spot_img
Home Blog Page 6699

ଘନଘନ କମ୍ୱିଂରେ ମାଓବାଦୀଙ୍କ ଛତ୍ରଭଙ୍ଗ: ମାଓ ଉପଦ୍ରୁତ ତାଲିକାରୁ ବାଦ୍ ପଡ଼ିଲା ଆଉ ୫ ଜିଲ୍ଲା

ସମ୍ୱଲପୁର/ ବୌଦ୍ଧ/ ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓ କାର୍ଯ୍ୟକଳାପ । ଉପାନ୍ତ ଅଞ୍ଚଳରେ ଉନ୍ନୟନ କାମ ସାଙ୍ଗକୁ ପୋଲିସ୍‌ର ଦୃଢ଼ ଜବାବି ପଦକ୍ଷେପ ପାଇଁ ମାଓହିଂସା କମିଛି । ଏଥିପାଇଁ ଆଜି ୫ଟି ଜିଲ୍ଲାକୁ ରାଜ୍ୟ ସରକାର ମାଓମୁକ୍ତ ଘୋଷଣା କରିଛନ୍ତି । ମୋଟ୍ ୧୯ଟି ଜିଲ୍ଲାକୁ ମାଓ ଉପଦ୍ରୁତ ଘୋଷଣା କରାଯାଇଥିବା ବେଳେ ପୂର୍ବରୁ ୬ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା  ।

ବାକି ୮ ଜିଲ୍ଲାରେ ମାଓବାଦୀମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ଡିଜି ଅପିଲ କରିଛନ୍ତି  । ଦୁର୍ବଳ ହେଉଛି ଲାଲ୍‌ବାହିନୀ  । ଘନଘନ କମ୍ବିଂ ଫଳରେ ମାଓବାଦୀଙ୍କ ଛତ୍ରଭଙ୍ଗ  । କମୁଛି ମାଓହିଂସା। ମାଓମୁକ୍ତ ରାଜ୍ୟ ପାଇଁ ପୋଲିସ ଡିଜିଙ୍କ ଷ୍ଟ୍ରାଟେଜି  । ମାଓ ଉପଦ୍ରୁତ ତାଲିକାରୁ ବାଦ୍ ପଡିଲା ଆଉ ୫ ଜିଲ୍ଲା  ।

ରାଜ୍ୟରେ କମିବାରେ ଲାଗିଛି ମାଓବାଦୀ କାର୍ଯ୍ୟକଳାପ । ଗତ ୫ ବର୍ଷରେ ୫ ଜିଲ୍ଲାରେ ଘଟିନାହିଁ ମାଓହିଂସା । ଏଥିପାଇଁ ସିକ୍ୟୁରିଟି ରିଲେଟେଡ୍‌ ଏକ୍ସପେଣ୍ଡିଚର ବା ଏସ୍‌ଆରଇ ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଜିଲ୍ଲାକୁ ରାଜ୍ୟ ସରକାର ମାଓମୁକ୍ତ ଘୋଷଣା କରିଛନ୍ତି । ୨୦୧୫ ମସିହାରୁ ବୌଦ୍ଧ ଏବଂ ସମ୍ବଲପୁରରେ କୌଣସି ମାଓହିଂସା ଘଟିନାହିଁ  ।

୨୦୧୭ ରୁ ବାକି ୩ଟି ଜିଲ୍ଲାରେ ମାଓବାଦୀଙ୍କ ପତ୍ତା ନାହିଁ । ଏଥିପାଇଁ ଏହି ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି । ମାଓ ଉପଦ୍ରୁତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପୋଲିସ୍‌ର ବଳିଷ୍ଠ ସୁରକ୍ଷା ବ୍ୟବସ୍ଥା ଯୋଗୂ ଧୀରେଧୀରେ ମାଓବାଦୀ ଆଦର୍ଶ ପ୍ରତି ଜନସାଧାରଣ ବିମୁଖ ହେଉଛନ୍ତି ।

ମାଓ ସଂଗଠନର ଜନବିରୋଧୀ କାର୍ଯ୍ୟ ପାଇଁ ୨୦୨୦ ମସିହାରେ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏବେ ଯେଉଁ ଅଞ୍ଚଳରେ ମାଓବାଦୀ ସକ୍ରିୟ ଅଛନ୍ତି ସେଠାରେ କମ୍ବିଂ ଜୋରଦାର କରାଯିବ  ।

ଅଧିକ ସୁରକ୍ଷା ବଳ ନିୟୋଜିତ କରାଯିବ ବୋଲି ପୋଲିସ୍ ଡିଜି କହିଛନ୍ତି । ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାର ଲାଭ ଉଠାଇବାକୁ ଡିଜି ପରାମର୍ଶ ଦେଇଛନ୍ତି ।

ଓଡ଼ିଶାରେ ଗତ ୩ ଦଶନ୍ଧି ଧରି ଜୋରଦାର ମାଓହିଂସା ଜାରିରହିଥିଲା । ୨୦୧୨ ମସିହାରେ ରାଜ୍ୟର ୧୯ ଜିଲ୍ଲାକୁ ମାଓ ଉପଦ୍ରୁତ ଘୋଷଣା କରାଯାଇଥିବା ବେଳେ ୨୦୧୮ରେ ୬ ଓ ଏବେ ୫, ଦୁଇବର୍ଷରେ ୧୧ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି ।

