spot_img
Home Blog Page 6757

କରୋନା କବଳରେ ତେଲେଙ୍ଗାନା ଗୃହ ମନ୍ତ୍ରୀ

ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ୍ଦ ଅଲ୍ଲୀ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ରବିବାର ବିଳମ୍ୱିତ ରାତ୍ରିରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ କରୋନା ସଂକ୍ରମଣଜନିତ ଅନେକ ଲକ୍ଷଣ ପରିଲିଖିତ ହେଉଥିଲା ।

ଜ୍ୱର, ଥଣ୍ଡା, ଶ୍ୱାସରୁଦ୍ଧ ଓ କଫ ଭଳି ଅସୁସ୍ଥତା ଲକ୍ଷଣ ଗତ କିଛି ଦିନ ହେବ ତାଙ୍କଠାରେ ଦେଖିବାକୁ ମିଳୁଥିଲା । ତେବେ ଏବେ ସୋମବାର ସକାଳୁ ସେ କରୋନା ସଂକ୍ରମଣର ଶୀକାର ହୋଇଥିବା ନେଇ ସ୍ପଷ୍ଟତା ଉକ୍ତ ଘରୋଇ ଡାକ୍ତରଖାନା ତରଫରୁ ପ୍ରକାଶ ପାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମହମ୍ମଦଙ୍କ ୪ଜଣ ସୁରକ୍ଷାକର୍ମୀ ପଜଟିଭି ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇ ସାରିଛନ୍ତି ।

ଗଜପତି ଫେରନ୍ତା ୧୪ନୁହେଁ ଏଣିକି ୨୧ ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ…….

ଗଜପତି ଜିଲ୍ଲା ପ୍ରଶାସନ କ୍ୱାରେଣ୍ଟାଇନ ଅବଧି ବଢାଇଛି । ସାରା ରାଜ୍ୟରେ କ୍ୱାରେଣ୍ଚାଇନ୍ ଅବଧି ଏବେ ୧୪ ଦିନ ସ୍ଥିର କରାଯାଇଥିବା ବେଳେ ଗଜପତି ଜିଲ୍ଲାରେ କ୍ୱାରେଣ୍ଟାଇନ ଅବଧି ଏବେ ୨୧ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେ କୌଣସି ପ୍ରବାସୀ ଗଜପତି ଫେରିଲେ ଏଣିକି ୨୧ ଦିନର ବାଧ୍ୟତାମୂଳକ କ୍ୱାରେଣ୍ଚାଇନରେ ରହିବେ । ସେହିଭଳି ୨୧ ଦିନ ପରେ ସଂକ୍ରମଣଜନିତ ଲକ୍ଷଣ ଦେଖା ନଗଲେ ୧ହଜାର ଟଙ୍କା ନେଇ କ୍ୱାରେଣ୍ଚାଇନ ସେଣ୍ଚରରୁ ଘରକୁ ଯିବେ । ତେବେ ଘରକୁ ଯିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ଦିନର ଧରି ହୋମ୍ କ୍ୱାରେଣ୍ଚାଇନରେ ରହିବାକୁ ପଡିବ । ହୋମ୍ କ୍ୱାରେଣ୍ଚାଇନ୍ ସରିବା ନେଇ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବା ପରେ ଆଉ ହଜାର ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଳିବ ।

ତେବେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପରେ ଥିବା ବେଳେ ଜଣେ ବ୍ୟକ୍ତି ନେଗେଟିଭ ଆସନ୍ତି ତେବେ ମଧ୍ୟ ତାଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କାମ୍ପ ଛାଡିବାକୁ ଅନୁମତି ମିଳିବ ନାହିଁ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ  ୧୪ ଦିନ କ୍ୟାରେଣ୍ଚାଇନ ପରିୟଡରେ ରଖିବା ପରେ ମଧ୍ୟ କରୋନା ପଜଟିଭ୍ ଚିହ୍ନଟ ହେଉ ନାହିଁ । ୧୪ରୁ ୨୧ ଦିନ ମଧ୍ୟରେ ଅନେକ ରୋଗୀ ପଜିଟିଭ୍ ଚିହ୍ନଟ ହେଲେଣି । ଏଣୁ ଏବେ କ୍ୱାରେଣ୍ଚାଇନ୍ ଅବଧିକୁ ୨୧ ଦିନ ବାଧ୍ୟତାମୂଳକ କରାଯିବା ସହ ୭ଦିନର ହୋମ୍ କ୍ୱାରେଣ୍ଚାଇନଙ୍କୁ ମଧ୍ୟ ସାମିଲ କରାଯାଇଛି ।

ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କର କରୋନାରେ ଦେହାନ୍ତ

ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦ୍ଦୁଲା ଅଲ୍ ମୋହସିନ ଚୌଧୁରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳ ୯ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜୁନରେ ସେ କରୋନା ପଜଟିଭ ବୋଲି ରିପୋର୍ଟ ଆସିଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଜୁନ 18 ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା  ।ହେଲେ ଆଜି ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ଏମଡି ଭସାନି ମିର୍ଜା । ଉଲ୍ଲେଖଯୋଗ୍ୟ ଯେ, ଏବେ ବାଂଲାଦେଶରେ କୋଭିଡ୍-୧୯ ମହାମାରୀ ସକ୍ରିୟ ହେବାରେ ଲାଗିଛି । ବାଂଲାଦେଶରେ ଏବେ  ୧ ଲକ୍ଷ ୩୭ ହଜାର କରୋନା ରୋଗୀ ଅଛନ୍ତି । ମୃତ୍ୟୁ ସଂଖ୍ୟା ୧୭୩୮ରେ ପହଞ୍ଚିସାରିଛି  ।

୨୫ ଲକ୍ଷ ଟଙ୍କାର ବାଇକ୍‌ ଚଢ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି?

ନାଗପୁର: ହାର୍ଲି-ଡେଭିଡ୍‌ସନ୍‌ ବାଇକ୍‌ରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ଏ ବବଡେ । କଥାଟା ଆଡ଼ୁଆ ଲାଗୁଥିବ ନିଶ୍ଚୟ । କାରଣ ତାଙ୍କର ଏଭଳି ଫଟୋ ଆଗରୁ ବୋଧ ହୁଏ କେବେ ଭାଇରାଲ ହୋଇନଥିଲା । ଦେଶବାସୀ ଚିଫ୍‌ ଜଷ୍ଟିସ୍‌ଙ୍କ ଏଭଳି ଫଟୋ ଆଗରୁ କେବେ ଦେଖିନଥିଲେ ।

ତେବେ ଏହି ଫଟୋଟି ହେଉଛି ନାଗପୁର ଅଞ୍ଚଳର । ଲକ୍‌ଡାଉନ୍‌ କାରଣରୁ ସେ ଏବେ ଘରେ ରହିଛନ୍ତି । ଆଉ ନାଗପୁରସ୍ଥିତ ତାଙ୍କ ବାସଭବନରୁ ସେ ସୁପ୍ରିମ୍‌କୋର୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଛନ୍ତି ।

ରବିବାର ସକାଳୁ ସେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ବେଳେ ତାଙ୍କ ନଜରରେ ଏହି ବାଇକ୍‌ଟି ପଡ଼ିଥିଲା । ସେ ବାଇକ୍‌ ପାଖକୁ ଯାଇଥିଲେ ଏବେ ତାପରେ ସେଥିରେ ବସିଥିଲେ । ଏବଂ ବାଇକ୍‌କୁ କିଛି ବାଟ ଚଲାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ଫଟୋ ଉଠାଇଥିଲେ । ବାସ୍ତବରେ ଫଟୋଗ୍ରାଫି ଏବଂ ବହି ପଢ଼ିବାକୁ ଭଲପାଉଥିବା, ଜଷ୍ଟିସ୍‌ ବୋବ୍‌ଡ଼େ ବାଇକ୍ ଚଲାଇବାର ସୌକ ମଧ୍ୟ ରଖନ୍ତି ।

