spot_img
Home Blog Page 6700

ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ଚୀନ୍ ଗୁଇନ୍ଦା ଜାହଜ, ତା ପରେ ଯାହା ହେଲା…..

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଚୀନ୍ ଭାରତ ମହାସାଗରରେ ପଛକୁ ଘୁଞ୍ଚିବାରେ ଲାଗିଛି । ଗତ ମାସରେ ମଲକା ଷ୍ଟ୍ରେଟ୍ ଦେଇ ଭାରତ ମହାସାଗରରେ ପ୍ରବେଶ କରିଥିଲା ଚୀନର ଉଆନ ଓ୍ୱାଙ୍ଗ ଶ୍ରେଣୀର ଅନୁସନ୍ଧାନ ଜାହଜ । ଭାରତୀୟ ସାମରିକ ଘାଟିର ଗୁଇନ୍ଦାଗିରି କରିବା ଥିଲା ଜାହଜର ଲକ୍ଷ୍ୟ ।  ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ଭାରତୀୟ ଯୁଦ୍ଧ ଜାହଜ ଦ୍ୱାରା ଏହାକୁ ଟ୍ରାକ କରାଯାଉଥିଲା । ଭାରତୀୟ ଯୁଦ୍ଧ ଜାହାଜ ରଡାରରେ ଥିବା ଜାଣିବା ପରେ ଡ୍ରାଗନ ଜାହଜ ଛୁ’ ମାରିଥିଲା ।

ଭାରତ ମହାସାଗରରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେରିକା ମାଲଦ୍ୱିପ ସହିତ ପ୍ରତିରକ୍ଷା ସହଯୋଗକୁ ନେଇ ଚୁକ୍ତି କରିଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ତରଫରୁ ଏହି ଘୋଷଣା କରାଯାଇଛି । ଭାରତ-ପ୍ରଶାନ୍ତ କ୍ଷେତ୍ରରେ  ଚୀନର ଉପସ୍ଥିତି ବଢିବା ପରେ ଏହାର  ମୁକାବିଲା ପାଇଁ ଭାରତ ସହ ଆମେରିକା ଚୁକ୍ତି କରିଛି ।

ଭାରତ ମହାସାଗରରେ ଚୀନକୁ ଘେରିବା ପାଇଁ ଯଆମେରିକା,ଜାପାନ,ଅଷ୍ଟ୍ରେଲିଆ ଓ ଆମେରିକା ଏକାଠି ହୋଇଛନ୍ତି । ଚୀନର ବିସ୍ତାରବାଦୀ ନୀତି ଓ ମୁକ୍ର ତଥା ଅବାଧ ବାଣିଜ୍ୟ ପାଇଁ  ଉଭୟ ଭାରତ ଓ ଜାପାନ  ଏକ  ସାମରିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ହ୍ୟାକରଙ୍କ ପଛରେ ଚୀନ୍, ୨୦୧୯ରେ ଭାରତରେ ହୋଇଥିଲା ବଡ଼ ଧରଣର ସାଇବର କ୍ରାଇମ…

