spot_img
Home Blog Page 6721

୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକଭାବେ ଅବସର ଦିଆଯିବ

0

ଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ଯୋଗୀ ସରକାର ଭ୍ରଷ୍ଟ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକଭାବେ ଅବସର ଦେବା ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି । ଏଥିସହିତ ୫୦ ବର୍ଷରୁ ଊର୍ଦ୍ଧ୍ୱ ଅପାରଗ ପୋଲିସ କର୍ମଚାରୀଙ୍କୁ ମଧ୍ୟ ବାଧ୍ୟତାମୂଳକଭାବେ ଅବସର ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଡିଜିପି ମୁଖ୍ୟାଳୟ ପକ୍ଷରୁ ସମସ୍ତ ୟୁନିଟର ପ୍ରମୁଖ, ଆଇଜି ରେଞ୍ଜ ଏବଂ ଏଡିଜି ଜୋନକୁ ଚିଠି ଲେଖାଯାଇଛି । ଯେଉଁଥିରେ ଅପାରଗ ପୋଲିସଙ୍କ ସୂଚି ପ୍ରସ୍ତୁତ କରି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୫୦ ବର୍ଷ ପୂରିସାରିଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ସିପାହୀଙ୍କ ଠାରୁ ନେଇ ଇନ୍ସପେକ୍ଟର ରାଙ୍କ୍‌ର ପୋଲିସ କର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ସେବାନିବୃତ କରିବା ଲାଗି ସ୍କ୍ରିନିଂ କରାଯିବ । ଯୋଗୀ ସରକାରଙ୍କ ଏହି ବଡ଼ ପଦକ୍ଷେପ ପରେ ୟୁପିରେ ଭ୍ରଷ୍ଟ ପୋଲିସ କର୍ମଚାରୀଙ୍କ ଉପରେ ଖଣ୍ଡା ଛିଣ୍ଡିବା ନିଶ୍ଚିତ ବୋଲି ବିବେଚନା କରାଯାଉଛି ।

UP: योगी सरकार 50 साल से ज्यादा की उम्र वाले पुलिसकर्मियों को जबरन करेगी रिटायर

ଏହି ସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର

ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ଉତ୍ତରପ୍ରଦେଶ ସରକାର ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବ । ଆଶାନୁରୂପ ପ୍ରଦର୍ଶନ କରିପାରୁନଥିବା କର୍ମଚାରୀ ବାଧ୍ୟତାମୂଳକ ସେବାନିବୃତ କରାଯିବ । ମୁଖ୍ୟ ସଚିବ ଆର୍ କେ ତିଓ୍ୱାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ  ସବୁ ବିଭାଗର ମୁଖ୍ୟ ସଚିବ ଏବଂ ସଚିବଙ୍କୁ ୫୦ ବର୍ଷ ବୟସ ପାର କରିସାରିଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ନେଇ କୁହାଯାଇଛି । ଏଭଳି କର୍ମଚାରୀଙ୍କ ତାଲିକା ୩୧ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଆମେରିକାରେ ଚୀନ ଡାକ୍ତରଙ୍କ ଦୃଢୋକ୍ତି: ଉହାନର ଲ୍ୟାବରେ ହିଁ ପ୍ରସ୍ତୁତ ହୋଇଥିଲା କରୋନା ଭାଇରସ

୧୮ ତାରିଖରୁ ଆରମ୍ଭ ହେବ Flipkart ର ବଡ଼ ଡିଲ୍, ୧ ଟଙ୍କାରେ ପ୍ରି ବୁକ୍ କରନ୍ତୁ ନିଜ ମନପସନ୍ଦର ପ୍ରଡକ୍ଟ

ନୂଆଦିଲ୍ଲୀ: ୧୮ ସେପ୍ଟେମ୍ବରରୁ Flipkart Big Saving Deal Sale ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅବରସରେ ଇ-କମର୍ସ  ପ୍ଲାଟଫର୍ମ ଦ୍ୱାରା ଅନେକ ଇଲୋକଟ୍ରେନିକ୍ସ ଜିନିଷ ଯେମିତିକି ମୋବାଇଲ, ଟ୍ୟାବଲେଟସ୍, ଟିଭି ଆଉ ଆକ୍ସେସିରିଜରେ ଡିସକାଉଣ୍ଟ ଏବଂ ଆକର୍ଷଣୀୟ ଅଫର୍ସ ଦିଆଯିବ । ଏଥିସହିତ Flipkart ଗ୍ରାହକ ଯେଉଁ ଜିନିଷ କିଣିବାକୁ ଚାହୁଁଛନ୍ତି ତାକୁ ମାତ୍ର ୧ ଟଙ୍କାରେ ପ୍ରି ବୁକ୍ କରିପାରିବାର ଅପସନ ମଧ୍ୟ ରହିଛି ।

