କୋଭିଡ କଟକଣା ମଧ୍ୟରେ ମା’ ବିରଜାଙ୍କ ବିଜୟ ରଥଯାତ୍ରା ସମ୍ପନ୍ନ

ଯାଜପୁର: କୋଭିଡ କଟକଣା ମଧ୍ୟରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ସମ୍ପନ୍ନ ହୋଇଛି ବିଜୟ ରଥଯାତ୍ରା । ରୀତିନୀତିରେ ଷୋଡଶ ଉପଚାର ହୋଇଥିବା ବେଳେ ସମୀତ ସେବାୟତ ଓ ବିନା ଭକ୍ତରେ ମା’ଙ୍କ ପୂଜାର୍ଚ୍ଚନା ହୋଇଛି । କୋଭିଡ୍ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ମା’ ବିରଜାଙ୍କ ବିଜୟ ରଥଯାତ୍ରା ।

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ସୀମିତ ସେବାୟତ ଓ ବିନା ଭକ୍ତରେ ରଥଯାତ୍ରା ହୋଇଛି । ନବଦିନାତ୍ମକ ଏହି ଶାରଦୀୟ ପୂଜାର ଅନ୍ତିମ ଦିନରେ ମା’ଙ୍କୁ ପବିତ୍ର ବୈତରଣୀ ନଦୀର ଅଶ୍ୱମେଧ ଘାଟରେ ମହାସ୍ନାନ କରାଯାଇଥିଲା । ଆଉ ଏହି ସମୟରେ ଭକ୍ତ କଟକଣାକୁ ମାନି ମନ୍ଦିର ନାଯାଇ ରାସ୍ତାରୁ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ରୀତିନୀତିରେ ମା’ଙ୍କ ଷୋଡଶଉପଚାର ପୂଜା ହୋଇଥିଲା । ପ୍ରତିବର୍ଷ ନବମୀ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ ।

ହେଲେ ଚଳିତବର୍ଷ  କୋଭିଡ଼ କଟକଣା ଯୋଗୁଁ ଖାଁ ଖାଁ ହୋଇଥିଲା ମନ୍ଦିର ପରିସର । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଏହାକୁ ମାନି ସହଯୋଗ କରିଥିଲେ । ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶେଷ ହୋଇଛି ବିଜୟ ରଥଯାତ୍ରା । ଆଜି ରାତିରେ ଘଟ ବିର୍ସଜନ ପରେ ପାର୍ବଣ ଶେଷ ହେବ ।

Leave a Reply