ନୂଆଦିଲ୍ଲୀ: ଚୀନ୍ ଉପରେ ହ୍ୟାକିଂ ଅଭିଯୋଗ ଆଣିଛି ଆମେରିକା । ଭିନ୍ନ ଭିନ୍ନ ଦେଶର ପ୍ରାୟ ଶହେ କମ୍ପାନୀକୁ ହ୍ୟାକ୍ କରିଛି ଚୀନ୍ । ଆମେରିକାର ଜଷ୍ଟିସ୍ ଡିପାର୍ଟମେଣ୍ଟ ଏଭଳି ଦାବି କରିଛି । ଆମେରିକାର କହିବା ଅନୁଯାୟୀ, ଭାରତ ସମେତ ଅନେକ ପ୍ରମୁଖ ଦେଶରେ କାର୍ଯ୍ୟ କରୁଥିବା କମ୍ପାନୀର ଗୁପ୍ତ ତଥ୍ୟ ଓ ଗୁଇନ୍ଦା ରିପୋର୍ଟ ହ୍ୟାକ କରିବାରେ ଚୀନ୍ ନାଗରିକମାନେ ସମ୍ପୃକ୍ତ ଅଛନ୍ତି । ଆମେରିକାର ଆଟୋର୍ଣ୍ଣି ଜେନେରାଲ ଜେଫରୀ ରୋଜେନ୍ କହିଛନ୍ତି ଯେ, ହ୍ୟାକିଂ ଅଭିଯୋଗରେ ୫ ଜଣ ଚୀନ୍ ନାଗରିକ ଓ ୨ ଜଣ ମାଲେସିୟା ନାଗରିକଙ୍କ ଉପରେ ଆମେରିକାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ଅପରାଧିମାନେ ହ୍ୟାକିଂ କରିବା ସହ ଉକ୍ତ ତଥ୍ୟକୁ ବିକ୍ରି ମଧ୍ୟ କରିଛନ୍ତି । ପ୍ରତିବଦଳରେ ମୋଟା ରକମର ଅର୍ଥ ହାତେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସାଇବର କ୍ରାଇମରେ ଜଡ଼ିତ ଥିବା ମାଲେସିୟା ନାଗରିକଙ୍କୁ ଆମେରିକାର ସରକାର ଧରିବାରେ ସଫଳ ହୋଇଥିବା ବେଳେ ଚୀନ ଅପରାଧୀମାନେ ଫେରାର ଅଛନ୍ତି । ଚୀନ୍ ସରକାରଙ୍କର ସମାଲୋଚନା କରି ଆଟୋର୍ଣ୍ଣି ଜେନେରାଲ ଜେଫରୀ ରୋଜେନ୍ କହିଛନ୍ତି ଯେ, ଚୀନରେ ଶାସକ ଦଳରେ ଥିବା କମ୍ୟୁନିଷ୍ଟ ପାର୍ଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ସାଇବର କ୍ରାଇମ କରାଯାଉଛି । ଅନ୍ୟ ଦେଶର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ ସରକାର ଏଭଳି ସାଇବର କ୍ରିମିନାଲଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଏମାନଙ୍କୁ ନିଜ ଦେଶରେ ଯଥେଷ୍ଟ ସୁରକ୍ଷା ମିଳୁଥିବା ହେତୁ ଏମାନେ ଏଭଳି ଅବୈଧ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ବିଭିନ୍ନ ଦେଶର କମ୍ପାନୀର ସିଷ୍ଟମକୁ ହ୍ୟାକ୍ କରି ତଥ୍ୟ ଚୀନ୍ ସରକାରଙ୍କୁ ହସ୍ତାନ୍ତର କରୁଛନ୍ତି ।

ସେହିଭଳି ୨୦୧୯ରେ ଭାରତରେ ଚୀନ୍ ଏକ ବଡ଼ଧରଣର  ହ୍ୟାକିଂ କରିଥିଲା । ଭାରତର ମୁକ୍ତ VNPକୁ ଯୋଗ କରିବା ପାଇଁ ଚୀନ୍ VPS ପ୍ରୋଭାଇଡ ସରର୍ଭର ବ୍ୟବହାର କରିଥିଲା । ଭାରତ ସହ ସଂଶ୍ଲିଷ୍ଟ ଅନେକ ଡାଟାବେସକୁ ଚୀନ୍ ସାଇବର କ୍ରମିନାଲମାନେ ଟାର୍ଗେଟ କରିଥିଲେ ।  ‘Cobalt Strike’ ନାମକ ସଫ୍ଟଓୟାରକୁ ଭାରତୀୟ କମ୍ପ୍ୟୁଟରରେ ଇନଷ୍ଟଲ କରାଯାଇ ଡାଟା ହ୍ୟାକ୍ କରାଯାଇଥିଲା ବୋଲି ଚୀନ୍ କହିଛି । ତେବେ କେବଳ ଚୀନ ନୁହେଁ, ବିଶ୍ୱର ପ୍ରାୟ ଶହେ ପାଖାପାଖି ଦେଶରେ ଚୀନର ଏଭଳି ଅବୈଧ ସାଇବର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ବ୍ରାଜିଲ୍, ଦକ୍ଷିଣ କୋରିଆ, ଜାପାନ ଓ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ଚୀନ କବଳରେ ସାମିଲ ଅଛନ୍ତି ।

ଗାଁକୁ ଭରସା ବାଉଁଶ ପୋଲ: ବିପଦସଂକୁଳ ଅବସ୍ଥାରେ ହେଉଛନ୍ତି ନଦୀ ପାର

0

ମୟୂରଭଞ୍ଜ: ସରକରୀ ଯୋଜନାରୁ ବଞ୍ଚିତ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଡଙ୍ଗାଡିହା ଗ୍ରାମବାସୀ । ଗାଁକୁ ଯିବା ପାଇଁ ଭଳ ରାସ୍ତା ଖଣ୍ଡେ ନଥିବା ବେଳେ  ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଛି । ଆଉ ବର୍ଷା ଦିନ କଥା ନକହିବା ଭଲ । ସାଳନ୍ଦି ନଦୀ ଉପରେ ବାଉଁଶ ପୋଲ ଏମାନଙ୍କ ପାଇଁ ସାହା ଓ ଭରସା ।