ସଂଘର୍ଷ ପରର ସଫଳ ଲେଖିକା ଜେ କେ ରାଓଲିଙ୍ଗ୍

ଜେକେ ରାଓଲିଙ୍ଗ୍  । ମହିଳା ଜଣକ ଦାରିଦ୍ର, ଅଭାବ ଓ ବିବାହ ବିଚ୍ଛ୍ୟେଦ ଭଳି ଅନେକ ସଂଘର୍ଷମୟ ସମୟ ଦେଇ ଜୀବନ ବିତାଇଛନ୍ତି । ତାଙ୍କ ରଚନାକୁ ଯେତେ ଆଦୃତି ଓ ଲୋକ ପ୍ରିୟତା ମିଳିଛି, ବୋଧେ ତାଙ୍କ କ୍ଷେତ୍ରରେ ସେଭଳି ହେବା ସମ୍ଭବ ହୋଇ ନଥିବ । ଆଜି ପୂର୍ବରୁ ବୋଧ ହୁଏ ଆପଣ ଏ ମହିଳାଙ୍କ ନାମକୁ ଶୁଣିନଥାଇ ପାରନ୍ତି ହେଲେ ଏକଥା ଅସମ୍ଭବ ଯେ ଆପଣ ତାଙ୍କ କଳ୍ପନାର ଚରିତ୍ରକୁ ଭେଟିନାହାନ୍ତି । ଏହା ସମ୍ଭବ ହିଁ ନୁହେଁ ଯେ ଆପଣ ହ୍ୟାରିପୋର୍ଟରଙ୍କୁ ଶୁଣିନଥିବେ କିମ୍ୱା ଦେଖିନଥିବେ । ତାଙ୍କ ହ୍ୟାରିପୋର୍ଟର ପୁସ୍ତକ ୪୫୦ ମିଲିୟନ ସଂଖ୍ୟାରେ ମୁଦ୍ରିତ ହୋଇ ବିକ୍ରି ହୋଇ ସାରିଲାଣି ।

Harry potter

ତେବେ ହ୍ୟାରିପୋର୍ଟର କାହାଣୀ ରଚନା କରିବାର ସମୟ ଅନ୍ତରାଳେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ସଂଘର୍ଷର ଶଦ୍ଦ ସବୁବେଳେ ନୀରବ, ଠିକ୍ ଜେକେ ରାଓଲିଙ୍ଗ୍ ସଂଘର୍ଷ ଭଳି । ସଫଳତା ପରେ ସେ ନୀରବ କାହାଣୀର ଗର୍ଜନ ଆପଣ ଓ ଆମେ ସମସ୍ତେ ଶୁଣିଛେ ଓ ଶୁଣୁଛେ । ପ୍ରଥମେ ହ୍ୟାରିପୋର୍ଟର ଲେଖିବାକୁ ନେଇ ମନରେ ଭାବନା ଆସିବା ପରେ ସେ ନିଜ ଭାବନ କିଛି କାଗଜରେ ଉତାରି ଏକ ନାପକିନ୍ ପେପରରେ ଲିପିବଦ୍ଧ କରି ରଖିଥିଲେ । ହ୍ୟାରିପୋର୍ଟର ପ୍ରଥମ ଭାଗ ଲେଖିବା ବେଳେ ନିଜ ମା’ଙ୍କୁ ହରାଇଥିଲେ । ସେହିଭଳି ୧୯୯୨ରେ ପୁସ୍ତକ ଲେଖା ମଧ୍ୟରେ ତାଙ୍କର ବିବାହ ବିଚ୍ଛ୍ୟେଦ ହୋଇଥିଲା । ପୁସ୍ତକ ଲେଖା ମଝିରେ ଏଭଳି ଏକ ସମୟ ଥିଲା ଯେତେବେଳେ ସେ ହ୍ୟାରିପୋର୍ଟର ପୁସ୍ତକ ଲେଖା ବନ୍ଦ କରିବାକୁ ଚିନ୍ତା କରିଥିଲେ ।

Harry potter
Harry potter

ସେତେବେଳେ ମାନସିକ ଅବସାଦକୁ ଭୁଲିବା ପାଇଁ ପ୍ରେରଣା ଥିଲା ଦୁଇ ଜଣ । ତାଙ୍କ ଅତି ପ୍ରିୟ ଜେସିକା(ଝିଅ) ଓ ହ୍ୟାରିପୋର୍ଟର । ପୁସ୍ତକ ରଚନାର ଭୋକ ତାଙ୍କୁ ଏଡିନବର୍ଗକୁ ନେଇ ଯାଇଥିଲା । ସେଠାରେ ଏକ କାଫେରେ ସେ ନିଜ ଝିଅ ସହ ବସି ହ୍ୟାରିପୋର୍ଟର ଲେଖା ସାରିଛନ୍ତି । ହ୍ୟାରିପୋର୍ଟର ରଚନା କରିବାକୁ ତାଙ୍କୁ ଟାଇପ୍ କରିବାକୁ ପଡିଛି ପାଖାପାଖି ୯୦ ହଜାର ଶଦ୍ଦ  । ତେବେ ଜେ କେଙ୍କ ସଂଘର୍ଷ ଏଇଠି ସରିନଥିଲା । ପରେ ତାଙ୍କ କାହାଣୀକୁ ଛାପିବାକୁ ୧୨ଟି ପ୍ରକାଶନ ଛାପିବାକୁ ପ୍ରତ୍ୟଖ୍ୟାନ କରିଥିଲେ ।

ଏହାପରେ ଲଣ୍ଡନ ପ୍ରକାଶନୀ ସଂସ୍ଥା ବ୍ଲୁମବରଙ୍କ କନ୍ୟା ହ୍ୟାରିପୋର୍ଟର କାହାଣୀ ପଢିବା ପରେ ଏତେ ମାତ୍ରାରେ ଆକର୍ଷିତ ହେଲେ ଯେ ପୁସ୍ତକ ଛାପିବା ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ପୁସ୍ତକ ପ୍ରକାଶନ ପରେ ଜେ କେ ଏବେ ଐତିହାସକ ଲେଖିକା । ସଫଳ, ପ୍ରସିଦ୍ଧ ପୁଣି ଲକ୍ଷ ଲକ୍ଷଙ୍କ ପାଇଁ ପ୍ରେରଣା । ୨୦୧୧ରେ ଖବର ଆସିଲା ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ୧ ବିଲିୟନ ଡଲାର ବୋଲି । ଏ ହେଉଛ ସଂଘର୍ଷ ପରର ସଫଳତା ।