 

ରାଜ୍ୟ ଶିକ୍ଷା ବିକାଶ ପାଇଁ ସହାୟତା ଦେବ ବିଶ୍ୱବ୍ୟାଙ୍କ

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ସରକାରୀ ସ୍କୁଲକୁ ଉନ୍ନତମାନର ଅଭିଜ୍ଞତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହଯୋଗ କରିବ  । ତେବେ କେବଳ ଓଡିଶା ନୁହେଁ, ଦେଶର ୬ଟି ରାଜ୍ୟରେ ଶିକ୍ଷା କ୍ଷେତ୍ରକୁ ଆର୍ଥିକ ସହାୟତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ପ୍ରସ୍ତୁତ ହୋଇଛି । ରାଜ୍ୟଗୁଡିକ ହେଲେ,  ଓଡିଶା ହିମାଚଳପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର । ବିଶ୍ୱ ବ୍ୟାଙ୍କ ଏହି ପ୍ରୋଜେକ୍ଟର ନାମ ଷ୍ଟାର୍ସ ରଖିଥିବା ବେଳେ ଏହା ମାଧ୍ୟମରେ ୫ଶହ ମିଲିୟନ୍ ଡଲାର ଅର୍ଥରାଶିକୁ ମଞ୍ଜୁରୀ ଦେଇଛି । ଏହି ଅର୍ଥ ୧୫ ଲକ୍ଷ ବିଦ୍ୟାଳୟର ସାମଗ୍ରିକ ବିକାଶ ନିମନ୍ତେ ଖର୍ଚ୍ଚ ହେବ । ତେବେ ବିଶ୍ୱ ବ୍ୟାଙ୍କ ୧୯୯୪ରୁ ଦେଶର ବିଭିନ୍ନ ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ପ୍ରଗତି ପାଇଁ ସହଯୋଗ କରି ଆସୁଛି ।

 ତେବେ ୬ଟି ରାଜ୍ୟ ମଧ୍ୟରୁ ବିଶ୍ୱ ବ୍ୟାଙ୍କର ପ୍ରାଥମିକତାରେ ରହିଛି ଓଡିଶା । ୨୦୦୪ରୁ ୨୦୧୯ ମଧ୍ୟରେ ରାଜ୍ୟ ଏହି କାର୍ଯ୍ୟକ୍ରମ ଆଧାର ବେଶ ପ୍ରଗତି କରୁଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅର୍ଥ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ଓ ନବୀକରଣ ଦିଗରେ ବିନିଯୋଗ ହେବ । ଓଡିଶାରେ ଥିବା ସ୍କୁଲଗୁଡିକର ପରିଚାଳନା କମିଟିକୁ ବିକେନ୍ଦ୍ରୀକରଣ କରାଯିବ । କ୍ଲାସରୁମ ନବୀକରଣ କାର୍ଯ୍ୟ କରାଯିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଶିକ୍ଷାକୁ ଚାକିରୀ ଉପଯୋଗୀ କରାଯିବ ।

ବିଶ୍ୱ ବ୍ୟାଙ୍କର କହିବା କଥା ଯେ ସାରା ଦେଶରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପାଠ ପଢା ସାରି ନିଯୁକ୍ତି ଅଭାବରେ ବେକାର ରହୁଛନ୍ତି । ଏଭଳି ହେବା ଦ୍ୱାରା ଶିକ୍ଷାର ମୂଲ୍ୟବୋଧ କମିବା ସହ ଯୁବଶ୍ରେଣୀ ମଧ୍ୟରେ ପ୍ରତିଯୋଗୀ ମନୋଭବ ମଧ୍ୟ କମୁଛି । ଶିକ୍ଷା ମଧ୍ୟରେ ପ୍ରଶିକ୍ଷଣ ବ୍ୟବସ୍ଥା ସଂପ୍ରତି ପ୍ରଚଳିତ ହେଉଥିଲେ ମଧ୍ୟ ଏହା ବିକଶିତ ଓ ପ୍ରଭାବଶାଳୀ ନୁହେଁ । ତେଣୁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ବିଶ୍ୱ ବ୍ୟାଙ୍କ ଅନୁଭବ କରୁଛି  ।

