ପ୍ରତି ମାସରେ ବଢିଯିବ ୫ ହଜାର ଟଙ୍କାର ରୋଜଗାର, କେବଳ କରିବାକୁ ପଡ଼ିବ ଏହି ଛୋଟିଆ କାମ

ଆଜିକାଲି ଲୋକଙ୍କ ଦରମା ଚାକିରିରୁ ଆସୁ କିମ୍ବା ବାଣିଜ୍ୟରୁ , କିନ୍ତୁ ରୋଜଗାରର ଭିନ୍ନ କିଛି ମାଧ୍ୟମ ରହୁ ବୋଲି କିଛି ଲୋକ ଚାହାଁନ୍ତି । ଏଭଳି ଲୋକଙ୍କ ପାଇଁ ପୋଷ୍ଟ ଅଫିସର ମାସିକ ସ୍କିମ ଏକ ବିକଳ୍ପ । ଏହି ସ୍କିମ ଜରିଆରେ ଯଦି କୌଣସି ବ୍ୟକ୍ତି ଜଏଂଟ ଆକାଉଂଟ ଖୋଲନ୍ତି ତେବେ ସେମାନଙ୍କ ରୋଜଗାର ଦୁଇ ଗୁଣା ହୋଇଯାଏ । ଏଭଳି ପରିସ୍ଥିତିରେ ଏହାର ଲାଭ ଉଠାଇବାର ସୁଯୋଗ ଆପଣଙ୍କ ନିକଟରେ ରହିଛି । ଯଦି ଟ୍ୟାକ୍ସ ଆଉ ଇନଭେଷ୍ଟମେଂଟ କଥା ଆଲୋଚନା କରିବା ତେବେ ଏହି ଦୃଷ୍ଟିରୁ ଏହା ମଧ୍ୟ ଏକ ବିକଳ୍ପ ହୋଇପାରେ । କରୋନା ମହାମାରୀ ଭୂତାଣୁ କାରଣରୁ କେତେ ଲୋକଙ୍କ ଚାକିରି ଯାଇ ସରିଛି । ଅନ୍ୟ ପକ୍ଷରେ କିଛି ଲୋକଙ୍କ ଦରମାରୁ କିଛି ରାଶି କଟୁଛି । ହୁଏତ ପ୍ରଥମେ ଏହି ସ୍କିମର ଲାଭ କେବଳ ଅବସରପ୍ରାପ୍ତ ଲୋକମାନେ ଉଠାଇ ପାରୁଥିଲେ, କିନ୍ତୁ ଏହାର ଅର୍ଥ ନୁହେଁଯେ ପୋଷ୍ଟ ଅଫିସର ଏହି ସ୍କିମ କେବଳ ସିନିଅର ସିଟିଜେନ ମାନଙ୍କ ପାଇଁ ବରଂ ଆପଣ ମଧ୍ୟ ଏହାର ଲାଭ ଉଠାଇ ପାରିବେ ।

ଜଏଣ୍ଟ ଆକାଉଂଟରେ ୯ ଲକ୍ଷ ଅର୍ଥ ବିନିଯୋଗ କରିବା:
ଯେଉଁମାନେ ଥରେ ମାତ୍ର ଅର୍ଥ ବିନିଯୋଗ କରି ରେଗୁଲାର ରୋଜଗାର ପାଇବାକୁ ଚାହାଁନ୍ତି ଏହି ସ୍କିମ ସେମାନଙ୍କ ପାଇଁ ଉଚିତ୍ ହେବ । ଏଥିରେ ଜଣେ ବ୍ୟକ୍ତି ୪ ଲକ୍ଷ ୫୦ ହଜାରର ଅର୍ଥ ବିନିଯୋଗ କରି ପାରିବେ । କିନ୍ତୁ ଜଏଂଟ ଆକାଉଂଟ ପାଇଁ ଏହାର ଲିମିଟ୍ ୯ ଲକ୍ଷ ପର‌୍ୟ୍ୟନ୍ତ ବଢିଯାଏ ।

କିଭଳି ପ୍ରତି ମାସରେ କରିବେ ୫ ହଜାର ଟଙ୍କାର ରୋଜଗାର?
ବର୍ତ୍ତମାନ ପୋଷ୍ଟ ଅଫିସ ମାସିକ ସ୍କିମରେ ୬.୬ ପ୍ରତିଶତ ସୁଧ ମିଳୁଛି । ଏହାର ଅର୍ଥ ହେଉଛି ଆପଣଙ୍କୁ ବର୍ଷକୁ ୨୯,୭୦୦ର ଲାଭ ମିଳିବ । ସବୁଠାରୁ ଖାସ୍ କଥା ହେଉଛି ଜଏଂଟ ଆକାଉଂଟ ଖୋଲିଥିବା ବ୍ୟକ୍ତି ୫୯,୪୦୦ ଟଙ୍କା ସୁଧ ପାଇବେ । ପ୍ରତି ମାସରେ ୪,୯୫୦ ଟଙ୍କା ଫେରସ୍ତ ହେବ । ଯଦି ଆପଣ ଟଙ୍କା ଉଠାଇବେ ନାହିଁ ତେବେ ବାର୍ଷିକ ୫୯,୪୦୦ ଟଙ୍କା ଲାଭ ପାଇ ପାରିବେ ।
କେଉଁମାନେ ଏହି ଖାତା ଖୋଲି ପାରିବେ:
ଆପଣଙ୍କ ପିଲାଙ୍କ ନାମରେ ଆପଣ ଏହି ଖାତା ଖୋଲି ପାରିବେ । ଯଦି ପିଲାକୁ ୧୦ ବର୍ଷ ହୋଇନାହିଁ ତେବେ ମାତା ପିତା ବା ଆଇନଗତ ଅଭିଭାବକଙ୍କ ତରଫରୁ ଖାତା ଖୋଲାଯାଇ ପାରିବ ।
କିଭଳି ଖୋଲିବେ ଖାତା:
ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ଆପଣ ଆଧାର କାର୍ଡ଼, ଭୋଟର ଆଇଡି, ପ୍ୟାନ କାର୍ଡ଼, ରାଶନ କାର୍ଡ଼ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟରୁ କୌଣସି ଗୋଟିଏ ଦେବାକୁ ପଡ଼ିବ । ଏହା ସହିତ ଆପଣଙ୍କ ଠିକଣାର ପ୍ରମାଣ ଏବଂ ଦୁଇଟି ପାସପୋର୍ଟ ଆକୃତିର ଫୋଟୋ ଜମା କରିବାକୁ ପଡ଼ିବ ।

Leave a Reply