ଗାଁକୁ ଭରସା ବାଉଁଶ ପୋଲ । ବିପଦସଂକୁଳ ଅବସ୍ଥାରେ ହେଉଛନ୍ତି ନଦୀ ପାର । ଅଭିଯୋଗ କଲେ ମିଳୁନି କୌଣସି ସୁଫଳ । ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଭରା ନଦୀ ତା’ ଉପରେ ବାଉଁଶ ପୋଲ । ଆଉ ଏହି ବାଉଁଶ ପୋଲ, ଦୁଇଟି ଗାଁର ୧୧୦ଟି ପରିବାରର ଯୋଗାଯୋଗର ମାଧ୍ୟମ । ଛୋଟ ପିଲା କି ବୟଷ୍କ ସମସ୍ତଙ୍କୁ ଭରଷା ଏହି ପୋଲ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ର ଡଙ୍ଗାଡିହା ଗାଁର ସାଳନ୍ଦି ନଦୀ ଉପରେ ଏହି ପୋଲ ରହିଥିବା ବେଳେ ବିପଦସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଗାଁ ଲୋକେ । ଆଉ ବର୍ଷା ଦିନ କଥା ନକହିବା ଭଲ । ବର୍ଷା ଦିନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି ଗାଁ ।

ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ଏଭଳି ଅସୁବିଧା ଲାଗି ରହିଥିବା ବେଳେ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିବା ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯେୋଗ କରିଛନ୍ତି ଲୋକେ ।

ଗଞ୍ଜେଇର ମୂଳୋତ୍ପାଟନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍: ୧୯ ମାମଲାରେ ୩୯ ଗିରଫ

0

ପାରଳାଖେମୁଣ୍ଡି: ନୀଳ ଜହରର ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲା । ଏହି ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ମୂଳ ପୋଛ କରିବା ପାଇଁ ଆକ୍ଟିଭ୍ ହୋଇଛି ଜିଲ୍ଲା ପୋଲିସ। ଯାହାର ନେତୃତ୍ୱ ନେଇଛନ୍ତି ଏସପି ତପନ କୁମାର ପଟ୍ଟନାୟକ । ଆକ୍ସନମୋଡରେ ଥିବା ପୋଲିସ ମାଫିଆଙ୍କ ସମସ୍ତ ଯୋଜନା କରୁଛି ପଣ୍ଡ । ଜବତ ହେଉଛି ରେକର୍ଡ ସଂଖ୍ୟକ ଗଞ୍ଜେଇ । ମାତ୍ର କିଛି ଦିନ ମଧ୍ୟରେ ମିଳିଛି ଅଭୁତପୂର୍ବ ସଫଳତା  ।

ଗଜପତିରେ ଗଞ୍ଜେଇର ହେବ ମୂଳୋତ୍ପାଟନ । ଦୁର୍ଗମ ଅଞ୍ଚଳରେ ଦୂର ହେବ ମାଫିଆ ରାଜ । ଏ ନେଇ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ୍ । ଏଣିକି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ କମିବ ଗଞ୍ଜେଇ ମାଫିଆଙ୍କ ରାଜ୍ । ଜିଲ୍ଲାରେ ଗଞ୍ଜେଇର ମୂଳୋତ୍ପାଟନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ ପ୍ଲାନ୍ । ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାତ୍ର ୨୦ ଦିନ ମଧ୍ୟରେ ୧୯ଟି ମାମଲାରେ ୩୯ଜଣ ଗିରଫ ହୋଇଥିବା ବେଳେ ୮କ୍ୟୁଣ୍ଟାଲ ୮୭୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବଦ ହୋଇଛି । ଏଥିସହ ଗୋଟିଏ କଣ୍ଟେନର, ୪ଟି ଟ୍ରକ୍ ୧୪ଟି କାର ସହ ୧ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିଛି ପୋଲିସ ।