ନନ୍ଦିଘୋଷ ଟିଭିରେ ଫେସ୍‌ ଟୁ ଫେସ୍‌ ହେଲେ ବିଦ୍ୟାଶ୍ରୀ-ପପୁ, ଖୋଲିଲା ଗୁମର…

ଭୁବନେଶ୍ୱର: ଭୁବନେଶ୍ୱରରେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ନନ୍ଦିଘୋଷ ଟିଭିରେ ଆଦିତ୍ୟଙ୍କ ପତ୍ନୀ ଓ ପିପୁଲ୍‌ସ ଫର ସେବା ଟ୍ରେଜର୍‌ର ପପୁଙ୍କ ଫେସ୍‌-ଟୁ-ଫେସ୍‌ । ଡାଏରୀରେ ଲେଖା ଥିବା ପିପୁଲ ଫର ସେବା ସଦସ୍ୟ ପପୁ ମୁହଁ ଖୋଲିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପଛରେ ଟଙ୍କା କାରାବାର କାରଣ ନୁହେଁ ବୋଲି ସେ କହିଛନ୍ତି । ସେପଟେ ପପୁ ନେଇଥିବା ଏକ ଲକ୍ଷ ଟଙ୍କାକୁ ନେଇ ଆଦିତ୍ୟ ଟେନସେନରେ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପତ୍ନୀ ବିଦ୍ୟାଶ୍ରୀ ।

 ମାନବପ୍ରେମୀ ଆଦତ୍ୟ ଦାସ ଡେଥ୍ ମିଷ୍ଟ୍ରି । ଡାଏରୀରୁ ନୋଟ ମିଳିବା ପରେ ବି ଲାଗି ରହିଛି ସସପେନ୍ସ । ମୃତ୍ୟୁର କାରଣକୁ ନେଇଁ ମୁହାଁମୁହିଁ ପିପୁଲ ଫର ସେବା ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ହତ୍ୟା ପଛରେ ରହିଛି ଷଡ଼ଯନ୍ତ୍ର । ପାରିବାରିକ କଳହ ନୁହେଁ ସେବାଶ୍ରମ ଟଙ୍କାକୁ ନେଇ ଟେନ୍‌ସନ୍‌ରେ ଥିଲେ ଆଦିତ୍ୟ । ସେବାଶ୍ରମ ଫଣ୍ଡରୁ ଦୁଇଟି କିସ୍ତିରେ ଏକ ଲକ୍ଷ ଟଙ୍କା ନେଇ ଥିଲେ ସଦସ୍ୟ ପପୁ । କାଳେ ଏକ ଲକ୍ଷ ଟଙ୍କା ପପୁ ସୁଝି ପାରିବ କି ନାହିଁ ତାକୁ ନେଇ ଟେନ୍‌ସନ୍‌ରେ ଥିଲେ ଆଦିତ୍ୟ । ଆଉ ସେବାଶ୍ରମ ସଂସ୍ଥାର ଟଙ୍କା ନ ଫରାଇଲେ ସଂସ୍ଥା ଅପପ୍ରଚାର ଓ ଆଦିତ୍ୟ ବଦନାମ ହେବ ।

ଫିକ୍ସ ଡିପୋଜିଟ୍‌ ପାଇଁ ଆଦିତ୍ୟଙ୍କୁ ଟଙ୍କା ମାଗିଥିଲେ ବିଦ୍ୟାଶ୍ରୀ । ହେଲେ ପପୁକୁ ଟଙ୍କା ଦେଇଥିବା କଥାକୁ ନେଇ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ମଧ୍ୟରେ ଲାଗିଥିଲା କଳି । ଅନ୍ୟପଟେ ବିକାଶଙ୍କ ଭଉଣୀ ପ୍ରିୟାଙ୍କାଙ୍କୁ ତଦନ୍ତ ପରିସର କରାଯିବାକୁ ଦାବି କରିଛନ୍ତି ବିଦ୍ୟାଶ୍ରୀ । ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଟଙ୍କା କାରବାର କଥାକୁ ନେଇ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା କଥାକୁ ଖଣ୍ଡନ କରିଛନ୍ତି ପପୁ । ଏ ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବା ପାଇଁ ସଠିକ ତଦନ୍ତ ହେଉ ବୋଲି କହିଛନ୍ତି ।

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟକୁ ନେଇ ହତ୍ୟା ମାମଲା ରୁଜୁ କରି ଜୋରଦାର ଖୋଳତାଡ଼ କରିଛି ଜିଆରପି । ତଦନ୍ତ ପାଇଁ ଘଟଣାଦିନର ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାକ୍‌ରେ ଯାଇଥିବା ଟ୍ରେନ ଓ ଡ୍ରାଇଭରଙ୍କ ତାଲିକା ଖୋର୍ଦ୍ଧା ରେଳ ଡିଭିଜନକୁ ମାଗିଛି ଜିଆରପି । ଟ୍ରେନ ଯିବା ସମୟରେ ଆଦିତ୍ୟ ଟ୍ରେନ ଆଗକୁ ଡେଇଁଛନ୍ତି ନା ତାଙ୍କୁ କିଏ ଠେଲି ଦେଇଛି, ତାର ତଥ୍ୟ ଜାଣିବାକୁ ଚାହିଁଛି ଜିଆରପି ।

