ଭୁବନେଶ୍ୱର: ଦୌଡ଼ ରାଣୀ ଦୂତି ଚାନ୍ଦ… ତାଙ୍କ ନାଆ ହିଁ ତାଙ୍କ ପରିଚୟ । ଓଡ଼ିଶା ଝିଅ ଦୂତି ଜାତାୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରରିଦର୍ଶନ କରି ଓଡ଼ିଶା ତଥା ଭାରତ ପାଇଁ ଆଣିଛନ୍ତି ଅନେକ ଗୌରବ । ସେ ହେଉଛନ୍ତି ଭାରତର ତୃତୀୟ ମହିଳା ଆଥଲେଟ୍ ଯିଏ କି ଅଲମ୍ପିକରେ ୧୦୦ ମିଟର ଦୌଡ଼ ପାଇଁ କ୍ୱାଲିଫାଏ ହୋଇଥିଲେ । ୨୦୧୮ ମସିହାରେ ଏସିଆନ ଗେମ୍ସରେ ସେ ଅଲମ୍ପିକ ମେଡାଲ ମଧ୍ୟ ଜିତିଥିଲେ । ତେବେ ଏତେସବୁ ସଫଳତା ପାଇଁ ଦରକାର ଦୃଢ଼ ଆତ୍ମବିଶ୍ୱାସ ଏବଂ ଉପଯୁକ୍ତ ଟ୍ରେନିଂ ।

ତେବେ ଆପଣ ସମସ୍ତେ ଜାଣିଥିବେ ବିଶ୍ୱ ମହାମାରୀ କରୋନା ପାଇଁ ଏବେ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍ ହୋଇପଡ଼ିଛି । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ବିଶ୍ୱରେ ହେବାକୁ ଥିବା ବଡ଼ ବଡ଼ ଇଭେଣ୍ଟକୁ ବାତିଲ କରିଦିଆଗଲା । ମହାମାରୀ ବ୍ୟାପିବା ଭୟରେ ସମସ୍ତେ ଘରେ ଲକଡାଉନରେ ରହିଲେ । ଇତି ମଧ୍ୟରେ ଖେଳାଳି ମାନେ ମଧ୍ୟ ଖୁବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ମ୍ୟାଚକୁ ବାତିଲ କରିବା ସହ ଅଲମ୍ପିକ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ମଧ୍ୟ ବାତିଲ କରାଗଲା । ଏଥିରେ ସିଧାସଳଖ ଖେଳାଳି ମାନେ ପ୍ରଭାବିତ ହୋଇଛନ୍ତି ।

ତେବେ ନିକଟରେ ଦୂତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର BMW ଗାଡ଼ିକୁ ବିକିବା ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଦୂତି ଲେଖିଛନ୍ତି ଯେ, ‘ମୁଁ ମୋ BMW କାର୍ ବିକିବାକୁ ଚାହୁଁଛି । ଯଦି କେହି ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ମତେ ମେସେଞ୍ଜରରେ ମେସେଜ କରନ୍ତୁ ।‘ ଦୂତିଙ୍କ ଏଭଳି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାସ ହେବାରେ ଲାଗିଛି ।

ଏହି ପୋଷ୍ଟରେ ଅନେକ କମେଣ୍ଟ ମଧ୍ୟ ଆସିଛି । ଦୂତିଙ୍କ କିଛି ପ୍ରଶଂସକ ଗାଡ଼ି ବିକିବାର କାରଣ ପଚାରିବାରୁ ଦୂତି ଉତ୍ତରେ ଲେଖିଛନ୍ତି ଯେ, ତାଙ୍କୁ ଟ୍ରେନିଂ ପାଇଁ ଟଙ୍କା ଦରକାର । ଏବଂ ସେଥିପାଇଁ ସେ ତାଙ୍କ ଗାଡ଼ି ବିକିବାକୁ ଚାହୁଛନ୍ତି ।









ଜୁନ୍ ୧୯ ରେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପୋଲିସ୍ ଦୁଇଟି ଗାଡିରେ ପିଲାମାନଙ୍କୁ ଚୋରା ଚାଲାଣ କରୁଥିବା ବେଳେ ପାଞ୍ଚ ଜଣଙ୍କୁ ଧରିଥିଲା । ସେଥିମଧ୍ୟରୁ ଫରିଦାବାଦର ନୀଲମ ଏବଂ ରୁବିଙ୍କ ସହ ଅନ୍ୟ ତିନିଜଣ ଯୁବକ ମଧ୍ୟ ଥିଲେ, ଯେଉଁମାନେ ପିଲା ଏବଂ ମହିଳାମାନଙ୍କୁ କାରରେ ନେଇ ଯାଉଥିଲେ । ନିକଟରେ ନୀଲମଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। ସେ କହିଥିଲେ ଯେ ସେ ଦିଲ୍ଲୀର ଡକ୍ଟର ନେହା ଏବଂ ଏଜେଣ୍ଟ ମୀନାଙ୍କ ସହ ସରୋଗେସି ବ୍ୟବସାୟ ଆରମ୍ଭ କରିଥିଲେ । ଏନେଇ ଅନେକ ମହିଳା ତାଙ୍କ ସହିତ ଯୋଗାଯୋଗରେ ମଧ୍ୟ ଥିଲେ। ଯେଉଁମାନେ ଏହି ବ୍ୟବସାୟରେ ସାମିଲ ଥିଲେ । ସେ ନେପାଳର ଥିଲା ମାଷ୍ଟର ମାଇଣ୍ଡ୍ ଅସ୍ମିତାଙ୍କ ବିଷୟରେ ମଧ୍ୟ ଅନେକ ସୂଚନା ଦେଇଥିଲେ। ନୀଲମ ତାଙ୍କୁ ଫେସବୁକ ଆଇଡି ବିଷୟରେ ମଧ୍ୟ ପୋଲିସକୁ ସୂଚନା ଦେଇଥିଲେ ।











ଖୋର୍ଦ୍ଧା ଜିଲ୍ଲା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୪ରେ ପହଞ୍ଚିଛି । ସେହିଭଳି ବିଏମସି ଅଞ୍ଚଳରେ ୯ ତାରିଖ ସୁଦ୍ଧା ୫୫୭ ଜଣ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନା ଚେକ୍ ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେଉଛନ୍ତି । ଅଧିକ ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯିବା ସହ ସାନିଟାଇଜ୍ କରାଯାଉଛି ।
ଆଜି ରାଜ୍ୟରେ ସର୍ବାଧିକ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସହ ସ୍ଥାନୀୟ ସଂକ୍ରମଣର ରେକର୍ଡ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୯୫୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୪ ହଜାର ୪୭୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏଯାଏଁ କରୋନାରୁ ସୁସ୍ଥ ହୋଇ ୭ ହଜାର ୪୦୭ ଜଣ ଫେରିଛନ୍ତି ।