ସରକାରଙ୍କ ଠାରୁ ଆସିଛି ଭଲ ଚାଉଳ: ସନ୍ଦେହ ଘେରରେ ଡିଲର

ରାଉରକେଲା: ଗରିବ ହିତାଧିକାରୀଙ୍କୁ ଦିଆଯାଉଛି ପୋକ ସାଲୁ ବାଲୁ ପିଡିଏସ ଚାଉଳ । ରାଉରକେଲା ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଆସିଛି ଏଭଳି ଅଭିଯୋଗ । କଣ୍ଟ୍ରୋଲ ଦୋକାନରେ ଦିଆଯାଉଛି ଏଭଳି ଅଭିଯୋଗ କରିଛନ୍ତି ହିତାଧିକାରୀ । ଏବଂ ତୁରନ୍ତ ଚାଉଳ ଫେରସ୍ତ ନେଇ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ଯୋଗାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା ।

ହିତାଧିକାରୀ କଣ୍ଟ୍ରୋଲ ଦୋକାନରୁ ଚାଉଳ ଘରକୁ ନେଇ ଯିବା ପରେ ପୋକ ସାଲୁବାଲୁ ହେଉଥିବା  ଦେଖିବାକୁ ପାଇଥିଲେ । ପରେ ଚାଉଲ ସବୁକୁ ଫେରସ୍ତ କରିବା ସହ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।  ତେବେ ସରକାର ଗରିବ ହିତାଧିକାରୀଙ୍କୁ ଉନ୍ନତମାନର ଚାଉଳ ଯୋଗାଇ ଦେଉଥିବାବେଳେ ପୋକରା ଚାଉଳ କଣ୍ଟ୍ରୋଲ ଦୋକାନକୁ କିପରି ଆସିଲା ସେନେଇ ତଦନ୍ତ କରିବାକୁ ଦାବି ହୋଇଛି ।

ସେପଟେ ଅଭିଯୋଗ ପାଇବା ପରେ ରାଉରକେଲା ଯୋଗାଣ ବିଭାଗରେ ଦେଖାଦେଇଛି ତପ୍ତରତା । ମାର୍କେଟିଙ୍ଗ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୋକାନକୁ କିପରି ପୋକ ସାଲୁବାଲୁ ଚାଉଳ ଆସିଲା ସେନେଇ ତଦନ୍ତ କରାଯିବ ବୋଲି ଯୋଗାଣ ବିଭାଗ ମାର୍କେଟିଙ୍ଗ ଇନସପେକ୍ଟର କହିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Leave a Reply