ଏହି ପ୍ରି-ବୁକ୍ ଅଫର୍ ସେପ୍ଟେମ୍ବର ୧୫ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଭାଲିଡ ରହିବ । ଏସବିଆଇ କାର୍ଡ ବ୍ୟବହାରକାରୀମାନେ କାର୍ଡ କିମ୍ବା EMI ମାଧ୍ୟମରେ ଦେୟ ଉପରେ ରିହାତି ପାଇପାରିବେ । Flipkart ବର୍ତ୍ତମାନ ସେହି ଉତ୍ପାଦଗୁଡିକର ତାଲିକା ଦେଇନାହିଁ ଯାହା Big Saving Deal Sale ରହିବ । ତେବେ ପ୍ଲାଟଫର୍ମ କହିଛି ଯେ, ମୋବାଇଲ୍ ଫୋନ୍ ଏବଂ ଟାବଲେଟ୍ ଚାହୁଁଥିବା ଗ୍ରାହକମାନେ ବିନା ମୂଲ୍ୟରେ EMI ପ୍ଲାନ, କାର୍ଡଲେସ୍ କ୍ରେଡିଟ୍ ଏବଂ ଏକ୍ସଚେଞ୍ଜ୍ ଅଫରର ଲାଭ ଉଠାଇ ପାରିବେ ।

ଏଥି ସହିତ, ଟିଭି ଏବଂ ଅନ୍ୟାନ୍ୟ ଉପକରଣରେ ଆଗ୍ରହୀ ଗ୍ରାହକମାନେ ବିନା ମୂଲ୍ୟରେ EMI ଏବଂ ଏକ୍ସଚେଞ୍ଜ ଅଫର ସହିତ Complete Alliance Productର ଲାଭ ଉଠାଇବାକୁ ସମର୍ଥ ହେବେ । କମ୍ପାନୀ ସୂଚନା ଦେଇଛି ଯେ, ବିଗ୍ ସେଭିଙ୍ଗ୍ ଡେ ସେଲ୍ ସମୟରେ ତିନି କୋଟିରୁ ଅଧିକ ଇଲେକ୍ଟ୍ରୋନିକ୍ସ ଏବଂ ଆକ୍ସେସୋରିଜ୍ ବିନା ମୂଲ୍ୟରେ EMI ଏବଂ ଏକ୍ସଚେଞ୍ଜ୍ ଅଫର୍ ସହିତ ଉପଲବ୍ଧ ହେବ ।

ଗ୍ରାହକମାନେ ସେଲ୍ ସମୟରେ ମାଉସ୍, କୀବୋର୍ଡ୍, ପାୱାର୍ ବ୍ୟାଙ୍କ୍, କେବୁଲ୍ ଏବଂ ହେଡଫୋନ୍ ଭଳି ଆକ୍ସେସୋରିଜ୍ ଉପରେ ଆକର୍ଷଣୀୟ ରିହାତି ପାଇବେ । ଏହା ବ୍ୟତୀତ, ଏସବିଆଇ କାର୍ଡ ବ୍ୟବହାରକାରୀମାନେ ମଧ୍ୟ ଏସବିଆଇ କ୍ରେଡିଟ କାର୍ଡ ଏବଂ ଇଏମଆଇ କାରବାର ଉପରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପାଇପାରିବେ । ଏହି Sale ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଗ୍ରାହକମାନେ ଯେକୌଣସି ଉତ୍ପାଦକୁ ପ୍ରି-ବୁକ୍ କରିବାକୁ ସମର୍ଥ ହେବେ । ଏହା ସେମାନଙ୍କୁ ସେଲ୍ ସହିତ ସମାନ ମୂଲ୍ୟରେ ଉତ୍ପାଦ କିଣିବାର ସୁଯୋଗ ଦେବ ।

ଏହି ପ୍ରି-ବୁକିଂ ୧୫ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ମଧ୍ୟରେ କରାଯାଇପାରିବ । ଏଥିପାଇଁ ଗ୍ରାହକମାନଙ୍କୁ ଫ୍ଲିପକାର୍ଟ ମୂଳପୃଷ୍ଠାରେ ପ୍ରି-ବୁକ୍ ଷ୍ଟୋର୍‌କୁ ଯିବାକୁ ପଡିବ । ଏଠାରୁ ଗ୍ରାହକମାନେ ୧ ଟଙ୍କା ଦେଇ ସେମାନଙ୍କର ପ୍ରିୟ ପ୍ରଡକ୍ଟକୁ ବ୍ଲକ କରିପାରିବେଷ ଏହା ପରେ, ଅବଶିଷ୍ଟ ରାଶି ୧୮ ସେପ୍ଟେମ୍ବର ୧୧:୫୯ ସୁଦ୍ଧା ଦେବାକୁ ପଡିବ ।