 

ମାନବ ସମ୍ୱଳକୁ ନେଇ ସାରା ରାଜ୍ୟରେ ଅଦ୍ଭୁଦପୂର୍ବ ସୁଯୋଗ ରହିଛି । ମାତ୍ର ମାନବସମ୍ୱଳକୁ ସଠିକ ଭାବେ ନିୟୋଜିତ କରିବା ପାଇଁ ମୂଳଦୁଆ ସ୍ତରରୁ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ନେଇ ଏବେ ମଧ୍ୟ ସମସ୍ୟା ରହିଛି । ତେବେ ଷ୍ଟାର୍ସ ପ୍ରୋଜେକ୍ଟ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ  । ସେହିଭଳି ବ୍ୟକ୍ତିଗତ ସ୍ତରରେ ପ୍ରତି ଛାତ୍ରଛାତ୍ରୀ କିମ୍ୱା ଶିକ୍ଷକମାନଙ୍କ ମଧ୍ୟରେ ପେଶାଗତ ସମସ୍ୟା ଭିନ୍ନ ଭିନ୍ନ ରହିଥିବା ହେତୁ ଏସବୁର ସମାଧାନ ପାଇଁ  ସେମାନଙ୍କ ସହ ପୃଥକ ଭାବେ ଆଲୋଚନା କରାଯିବ । ବିଶ୍ୱ ବ୍ୟାଙ୍କ ଏସବୁ ଦିଗ ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି ନିଜ ଘୋଷଣାରେ ଜଣାଇଛି ।

 

ଭଲ ଖବର: ଓଡ଼ିଶା ପହଞ୍ଚିଲା କରୋନା ଔଷଧ, ଜାଣନ୍ତୁ କେଉଁ ମାନେ ଖାଇପାରିବେ…

ଭୁବନେଶ୍ୱର: ଓଡ଼ିଶା ପାଇଁ ଶୁଭ ଖବର । ରାଜ୍ୟରେ ପହଞ୍ଚିଛି କରୋନା ଔଷଧ ବା ପ୍ରତିଷେଧକ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର । ରେମଡେସିଭିର ନାମକ କରୋନା ପ୍ରତିଷେଧକ ଓଡ଼ିଶାର ସବୁ ହସ୍ପିଟାଲରେ ପହଞ୍ଚିଥିବା କହିଛନ୍ତି ଶ୍ରୀ ମହାପାତ୍ର । ସେ କହିଛନ୍ତି ସବୁ ହସ୍ପିଟାଲକୁ ଏହି ଔଷଧ ପହଞ୍ଚି ସାରିଛି ବୋଲି ଡ୍ରଗ୍ସ କଣ୍ଟୋଲର ସ୍ପଷ୍ଟ କରି ସାରିଛନ୍ତି ।

Corona Medicine

ହେଲେ ଏହି ଔଷଧ ସ୍ୱଳ୍ପ ପରିମାଣର ରହିଛି । ଅଧିକ ଷ୍ଟକ୍‌ ଆସି ନାହିଁ ।  ତେଣୁ ଯେଉଁ କରୋନା ରୋଗୀ ଅଧିକ ଗୁରୁତର ଥିବେ ସେମାନଙ୍କୁ ଏହି ଔଷଧ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ରେମଡେସିଭିର ନାମକ ଏହି ଔଷଧକୁ ଆସିଏମ୍‌ଆର୍‌ ପକ୍ଷରୁ ଅନୁମତି ଦିଆଯାଇଛି । କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ ।

