spot_img
Home Blog Page 6661

କଙ୍ଗନାକୁ ଟାର୍ଗେଟ୍‌ କରି ଟ୍ୱିଟ୍‌ କଲେ ତାପସୀ ! ହେଲେ ନାଁ ନେଲେ ନାହିଁ କାହିଁକି..?

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଥିପାଇଁ ସେ କୌଣସି ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ । ସେ ନିଜେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରନ୍ତି ସତ ହେଲେ ସବୁ ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ବିରୋଧରେ ବିଷାେଦ୍‌ଗାର କରନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମଧ୍ୟ କଙ୍ଗନା ନିଜର ବୟାନ୍‌ ଦେଇଥିଲେ ଏବଂ ଚର୍ଚ୍ଚାରେ ରହିଥିଲେ । ତାଙ୍କ ବୟାନ୍‌ ସମ୍ପୂର୍ଣ୍ଣ ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଥିଲା ।

ତେବେ ଏହାରି ମଧ୍ୟରେ ପୁଣି ବଲିଉଡ୍‌ କଳାକାରଙ୍କୁ ନେଇ ସେ ଏମିତି କିଛି ବୟାନ୍ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେବଳ ସେତିକି ନୁହେଁ ସେ, ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ବିତର୍କକୁ ମଧ୍ୟ ଗରମ କରିଛନ୍ତି ।

କଙ୍ଗନା ତାପସୀଙ୍କୁ କହିଲେ ବି-ଗ୍ରେଡ୍ ଅଭିନେତ୍ରୀ

ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ରାଣାୱତ୍‌ ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ସମ୍ବନ୍ଧରେ ମନ୍ତବ୍ୟ ଦେବା ସହ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଏକ ବି ଗ୍ରେଡ୍ ଅଭିନେତ୍ରୀ ବୋଲି କହିଥିଲେ । କଙ୍ଗନା କହିଛନ୍ତି ଯେ, ତାପସୀଙ୍କ ଭଳି ଅଭିନେତ୍ରୀ ନେପୋଟିଜ୍‌ମରେ କୌଣସି ଅସୁବିଧା ନାହିଁ ବୋଲି କହିପାରିବେ ।କାରଣ ସେମାନେ କରଣ ଜୋହରଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ତା’ପରେ ମଧ୍ୟ ଏଭଳି ଅଭିନେତ୍ରୀ, ଯିଏ କି ଦେଖିବାକୁ ଠିକ୍‌ଠାକ୍‌ ତାଙ୍କୁ କାମ ମିଳୁ ନାହିଁ । ଏହା ନେପୋଟିଜିମ୍‌ର ଏକ ବଡ଼ ଉଦାହରଣ ବୋଲି କହିଛନ୍ତି କଙ୍ଗନା । କଙ୍ଗନାଙ୍କ ଏଭଳି ବୟାନ୍‌ ଖୁବ୍‌ ସ୍ପିଡ୍‌ରେ ଭଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ମଧ୍ୟ ଏହି ରାୟକୁ ନେଇ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।  Tapsee Pannu

ତେବେ ଏହାରି ମଧ୍ୟରେ ତାପସୀ ପନ୍ନୁ କଙ୍ଗନାଙ୍କ ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କାହାରି ନାଁ ନନେଇ ତାତ୍ସଲ୍ୟ କରି ଟ୍ୱିଟ୍‌ କରିଛନ୍ତି ଯେ, ‘ମୁଁ ଶୁଣିଲି ଦଶମ ଓ ଦ୍ୱାଦଶ ରେଜଲ୍ଟ ପରେ ଆମର ବି ରେଜଲ୍ଟ ଆସିଗଲାଣି । ଆମର ଗ୍ରେଡ୍‌ ସିଷ୍ଟମ ଏବେ ଅଫିସିଆଲ ହୋଇଗଲାଣି । କିନ୍ତୁ ଆଜି ଯାଏଁ ତ ନମ୍ବର ସିଷ୍ଟମରେ ମୂଲ୍ୟ ନିର୍ଦ୍ଧାରଣ କରାଯାଉଥିଲା ।’

Tapsee Pannu

ଏଭଳି  ଟ୍ୱିଟ୍‌ କରି ତାପସୀ ପନ୍ନୁ କୌଣସି ମନ୍ତବ୍ୟ ନଦେଇ, କଙ୍ଗନାଙ୍କୁ ସିଧା ସଳଖ ଟାର୍ଗେଟ୍‌ କରିଛନ୍ତି । ତାପସୀଙ୍କ ଟ୍ୱିଟକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ତାପସୀଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ନଜରରେ କଙ୍ଗନା ରାଣାୱତଙ୍କ ମନ୍ତବ୍ୟ ଠିକ୍ ଏବଂ କରଣ ଜୋହରଙ୍କ ପରି ଲୋକଙ୍କ ଗୁଡ୍‌ ବୁକ୍‌ରେ ଥିବାରୁ ତାପସୀ ନେପୋଟିଜିମ୍‌କୁ ସମର୍ଥନ କରୁଛନ୍ତି ।

କଙ୍ଗନା ଏବଂ ତାପସୀ ମୁହାଁମୁହିଁ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ କଙ୍ଗନାଙ୍କ ଭଉଣୀ ଅନେକ ଥର ତାପସୀଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ନିଜେ ମଧ୍ୟ ଅନେକ ଥର ତାପସୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ଏଭଳି ପରିସ୍ଥିତି ଉଭୟଙ୍କ ପାଇଁ ସାଧାରଣ ହୋଇଗଲାଣି ।

ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..?

