ଆସିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟ: ଆଦିତ୍ୟ ହିଁ ଲେଖିଥିଲେ ସୁଇସାଇଡ୍ ନୋଟ୍

ଭୁବନେଶ୍ୱର: ୧୭ ଦିନର ସସପେନ୍ସ ପରେ ଖୋଲୁଛି ଆଦିତ୍ୟ ଡେଥ୍ ମିଷ୍ଟ୍ରିର ଗୁମର । ଯେଉଁ ଡାଏରୀକୁ ନେଇ ଜିଆରପି ତନାଘନା ଚଳାଇଥିଲା ଜଣାପଡିଛି ସେଥିରେ ଲେଖାଥିବା ହସ୍ତାକ୍ଷର ଖୋଦ ଆଦିତ୍ୟଙ୍କର  । ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଦେଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଦିତ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ ଆହୁରି ଗାଢ଼ ହେଉଛି । ଅନ୍ୟପଟେ ଆବଶ୍ୟକ ପଡିଲେ ତଦନ୍ତକାରୀ ଅଧିକାରୀ ଲାଇଡେଟକ୍ସନ ଟେଷ୍ଟ କରିପାରିବେ । ତେବେ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଶେଷ ଥର ସିସିଟିଭିରେ ଚାଲି ଚାଲି ଏକା ଯାଉଥିବାର ଦେଖିବାକୁ ମିଳିଥିଲା ମୃତ୍ୟୁ ପୂର୍ବରୁ ଆଦିତ୍ୟ ଡାଏରୀରେ ଲେଖିଥିଲେ ୪ ଫର୍ଦ୍ଦର ନୋଟ୍ । ୧୦ ଦିନର ପରୀକ୍ଷା ନିରୀକ୍ଷା ପରେ ୭ ଜଣିଆ ଏକ୍ସପର୍ଟ ଟିମର ମତାମତ ନେଇ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଜିଆରପିକୁ ହସ୍ତାନ୍ତର କରିଛି ରିପୋର୍ଟ ।

ଆଦିତ୍ୟଙ୍କ ପୁରୁଣା ହସ୍ତାକ୍ଷର ଓ ୪ ପୃଷ୍ଠାର ନୋଟକୁ ଯାଞ୍ଚ କଲା ପରେ ଆଦିତ୍ୟଙ୍କ ଅକ୍ଷର ମେଳ ଖାଉଛି । ସୁଇସାଇଡ ନୋଟ୍ ଆଦିତ୍ୟ ଲେଖିଥିବା ସ୍ପଷ୍ଟ ପ୍ରମାଣ ପାଇଛି ଜିଆରପି । ହ୍ୟାଣ୍ଡାରାଇଟିଂ ବ୍ୟୁରୋ ରିପୋର୍ଟ ପରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ ଆହୁରି ଗାଢ଼ ହେଉଛି । ଅନ୍ୟପଟେ ଆବଶ୍ୟକ ପଡିଲେ ତଦନ୍ତକାରୀ ଅଧିକାରୀ ଲାଇଡେଟକ୍ସନ ଟେଷ୍ଟ କରିପାରିବେ । ତେବେ ରେଳବାଇ ଏଡିଜି କହିଛନ୍ତି, ତଦନ୍ତରେ ପଡିନି ଦି ଏଣ୍ଡ ।

ଜୁଲାଇ ୬ ତାରିଖରେ ସନ୍ଧ୍ୟା ୭ଟା ୧୪ ଆଦିତ୍ୟଙ୍କ ଫେସବୁକ ଆଇଡିରୁ ହୋଇଥିଲା ଶେଷ ପୋଷ୍ଟ  । ଲେଖାଥିଲା ମୃତ୍ୟୁ ଯେତେ ବେଳେ ଆସେ, ଧିରେ ଧିରେ ଆସେ, କେହି ଜାଣି ପାରନ୍ତି ନାହିଁ । ତେବେ ଏ ଫେସବୁକ ପୋଷ୍ଟ କାହାର ? କିଏ ଲେଖିଲା ଓ କିଏ କଲା ପୋଷ୍ଟ ? ଏ ସବୁ ବାବଦରେ ସଠିତ ତଥ୍ୟ ଜାଣିବା ପାଇଁ କାଲିଫର୍ଣ୍ଣିଆସ୍ଥିତ ଫେସବୁକ ହେଡ ଅଫିସକୁ ମେଲ କରିଛି ଜିଆରପି । ତେବେ ହ୍ୟାଣ୍ଡ ରାଇଟିଂ ତଦନ୍ତରେ ସନ୍ତୁଷ୍ଠ ନାହାଁନ୍ତି ଆଦିତ୍ୟଙ୍କ ବାପା । ଅଧିକ ତଦନ୍ତ ପାଇଁ ହାଇକୋର୍ଟ ଯିବେ ବୋଲି କହିଛନ୍ତି  ।

ଯଦି ସୁଇସାଇଡ ନୋଟ୍ ଆଦିତ୍ୟଙ୍କର, ତେବେ ସୁଇସାଇଡ କରିଛନ୍ତି କି ଆଦିତ୍ୟ ? ଯଦି ଏହା ସତ, ତେବେ କାରଣ କଣ? କାରଣ ସୁଇସାଇଡ୍ ନୋଟରେ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରି ନାହାନ୍ତି ଆଦିତ୍ୟ । ତେଣୁ ପ୍ରଶ୍ନ ଉଠୁଛି, ମରିବା ପାଇଁ କିଏ ବାଧ୍ୟ କରିଥିଲା କି ମାନବପ୍ରେମୀଙ୍କୁ ? ତମାମ୍ ତଦନ୍ତ ଜିଆରପି ପାଇଁ ବଡ ଚ୍ୟାଲେଞ୍ଜ । ଆଗକୁ ବିଦ୍ୟାଶ୍ରୀ ଓ ଆଦିତ୍ୟ ବନ୍ଧୁମାନଙ୍କ ଲାଇଡେଟକ୍ସନ ଟେଷ୍ଟ କରାଯିବ କି? ଫେସବୁକ ପୋଷ୍ଟ କାହାର ? ଲାପଟପ ନା ମୋବାଇଲରୁ ପୋଷ୍ଟ ହୋଇଛି ? ଏସବୁ ପରେ ହିଁ ଆଦିତ୍ୟ ମୃତ୍ୟୁ ରହସ୍ୟରେ ପଡିବ ଜବନିକା ।

Leave a Reply