ଡ୍ରଗ୍ସ କନେକ୍ସନକୁ ନେଇ NCBର ଛାନଭିନ୍, ମୁମ୍ବାଇ ଓ ଗୋଆରେ ଚଢଉ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ଶନିବାର ସକାଳେ ଏକ ବଡ଼ ଧରଣର ଛାନଭିନ୍ ହୋଇଛି । ଖବର ଅନୁସାରେ ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ରେଡ଼୍ କରିବା ଲକ୍ଷ୍ୟରେ ଏନସିବି ।


ସୂଚନାଯୋଗ୍ୟ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏପର୍ଯ୍ୟନ୍ତ ଯେଉଁ ମାନଙ୍କୁ ପଚରାଉଚରା କରିଛି ସେମାନେ ଏହି ସମଗ୍ର ନେଟଓ୍ୱର୍କର ସୂଚନା ଏନସିବି ଅଧିକାରୀଙ୍କୁ ଦେଇଛନ୍ତି । ଖବର ଅନୁସାରେ ଡ୍ରଗ୍ସ ମାମଲାରେ କେତେକ ନାମିଦାମି ନାମ ସାମ୍ନାକୁ ଆସିପାରେ ଏବଂ ଗିରଫ ମଧ୍ୟ ହୋଇପାରନ୍ତି ।


ସୂଚନାଯୋଗ୍ୟ :ମୁମ୍ବାଇ ଏବଂ ଗୋଆରେ ଯେଉଁ ରେଡ଼୍ ହୋଇଛି ତାହା ଗିରଫ ହୋଇଥିବା ଡ୍ରଗ୍ସ ଡିଲର ଅନୁଜ କେଶଓ୍ୱାନୀର ଠାରୁ ମିଳିଥିବା ସୂଚନା ଆଧାରରେ ପର୍ଯ୍ୟବେଷିତ । ଡ୍ରଗ୍ସ ପ୍ୟାଡଲରଙ୍କ ସହିତ ଜଡ଼ିତ ୬ଟି ସ୍ଥାନରେ ରେଡ ହୋଇଛି । ଉକ୍ତ ଡ୍ରଗ୍ସ ମାମଲାରେ ଏପର୍ୟ୍ୟନ୍ତ ଦୁଇଜଣ ଗିରଫ ହୋଇଥିବା ବେଳେ ଖୁବଶୀଘ୍ର ଏକ ବଡ଼ ଖବରର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

ଆମେରିକାରେ ଚୀନ ଡାକ୍ତରଙ୍କ ଦୃଢୋକ୍ତି: ଉହାନର ଲ୍ୟାବରେ ହିଁ ପ୍ରସ୍ତୁତ ହୋଇଥିଲା କରୋନା ଭାଇରସ

ନୂଆଦିଲ୍ଲୀ: ଚୀନରେ ହିଁ ତିଆରି ହୋଇଛି କରୋନା ଭାଇରସ  । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଚୀନର ଜଣେ ଡାକ୍ତର  । ଜୀବନ ପ୍ରତି ବିପଦ ଥିବା ଯୋଗୁଁ ସେ ଚୀନରୁ ଆମେରିକା ପଳେଇଛନ୍ତି  । ତାଙ୍କ ନାଁ ଡକ୍ଟର ମେଙ୍ଗ ଲି ୟାନ  । ଉହାନର ଲ୍ୟାବରେ ହିଁ ଚୀନ ସରକାର କରୋନା ଭାଇରସ ତିଆରି କରିଥିଲେ । ଏଥିପାଇଁ ସେ ଖୁବଶୀଘ୍ର ପ୍ରମାଣ ଦେବେ ବୋଲି କହିଛନ୍ତି  । ଲି ୟାନ ହଙ୍ଗକଙ୍ଗ ବିଶ୍ୱବିଦ୍ୟାଳୟରେ ବିଶେଷଜ୍ଞ ଭାବେ କାମ କରୁଥିଲେ  । ଏହି ସମୟରେ ସେ କରୋନା ଭାଇରସକୁ ନେଇ ଅନେକ ପ୍ରମାଣ ଏକଜୁଟ କରିଛନ୍ତି  ।

ସେପଟେ ଚୀନ ସରକାର କରୋନା ତିଆରି ହୋଇଥିବା ଖବରକୁ ବାରମ୍ବାର ଖଣ୍ଡନ କରୁଛନ୍ତି । ପ୍ରାକୃତିକ ଉପାୟରେ କରୋନା ଭାଇରସ ତିଆରି ହୋଇଥିବା ଚୀନ କହୁଛି  । ଲି ୟାନଙ୍କ କହିବା କଥା ଭାଇରସର ଜେନୋମୋ ସିକୁଏନ୍ସର ଜାଞ୍ଚ କଲେ ସତ ପଦାକୁ ଆସିବ  ।

