spot_img
Home Blog Page 6673

୧୧ ଯାଏଁ କାଚିବ ବର୍ଷା, ଏହିସବୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, ପୁରୀ, ଗଂଜାମ  ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହୋଇପାରେ  । ଏଥିପାଇଁ ୟେଲୋ  ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଏବଂ  ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ।

ଆସନ୍ତ ୧୧ତାରିଖ ଯାଏଁ ପୁଣି ଥରେ ରାଜ୍ୟ ବିଭିନ୍ନ ଅଞ୍ଚଳ ଭିଜିବ । ବର୍ତ୍ତମାନ ବଙ୍ଗପସାଗରରେ ସୁଷ୍ଟ ଲଘୁଚାପ କାରଣରୁ ହିଁ ଆସନ୍ତ ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ଏହାସହ ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଅର୍ଥାତ୍ ଜୁନରୁ ଜୁଲାଇ ମାସ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ ରହିଥିଲା । କିନ୍ତୁ ଗତ ୪ତାରିଖରେ ଲଘୁଚାପ ପାଇଁ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କାରଣରୁ ୧୧ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାସହ ଲଘୁଚାପ, ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭଦ୍ରକ ମୁଖ୍ୟ ଡାକ୍ତରଖାନା OPD ୪୮ ଘଣ୍ଟା ପାଇଁ ବନ୍ଦ

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଛି । ଦିନ ବଢିବା ସହ ସଂକ୍ରମଣର ଶିକାର ହେଉଛନ୍ତି କୋଭିଡ଼ ଯୋଦ୍ଧା । ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେଉଛନ୍ତି । ଭିମସାର ପରେ ଏବେ ଭଦ୍ରକ ମେଡ଼ିକାଲରେ ଜଣେ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି ।

ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଓପଡି ବନ୍ଦ ରହିଛି । ଭଦ୍ରକ ମେଡିକାଲରୁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଓପିଡିକୁ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ତେବେ ଓପିଡିର ଜରୁରୀକାଳୀନ ସେବା ଓ ସର୍ଜରୀ ବିଭାଗରେ ସେବା ଚାଲୁ ରହିବ । ଏନେଇ ସିଡିଏମଓ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ମେଡିକାଲ ପରିସର ସାନିଟାଇଜ ସହ ଅନ୍ୟ ସୁରକ୍ଷା ପଦକ୍ଷେପ ନିଆଯିବା ପରେ ସେବା ଚାଲୁ ରଖାଯିବ ।

ଆପଣଙ୍କୁ କହିରଖୁଛୁ ଯେ, ଭଦ୍ରକରେ ସମୁଦାୟ ସଂକ୍ରମିତ ସଂଖ୍ୟା ୮୫୪ରେ ପହଞ୍ଚିଛି । ଏହାସହ ଏଠାରେ ସୁସ୍ଥହାର ମଧ୍ୟ ବଢିଛି ଏଠାରେ ସମୁଦାୟ ୬୦୩ଜଣ ଆରୋଗ୍ୟ ଲାଭ କରିଛନ୍ତି  । ଏବଂ ଏପର୍ଯ୍ୟନ୍ତ ଜିଲ୍ଲାରେ ୨୪୩ଟି ସକ୍ରିୟ ମାମଲା ରହିଛି ।  ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି ।

କମାଲ କଲେ କୃଷକ: ଜାତୀୟ ରାଜପଥରେ କଲେ ସାେୟାବିନ୍ ଚାଷ

ଭୋପାଳ: ଆପଣ ଅନେକ ସମୟରେ ଜାତୀୟ ରାଜପଥରେ ଚାଲୁଥିବା ହାଇ ସ୍ପିଡ୍ ଯାନଗୁଡ଼ିକୁ ଦେଖିଥିବେ, କିନ୍ତୁ ଆପଣ ରାଜପଥ ମଧ୍ୟରେ ଏକ ଚାଷଜମି ଦେଖିଛନ୍ତି କି? ଅଜବ ଲାଗୁଥାଇପାରେ, କିନ୍ତୁ ମଧ୍ୟପ୍ରଦେଶର ବେଟୁଲର ଜଣେ କୃଷକ ବେଟୁଲ-ଭୋପାଳ ଜାତୀୟ ରାଜପଥରେ ନିର୍ମିତ ଏକ ଡିଭାଇଡର୍ ଉପରେ ସୋୟାବିନ୍ ଚାଷ କରିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସ୍ଥାନୀୟ ପ୍ରଶାସନ ଚକିତ ହୋଇଯାଇଛନ୍ତିଏଠାରେ NHAI ବେଟୁଲ-ଭୋପାଳ ଜାତୀୟ ରାଜପଥ ନିର୍ମାଣ କରୁଛି, କିନ୍ତୁ ଗତ କିଛି ଦିନ ହେବ ଏଠାରେ ରାଜପଥ ମଧ୍ୟରେ ସୋୟାବିନ ଫସଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେଏହି ଘଟଣା ସ୍ଥାନୀୟ ପ୍ରଶାସନର ସୂଚନାରେ ପହଞ୍ଚିବା ପରେ ତହସିଲଦାର ଏହି ସ୍ଥାନରେ ପହଞ୍ଚି ରାଜପଥରେ ସୋୟାବିନ ଚାଷ ଦେଖିଥିଲେ

