କରୋନା ମୁକ୍ତ ଏହି ସ୍ଥାନରେ ମିଳୁଛି ମାତ୍ର ୭୫ ଟଙ୍କାରେ ଘର

ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ବିଶ୍ୱର ଏକାଧିକ ଦେଶରେ ପହଂଚି ସାରିଲାଣି । ଜାନୁୟାରୀରେ ଆରମ୍ଭ ହୋଇଥିବା ଏହି ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବାହାରିପାରି ନାହିଁ । ଏହି ଗାଁରେ ଏପର୍ଯ୍ୟନ୍ତ କରୋନା ମହାମାରୀର ଗୋଟିଏ ବି ମାମଲା ଦେଖିବାକୁ ମିଳିନଥିବା କହିଛନ୍ତି ଇଟାଲୀର ସିଂକ୍ୟୁଫୋଣ୍ଡି ଗାଁ’ର ମେୟର ମିଶୋଲା କୋନିଆ । ଶସ୍ତାରେ ଘର ବିକ୍ରି ହେବା କଥା କହିବାର କାରଣ ହେଉଛି ଗାଁର ଜନସଂଖ୍ୟା ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ସିଂକ୍ୟୁଫୋଣ୍ଡି ଗାଁରୁ ସମୂଦ୍ର କୂଳ ମାତ୍ର ୧୦ ମିନିଟର ରାସ୍ତା । ଅଧିକାଂଶ ସମୟରେ ଏଠାକୁ ବୁଲିବା ପାଇଁ ଯାତ୍ରୀମାନେ ଆସନ୍ତି । ଏଠାରେ ଘର କିଣୁଥିବା ଲୋକଙ୍କ ପାଇଁ କିଛି ନିୟମ ରହିଛି । ନିୟମ ଅନୁସାରେ ଏଠାରେ ଘର କିଣିଥିବା ବ୍ୟକ୍ତି ଘରକୁ ସଫାସୁତୁରା ରଖିବା ସହିତ ଠିକ୍ ସମୟରେ ଘରକୁ ରଙ୍ଗ କରିବାକୁ ପଡ଼ିବ । ଗାଁରେ କେବଳ ସାଧାରଣ ଘର ନୁହେଁ ବରଂ ଚର୍ଚ୍ଚ ଏବଂ ଐତିହାସିକ ଅଟ୍ଟାଳିକାମାନ ମଧ୍ୟ ରହିଛି । ଏଠାରେ ଘରର ମୂଲ୍ୟ ତ ମାତ୍ର ୭୫ ଟଙ୍କା ରହିବ, କିନ୍ତୁ କିଣିଥିବା ବ୍ୟକ୍ତିଙ୍କୁ ବର୍ଷକୁ ୨୮୦ ଟଙ୍କାର ବୀମା କରିବାକୁ ପଡ଼ିବ । ଘର କିଣିବାର ୩ ବର୍ଷ ମଧ୍ୟରେ ଯଦି ଘରର ମରାମତି ଏବଂ ସାଜସଜ୍ଜା ଠିକ ଭାବରେ କରା ନଯାଏ ତେବେ ୨୨୦୦୦(ପ୍ରାୟ ୧୬,୪୩,୯୪୩ ଟଙ୍କା) ଡଲାର ଜୋରିମନା ଦେବାକୁ ପଡ଼ିବ । ଏହି ଗାଁର ଘର ଗୁଡ଼ିକ ଦେଖିବାକୁ ଖୁବ ସୁନ୍ଦର ।

Leave a Reply