ଗଜପତି ଜିଲ୍ଲା ମୋହନା, ଅଡ଼ବା, ରାୟଗଡ, ଉଦୟଗିରି, ରାମଗିରି, ଛେଳିଗଡ, ଆଦି ପାହାଡିଆ ଅଞ୍ଚଳରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥାଏ । ବେଆଇନ ଭାବରେ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ । କିନ୍ତୁ ପ୍ରତ୍ୟେକ ସିଜନରେ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜଙ୍ଗଲ, ଅବକାରୀ ଓ ପୋଲିସର ମିଳିତ ଅପରେସନରେ ନଷ୍ଟ କରାଯାଉଛି । ତଥାପି ବର୍ଷ ତମାମ ଵିଭିନ୍ନ ଉପାୟରେ ଚୋରା ଚାଲାଣ ହେଉଛି କୋଟି କୋଟି ଟଙ୍କାର ଏହି ମାଦକ ଦ୍ରବ୍ୟ । ତେବେ ଜିଲ୍ଲାରେ ନୂତନ ଏସପି ଦାୟୁତ୍ବ  ନେବା ପରେ ଏହା ଉପରେ ସାମାନ୍ୟ ରୋକ୍ ରାଗିଥିବା କହିଛନ୍ତି ବୁଦ୍ଧିଜୀବୀ ଓ ଆଉନଜୀବୀ । ଆଦିବାସୀଙ୍କ ଆର୍ଥିକ ଦୁର୍ବଳତା ଓ ନୀରହିତାର ସୁଯୋଗ ନେଇ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ରାଜ ଚାଲୁଥିବା ବେଳେ ଏହାର ମୂଳୋତ୍ପାଟନ କରିବା ପାଇଁ ଆକ୍ସନ ପ୍ରସ୍ତୁତ କରିଛି ପୋଲିସ ।

ଏକର ଏକର ଜମି ଛାରଖାର୍: ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ

0

ଚଣ୍ଡିଖୋଲ: ବନ୍ୟା ଛାଡିଛି ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ନଦୀ ବନ୍ୟା ପଶି ବ୍ୟାପକ କ୍ଷୟକ୍ଷତି କରିଛି ତ ଆଉ କେଉଁଠି ନଦୀ ବନ୍ଧରେ ଘାଇ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆଉ ଏହି ଦୁର୍ଦ୍ଦଶା ଭିତରେ ବନ୍ୟା ପୀଡ଼ିତ ନିଜର ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଦେଖିବା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ଏହି ରିପୋର୍ଟ ।

ବନ୍ୟା ଆଣି ଦେଲା ଦୁଃଖ । ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ । ଏକର ଏକର ଜମି ହେଲା ଛାରଖାର । ଆଉ ଦୁର୍ଦ୍ଦାଶା ଭିତରେ ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ବନ୍ୟା ପୀଡ଼ିତ । ଏ ଚିତ୍ର ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦେକୁଡ଼ି ଗାଁର । ବନ୍ୟା ଛାଡିବା ପରେ ଏଠାରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । କେଉଁଠି ଘର ମାଟି ମିଶି ଯାଇଛି ତ କେଉଁଠି କାନ୍ଥ ଭଙ୍ଗି ନଇଁ ପଡିଛି ଚାଳ ଘର । ଏହାରି ଭିତରେ ନିଜର ଭଙ୍ଗା କୁଡିଆକୁ ସଜାଡିବା ଲାଗି ପଡିଛନ୍ତି ବନ୍ୟା ପୀଡିତ । ଆଉ କିଏ ଭାଙ୍ଗା କାନ୍ଥ ପୁଣି ଥରେ ସଳଖେଇବାକୁ ଚେଷ୍ଟା କରୁଛି ତ କିଏ କୌଣସି ଉପାୟ ନପାଇ ଭଙ୍ଗା ନୁଆଣିଆ ଘରେ ସାହାରା ନେଉଛି ।

କେବଳ ଏତିକି ନୁହେଁ ବନ୍ୟା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଏକର ଏକର ଚାଷ ଜମିରେ ବନ୍ୟା ପାଣି ପଶିବା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । ଫଳରେ ଚାଷୀର ଦୁଃଖ ଦ୍ୱିଗୁଣିତ ହୋଇଛି । ଏସବୁ ଭିତରେ ପାଣି ଛାଡ଼ିବା ପରେ ବର୍ଷକର ଆହର ପାଇଁ ଜମିରେ ପୁଣି ଥରେ ବେଉସଣ ଆରମ୍ଭ କରିଛି ଚାଷୀ । ଏପଟେ ବନ୍ୟା ପୀଡିତଙ୍କୁ କୌଣସି ରିଲିଫ ସାମଗ୍ରୀ କି ଚାଷୀଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ତେବେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦର୍ପଣ ଅତିରିକ୍ତ ତହସିଲଦାର ।  ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସହାୟତା ଦେବା ଜରୁରୀ ହୋଇ ପଡିଛି ।