Soybean Farming Information Detailed Guide | Agri Farming

 ଜାତୀୟ ରାଜପଥ ମଧ୍ୟରେ ଥିବା ଏକ ଡିଭାଇଡର୍ ଉପରେ ଲାଲା ଯାଦବ ନାମକ ଜଣେ କୃଷକ ୧୦ ଫୁଟ ଚଉଡ଼ା ଏବଂ ପ୍ରାୟ ୩୦୦ ଫୁଟ ଲମ୍ବ ସ୍ଥାନରେ ସୋୟାବିନ ବୁଣିଛନ୍ତି। ଏହା ପରେ ତହସିଲଦାର ତୁରନ୍ତ ରାଜସ୍ୱ କର୍ମଚାରୀ ଏବଂ ପାଟୱାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶୀଘ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ତହସିଲଦାର ଓମପ୍ରକାଶ ଚୋରମା କହିଛନ୍ତି ଯେ ଜଣେ କୃଷକ ଚାରି ଲେନର ଡିଭାଇଡର୍ ଉପରେ ସୋୟାବିନ୍ ଫସଲ ଲଗାଇଥିବାର ଖବର ଆସିଥିଲା । ଘଟଣାସ୍ଥଳରେ ଅନୁସନ୍ଧାନ ପରେ ଏହା ସତ ବୋଲି ଜଣାପଡ଼ିଥିଲା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଅନ୍ୟପକ୍ଷରେ ଲାଲା ଯାଦବ କହିଛନ୍ତି ଯେ, ଜମିରେ ବୁଣିବା ପାଇଁ ଆଣିଥିବ ସୋୟାବିନ ମଂଜିରୁ ୫ କିଲୋ ବଳି ପଡିଥିଲା । ବଳକା ମଂଜିକୁ ନଫୋପାଡି ସେ ତାକୁ ଡିଭାଇଡର ଉପରେ ବିଞ୍ଚି ଦେଇଥିଲେ । ପରେ ଗଛ ହେବା ଦେଖି ସେ ଏହାର ଯତ୍ନ ନେଇଥିଲେ ।

ଦିଶା ସାଲିଆନଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କୁ ଫୋନ କରି କିଏ କରୁଥିଲା ହଇରାଣ, ଜାଣନ୍ତୁ

ରାଜପଥରେ ଫସଲ ଚାଷ କରୁଥିବା ଲାଲା ଯାଦବ କହିଛନ୍ତି ଯେ, ସେ ନିଜ କ୍ଷେତରେ ସୋୟାବିନ ବୁଣିଛନ୍ତି। ଚାଷ ଜମିରେ ସୋୟାବିନ୍ ବୁଣିବା ପରେ, ଯେତେବେଳେ 5 କିଲୋଗ୍ରାମ ସୋୟାବିନ୍ ମଞ୍ଜି ବଳିଗଲା, ମଞ୍ଜିଗୁଡିକ ନଷ୍ଟ ନହେଉ ବୋଲି ତାକୁ ଡିଭାଡର ଉପରେ ବୁଣିଦେଇଥିବା ସେ କହିଛି । ଯେତେବେଳେ ସୋୟାବିନ ଫସଲ ବାହାରିଲା, ସେ ତାଙ୍କୁ ପାଣି ଏବଂ ଔଷଧ ଦେବା ଆରମ୍ଭ କଲେ |

ଦେଶରେ ୨୦ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ୨୦ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣରେ ଆଜି ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୨ ହଜାର ୫୩୮ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ୯୩୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦୈନିକ ସଂକ୍ରମଣରେ ଏଭଳି ରେକର୍ଡ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୬୦ ହଜାର ଟପିଯାଇଛି। ଏହା ପୂର୍ବରୁ ଜୁଲାଇ ୩୧ରେ ୫୭ ହଜାର ୧୫୧ ମାମଲା ଥିଲା। ଦେଶରେ କରୋନାରେ ମୋଟ୍ ମୃତ୍ୟୁସଂଖ୍ୟା ୪୨ହଜାର ୫୧୮କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ୪ଲକ୍ଷ ୯୦ହଜାର ୨୬୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ହଜାର ୯୨ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୨ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ୪ହଜାର ୬୯୦ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୨ଲକ୍ଷ ପାରି ସଂକ୍ରମିତଙ୍କସଂଖ୍ୟା । ୧୮ଶହ ୪୨ଜଣଙ୍କ ମୃତ୍ୟୁ । ସେହିପରି କର୍ଣ୍ଣାଟକ , ଦିଲ୍ଲୀ ଓ ୟୁପିରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୯୯୮, ୪ହଜାର ୮୨ ଓ ୧୯୮୧ ।