ଲି ୨୮ ଅପ୍ରେଲ ମାସରୁ ଆମେରିକାରେ ରହୁଛନ୍ତି

ଚୀନ ସରକାରଙ୍କ ଧମକ ପରେ ଲି ନିଜ ପ୍ରିୟଜନଙ୍କୁ ଛାଡ଼ି ଅପ୍ରେଲ ୨୮ ତାରିଖରେ କୈଥି ପେସିଫିକରୁ ଆମେରିକା ଗସ୍ତ କରିଥିଲେ । ସେ ସେବେଠାରୁ ଆମେରିକାରେ ହି ରହୁଛନ୍ତି । ତାଙ୍କୁ ସନ୍ଦେହ ଥିଲା ଯେ, ସେ ଯଦି ଧରାପଡ଼ିଥାନ୍ତେ ତେବେ ଚୀନ ସରକାର ନା କେବଳ ତାଙ୍କୁ ଜେଲ ଦଣ୍ଡାଦେଶ ଦେଇଥାନ୍ତେ ବରଂ ତା’ଠାରୁ ମଧ୍ୟ ଅକଥନୀୟ ଅତ୍ୟାଚାର କରିଥାନ୍ତେ । ଏମିତିକି ଚୀନ ସରକାର ତାଙ୍କୁ ନିଖୋଜ ମଧ୍ୟ କରାଇ ପାରିଥାନ୍ତେ । ଲି ଇମ୍ୟୁନୋଲୋଜିର ବିଶେଷଜ୍ଞ ଥିଲେ । ଲି ଙ୍କୁ ଚୀନ ସରକାର ଧମକ ଦେବାରୁ ସେ ଆମେରିକାରେ ଆସି ରହୁଥିଲେ ।

କରୋନା ଭାଇରସ ମାନବ ନିର୍ମିତ ଏବଂ ଏହାର ପର୍ଯ୍ୟନ୍ତ ପ୍ରମାଣ ରହିଛି

ବୋୟୋଲୋଜିଷ୍ଟ କହିଛନ୍ତି ଯେ, କରୋନା ଭାଇରସ ମାନବ ମିର୍ମିତ ବୋଲି ଖୁବଶୀଘ୍ର ପ୍ରମାଣ ଦିଆଯିବ ।  ସେ କହିଛନ୍ତି ଯେ, ତାଙ୍କ ପାଖରେ କରୋନା ଭାଇରସ ମାନବ ନିର୍ମାଣ ବୋଇଥିବା ଠୋସ୍ ପ୍ରମାଣ ରହିଛି । ଚୀନ ସରକାର ଉପରେ ଗମ୍ଭୀର ଆରୋପ ଲଗାଇ ଲି କହିଛନ୍ତି ଯେ, କରୋନା ଭାଇରସକୁ ନେଇ ଚୀନ ବିଶ୍ୱବାସୀଙ୍କ ପାଖରେ ତଥ୍ୟ ଲୁଚାଉଛି ।

ମାଂସ ବଜାରରୁ କରୋନା ଭାଇରସ ଆସିନାହିଁ

ଲି-ମେଙ୍ଗ କହିଛନ୍ତି ଯେ, କରୋନା ୱୁହାନର ମାଂସ ବଜାରରୁ ଆସିନାହିଁ କାରଣ ମାଂସ ବଜାର ଏକ ସ୍ମୋକ୍ ସ୍କ୍ରିନ ହୋଇଥିବାବେଳେ ଜୀବାଣୁ ପ୍ରକୃତିର ଉତ୍ପାଦ ନୁହେଁ । ଏଥି ସହିତ, ଯେତେବେଳେ ପଚରାଗଲା ଯେ ଯଦି ଏହି ଭାଇରସ୍ ୱୁହାନର ମାଂସ ବଜାରରୁ ଆସିନାହିଁ, ତେବେ ଏହା କିପରି ଉତ୍ପନ୍ନ ହେଲା? ତା’ପରେ ଏହାର ଉତ୍ତରରେ ଲି ମେଙ୍ଗ କହିଛନ୍ତି ଯେ, ଏହି ବିପଜ୍ଜନକ ଜୀବାଣୁ ୱୁହାନଙ୍କ ଲ୍ୟାବରୁ ଆସିଛି ଏବଂ ଏହା ମନୁଷ୍ୟ ଦ୍ୱାରା ନିର୍ମିତ ।

