ଫେରାଇଦେଲା ଦିଲ୍ଲୀ ଏମ୍ସ, ଚିକିତ୍ସା କଲା ବଡ଼ ମେଡିକାଲ

ଭୁବନେଶ୍ୱର: ମହାମାରି ଆଳରେ ଯେପରି ଅନ୍ୟ ଗୁରୁତର ରୋଗୀ ଚିକିତ୍ସାରୁ ବଂଚିତ ନହୁଅନ୍ତି, ସେନେଇ ସରକାର ଜାରି କରିଛନ୍ତି ନିର୍ଦେଶନାମା । କିନ୍ତୁ ଦିଲ୍ଲୀ ଏମ୍ସରେ ଦେଖିବାକୁ ମିଳିଛି, ଏହାର ବ୍ୟତିକ୍ରମ । ସଂକ୍ରମଣକୁ ଆଳ କରି ଯାଜପୁରର ଜଣେ ବ୍ରେନ ଟ୍ୟୁମର ରେ ଛଟପଟ ହେଉଥିବା ରୋଗୀକୁ ଚିକିତ୍ସା ନକରି ଫେରାଇଦେଲେ. ହେଲେ ସେହି ରୋଗୀ ଏସସିବିରେ ଚିକିତ୍ସିତ ହେବା ପରେ ପାଇଛନ୍ତି ନୂଆ ଜୀବନ । କରୋନା ଆଳ ଦେଖାଇ ଚିକିତ୍ସା ନକରି ବ୍ରେନ୍ ଟ୍ୟୁମର ରୋଗୀଙ୍କୁ ଫେରାଇ ଦେଲା ଦିଲ୍ଲୀ ଏମସ । ହେଲେ ଏସସିବି ନ୍ୟୁରୋସର୍ଜରିରେ ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ 3 ଜଣିଆ ଜଣିଆ ଡାକ୍ତରୀ ଟିମ ଜଟିଳ ଟ୍ୟୁମର ଅପରେସନ କରିଥିଲେ । ଟ୍ୟୁମର ଟି ବ୍ରେନଷ୍ଟେନ ରକ୍ତନାଳି ଜୀବନନାଟିକା ମଧ୍ୟରେ ଥିଲା. ତେଣୁ ଖୁବ ସତର୍କତା ର ସହ କରାଯାଇଥିଲା ଏହି ଅପରେସନ । ଡାହାଣକାନ କଡ଼ରେ ଏକ ଛିଦ୍ର କରାଯାଇ, ପ୍ରାୟ 100 ଖଣ୍ଡ କରି ଏହି ଟ୍ୟୁମର ବାହାର କରାଯାଇଥିଲା ।

ଯାଜପୁର ମଙ୍ଗଳପୁରର 22 ବର୍ଷୀୟ ଲିସାରାଣୀ ରେଭେନ୍ସାରେ ସଂସୃତରେ ସ୍ନାତକୋତ୍ତର କରନ୍ତି. ଗତ 3ମାସ ହେବ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା କରାଇଥିଲେ. ହେଲେ ଚିକିତ୍ସା ପରେ ଜଣାପଡିଲା, ସେ ବ୍ରେନଟ୍ୟୁମରରେ ଆକ୍ରାନ୍ତ । ତେବେ  ଉନ୍ନତ ମାନର ଚିକିତ୍ସା ପାଇଁ ସେ ଦିଲ୍ଲୀ ଏମ୍ସ ଯାଇଥିଲେ. କିନ୍ତୁ ଚିକିତ୍ସା ତ ଦୂରର କଥା  କରୋନା ଆଳ ଦେଖାଇ ଏମ୍ସ କତ୍ତୃପକ୍ଷ ତାଙ୍କୁ ଫେରାଇଦେଇଥିଲେ. ଉପାୟଶୂନ୍ୟ ସେ ଏସସିବି ଆସିଥିଲେ । ତେବେ ଠିକ ଏହି ସମୟରେ ଚିକିତ୍ସା କରାଯାଇ ନୂଆ ଜୀବନ ଦେଇଥିଲେ ଏସସିବିର ଡାକ୍ତର ।

Leave a Reply