ସେହିପରି ଗୁରୁବାର ଦେଶରେ ସର୍ବାଧିକ ୬ ଲକ୍ଷ ୬୦ ହଜାର କରୋନା ଟେଷ୍ଟ୍‌ କରାଯାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୨୭ ହଜାର ୭୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା‌ ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୬ ଲକ୍ଷ ୭ ହଜାର ୩୮୪ ରହିଛି ଏବଂ ୧୩ ଲକ୍ଷ ୭୮ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ରହିଛି ୧ ଲକ୍ଷ ୩୬ ହଜାର ୨୬୮ ଏବଂ ୩ ଲକ୍ଷ ୫ ହଜାର ୫୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ୍‌ ୧୬ ହଜାର ୪୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡ଼ୁରେ ମୋଟ୍‌ ୫୪ ହଜାର ୧୮୪ ସକ୍ରିୟ ମାମଲା ଥିବାବେଳେ ୨ ଲକ୍ଷ ୧୪ ହଜାର ୮୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ମାତ୍ର ୨୧ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ମାମଲା ରିପୋର୍ଟ କରାଯାଇଛି। ଗୁରୁବାର ପୁଣି ୯୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆମେରିକା, ବ୍ରାଜିଲ୍‌ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଯାଇଛି। ଭାରତରେ ସଂକ୍ରମଣ ବୃଦ୍ଧିହାର ୩.୧ ପ୍ରତିଶତ ଥିବାବେଳେ ଆମେରିକାରେ ୧.୧ ପ୍ରତିଶତ ଏବଂ ବ୍ରାଜିଲ୍‌ରେ ୨ ପ୍ରତିଶତ ରହିଛି । ମାତ୍ର ୯ ଦିନ ମଧ୍ୟରେ ଭାରତରେ ସଂକ୍ରମଣ ମାମଲା ୫ ଲକ୍ଷ ଟପିଯାଇଛି। ଗୁରୁବାର ଦିନ ଦେଶରେ ମୋଟ୍‌ ୬୨ ହଜାର ୪୮୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ମହାନଦୀ ଜଳ ବିବାଦ: ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର: ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାର ଆଜି ଶୁଣାଣି । ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହେବ । ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିଶନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଟ୍ରିବ୍ୟୁନାଲରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି । ତେବେ, ଛତିଶଗଡ଼ ଓ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ଆଡମିଶନ ଓ ଡିନାଏଲ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିନଥିବା ଜଣାପଡ଼ିଛି ।

ଗତମାସ ୧୧ ତାରିଖରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି ପାଇଁ ଓଡିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସଙ୍ଗ ତାଲିକାରୁ, ପ୍ରାଥମିକ ପର୍ଯ୍ୟାୟରେ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଇସ୍ୟୁ ଫ୍ରେମ୍‌ରେ ଓଡିଶାର ସର୍ବାଧିକ ପ୍ରସଙ୍ଗକୁ ସାମିଲ କରାଯାଇଥିଲା । ଆଗକୁ ପ୍ରସଙ୍ଗ ଗୁଡିକର ଶୁଣାଣିରେ ଓଡ଼ିଶା ଦ୍ୱାରା ପ୍ରଭାବଶାଳୀ ଢଙ୍ଗରେ କିପରି ଟ୍ରିବ୍ୟୁନାଲଙ୍କ ନିକଟରେ ଉପସ୍ଥାପନ କରାଯିବ, ସେ ନେଇ ଓଡିଶାର ଆଇନଜୀବୀ ଟିମ୍‌ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ପ୍ରସଙ୍ଗ ନିର୍ଦ୍ଧାରଣର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସାକ୍ଷ୍ୟମାନଙ୍କର ତାଲିକା, ପ୍ରମାଣ ସଂପର୍କିତ ସତ୍ୟପାଠ, ସାକ୍ଷ୍ୟ ମାନଙ୍କର କ୍ରସ୍ ଏଗଜାମିନେଶନ୍ ଶେଷହେବା ପରେ ପ୍ରସଙ୍ଗ ଗୁଡିକର ଶୁଣାଣି ଆରମ୍ଭ ହେବ ବୋଲି ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀ କହିଛନ୍ତି ।