ଏଘଟଣାରେ ପପୁ, ବିକାଶ, ବିଦ୍ୟାଶ୍ରୀ ଓ ପିପୁଲ ଫର ସେବାର ସଦସ୍ୟମାନଙ୍କ ବୟାନ ରେକର୍ଡ କରିଛି ଜିଆରପି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଓ ଡାଏରୀରେ ଲେଖାଥିବା ନୋଟକୁ ଟେଷ୍ଟିଂ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

ଟିକ୍‌ଟକ୍‌କୁ ସରକାର ପଚାରିଛନ୍ତି ୭୯ ପ୍ରଶ୍ନ, ଉତ୍ତର ସନ୍ତୋଷ ଜନକ ହେଲେ…

ନୂଆଦିଲ୍ଲୀ: ଭାରତ ସରକାର ଯେଉଁ ୫୯ ଚୀନ୍ ଆପ କଂପାନୀଙ୍କୁ ବ୍ୟାନ୍ କରିଥିଲେ ସେମାନଙ୍କୁ ତିନି ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ ସମୟ ଦିଆଯାଇଛି । ଏହି ତିନି ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବା ସହ କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ କୁହାଯାଇଛି । ଉତ୍ତର ସନ୍ତୋଷଜନକ ହେଲେ ସେମାନଙ୍କ ଉପରୁ ପ୍ରତିବନ୍ଧକ ଉଠିବ ।

କେନ୍ଦ୍ର ସୁଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚୀନ୍ ଆପ୍ କମ୍ପାନୀ ଗୁଡ଼ିକୁ ଦିଆଯାଇଥିବା ପ୍ରଶ୍ନ ତାଲିକାରେ ସେମାନଙ୍କ ଆର୍ଥିକ ଓ ପ୍ରବନ୍ଧନ ଢାଞ୍ଚା, ଡାଟା ସୁରକ୍ଷା ପଦ୍ଧତି, ସୁରକ୍ଷା ପଦ୍ଧତି କ’ଣ ସେବାବଦରେ ପ୍ରାୟ ୭୯ଟି ପ୍ରଶ୍ନ ରହିଛି । ସରକାରଙ୍କୁ ଯଦି ଆପ୍ କମ୍ପାନୀଙ୍କ ଉତ୍ତର ସନ୍ତୁଷ୍ଟ କରେ ତେବେ ବ୍ୟାନ୍ ଆଦେଶ ପ୍ରତ୍ୟାହାର ଉପରେ ବିଚାର କରିପାରନ୍ତି ।

ଚୀନ୍ କମ୍ପାନୀଙ୍କ ପକ୍ଷ ଶୁଣିବାକୁ ସରକାର ଏକ କମିଟି ଗଠନ କରିଛନ୍ତି । ଏଥିରେ ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ଗୃହ ମନ୍ତ୍ରଣାଳୟ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, ଆଇନ ବିଭାଗ, ସିଇଆରଟିର ବିଶେଷଜ୍ଞ ରହିବେ ।

ସୂଚାନଯୋଗ୍ୟ ଯେ, ଭାରତ ଓ ଚୀନ୍ ମଧ୍ୟରେ ଲଦାଖ ପ୍ରସଙ୍ଗକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ନୂଆଦିଲ୍ଲୀ ୫୯ ଚୀନ୍ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ଏହି ଆପ୍ ଗୁଡିକ ଭିତରେ ଟିକଟକ୍, ହେଲୋ ଭଳି ଲୋକପ୍ରିୟ ନାମ ଥିଲା ।

ବିକାଶଙ୍କ ଗୁଳିରେ ଦୁଇ ପୋଲିସ୍ କର୍ମଚାରୀ ଆହତ, ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା ପୋଲିସ୍

ଉତ୍ତରପ୍ରଦେଶ: ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧି ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ସ୍ପେଶାଲ ଟାକ୍ସ ଫୋର୍ସ ଟିମ୍ ଦୁବେକୁ ଉଜୈନରୁ କାନପୁର ଅଭିମୁଖେ ନେଇଥିଲେ । ବାଟରେ ହିଁ ବିକାଶର ଏନକାଉଣ୍ଟର ହୋଇଥିଲା । ତେବେ ରାଜନୀତିକ ଦଳ ଓ ସାଧାରଣ ଲୋକେ ଉତ୍ତରପ୍ରଦେଶ ପୋଲିସ ଜାଣି ଶୁଣି ବିକାଶଙ୍କୁ ହତ୍ୟା କରି ଏନକାଉଣ୍ଟର ନାଁ ଦେଉଛନ୍ତି ବୋଲି ଅଭିଯୋଗ କରିବା ପରେ ସ୍ପେଶାଲ୍ ଟାକ୍ସ ଫୋର୍ସ ଏନେଇ ସ୍ପଷ୍ଟୀକରଣ ଦେଇଛି । କହିଛି ଯେ, ଗୋରୁ ପଲ ହଠାତ୍ ରାସ୍ତା ଉପରକୁ ଆସିବା ହେତୁ ଡ୍ରାଇଭର ଭାରସାମ୍ୟ ରକ୍ଷା କରିପାରିନଥିଲା । ଏହାପରେ ଭ୍ୟାନ ଦୃଘଟଣା ଗ୍ରସ୍ତ ହୋଇଥିଲା । ପରେ ଆରକ୍ଷୀ ଅଧିକାରୀ ରମାକାନ୍ତ ଚୌଧୁରୀ, ଉପ-ଆରକ୍ଷୀ ଅଧିକାରୀ ପଙ୍କଜ ସିଂ, ଅନୁପ ସିଂ ଓ କନଷ୍ଟେବଳ ସତ୍ୟବୀର ଓ ପ୍ରଦୀପ କୁମାରଙ୍କୁ ଭ୍ୟାନରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ଦୁର୍ଘଟଣାର ସୁଯୋଗ ନେଇ ବିକାଶ ଦୁବେ ରମାକାନ୍ତ ଚୌଧୁରୀଙ୍କ ଠାରୁ ପିସ୍ତଲ ଛଡାଇ ନେଇଥିଲା । ଏହାପରେ ଗାଡିରୁ ଓହ୍ଲାଇ ପଳାଇବାକୁ ଉଦ୍ୟମ କଲା । ଏହି ସମୟରେ ପଛରୁ ଆସୁଥିବା ଏସଟିଏଫର ଅନ୍ୟ ଏକ ଭ୍ୟାନରେ ଥିବା ଅଧିକାରୀମାନେ ବିକାଶକୁ ଦଉଡୁଥିବାର ଦେଖି ତା’ ପଛରେ ଦଉଡିଥିଲେ । ମାତ୍ର ତାକୁ ଧରିବା ସମ୍ଭବପର ହୋଇନଥିଲା ।