ମୋତେ ହତ୍ୟା ଧମକ ମିଳିଛି: ଲି

ଲି ଙ୍କୁ ମିଥ୍ୟା ପ୍ରମାଣ କରିବା ପାଇଁ ଚୀନ୍ ସରକାର ସମସ୍ତ ପ୍ରକାର କୌଶଳ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଲି-ମେଙ୍ଗ । ଏପରିକି ଚୀନ୍ ସରକାର ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଏସବୁ ସତ୍ତ୍ୱେ ମୁଁ ମୋ ଲକ୍ଷ୍ୟରୁ ପଛକୁ ଯିବି ନାହିଁ।

ଭାଇରସର ଜେନୋମ କ୍ରମ ମନୁଷ୍ୟ ଆଙ୍ଗୁଠି ପ୍ରିଣ୍ଟ ପରି

ସେ କହିଛନ୍ତି ଯେ ଏହି ଭାଇରସର ଜେନୋମ କ୍ରମ ମନୁଷ୍ୟର ଆଙ୍ଗୁଠି ପ୍ରିଣ୍ଟ ଭଳି ଏବଂ ଏହା ଆଧାରରେ ସେମାନେ ଏହା ପ୍ରମାଣିତ କରିବେ ଯେ ଏହା ମନୁଷ୍ୟ ଦ୍ୱାରା ନିର୍ମିତ ଭାଇରସ । ସେ କହିଛନ୍ତି ଯେ, କୌଣସି ଭୂତାଣୁରେ ମନୁଷ୍ୟର ଆଙ୍ଗୁଠି ପ୍ରିଣ୍ଟର ଉପସ୍ଥିତି ଏହା ମନୁଷ୍ୟ ଦ୍ୱାରା ଉତ୍ପନ୍ନ ହୋଇଛି ବୋଲି କହିବା ପାଇଁ ଯଥେଷ୍ଟ ।

‘ସୀମାରେ ଶାନ୍ତି ନଫେରିବା ଯାଏଁ ହେବନାହିଁ ବାଣିଜ୍ୟ’: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

0

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ  ଋଷର ମସ୍କୋରେ ଚାଲିଥିବା ସାଂଘାଇ ସମ୍ମିଳନୀ (ଏସସିଓ) ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନେ ସାକ୍ଷାତ କରିଥିଲେ। ଏହି ଅବଧି ମଧ୍ୟରେ ସୀମାରେ ଚାଲିଥିବା ଅବରୋଧ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ବାର୍ତ୍ତାଳାପ କରିଥିଲେ ।

ଏହି ବୈଠକରେ ଚୀନ ଏହି କଥା ଉପରେ ଜୋର ଦେଉଥିଲା ଯେ, ସୀମାରେ ଚାଲିଥିବା ଉତ୍ତେଜନା ବ୍ୟତୀତ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଜାରି ରହିବା ଉଚିତ, ଯାହାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଚୀନ୍ ଏଭଳି କହିବାର ଅର୍ଥ ଥିଲା ଯେ, ସେ ସୀମାରେ ଯାହା କରୁଛନ୍ତି ତାହା ଜାରି ରଖିବା ଉଚିତ ଏବଂ ଭାରତ ସହିତ ତାଙ୍କର ବାଣିଜ୍ୟ ମଧ୍ୟ ଜାରି ରହିବା ଉଚିତ୍ । ଏହା ଉପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ୱାଙ୍ଗଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ଯଦି ସୀମାରେ ପରିସ୍ଥିତି ଠିକ୍ ନହୁଏ, ତେବେ କୌଣସି ସମ୍ପର୍କ ବଜାୟ ରଖାଯାଇପାରିବ ନାହିଁ ।

ଜୟଶଙ୍କର କଠୋର ସ୍ୱରରେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଚୀନ୍ ସେନା ଭାରତୀୟ ଅଞ୍ଚଳରୁ ନଫେରିଛି ସେ ପର୍ଯ୍ୟନ୍ତ ସେନା ପଛକୁ ଯିବ ନାହିଁ। ସେ କହିଛନ୍ତି ଯେ, ଚୀନ୍ ତା ନିଜ ସ୍ଥାନକୁ ଫେରିବା ପରେ ସୀମାରେ ଶାନ୍ତି ଆସିବ । ଏହା ସହ ଭାରତରୁ ଚୀନ୍ ପାଇଁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ସୀମାରେ ଅବସ୍ଥା ସ୍ୱାଭାବିକ ନହୁଏ ତେବେ ତାଙ୍କୁ ସମସ୍ତ ପ୍ରକାର କ୍ଷତି ସହିବାକୁ ପଡିବ। ଏହା ଆଦୌ ସମ୍ଭବ ନୁହେଁ ଯେ, ସୀମାରେ ଅବରୋଧ ଜାରି ରହିଥିବ ଏବଂ ବାଣିଜ୍ୟ ମଧ୍ୟ ଜାରି ରହିଥିବ ।