ସକାଳ ୭ଟାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

ବ୍ରହ୍ମପୁର:  ଭୂକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା । ସକାଳ ସକାଳ ୭ଟା ୧୦ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୩.୮ । ଭୂମିକମ୍ପ ଭୟରେ ଘରୁ ବାହାରି ଆସିଲେ ଲୋକେ । ପାତ୍ରପୁର ଓ ଚିକିଟି ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଥିବା ସୂଚନା । ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସକାଳୁ ପୋଡାମାରି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସେପଟେ ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଲୋକକଥା ଅନୁସାରେ ଭୂମିକମ୍ପ ହେବାରୁ ମହିଳା ମାନେ ହୁଳହୁଳି ପକାଇ ଘରୁ ବାହାରକୁ ଚାଲିଆସିଥିଲେ ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଚିକିଟି, ପାତ୍ରପୁର, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଜଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାସହ ଗଜପତି ଜିଲ୍ଲାର ମୋହନାର ବିଭିନ୍ନ ବ୍ଲକର ଭୂମିକମ୍ପ ଅନୁଭୂତ ହୋଇଥିଲା । ସମୟ ପ୍ରାୟ ୭ଟା ୧୦ ସୁଦ୍ଧା ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଅନ୍ୟପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ମଧ୍ୟ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାସହ ଆସାମରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି । ତେବେ ବ୍ରହ୍ମପୁରରେ ହୋଇଥିବା ଭୂକମ୍ପ ପ୍ରାୟ ୭ରୁ ୧୦ସେକେଣ୍ଡ ମଧ୍ୟ ଏହି ଭୂକମ୍ପ ଅନୂଭୁତ ହୋଇଥିଲା ।

ନିଜର ଅପହରଣର ଡ୍ରାମା କରି ମାଆଙ୍କୁ ମାଗିଥିଲେ ୨ଲକ୍ଷ ଟଙ୍କା

ଖଲିଦାବାଦ: ଅନଲାଇନ୍ ଗେମ୍ ଖେଳୁ ଖେଳୁ ଟଙ୍କା ଲଗାଇଥିଲେ ଯୁବକ ଜଣକ  । ଆଉ ତାପରେ ଏହି ଖେଳର ନିଶା ଏତେ ଅଧିକ ହୋଇଗଲା ଯେ, ସେ ସାଙ୍ଗମାନଙ୍କ ଋଣ ମଧ୍ୟ ନେଇଥିଲେ  । କିନ୍ତୁ ଏହି ଋଣ ପରିଶୋଧ କରିବା ପାଇଁ ସେ ତାଙ୍କ ନିଜର ଅପହରଣର ଡ୍ରାମା କରିଥିଲେ । ମା’ଙ୍କ ମୋବାଇଲରେ ଏକ ମାସେଜ ପଠାଇ ଦୁଇ ଲକ୍ଷ ଟଙ୍କା ମାଗିଥିଲେ ଯୁବକ । କେବଳ ଏତିକି ନୁହେଁ, ତିନି ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରା ନ ଗଲେ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଛନ୍ତି । ସୂଚନା ମୁତାବକ, ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି ।

ଏସପି ବ୍ରଜେଶ ସିଂଙ୍କ ଅନୁଯାୟୀ, ଖଲିଲାବାଦ ବ୍ଲକରେ ମୁତୟନ ଥିବା ଏଡିଏ କୃଷି ହରିଚନ୍ଦ ତ୍ରିପାଠୀ ଗୁରୁବାର ରାତି ୮ଟାରେ ତାଙ୍କ ପୁଅ ଅଶୁତୋଷ ତ୍ରିପାଠୀ  (୨୬ବର୍ଷ) ଅପହରଣ ହୋଇଯାଇଥିଲେ । ସେ ଗ୍ୱାଲିଅର୍ (ମଧ୍ୟପ୍ରଦେଶ) ରେ ବିଏସ୍ସି ନର୍ସିଂର ତୃତୀୟ ବର୍ଷର ଛାତ୍ର । ଏପ୍ରିଲରେ ଘରକୁ ଆସିଥିଲେ । ଗୁରୁବାର ସନ୍ଧ୍ୟାରେ ସେ ଖଲିଦାବାଦ ଯାଇଥିଲେ।

କିଛି ସମୟ ପରେ ପତ୍ନୀଙ୍କ ମୋବାଇଲରେ ପୁଅର ମୋବାଇଲରୁ ଏକ ମେସେଜ ଆସିଥିଲା। ଏଥିରେ ଲେଖାଯାଇଥିଲା ଯେ ତୁମ ପୁଅକୁ ଅପହରଣ କରାଯାଇଛି। ଯଦି ଆପଣ ତାଙ୍କୁ ଜୀବିତ ଦେଖିବାକୁ ଚାହୁଁନାହାଁନ୍ତି, ତେବେ ପୁଅର ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ଟ୍ରାନ୍ସଫର କରନ୍ତୁ । ଆଉ ଟଙ୍କା ତିନି ଘଣ୍ଟା ମଧ୍ୟରେ ଆକାଉଣ୍ଟରେ ପହଞ୍ଚିବା ଦରକାର । ଯଦି ଆପଣ ପୋଲିସ କିମ୍ବା ଅନ୍ୟ କାହାକୁ ଜଣାନ୍ତି, ତେବେ ଆପଣ ପୁଅକୁ ଦେଖି ପାରିବେ ନାହିଁ ।