Complete Incident of BIkash Dubey Encounter

ଆତ୍ମସମର୍ପଣ ପାଇଁ ବାରମ୍ୱାର ଚେତାଇ ଦିଆଯାଇଥିଲେ ମଧ୍ୟ ସେ ଓଲଟା ଗୁଳି ଚଳାଇ ଆକ୍ରମଣ କରିଥିଲା । ବିକାଶର ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଅଧିକାରୀ ଆହତ ହୋଇଛନ୍ତି । ତେବେ ସ୍ପେଶାଲ ଟାକ୍ସ ଫୋର୍ସ ସଫେଇ ଦେଇ କହିଛି ଯେ ତାଙ୍କୁ ଜୀବିତ ଧରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିଥିଲୁ । ସେହିଭଳି ତାଙ୍କୁ ଗୁଳି ବାଜିବା ପରେ ଆମେ ବିଳମ୍ୱ ନକରି ଯଥାଶୀଘ୍ର ଡାକ୍ତରଖାନାକୁ ମଧ୍ୟ ନେଇଛୁ ।

ଲାଗୁହେଲା ନୂଆ ଦର: ଜାଣନ୍ତୁ କେଉଁ ମଦ ପାଇଁ କେତେ ଟଙ୍କା ଦେବେ

ଭୁବନେଶ୍ୱର: ମଦ ଉପରେ ଲାଗୁ କୋଭିଡ ଶୁଳ୍କକୁ ହ୍ରାସ କରିଛନ୍ତି  ରାଜ୍ୟ ସରକାର । ମଦ ଉପରେ ଲାଗୁ କୋଭିଡ୍ ଟ୍ୟାକ୍ସକୁ ୫୦%ରୁ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି ।  ତେବେ ଏହି ନୂଆ ଏମ୍‌ଆରପି ଦର ଆଜି ଠାରୁ ଲାଗୁ ହୋଇଛି । ନୂଆ ଦରର ତାଲିକା ଅବକାରୀ ବିଭାଗର https://osbc.co.in/ ଓ୍ୱେବସାଇଟରେ ଅପଡେଟ୍ କରାଯାଇଛି । ତେବେ ପଢ଼ନ୍ତୁ ନୂଆ ଦର ଲାଗୁ ହେବ ପରେ ଏଣିକି ଆପଣ ଆବଶ୍ୟକ କରୁଥିବା ମଦ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ।

ଅପରପକ୍ଷରେ ଆସନ୍ତାକାଲିଠାରୁ ସଟଡାଉନ୍ ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ସଟ୍ ସଟର ଭିତରେ ବେଆଇନ ମଦ କାରାବର । ସଂଧ୍ୟା ୬ଟା ପରେ ମଦ ଦୋକାନ ଆଗରେ ଲାଗିଲା ଭିଡ । ସଟର ପକାଇ ମଧ୍ୟ ଖୁଲମଖୁଲା ଚାଲିଛି ବେଆଇନ ମଦ କାରବାର । ମଦ କିଣିଲା ବେଳେ  ସମସ୍ତେ ଭୁଲିଗଲେ ସାମାଜିକ ଦୂରତା । ଯିଏ ଯେଉଁଠି ପାରିଲା ଭିଡ ଭିତରେ ଧସେଇ ପଶି କିଣିଲା ମଦ । ଭୁବନେଶ୍ବର ଡମଣା ସମେତ ଅନ୍ୟ ମଦ କାଉଣ୍ଟରରେ ଭିଡି ଦେଖିବାକୁ ମିଳିଛି । ଆସନ୍ତାକାଲି ଠାରୁ ଦୁଇ ଦିନିଆ ସାପ୍ତାହିକ ସଟଡାଉନ ଥିବାରୁ ଭିଡି ଦେଖିବାକୁ ମିଳିଛି  । ସେପଟେ ମଦ ଉପରୁ ଆଜିଠାରୁ କୋଭିଡ ଟିକସ କମିଛି । କାଉଣ୍ଟରରେ ଅଧିକ ୧୫ ପ୍ରତିଶତ ଏମଆରପିରେ ମଦ ବିକ୍ରି ପାଇଁ ସରକାର ଧାର୍ଯ୍ୟ କରିଛନ୍ତି ।

ମଦ ଉପରୁ ଛାଡ଼ ହେଲା କୋଭିଡ ଟ୍ୟାକ୍ସ, ବଢ଼ିଲା ଏମ୍ଆରପି: ଏଯାଏଁ ମିଳିଛି ୨୦୦ କୋଟିର ରାଜସ୍ୱ

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସହ ବ୍ଲାଷ୍ଟ୍ ପ୍ରୁଫ୍ ଅଣ୍ଡରୱେୟାର ପିନ୍ଧନ୍ତି ଏହି ଦେଶର ସୈନିକ !

