପୋଲିସ ଗିରଫ କରି କୋର୍ଟ ଚାଲାନ କରିଛି  ।ଏହି ବେଆଇନ କଫ ସିରଫ କାରବାରରେ ଆଉ କିଏ କିଏ ଅଛନ୍ତି ସୋନପୁର ପୋଲିସ ଅନୁସନ୍ଧାନ ଜାରିରଖିଛି  ।

Leave a Reply