ଏସପିଙ୍କ ଅନୁଯାୟୀ, ଅଜ୍ଞାତଙ୍କ ବିରୋଧରେ ଅପହରଣର ମାମଲା ରୁଜୁ କରାଯାଇଥିଲା । ପୋଲିସ ଟିମ୍ ରାତିରେ ଆଶୁତୋଷଙ୍କୁ ଟାଉନସିପର ହରାଇୟା ଠାରୁ ପାଇଥିଲେ । ପଚରାଉଚରା ବେଳେ ଆଶୁତୋଷ କହିଛନ୍ତି ଯେ ତାଙ୍କୁ ଅପହରଣ କରାଯାଇ ନାହିଁ କିନ୍ତୁ ଜୁଲାଇ ୩ରେ ତାଙ୍କ ହ୍ୱାଟ୍ସଆପରେ ଅନଲାଇନ୍ ଖେଳର ଏକ ଲିଙ୍କ୍ ଆସିଥିଲା। ସେ ଟଙ୍କା ଲୋଭରେ ସେହି ଖେଳ ଖେଳିବା ଆରମ୍ଭ କରିଥିଲେ ।

ଅଗଷ୍ଟ ୫ ପର୍ଯ୍ୟନ୍ତ ଖେଳିବାବେଳେ ସେ ୧.୬୦ ଲକ୍ଷ ଟଙ୍କା ହରିଯାଇଥିଲେ । ତାପରେ ସେ ସାଙ୍ଗମାନଙ୍କଠାରୁ ଋଣ ନେଇଥିଲେ । କିନ୍ତୁ ଖେଳରେ ବାରମ୍ବାର ହାରିବା ପରେ ସେ ଋଣରେ ଆଣିଥିବା ଟଙ୍କାକୁ ସୁଝିବାକୁ ଅକ୍ଷମ ହୋଇଥିଲେ । ଏଥିପାଇଁ ସେ ନିଜ ଅପହରଣର ଡ୍ରାମା କରିଥିଲେ । ଜାଲିଆତି ଏବଂ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପରେ ଅଭିଯୁକ୍ତ ଅଶୁତୋଶଙ୍କୁ ଜେଲ ପଠାଯାଇଛି ବୋଲି ଏସପି କହିଛନ୍ତି ।

ଏୟାର ଇଣ୍ଡିଆରେ ଥିଲେ ୧୦ଜଣ ନବଜାତ !

କେରଳ: କେରଳ ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ୧୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି  । ୧୨୩ ଜଣ ଆହତ ହୋଇଛନ୍ତି  । ଦୁଘର୍ଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି  । ବିମାନରେ ସମୁଦାୟ ୧୮୪ ଜଣ ଯାତ୍ରୀ, ୬ ଜଣ କ୍ରିୟୁ ମେମ୍ବର ଓ ଦୁଇ ଜଣ ପାଇଲଟ୍ ରହିଥିଲେ  । ୪ କ୍ରିୟୁ ମେମ୍ବର ସୁରକ୍ଷିତ ଅଛନ୍ତି ।  ଯାତ୍ରୀମାନଙ୍କ ମଧ୍ୟରେ ୧୦ ଶିଶୁ ରହିଥିଲେ  ।

ସେପଟେ ବିମାନରେ ଥିବା ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ହେଲପଲାଇନ ଜାରି କରାଯାଇଛି । ବନ୍ଦେ ଭାରତ ଅଭିଯାନ ମାଧ୍ୟମରେ ଦୁବାଇରେ କରୋନା ଯୋଗୁ ଫସି ରହିଥିବା ଯାତ୍ରୀଙ୍କୁ ନେଇ ଏଆର ଇଣ୍ଡିଆର ବୋଇିଂ ୭୩୭ ବିମାନଟି ଶୁକ୍ରବାର କେରଳର କୋଝିକୋଡ୍ ଆସିଥିଲା  । ତେବେ  ସଂଧ୍ୟା ୭ଟା ୪୫ ମିନିଟ୍ ବେଳେ ବିମାନଟି ଲ୍ୟାଣ୍ଡିଂ କରୁଥିବା ବେଳେ ରନୱେରେ ସ୍କିଡ୍ କରି ବିମାନବନ୍ଦର ୱାଲରେ ପିଟି ହୋଇଯାଇଥିଲା  ।

ଫଳରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା  । ଅତ୍ୟଧିକ ବର୍ଷା କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି  । ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ କ୍ୟାପଟେନ୍ ଦୀପକ ବସନ୍ତ ସାଠେ ବୋଲି ଜଣା ପଡିଛି  ।

ଦୁର୍ଘଟଣା ଘଟିବା ପରେ କେରଳ ମୁଖ୍ୟମନ୍ତ୍ରୀ ପାନାରଏ ବିଜୟନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ  । ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି  । ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣ , ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  ।

ଏହି ରାଶିର ଲୋକଙ୍କର ଆର୍ଥିକସ୍ଥିତିରେ ଆଜି ହେବ ଉନ୍ନତି, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଅଗଷ୍ଟ ୮ ତାରିଖ,ସୌର ମାସ,କର୍କଟ ୨୪ ଦିନ

ଭଦ୍ରବ ମାସ କୃଷ୍ଣପକ୍ଷ, ଶନିବାର

ଉତ୍ତରଭାଦ୍ରପଦ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିବେ

ଦିନ ୪ଟା ୧୧ ପରେ ରେବତୀ ନକ୍ଷତ୍ର ମୀନ ରାଶିରେ

ଘାତଚନ୍ଦ୍ର- ଧନୁ ରାଶିର

ଘାତବାର- ବୃଷ, ସିଂହ,କନ୍ୟା ରାଶିର

ପୁଷ୍କର ଦୋଷ- ମୃତ ବ୍ୟକ୍ତିର ୧ ପାଦ, କୃଷି ହାନି,ଭୂମିଦାନ

 

ଶୁଭ ସମୟ- ଦିନ ୧୦ଟା ୧୬ ରୁ ଦିନ ୧ଟା ୦୮

ରାତି ୮ଟା ୩୦ ରୁ  ରାତି ୧୦ଟା ୪୫

ଅଶୁଭ ସମୟ- ରାହୁକାଳ- ଦିନ ୮ଟା ୪୦ ରୁ ଦିନ ୧୦ଟା ୧୬

ବାରବେଳା- ଦିନ ୧ଟା ୨୮ ରୁ ଦିନ ୩ଟା ୩୩

କାଳବେଳା- ଦିନ ୪ଟା ୩୯ ରୁ ସନ୍ଧ୍ୟା ୬ଟା ୧୫ ମିନିଟ୍

ମେଷ ରାଶି –

ଅଶ୍ୱିନୀ- ଯେତେ ଚେଷ୍ଟା କରିଲେ ବି ପରିଶ୍ରମ ତୁଳନାରେ କମ୍ ଫଳ ପାଇବେ

ଦ୍ୱିଜା- ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

କୃତ୍ତିକା- ଅର୍ଥର ଅଭାବ ରହିବ, ଧାର୍ ସୂତ୍ରରେ ଆଣି ପାରନ୍ତି

ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ

 ବୃଷ ରାଶି-

କୃତ୍ତିକା- ନୂତନ ଭାବରେ ଆରମ୍ଭ କରିଥିବା କାମରେ ବ୍ୟସ୍ତ ରହିବେ

ରୋହିଣୀ- ପିଲାମାନଙ୍କର ସହ ହସଖୁସିରେ ସମୟ କଟାଇବେ

ମୃଗଶିରା- ଭାଇଙ୍କ ସହ ସଂପର୍କ ଖରାପ ରହିବ, ମନ ଅଶାନ୍ତ ରହିବ

ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ ଆପଣଙ୍କ ଲାଗି ଶୁଭ ରହିବ

ମିଥୁନ ରାଶି-

ମୃଗଶିରା- ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ

ଆଦ୍ରା- ଆର୍ଥିକସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ହେବ

ପୁର୍ନବସୁ- ଘରେ କୌଣସି ଆନନ୍ଦ ଉତ୍ସବ ହୋଇପାରେ

ଶ୍ରୀନାରୟଣଙ୍କୁ ମିଶ୍ରି ଓ ତୁଳସୀ ପତ୍ର ଭୋଗ ଲଗାନ୍ତୁ

କର୍କଟ ରାଶି-

ପୁନର୍ବସୁ- ଅର୍ଥ,ସମ୍ମାନ ପାଇବାରେ କିଛି ପ୍ରତିବନ୍ଧକ ରହିବ ନାହିଁ

ପୁଷ୍ୟା- ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ

ଅଶ୍ଳେଷା- ନୂତନ ବନ୍ଧୁ ସୃଷ୍ଟି କରିବେ

ଓଁ ସୋମାୟ ନମଃ ମନ୍ତ୍ରକୁ ପାଠ କରନ୍ତୁ

ସିଂହ ରାଶି-

ମଘା- ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ସଂପୂର୍ଣ୍ଣ କରିବାକୁ ଚେଷ୍ୟା କରନ୍ତୁ