ଭୁବନେଶ୍ୱର: ରାଜ୍ୟରେ ଆଉ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫୧୫ ଜଣ ସୁସ୍ଥ ହେବା ପରେ ସମସ୍ତଙ୍କୁ ଘରକୁ ଫରିବା ପାଇଁ ଅନୁମତି ଦିଆଯାଇଛି ।

ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟାମଧ୍ୟ ବଢ଼ୁଛି । ତେବେ ଏହା ରାଜ୍ୟ ପାଇଁ ଏକ ଭଲ ଖବର ବୋଲି କୁହାଯାଇପାରେ । ରାଜ୍ୟରେ ଏବେ ସୁଦ୍ଧା ୧୭ ହଜାର ୪୩୭ ଜଣ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ସେଥିମଧ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ହେଉଛି ୧୨୪୫୨ । ସେହିଭଳି ରାଜ୍ୟରେ ଏବେ ମୋଟ ୪ ହଜାର ୮୬୬ ସକ୍ରିୟ ମାମଲା ରହିଛି ।

ରବିବାର ୫୧୫ କରୋନା ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାର ୮୦, ଯାଜପୁର ୪୦, ସୁନ୍ଦରଗଡ଼ ୩୭, କଟକ ୨୮, କେନ୍ଦୁଝର ୨୦, ଜଗତସିଂହପୁର ୧୮, ବାଲେଶ୍ୱର ୧୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ା ଓ ବରଗଡ଼ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ବଲାଙ୍ଗିରରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ୭ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଜପତି ଓ ପୁରୀରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୂତ ଭୟରେ ଭିଟାମାଟି ଛାଡ଼ିଲେ ୧୮ ପରିବାର

ବୌଦ୍ଧ/ନୟାଗଡ଼/କେନ୍ଦ୍ରାପଡା: ଅକସ୍ମାତ ଆସୁଛି ମୃତ୍ୟୁ । ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି । ନୟାଗଡ଼ ପରେ ବୌଦ୍ଧ କୁଲପଡ଼ାରେ ଭୂତପ୍ରେତକୁ ନେଇ ଆତଙ୍କ । ଜୀବନ ବିକଳରେ ଗାଁ ଛାଡ଼ିଛନ୍ତି ୧୮ ପରିବାର । ସେହିପରି ୪୫ ଦିନ ପରେ ବି ଡାହାଣୀ ଭୟରେ ଭିଟାମାଟିକୁ ଫେରିବା ପାଇଁ ଦମ୍ଭ ଗୋଟାଇ ପାରୁନାହାନ୍ତି ନୟାଗଡ଼ ଗୁଣ୍ଡୁରୀବାଡ଼ି ଗାଁଲୋକ । କେନ୍ଦ୍ରାପଡ଼ାରେ ଘରେ ଛାଏଁ ଛାଏଁ ନିଆଁ ଲାଗିଯାଉଛି । ବିଶ୍ୱାସ, ଅନ୍ଧବିଶ୍ୱାସର କୁହେଳିକା ଭିତରେ ବସା ବାନ୍ଧିଛି ଅଜଣା ଭୟ ।

କୁଲପଡ଼ାର କଳାଶକ୍ତି । ଅସମୟରେ ଆସୁଛି ମୃତ୍ୟୁ । କିଛି ଜାଣିବା ଆଗରୁ, ଦାଣ୍ଡ ଦୁଆରେ ପାଦ ଥାପୁଛି । ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ । ହେଲେ କାହିଁକି ? କିଏ କହୁଛି ଅନ୍ଧବିଶ୍ୱାସ, କିଏ କହୁଛି ଦୁଷ୍ଟ ଶକ୍ତି । ହେଲେ ଯାହା ପରିବାରରୁ ପରିଜନଙ୍କ ପ୍ରାଣ ଯାଇଛି, ତା’ର ଆଉ ସହିବାକୁ ଯୁ’ ନାହିଁ । ଜୀବନ ବିକଳରେ ଭିଟାମାଟି ଛାଡ଼ି ପଳାଇଛନ୍ତି ବୌଦ୍ଧ କଣ୍ଟାମାଳ ବ୍ଲକ କୁଲପଡ଼ା ଗାଁର ୧୮ ପରିବାର । ପୂରା ଗାଁରେ ଏବେ ଶ୍ମଶାନର ନିରବତା । ମୁକୁଳା ପଡିଛି ଘରଦ୍ୱାର, ଜନଶୂନ୍ୟ ଗାଁ ।