ତେବେ ରେମଡେସିଭିର ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁକୁ ନଷ୍ଟ କରି ମଣିଷକୁ ସୁସ୍ଥ କରିବା ଭଳି ଔଷଧ ହୋଇନଥିଲେ ମଧ୍ୟ ଏହା କରୋନା ଭୂତାଣୁକୁ କିଛି ମାତ୍ରାରେ ନଷ୍ଟ କରିବାରେ ସଫଳ ହୋଇଛି । ଏନେଇ ପରୀକ୍ଷା କରାଯିବା ପରେ ଏହି ଔଷଧକୁ ରୋଗୀଙ୍କୁ ଦିଆଯିବା ନେଇ ଅନୁମତି ଦିଆଯାଇଛି । ଏହି ଔଷଧ ଦ୍ୱାରା ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କରୋନା ସଂକ୍ରମଣକୁ ଏହା ରୋକିପାରିବ ନାହିଁ କିନ୍ତୁ କିଛି ମାତ୍ରାରେ ଗୁରୁତର ରୋଗୀଙ୍କୁ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

ଖୁବ‌ଶୀଘ୍ର ଆରମ୍ଭ ହେବ ବୈଷୟିକ ଶିକ୍ଷାନୁଷ୍ଠାନର ଅନ୍‌ଲାଇନ୍‌ କ୍ଲାସ୍‌, ଜୁଲାଇ ୯ରୁ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟିଛି । ଛାତ୍ରଛାତ୍ରୀ ନା ସ୍କୁଲ ଯାଇ ପାରୁଛନ୍ତି ନା ଟ୍ୟୁସନ୍‌ ଯାଇ ପାରୁଛନ୍ତି । କରୋନା ସଂକ୍ରମଣ ଭୟ ସବୁଠି ରହିଛି । ତେବେ ଖାଲି ସ୍କୁଲ ଛାତ୍ରଛାତ୍ରୀ ନୁହେଁ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଏବେ ସୁଦ୍ଧା ସବୁ କଲେଜ ଖୋଲିବା ସହ ନୂଆ ପାଠ୍ୟକ୍ରମ ଆରମ୍ଭ ହେବା କଥା । କିନ୍ତୁ ଲକ୍‌ଡାଉନ୍‌ କାରଣରୁ ତାହା ଆରମ୍ଭ ହୋଇପାରି ନାହିଁ ।

Online Class ତେବେ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ କ୍ଲାସ୍‌ର ବ୍ୟବସ୍ଥା କରିଛନ୍ତି । ଘରୋଇ ସ୍କୁଲମାନେ ନିଜ ନିଜର ପିଲାଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ାଇବା ଆରମ୍ଭ କରିସାରିଥିବା ବେଳେ ଏବେ ରାଜ୍ୟ ସରକାର ମଧ୍ୟ ସ୍କୁଲ୍ ‌ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପାଠ ଫଢ଼ାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ମୋବାଇ ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଘରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ିପାରିବେ ।

Online Class

ଏହି ପରିପ୍ରେଖିରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ରେ ପାଠ ପଢ଼ା ଆରମ୍ଭ କରିବା ନେଇ ଯୋଜନା କରିଛନ୍ତି । ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଅନ୍‌ଲାଇନ୍‌ କ୍ଲାସ୍‌ କେବେ ଆରମ୍ଭ ହେବ ତାହା ନିଷ୍ପତ୍ତି ନିଆଯିବ । ଏନେଇ ସୂଚନାଦ ଦେଇଛନ୍ତି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ । କୋଭିଡ୍‌୧୯ କାରଣରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ଖୋଲାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Online Class

BPUT ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ଜୁଲାଇ ୯ରୁ ୨୯ ମଧ୍ୟରେ ପରୀକ୍ଷା କରାଯିବ । ଅନ୍‌ଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷାରେ ମଲ୍ଟିପୁଲ୍‌ ଚଏସ୍‌ର‌ ପ୍ରଶ୍ନ ଉତ୍ତର ରହିବ ।

ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ! ଗଞ୍ଜାମରେ ସର୍ବାଧିକ, ରାଜ୍ୟରେ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଦୁଇ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Corona Virus

ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଲାଣି । ସେଥିମଧ୍ୟରୁ ସୁସ୍ଥ ହୋଇ ୪୭୪୩ ଜଣ ଘରକୁ ଫେରିଛନ୍ତି । ୨୦୮୬ଟି ମାମଲା ସକ୍ରିୟ ରହିଛି ।

ଗଞ୍ଜାମରେ ସର୍ବାଧିକ ୧୩୬୭ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେହଭଳି ୪୬୩ଟି ମାମଲା ସକ୍ରିୟ ରହିଛି । ଗଞ୍ଜାମ ପରେ ଖୋର୍ଦ୍ଧା ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ତାଲିକାରେ ରହିଛି । ଖୋର୍ଦ୍ଧାରେ ଏବେ ସୁଦ୍ଧା ୮୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ୨୪୫ ନୂଆ କରୋନା ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି । ଏହି ୨୪୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଛି ।

୨୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ, ବରଗଡ଼ରୁ ୧୦, ଭଦ୍ରକରୁ ୨, କଟକରୁ ୭, ଢ଼େଙ୍କାନାଳରୁ ୩, ଗଜପତିରୁ ୭, ଗଞ୍ଜାମରୁ ୯୬, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୮ ଜଣ, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୮, ମୟୁରଭଞ୍ଜରୁ ୫, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୩, ରାୟଗଡ଼ାରୁ ୧, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଏନ୍‌ଡିଆରଏଫ୍‌ ଓ ଓଡ୍‌ରାଫ୍‌ ଯବାନଙ୍କ ମଧ୍ୟରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ସୂଚନା ରହିଛି । ଏହି ଯବାନମାନେ ଅମ୍ଫାନ୍‌ ସମୟରେ ପଶ୍ଚିମବଙ୍ଗ ଯାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଥିବା ବେଳେ ୨୦୮୬ଟି ମାମଲା ସକ୍ରିୟ ରହିଛି । ସେହିଭଳି ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଥମୁନି କରାେନା ସଂକ୍ରମଣ ! ୫ ଲକ୍ଷ ୪୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ମୃତ୍ୟୁ ସଂଖ୍ୟା କେତେ ?

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ଏହାର ଭ୍ୟାକ୍ସିନ୍‌ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

ଏମିତିକ ଅନେକ ଦେଶ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରି ସାରିଥିବା ନେଇ ମଧ୍ୟ ଦାବି କରିଛନ୍ତି । ହେଲେ ଏବେ ସୁଦ୍ଧା ବାଜରକୁ ତାହା ଆସି ପାରି ନାହିଁ । ଅନ୍ୟପଟେ ଅନ୍ୟ ରୋଗର ଔଷଧକୁ କରୋନା ଭୂତାଣୁକୁ ମାରିବା ପାଇଁ ବ୍ୟବହାର କରାଯାଉଛି । ଏତେ ସବୁ ଚେଷ୍ଟା ସତ୍ତ୍ୱେ ଏବେ ବି କରୋକା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି ।

ବିଭିନ୍ନ ଦେଶ ଲକ୍‌ଡାଉନ୍‌ ସ୍ଥିତି ଜାରି ରଖିଥିଲେ ମଧ୍ୟ କାରୋନା ସଂକ୍ରମଣକୁ ରୋକିପାରି ନାହାନ୍ତି । ସେଥିମଧ୍ୟ ଭାରତ ମଧ୍ୟ କରୋନା ସଂକ୍ରମଣ ରୋକି ପାରି ନାହିଁ ।  ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯ ହଜାର ୪୫୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି ଗୋଟିଏ ଦିନରେ ୩୮୦ ଜଣଙ୍କ ଜୀବନ ମଧ୍ୟ ନେଇ କରୋନା । ଗତ ୨୭ ତାରିଖରେ ଗୋଟିଏ ଦିନରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।