ପୂର୍ବାଫାଲଗୁନୀ- କୋର୍ଟ କଚେରୀ, ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ଯାଇପାରେ

ଉତ୍ତରାଫାଲଗୁନୀ- କର୍ତ୍ତବ୍ୟନିଷ୍ଠା ଯୋଗୁଁ ଅନ୍ୟମାନଙ୍କ ଠାରୁ ଆଦର ପାଇପାରନ୍ତି

ଶ୍ରୀରାମଙ୍କର ମୂଳମନ୍ତ୍ରକୁ ପାଠ କରି ଦିନ ଆରମ୍ଭ କରନ୍ତୁ

କନ୍ୟା ରାଶି-

ଉତ୍ତରାଫାଲଗୁନୀ- ଅନ୍ୟମାନଙ୍କର କାର୍ଯ୍ୟକଳାପ ଆପଣଙ୍କୁ କଷ୍ଟ ଦେଇପାରେ

ହସ୍ତା- ଅନ୍ୟାମାନଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି

ଚିତ୍ରା- ବନ୍ଧୁଙ୍କ ସହିତ କୌଣସି କାରଣରୁ ମତଭେଦ ହୋଇପାରେ

ଇଷ୍ଟଦେବୀ ତ୍ରୀପୁରାସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ତୁଳା ରାଶି-

ଚିତ୍ରା- କାହା ସହିତ ଯୁକ୍ତି କରନ୍ତୁ ନାହିଁ, ପରିସ୍ଥିତି ଖରାପ ହୋଇପାରେ

ସ୍ୱାତୀ- ପୁରୁଣା ସଂପର୍କକୁ ଠିକ୍ କରିବା ପାଇଁ ଚେଷ୍ଟା କରନ୍ତୁ

ବିଶାଖା- କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ନେଇପାରନ୍ତି

ଶୁଭଫଳ ପାଇଁ ଭାର୍ଗବଙ୍କର ପୂଜା କରନ୍ତୁ

ବିଛା ରାଶି-

ବିଶାଖା- ସୁବିଧାରେ ଏବଂ ସହଜଭାବରେ କାର୍ଯ୍ୟ ହାସଲ କରିବେ

ଅନୁରାଧା- ବ୍ୟବସାୟରେ କିଛି ଲାଭ ହୋଇପାରେ

ଜ୍ୟେଷ୍ଠା- ବକେୟା ଅର୍ଥକୁ ଆଜି ଫେରିପାଇବେ

ବଗଳାମୁଖୀଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ ରାଶି-

ମୂଳା- ଆର୍ଥିକ ଅଭାବ ଲାଗି ରହିବ

ପୂର୍ବାଷାଢା- କୌଣସି କାରଣ ନ ଥାଇ ଦୋଷୀ ହେବେ

ଉତ୍ତରାଷାଢା- ମହିଳାମାନଙ୍କର ପାରିବାରିକ ସମସ୍ୟା ବଢିବ

ଘରର ଐଶାନ୍ୟା କୋଣରେ ଘିଅ, ମହୁ, ଚିନି, ଦହି ଢାଳିଦିଅନ୍ତୁ

ମକର ରାଶି-

ଉତ୍ତରାଷାଢା- କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ

ଶ୍ରବଣା- ସ୍ୱାସ୍ଥ୍ୟଗତ ସମସ୍ୟାରେ ପରିବର୍ତ୍ତନ ହୋଇପାରେ

ଧନିଷ୍ଠା- ପାରିବାରିକ ସ୍ଥିତିକୁ ନେଇ ମନ ଅଶାନ୍ତ ରହିବ

ମା’ଦକ୍ଷିଣକାଳୀଙ୍କର ମନ୍ତ୍ର ପାଠ କରନ୍ତୁ

କୁମ୍ଭ ରାଶି-

ଧନିଷ୍ଠା- ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ କରିବାକୁ ଚେଷ୍ଟା କରନ୍ତୁ

ଶତଭିଷା- ଦୁଃସାହାସିକ ପଦକ୍ଷେପ ନେଇ ରାଜନୀତିରେ ସଫଳତା ପାଇବେ

ପୂର୍ବଭାଦ୍ରପଦ- କିଛି ପାଇବାରେ ଅସଫଳ ରହିବେ

କଳାରାଶି ଗୁଣ୍ଡ ପିମ୍ପୁଡି ଗାତରେ ଦେଇ ଦିଅନ୍ତୁ

ମୀନ ରାଶି-

ପୂର୍ବଭାଦ୍ରପଦ- ଶାରିରୀକ ଅସୁସ୍ଥତା ଅନୁଭବ କରିବେ

ଉତ୍ତରଭାଦ୍ରପଦ-କୌଣସି ଛୋଟ କଥାକୁ ନେଇ ମନୋମାଳିନ୍ୟା ହୋଇପାରେ

ରେବତୀ- ଅପେକ୍ଷା କରିଥିବା ଖବରକୁ ନେଇ ଚିନ୍ତାରେ ରହିବେ

ହଳଦୀକୁ ଘୋରି ମଥାରେ ତିଳକ ପରି ଲଗାନ୍ତୁ

 