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କଥା ଶୁଣିଥିବେ । ଯୁଦ୍ଧକ୍ଷେତ୍ରରେ ମୁତ୍ତୟନ ଥିବା ସୈନିକଙ୍କୁ ଏଭଳି ଜ୍ୟାକେଟ୍ ଆମେରିକା ଭଳି ଦେଶ ଯୋଗାଇ ଦେଇଥାନ୍ତି । ଡେରିରେ ହେଉ ପଛେ ଭାରତ ମଧ୍ୟ ଏବେ ନିଜ ସୈନିକଙ୍କୁ ଏଭଳି ବଡି ଆର୍ମର ଯୋଗାଇ ଦେଉଛି । ବଡି ଆର୍ମର କହିଲେ,ହେଲମେଟ୍,ବୁଲେଟ୍ ପ୍ରୁଫ୍ ଜ୍ୟାକେଟକୁ ବୁଝାଇ ଥାଏ । ଏଭଳି କବଚ ସୈନିକଙ୍କୁ ସୁରକ୍ଷା ଦେଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଗୋଟିଏ ଦେଶ ତାର ସୈନିକଙ୍କୁ Blast proof Underwear ବା ବିସ୍ଫୋରଣ ନିରୋଧକ ଚଡି ଯୋଗାଇ ଦେଇଥାଏ ? ଯଦି ଶୁଣି ନାହାନ୍ତି ତେବେ ଜାଣନ୍ତୁ । ବିଶ୍ୱର ଏକ ନମ୍ବର ସାମରିକ ଶକ୍ତି ଆମେରିକା ନିଜ ସୈନିକଙ୍କୁ ଏଭଳି ଚଡ଼ି ଦେଇଥାଏ । ବିସ୍ଫୋରଣର ପ୍ରଭାବ ଏହା ଉପରେ ପଡିନଥାଏ । ଲକ୍ଷ୍ୟ ହେଉଛି ନିଜ ସୈନିକଙ୍କୁ ସୁରକ୍ଷିତ ରଖିବା । ତେବେ କ’ଣ ଆମେରିକା ଏକମାତ୍ର ଦେଶ ଯାହା ଏଭଳି ବ୍ଲାଷ୍ଟ୍ ପ୍ରୁଫ୍ ଅଣ୍ଡରୱୟାର ତିଆରି କରିଥାଏ ? ଆସନ୍ତୁ ଜାଣିବା

କାହିଁକି ଏହାର ଆବଶ୍ୟକତା ଅନୁଭବ ହେଲା ?

ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଆମେରିକା ସୈନିକ ମୁତ୍ତୟନ ଥିବା ବେଳେ ଏହାର ଆବଶ୍ୟକତା ଅନୁଭବ ହୋଇଥିଲା । ସେତେବେଳେ ଆମେରିକା ସୈନିକ ଆଇଡି ବ୍ଲାଷ୍ଟର ସମ୍ମୁଖୀନ ହେଉଥିଲେ । ଜ୍ୟାକେଟ୍ ଓ ହେଲମେଟ୍ ସେମାନଙ୍କ ଶରିରର ଉପରିଭାଗକୁ ସୁରକ୍ଷିତ ରଖୁଥିଲା କିନ୍ତୁ ବିସ୍ଫୋରଣ ପ୍ରଭାବରେ ଅନେକଙ୍କ ଗୁପ୍ତାଙ୍ଗ ନଷ୍ଟ ହୋଇଯାଉଥିଲା । ଯେଉଁଥିପାଇଁ ଏକ ସୁରକ୍ଷିତ ଅଣ୍ଡରପ୍ୟାଣ୍ଟର ଆବଶ୍ୟକତା ପଡିଥିଲା ।

କିପରି ଏହାକୁ ତିଆରି କରିଥିଲା ଆମେରିକା ?

ପ୍ରକୃତରେ ବ୍ରିଟେନ ତାର ସୈନିକଙ୍କ ପାଇଁ ‘ବ୍ଲାଷ୍ଟ୍ ବକ୍ସର’ ବ୍ୟବହାର କରୁଥିଲା । ଆମେରିକା ଏଇଥିରୁ ଆଇଡିଆ ନେଇ ଅଣ୍ଡରପ୍ୟାଣ୍ଟ୍ ବିକଶିତ କରିଥିଲା । ଆମେରିକା ତିଆରି କରିଥିବା ଅଣ୍ଡରପ୍ୟାଣ୍ଟକୁ ‘କେବଲର ବକ୍ସର’ ବା କମ୍ବାଟ୍ ଅଣ୍ଡରପ୍ୟାଣ୍ଟ୍’ କୁହାଯାଏ ।

ଆମେରିକା କେବଲର ବକ୍ସରର ବିଶେଷତା

ଏଥିରେ ସୁରକ୍ଷାର ଦୁଇଟି ଲେୟାର ଥାଏ । ଟିୟର ୱାନରେ ସୁରକ୍ଷାତ୍ମକ ଅଣ୍ଡରଗାର୍ମେଣ୍ଟ୍ ବା PUG  ଓ ଟିୟର-୨ରେ ପ୍ରୋଟେକ୍ଟି୍ ଆଉଟର ଗାର୍ମେଣ୍ଟ୍ ବା  POG ଥାଏ । ଏହାକୁ ପ୍ୟାଣ୍ଟ୍ ଭିତରେ ପିନ୍ଧାଯାଇପାରେ କିମ୍ବା ପ୍ୟାଣ୍ଟ୍ ବାହାରେ । ଏହାକୁ ପିନ୍ଧିବା ଦ୍ୱାରା ଅଣ୍ଟାରୁ ଜଙ୍ଘ ପର୍ଯ୍ୟନ୍ତ ଅଂଶ ସୁରକ୍ଷିତ ରହିଥାଏ । କେବଲର  ପ୍ରାକୃତିକ ଭାବେ ଏକ କଠୋର ପଦାର୍ଥ । ଏହା ଅତ୍ୟଧିକ ଗରମରେ ତରଳେ ନାହିଁ କି ଖସିନଥାଏ ।