LACର ଯାଞ୍ଚ କରିବ ଭାରତ

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଜୟଶଙ୍କର ୱାଙ୍ଗଙ୍କୁ କହିଛନ୍ତି ଯେ, ଯେତେବେଳେ ଚୀନ୍ ସେନା ବେଆଇନ ନିର୍ମାଣ କରିଥିଲା ​​ଏବଂ ଅନେକ ଚୁକ୍ତିନାମା ପାଳନ କରିନଥିଲା ସେତେବେଳେ ସୀମାରେ ଏହି ପରିସ୍ଥିତି ଉପୁଜିଥିଲା। ରିପୋର୍ଟ ଅନୁଯାୟୀ ଚୀନ୍ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି କି ନାହିଁ, ଭାରତ ଏହାକୁ ଯାଞ୍ଚ କରିବ କାରଣ ଚୀନ୍ ପୂର୍ବରୁ ମଧ୍ୟ ଧୋକା ଦେଇସାରିଛି । କମାଣ୍ଡର ସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଚୀନ୍ ସେନା ଗ୍ରହଣ କରି ନାହିଁ। ସୂଚନାଯୋଗ୍ୟ ଯେ ଗତ କିଛି ମାସ ମଧ୍ୟରେ ଭାରତ ଅନେକ କମ୍ପାନୀ, ପ୍ରୋଜେକ୍ଟରେ ଏହାର କମ୍ପାନୀ ଦ୍ୱାରା କରାଯାଇଥିବା ପୁଞ୍ଜି ବିନିଯୋଗ ଉପରେ କଡା ନିଷ୍ପତ୍ତି ନେଇଥିଲା ଏବଂ ସମସ୍ତଙ୍କୁ ବନ୍ଦ କରି ଦେଇଥିଲା।

ଜୁନ୍ ମାସରେ ହୋଇଥିବା ହିଂସାକାଣ୍ଡକୁ ନେଇ ଚୀନ୍ ଏବଂ ଭାରତର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ। ଭାରତ କହିଛି ଯେ ଚୀନ୍‌ର କାର୍ଯ୍ୟାନୁଷ୍ଠାନ ଚୁକ୍ତିନାମାକୁ ଉଲ୍ଲଂଘନ କରିଛି।

ପ୍ରସିଦ୍ଧ କଳାକାର ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ଯାତ୍ରା ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ର ବହୁ ଚର୍ଚ୍ଚିତ ଚରିତ୍ର ଭିକୁ ସେଠଙ୍କ ପରଲୋକ ହୋଇଛି । ଭିକୁ ସେଠ୍ ଚରିତ୍ରରେ ଅଭିନୟ କରିଥିବା ଯାତ୍ରା ଜଗତର ପ୍ରଖ୍ୟାତ ଖଳାନାୟକ କଳାକାରଙ୍କ ନାମ ମହେନ୍ଦ୍ର ଦାସ । ସୂଚନା ମୁତାବକ ମୃତ୍ୟୁ ସମୟରେ ମହେନ୍ଦ୍ରଙ୍କ ବୟସ ଥିଲା ୫୫ ବର୍ଷ ।


ଦୀର୍ଘ ଦିନ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିଲେ ମହେନ୍ଦ୍ର । ତେବେ ଏହି ଜଣାଶୁଣା ଜଲିଉଡ କଳାକାରଙ୍କୁ ପୁଣିଥରେ ମଞ୍ଚରେ ଦେଖିବାର ସୁଯୋଗ ପାଇବେ ନାହିଁ ଦର୍ଶକ । ଜଲିଉଡର ଏକ ଚର୍ଚ୍ଚିତ ଚେହେରା ଭାବରେ ଭିକୁ ଓରଫ ମହେନ୍ଦ୍ର ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ଅମର ହୋଇ ରହିବେ ।

 

ଡ୍ରଗ୍ସ କନେକ୍ସନରେ ଏହି ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାମ ନେଲେ ରିୟା!