ଜ୍ୟୋତିର୍ବିଦ୍- ଦୀପକ ଆଚାର୍ଯ୍ୟ

ଫେରାଇଦେଲା ଦିଲ୍ଲୀ ଏମ୍ସ, ଚିକିତ୍ସା କଲା ବଡ଼ ମେଡିକାଲ

ଭୁବନେଶ୍ୱର: ମହାମାରି ଆଳରେ ଯେପରି ଅନ୍ୟ ଗୁରୁତର ରୋଗୀ ଚିକିତ୍ସାରୁ ବଂଚିତ ନହୁଅନ୍ତି, ସେନେଇ ସରକାର ଜାରି କରିଛନ୍ତି ନିର୍ଦେଶନାମା । କିନ୍ତୁ ଦିଲ୍ଲୀ ଏମ୍ସରେ ଦେଖିବାକୁ ମିଳିଛି, ଏହାର ବ୍ୟତିକ୍ରମ । ସଂକ୍ରମଣକୁ ଆଳ କରି ଯାଜପୁରର ଜଣେ ବ୍ରେନ ଟ୍ୟୁମର ରେ ଛଟପଟ ହେଉଥିବା ରୋଗୀକୁ ଚିକିତ୍ସା ନକରି ଫେରାଇଦେଲେ. ହେଲେ ସେହି ରୋଗୀ ଏସସିବିରେ ଚିକିତ୍ସିତ ହେବା ପରେ ପାଇଛନ୍ତି ନୂଆ ଜୀବନ । କରୋନା ଆଳ ଦେଖାଇ ଚିକିତ୍ସା ନକରି ବ୍ରେନ୍ ଟ୍ୟୁମର ରୋଗୀଙ୍କୁ ଫେରାଇ ଦେଲା ଦିଲ୍ଲୀ ଏମସ । ହେଲେ ଏସସିବି ନ୍ୟୁରୋସର୍ଜରିରେ ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ 3 ଜଣିଆ ଜଣିଆ ଡାକ୍ତରୀ ଟିମ ଜଟିଳ ଟ୍ୟୁମର ଅପରେସନ କରିଥିଲେ । ଟ୍ୟୁମର ଟି ବ୍ରେନଷ୍ଟେନ ରକ୍ତନାଳି ଜୀବନନାଟିକା ମଧ୍ୟରେ ଥିଲା. ତେଣୁ ଖୁବ ସତର୍କତା ର ସହ କରାଯାଇଥିଲା ଏହି ଅପରେସନ । ଡାହାଣକାନ କଡ଼ରେ ଏକ ଛିଦ୍ର କରାଯାଇ, ପ୍ରାୟ 100 ଖଣ୍ଡ କରି ଏହି ଟ୍ୟୁମର ବାହାର କରାଯାଇଥିଲା ।

ଯାଜପୁର ମଙ୍ଗଳପୁରର 22 ବର୍ଷୀୟ ଲିସାରାଣୀ ରେଭେନ୍ସାରେ ସଂସୃତରେ ସ୍ନାତକୋତ୍ତର କରନ୍ତି. ଗତ 3ମାସ ହେବ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା କରାଇଥିଲେ. ହେଲେ ଚିକିତ୍ସା ପରେ ଜଣାପଡିଲା, ସେ ବ୍ରେନଟ୍ୟୁମରରେ ଆକ୍ରାନ୍ତ । ତେବେ  ଉନ୍ନତ ମାନର ଚିକିତ୍ସା ପାଇଁ ସେ ଦିଲ୍ଲୀ ଏମ୍ସ ଯାଇଥିଲେ. କିନ୍ତୁ ଚିକିତ୍ସା ତ ଦୂରର କଥା  କରୋନା ଆଳ ଦେଖାଇ ଏମ୍ସ କତ୍ତୃପକ୍ଷ ତାଙ୍କୁ ଫେରାଇଦେଇଥିଲେ. ଉପାୟଶୂନ୍ୟ ସେ ଏସସିବି ଆସିଥିଲେ । ତେବେ ଠିକ ଏହି ସମୟରେ ଚିକିତ୍ସା କରାଯାଇ ନୂଆ ଜୀବନ ଦେଇଥିଲେ ଏସସିବିର ଡାକ୍ତର ।