ପିନ୍ଧିବା ବେଳେ ସାବଧାନତା ଆବଶ୍ୟକ

POG ଅଧିକ କଠୋର ହୋଇଥାଏ । ତେଣୁ ଭଲ ସୁରକ୍ଷା ଦେଇଥାଏ । ଏହାକୁ ବାହାରେ ପିନ୍ଧାଯାଇଥାଏ । ଅନ୍ୟପକ୍ଷରେ PUG ପ୍ୟାଣ୍ଟ ଭିତରେ ପିନ୍ଧା ଯାଏ । PUG ହାଲୁକା ଫେବ୍ରିକ ଦ୍ୱାରା ତିଆରି ହୋଇଥାଏ । ଯେହେତୁ ଏହା ପ୍ୟାଣ୍ଟ୍ ଭିତରେ ପିନ୍ଧାଯାଏ ତେଣୁ ତ୍ୱଚା ଯେମିତି କ୍ଷତିଗ୍ରସ୍ତ ନହୁଏ ସେଥିଲାଗି ହାଲୁକା ଫ୍ୟାବ୍ରିକ୍ ବ୍ୟବହାର କରାଯାଏ ।

BLAST PROOF BOXER

ସ୍ପାଇଡର ସିଲ୍କ ବିକଳ୍ପ

ତେବେ ଏହି ଅଣ୍ଡରପ୍ୟାଣ୍ଟର ଗୁଣବତ୍ତାକୁ ନେଇ ଅଭିଯୋଗ ଆସିବା ପରେ ଏହାକୁ ଅଧିକ ଆରାମ ଦାୟକ କରିବାକୁ ଏଥିରେ ସ୍ପାଇଡର ସିଲ୍କ ପ୍ରୟୋଗ କରାଯାଇଥିଲା । ସ୍ପାଇଡର ସିଲ୍କ ଅଧିକ ନମନୀୟ ହେବା ସହ ସାଧାରଣ ସିଲ୍କଠାରୁ ଅଧିକ କଠୋର ହୋଇଥାଏ । ଏହା ହେଉଛି ସ୍ପାଇଡର ଜାଲ (ବୁଢିଆଣି ଜାଲ) ଓ ରେଶମର ମିଶ୍ରଣ ।

ସ୍କୁଲ ଫି’ ସମ୍ପର୍କିତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ : ଲକ୍‌ଡାଉନ୍ ସମୟରେ ସ୍କୁଲ୍ ଫି ଆଦାୟକୁ ସ୍ଥଗିତ କରିବା କିମ୍ୱା ଫି’ କରିବା ନେଇ ମୋରଟାରିୟମ୍ ପିରିୟଡ୍ ପ୍ରଦାନ କରାଯିବା ନେଇ ବିଭିନ୍ନ ରାଜ୍ୟର ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି । ଏନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ତେବେ ଶୁକ୍ରବାର ଜଷ୍ଟିସ୍ ଏସ୍ଏ ବୋବଡେ, ଆର୍ ସୁବାସ ରେଡ୍ଡୀ ଓ ଏଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।

14000 Delhi govt school students hone skills with new ...

ଶୁକ୍ରବାରର ଏହି ଶୁଣାଣି ପରେ ସ୍କୁଲ ଫି’ ବୃଦ୍ଧି, ଓ ମୋରଟାରିୟମ୍‌ ପିରିୟଡ୍‌ ସମ୍ପର୍କିତ  ଅଭିଯୋଗକୁ ସମ୍ପୃକ୍ତ ରାଜ୍ୟ ହାଇକୋର୍ଟରେ ଉଠାଯିବାର ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ ପକ୍ଷରୁ କୁହାଯାଇଛି । କରୋନା କାରଣରୁ ଭିନ୍ନ ଭିନ୍ନ ରାଜ୍ୟରେ ପରିସ୍ଥିତି ଭିନ୍ନ ଭିନ୍ନ ରହିଛି । ଏଣୁ ସେଠାକାର ପରିସ୍ଥିତି ଉପରେ ହିଁ ଆଧାର କରି ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରିବ ।

Supreme Court Refuses to Hear Pleas on Deferral of School Fees

ଆଡଭୋକେଟ୍ ବାଲାଜୀ ଶ୍ରୀନିବାସନ୍ ଓ କେ. ମୟଙ୍କ କହିଛନ୍ତି ଯେ, ପଞ୍ଜାବ ଓ ହରିୟାଣା ସରକାର ସ୍କୁଲ ଫି’ ବୃଦ୍ଧି ନେଇ ସ୍କୁଲମାନଙ୍କୁ ଅନୁମତି ଦେଇଥିବା କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ପରେ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ସେ ଏହି ସ୍ତରରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି । ଆବେଦନକର୍ତ୍ତା ଆବେଦନ ପ୍ରତ୍ୟାହାର କରି ସମ୍ପୃକ୍ତ ରାଜ୍ୟର ହାଇକୋର୍ଟରେ ଆବେଦନ କରିପାରିବେ ।

ବୈବାହିକ ଜୀବନକୁ ନେଇ ଖୁସି ନଥିଲେ ଆଦିତ୍ୟ: ପପୁ

ବେକାବୁ ଟମାଟ, ଦର କମିବନି ଓଲଟା ବଢିବ !