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲା ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି । ମୃତ୍ୟୁକୁ ନେଇ ଛାନଭିନ୍ ହେଉ ହେଉ ଖୋଲୁଛି ଗୋଟିଏ ପରେ ଗୁମର । ମୃତ୍ୟୁ ସହିତ କ’ଣ ରହିଛି ଡ୍ରଗ୍ସ କନେକ୍ସନ । ଏହାକୁ ନେଇ ତଦନ୍ତ କରୁଛି ସିବିଆଇ । ରିୟାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ରିୟାଙ୍କ ସମେତ ତାଙ୍କ ଭାଇ ସୌବିକ,ସାମୁଏଲ ମିରାଣ୍ଡା ଏବଂ ନୀରଜଙ୍କ ଜାମିନ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ତେବେ ଡ୍ରଗ୍ସ କାରବାରକୁ ନେଇ ସମ୍ପୃକ୍ତି ଥିବା ନେଇ ରିୟା ସ୍ୱୀକାର କରିଥିବା ବେଳେ ପଚରାଉଚରାରେ ୨୫ ଜଣ ବଲିଉଡ ସେଲିବ୍ରିଟିଙ୍କ ନାମ ନେଇଥିବା ଶୁଣିବାକୁ ମିଳିଛି ।

ସୂଚନା ମୁତାବକ ଏନସିବି ଡ୍ରଗ୍ସ କାରବାର ସମ୍ପର୍କରେ ରିୟାଙ୍କୁ ପଚରାଉଚରା ସମୟରେ ରିୟା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲି ଖାନ ଏବଂ ରକୁଲପ୍ରୀତଙ୍କ ନାମ ନେଇଛନ୍ତି । ତେବେ କେବଳ ସାରା ଏବଂ ରକୁଲ ନୁହଁନ୍ତି ବରଂ ଡିଜାଇନର ସିମୋନ ଖମ୍ବାଟାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।

 

 

View this post on Instagram

 

#sushantunseenvideo

A post shared by ?????? (@rebel__vikram) on

ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ  ରିୟାଙ୍କ ସମେତ ଅନ୍ୟ କେତେକ ଧୂମ୍ରପାନ କରୁଥିବାର ନଜର ଆସିଛି ।

ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅଙ୍କ ଅକାଳ ବିୟୋଗ, ୩୫ ବର୍ଷରେ ଦୁନିଆରୁ ନେଲେ ବିଦାୟ

ମୁମ୍ବାଇ: ବର୍ଷ ୨୦୨୦ ଇତିହାସର ଏକ କଳା ଅଧ୍ୟାୟ । ବିଶ୍ୱକୁ ଖୁବ କଷ୍ଟ ଦେଇଛି ୨୦୨୦ । ଏହାକୁ ଏକ ଅଶୁଭ ବର୍ଷ ବୋଲି ଲୋକ ବିବେଚନା କରୁଛନ୍ତି । ସମସ୍ୟା ପିଛା ଛାଡ଼ୁନି । ପ୍ରସିଦ୍ଧ ବଲିଉଡ ଅଭିନେତା ଋଷି କପୂର, ଇରଫାନ ଖାନ୍,ଚାଡ଼ଓ୍ୱିକ ବୋଷମ୍ୟାନ,ବିଜୟ ମହାନ୍ତି,ନିଶିକାନ୍ତ କାମତ,ସରୋଜ ଖାନ୍,ଓ୍ୱଜିଦ ଖାନ୍ ଏବଂ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଥିବା ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ୨୦୨୦ରେ ଏକ ଅଭୁଲା ଇତିହାସ। ଏତିକିରେ ପୂର୍ଣ୍ଣଛେଦ ପଡ଼ିନାହିଁ । ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ସୂଚନା ମୁତାବକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ଓ୍ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ଓ୍ୱାଲଙ୍କ ଅକାଳ ବିୟୋଗ ହୋଇଛି । ୩୫ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି ।


ଖବର ଅନୁଯାୟୀ ଆଦିତ୍ୟ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଡନୀ ଫେଲ ଯୋଗୁଁ ଶନିବାର ସକାଳେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।


ସୂଚନାଯୋଗ୍ୟ ଅନୁରାଧାଙ୍କ ଭଳି ଆଦିତ୍ୟ ମଧ୍ୟ ଭଜନ ଗାଉଥିଲେ । ଏହା ବ୍ୟତୀତ ସେ ମ୍ୟୁଜିକ କମ୍ପୋଜ ମଧ୍ୟ କରୁଥିଲେ । ତାଙ୍କ ନାମ ଭାରତର ସବୁଠାରୁ କମ ବୟସ୍କ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ‘ଲିମକା ବୁକ ଅଫ ରେକର୍ଡ଼ସ’ରେ ସାମିଲ ରହିଛି ।

Odisha Corona Updates: ଖୋର୍ଦ୍ଧାଚିନ୍ତାରେ ସରକାର, ରାଜ୍ୟରେ ବି ସ୍ଥିତି ସଙ୍ଗୀନ…..

