ଧରାପଡ଼ିଲେ କୁଖ୍ୟାତ ତେଲିଆ ଚୋର, ମୁଣ୍ଡରୁ ଗୋଡ଼ ଯାଏଁ ମାରୁଥିଲେ ଜଡ଼ା ତେଲ

ଭୁବନେଶ୍ୱର: ଲକଡାଉନରେ ପୋଲିସର ନିଦ ହଜାଇଥିଲେ, ଆଉ ଏବେ କାଳ କୋଠରୀରେ । କ୍ରାଇମ କ୍ୟାପିଟାଲ ଭୁବନେଶ୍ୱରରୁ ୮ ଜଣିଆ ଲୁଟେରା ଗ୍ୟାଙ୍ଗ ଠାବ କରିଛି ସ୍ପେଶାଲ ଟିମ । ଦୁଇଟି ଗ୍ୟାଙ୍ଗରୁ ଚୋରା ସ୍ମାର୍ଟଫୋନ, ଲାପଟପ୍, ମୋବାଇଲ ଓ ବାଇକ ଜବତ କରିଛି ପୋଲିସ । ଦାମି ଦାମି ଫୋନ ଲାପଟପ ଚୋରି କରି ଅଧା ଦାମରେ ଗ୍ରାହକ ମାନଙ୍କୁ ବେପାର କରୁଥିଲେ । ୪୦ ହଜାର ଟଙ୍କାର ଲାପଟପକୁ ୧୫ ହଜାର ଏବଂ ୨୦ ହଜାର ଟଙ୍କିଆ ଫୋନକୁ ୧୦ ହଜାର ଟଙ୍କାରେ ବେପାର କରୁଥିଲେ । ଅନ୍ୟପଟେ ସେକେଣ୍ଡ ହ୍ୟାଣ୍ଡ ଜିନିଷ କିଣୁଥିଲେ, ନ କିଣିବା ପାଇଁ ଭୁବନେଶ୍ୱର ଡିସିପି ଅନୁରୋଧ କରିଛନ୍ତି । ସେପେଟ ଭିଜିଲାନ୍ସ ଡିଏସପି ଓ ମୃତ ତୁଲସୀ ଦେଇ ଲୁଟ ମାମଲାର ଦୁବୁର୍ତ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ ।

ଲକଡାଉନରେ ଲୁଟ । ଅନ୍ ଲକ୍ ୩ରେ ଲକଅପ୍ । ଖଣ୍ଡଗିରି ପୋଲିସ ହାତରେ କୁଖ୍ୟାତ ତେଲିଆ ଚୋର । ଧରା ପଡ଼ିଲେ ଖସିଯିବା ପାଇଁ କରିଥିଲେ ନୂଆ ପ୍ଲାନ । ମୁଣ୍ଡରୁ ଗୋଡ଼ ଯାଏଁ ମାରୁଥିଲେ ଜଡ଼ା ତେଲ । ଡିସିପିଙ୍କ ସ୍ପେଶାଲ ଟିମକୁ ସଫଳତା । ଡିସିପି ଅଫିସ କାର୍ଯ୍ୟଳୟରେ ପୁଞ୍ଜା ପୁଞ୍ଜା ମୋବାଇଲ, ଲାପଟପ, ଟିଭି ଓ ବାଇକ୍ । ଏ ଦୃଶ୍ୟ କୌଣଶି ଆଇଟି ମେଳା ନୁହେଁ । ଚୋରି ହୋଇଥିବା ଲୁଟେରାଙ୍କ ଜବତ ହୋଇଥିବା ଚୋରା ସାମଗ୍ରୀ । ଖଣ୍ଡଗିରି ପୋଲିସର ମୋଷ୍ଟ ୱାଣ୍ଟେଟ ଥିଲା ମଣ୍ଟୁ ପାଇକରାୟ । ମିଡ୍ ନାଇଟରେ ଅପରେସନ କରୁଥିଲା ମଣ୍ଟୁ ।

ଚୋରି କରିବା ବେଳେ ହପ୍ ପେଣ୍ଟ ଓ ଖୋଲା ଦେହରେ ମୁଣ୍ଡରୁ ଗୋଡ ଯାଏଁ ଯଡା ତେଲ ବୋଳି ହେଉଥିଲା । ଖଣ୍ଡଗିରି ଓ ତମାଣ୍ଡୋ ଅ଼ଞ୍ଚଳରେ ମେସ୍ ଓ ହଷ୍ଟେଲରୁ ଲାପଟପ ଓ ମୋବାଇଲ ଚୋରି କରୁଥଲା । ପୋଲିସର ଧରପଗଡ ଓ ଚୋରି ବେଳେ ଲୋକଙ୍କୁ ଚକମା ଦେଇ ଖସିବା ତେଲ ବୋଳି ହେଉଥିବା ପୋଲିସ କହିଛି । ସେହିଭଳି ଲକଡାଉନ ସମୟରେ ଗଳିକନ୍ଦିରେ ଏକୁଟିଆ ଲୋକଙ୍କୁ ଆକ୍ରମଣ କରି ସୁନା ଚେନ୍ ଛଡାଇ ନେଉଥିବା ଆଉ ଗୋଟିଏ ଗ୍ୟାଙ୍ଗକୁ ଧରିଛି ପୋଲିସ । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଛି ସ୍ପେଶାଲ ଟିମ । ୮ ଜଣ ଅଭିଯୁକ୍ତ ଠାରୁ ଦାମୀ ୭୦ଟି ସ୍ମାର୍ଟ ଫୋନ, ୨୩ଟି ଲାପଟପ୍, ୯ଟି ବାଇକ୍, ଏଲଇଡି ଟିଭି ଜବତ ହୋଇଛି ।

ଭୁବନେଶ୍ୱରରେ ସେକେଣ୍ଡ ହ୍ୟାଣ୍ଡ ସାମଗ୍ରୀ ନକିଣିବା ପାଇଁ ଭୁବନେଶ୍ୱର ଡିସିପି ପରାମର୍ଶ ଦେଇଛନ୍ତି । ଚୋରା ସାମଗ୍ରୀଙ୍କୁ ଜାଣି ଶୁଣି କିଣିଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି । ଅନ୍ୟପଟେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କୁ ବନ୍ଧୁକ ମୁନରେ ସୁନା ଚେନ ଲୁଟ ଓ ନୟାପଲ୍ଲୀ ମୃତ ତୁଲସୀ ଦେଇଙ୍କୁ ଆକ୍ରମଣ କରି ଲୁଟ ମାମଲାର ଦୁବୁର୍ତ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ଖୁବଶୀଘ୍ର ଅନ୍ୟ ଅପରାଧିକ ମାମଲାରେ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱ ଡିସିପି କହିଛନ୍ତି । ଭୁବନେଶ୍ୱରରେ ଗତ ସପ୍ତାହେ ଭିତରେ ଅପରାଧିକ ମାମଲାରେ ଭୁବନେଶ୍ୱରେ ବିଭିନ୍ନ ଥାନାରୁ ୬୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

Leave a Reply