ଭୁବନେଶ୍ୱର: ଏବେ ବଜାରରେ ଟମାଟ ଦର ବଢୁଛି । ୬୦ ଡେଇଁଲାଣି । ଅନ୍ୟ ପରିବା ତୁଳନାରେ ଦେଖିଲେ ଗଲା ସପ୍ତାହେ ହେବ ଟମାଟ ଦର କ୍ରମାଗତ ଭାବେ ବଢୁଛି । ଭୁବନେଶ୍ୱରର ପ୍ରାୟ ସମସ୍ତ ମାର୍କେଟରେ ଟମାଟ ଦର ବଢିଛି । ତେବେ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସବୁ ସହରରେ ଟମାଟ ଦର ବଢୁଛି ।  କିଛି ଜାଗାରେ ଦର ଏବେ ୭୦ ଛୁଇଁଲାଣି । ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମରେ ସବୁ ରାଜ୍ୟରେ ଟମାଟ ଦର ବଢୁଥିବା ନେଇ ଖବର ଆସିଲାଣି । ତେବେ ଏବେ ଅଧିକାଂଶ ଲୋକେ ଅଭାବୀ ସ୍ଥିତିରେ ବଞ୍ଚୁଛନ୍ତି । ପରିବା ଦର ବେକାବୁ ହେଲେ ଓପସା ରହିବାକୁ ପଡିପାରେ । ତେବେ ସାରା ଦେଶରେ କେବଳ ଟମାଟ ହିଁ କାହିଁକି ବଢୁଛି ? କେବଳ ବଢୁଛି ବୋଲି ନୁହେଁ । ଆଗାମୀ ଦିନରେ କମିବନି ମଧ୍ୟ । ଆହୁରି ବଢିବା ନେଇ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇ ସାରିଲେଣି ।

Tomato prices skyrocket to Rs 70 per kg in Bhubaneswar

ଯୋଗାଣ ମନ୍ତ୍ରୀ ରାମ ବିଲାସ ପାସଓ୍ୱାନ ଟମାଟ ଦର ଉପରେ ମନ୍ତବ୍ୟ ରଖି କହିଛନ୍ତି ଯେ, ଏବେକାର ଜଳବାୟୁ ଟମାଟ ପାଇଁ ଉପଯୁକ୍ତ ନୁହେଁ । ଏହି ଜଳବାୟୁର ପ୍ରଭାବରେ ଟମାଟ ଜଲଦି ଖରାପ ହୁଏ । ଏହା ଚିରାଚରିତ କଥା । ଟମାଟ ଜଲଦି ନଷ୍ଟ ହେବା ଓ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଟମାଟ ଚାଷ ନହେବା ଟମାଟ ଦର ବୃଦ୍ଧିର ପ୍ରମୁଖ କାରଣ । ଚାଷୀ ଏବେ ଟମାଟ ଚାଷ କରୁନାହାନ୍ତି । ତେଣୁ ଦର ଚଢା ରହିବା ସ୍ୱାଭାବିକ କଥା । ଉଲ୍ଲେଖଯୋଗ୍ୟ ଯେ, ସାରା ଦେଶରେ ବର୍ଷକୁ ୧ କୋଟି ୯୭ ଲକ୍ଷ ଟନ୍ ଟମାଟ ଉତ୍ପାଦିତ ହେଉଥିବା ବେଳେ ଦେଶର ଚାହିଦା ୧କୋଟି ୧୫ ଲକ୍ଷରେ ସୀମିତ ।

ଶନି-ରବି ପୋଲିସ ସେବା ଭବନ ବନ୍ଦ

ଭୁବନେଶ୍ୱର: ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ । ଆସନ୍ତାକାଲି ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ପୋଲିସ ସେବା ଭବନରେ ପ୍ରବେଶ କରିପାରିବେ ନାହିଁ । ତେବେ ଏହି ଦୁଇ ଦିନରେ ଭୁବନେଶ୍ୱରେ ସଟଡାଉନ୍ ବଳବତ୍ତର ରହିଛି । ଏଣୁ ସାଧାରଣ ଲୋକେ ସ୍ୱାଭାବିକ ଭାବେ ଏହି ଦୁଇ ଦିନ ଘରେ ରହିବାକୁ ବାଧ୍ୟ । ପୋଲିସ ସେବା ଭବନ ଯିବାର ପ୍ରଶ୍ନ ଉଠୁନି ।

ଏହାଛଡା ସଟଡାଉନ୍ ନିୟମକୁ ବାଦ ଦେଲେ ମଧ୍ୟ ଏହି ଦୁଇ ଦିନ ସରକାରୀ ଛୁଟି । ପ୍ରଥମ ଦିନ ଦ୍ୱିତୀୟ ଶନିବାର ଓ ୨ୟ ଦିନଟି ରବିବାର । ତେବେ ପୋଲିସ ଲୋକ ସେବା ଭବନ ବନ୍ଦ ହେବାର କାରଣ ଦର୍ଶାଇ କମିଶନରେଟ୍ ପୋଲିସ ଟୁଇଟ୍ କରିଛି ଯେ ପୁରା ବିଲ୍ଡିଂକୁ ସାନିଟାଇଜ କରାଯିବ । ତେବେ କମିଶନରେଟ ପୋଲିସର ଏହି ଟୁଇଟରେ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଡେପୁଟି କମିଶନର ଅନୁମ କୁମାର ସାହୁଙ୍କୁ ଟ୍ୟାଗ କରାଯାଇଛି ।