ଭୁବନେଶ୍ୱର: ସଂକ୍ରମଣ ଥମୁନି । ଆଜି ୩୭୭୭ ସଂକ୍ରମିତ ଚିହ୍ନଟ ହେଲେ । ଏକଥା ଜଣା ଯେ, ଟେଷ୍ଟିଂ ବଢିବା ଯୋଗୁଁ ସଂକ୍ରମଣ ବଢୁଛି । ମାତ୍ର ଏତେ ମାତ୍ରାରେ ସଂକ୍ରମଣ ମଧ୍ୟ ଚିନ୍ତା ବଢାଉଛି । ତେବେ ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୧୯୧ ଜଣ କ୍ୱାରେଣ୍ଟାଇନର ଅଟନ୍ତି । ଅନ୍ୟପକ୍ଷରେ ୧୫୬୮ ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ନିୟନ୍ତ୍ରଣରେ ହିଁ ନାହିଁ । ଯେମିତି କିଛି ଦିନ ତଳେ ଗଞ୍ଜାମ ବେକାବୁ ଥିଲା ଏବେ ଖୋର୍ଦ୍ଧା ସେଇ ରାସ୍ତାରେ ଯାଉଛି ।  ଶେଷ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୧୫ ରହିଛି । ଖୋର୍ଦ୍ଧା ତଳକୁ ରହିଛି କଟକ ଓ ତା’ ତଳକୁ ପୁରୀ ।

ରାଜ୍ୟ ସରକାରଙ୍କର ଜିଲ୍ଲାୱାରୀ ସଂକ୍ରମଣ ତାଲିକା ଅନୁଯାୟୀ, ଅନୁଗୁଳରୁ ୧୧୫, ବାଲେଶ୍ୱରରୁ ୧୨୭, ବରଗଡ଼ରୁ ୧୩୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୫୧, ବୌଦ୍ଧରୁ ୨୬, କଟକରୁ ୩୬୮, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୩, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୪୯, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୭୮, କୋରାପୁଟରୁ ୯୮, ମାଲକାନଗିରିରୁ୨୬, ମୟୂରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୭୧, ନୂଆପଡ଼ାରୁ ୭୩, ପୁରୀରୁ ୨୩୭, ରାୟଗଡ଼ାରୁ ୭୫, ସମ୍ୱଲପୁରରୁ ୧୧୨, ସୋନପୁରରୁ ୭୨,  ଓ ସୁନ୍ଦରଗଡ଼ରୁ ୧୪୮ଜଣ ବ୍ୟକ୍ତି କରୋନାର ଶୀକାର ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୧ ଲକ୍ଷ ୪୬ ହଜାର ୮୯୪ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତ ୩୪ ହଜାର ୧୬୩ । ଅନ୍ୟପକ୍ଷରେ ସଂକ୍ରମଣ ବଢୁଥିଲେ ମଧ୍ୟ ରାଜ୍ୟର ସୁସ୍ଥତା ହାର ଉଲ୍ଲେଖନୀୟ ରହିଛି । ଏଯାବତ୍ ରାଜ୍ୟରେ ୧ ଲକ୍ଷ ୧୨ ହଜାର ୬୨ ବ୍ୟକ୍ତି କରୋନା କବଳରୁ ମୁକ୍ତ ହୋଇ ସାରିଲେଣି ।

୭ ଦିନରେ ପୁରା ଭୁବନେଶ୍ୱରକୁ ସ୍କ୍ରିନିଂ କରିବ ବିଏମସି, ଆରମ୍ଭ ହେଲା Door-to-Door ସ୍କ୍ରିନିଂ ସେବା….

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ପୂର୍ବରୁ କେବଳ ବସ୍ତିବାସୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଥିଲା । କିନ୍ତୁ ରାଜଧାନୀର କୋଭିଡ୍ ସ୍ଥିତି ଅସହ୍ୟ ହେବା ପରେ ବିଏମସି ଓ ରାଜ୍ୟ ସରକାରଙ୍କ ମିଳିତି ପ୍ରଚେଷ୍ଟାରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲକ୍ଷଣ ଥିବା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଏବେ ପ୍ରତି ୱାର୍ଡର ପ୍ରତି ଘରେ ପହଞ୍ଚିବାର ଦମ୍ଭ ଦେଖାଇଛି ।

ଏହି କ୍ରମରେ ଆଜି ୨୯ ନମ୍ୱର ୱାର୍ଡରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ଘର ଘର ବୁଲି ବିଏମସି ଟିମ୍ କାମ କରୁଛି । ପ୍ରତି ୱାର୍ଡ ପାଇଁ ୭ ଜଣିଆ ଟିମ୍ ଗଠନ କରାଯାଇଛି । ଟିମରେ ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ସଚେତକମାନେ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜଧାନୀର କରୋନା ସଂକ୍ରମଣ ଏବେ ଶୀର୍ଷରେ ରହିଛି ।