କିଏ ଜୀବନ ବଞ୍ଚାଇବାକୁ ଦୂରକୁ ପଳାଇଛି, ତ ଆଉ କିଏ ଗାଁ ମୁଣ୍ଡ ଖେଳ ପଡ଼ିଆରେ ଝୁମ୍ପୁଡ଼ି କରି ଆଶ୍ରା ନେଇଛି । ଫେରିବା କଥା ଭାବିବା ବେଳକୁ ଆତଙ୍କ ଆଣୁଛି ଅଜଣା ଭୟ । ୨ ବର୍ଷ ଭିତରେ ପିଲାଠୁ ବଡ଼ କେତେ ଜୀବନ ଯାଇଛି । ଚାହୁଁଚାହୁଁ ପିଣ୍ଡରୁ ପ୍ରାଣ ଛଡ଼ାଇ ନେଇଛି ଦୁଷ୍ଟଶକ୍ତି । ମୃତ୍ୟୁର ସାମ୍ନା କରିବାକୁ ଆଉ ଦମ୍ଭ ନାହିଁ । ଅଭାବରେ ରହିବେ ପଛେ କୁଲପଡ଼ା ଫେରିବେନି ବୋଲି କହିଛନ୍ତି ଗାଁଲୋକ । ସେପଟେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

ସେହିପରି ଏବେବି ନୟାଗଡ଼ ଦର୍ପନାରାୟଣପୁର ଗୁଣ୍ଡୁରୀବାଡ଼ି ଗାଁ ଖାଁ ଖାଁ । ଡାହାଣୀ ଭୟରେ ଦେଢ଼ମାସ ପରେ ବି ଗାଁକୁ ଫେରିନାହାନ୍ତି ଲୋକ । ଜୀବନ ବଞ୍ଚାଇବାକୁ ଭିଟାମାଟି ଛାଡ଼ିଛନ୍ତି । ସେତିକି ବେଳେ ଗାଁରେ ପହଞ୍ଚିଥିଲା ନନ୍ଦିଘୋଷ ଟିଭି ଟିମ୍ । ରାତିର ନିର୍ଜନତାରେ ମାପିଥିଲା ଭୟର ସୀମା । ଗାଁ ଲୋକ କହିଥିଲେ, ବିବାହ ପରେ ରକ୍ତ ବାନ୍ତି କରି ପ୍ରାଣ ହରାଉଛନ୍ତି ଯୁବକ । ୨ବର୍ଷରେ ୭ ମୃତ୍ୟୁ ପରେ ଆଉ ଧୈର୍ଯ୍ୟ ନାହିଁ। ମୃତ୍ୟୁକୁ ଭୟ କରି ସିନା ଭିଟାମାଟି ଛାଡ଼ିଲେ, ହେଲେ ଅଭାବ ହନ୍ତସନ୍ତ କରୁଛି । ଏମିତି କେତେଦିନ ପର ଛାତ ତଳେ ଆଶ୍ରୟ ନେବେ, ସେ ଚିନ୍ତା ଘାରୁଛି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ନୂଆଗାଁରେ ନିଦ ହଜାଇଛି ଅଜଣା ଭୟ । କୋଠା ଘରେ ଛାଏଁ ଲାଗିଯାଉଛି ନିଆଁ । ଖଟ, ଲୁଗାପଟା, ଆସବାବପତ୍ରରେ ଜଳିଯାଉଛି । ଭୌତିକ କାଣ୍ଡ ନା କଳାଯାଦୁ ? ଭୟ ପଛରେ ରହିଛି ଅନେକ ଯୁକ୍ତି, ଭୟ ଛାଡୁନି  ।

(ବୌଦ୍ଧରୁ ସିମୁନ ନାୟକ, ନୟାଗଡ଼ରୁ ପ୍ରଦୀପ ପ୍ରଧାନ ଓ କେନ୍ଦ୍ରାପଡାରୁ ନୟନମଣି ସାମଲ)

ଭୂତାଣୁ ଭୟ ଠୁ ବଳିଗଲା ଆମିଷ ଲୋଭ୍: କଟକଣାକୁ ଭୁଲି ବୋହିନେଲେ ଆମିଷ

ରାଉରକେଲା: ୧୪ଦିନ ପାଇଁ ଲକ୍‌ଡାଉନ୍‌ ରାଉରକେଲା ସହର । ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ରାଉରକେଲା ଇସ୍ପାତ ସହରାଞ୍ଚଳରେ ୧୪ ଦିନିଆ ଲକଡାଉନ ଜାରି ରହିଛି। ସହରର ଵିଭିନ୍ନ ସ୍ଥାନରେ ୮ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ କିଛି ଅମାନିଆ ନିୟମ ପାଳନ ନକରି ଅଯଥାରେ ଗାଡି ଧରି ବୁଲୁଥିବା ଦେଖିବାକୁ ମିଳୁଛି ।

ସହରର ବିଭିନ୍ନ ମାଛ ମାର୍କେଟ ଓ ମାଛ ମାର୍କେଟରେ ଆଜି ସକାଳୁ ପ୍ରଵଳ ଗହଳି ଲାଗିଥିବା ବେଳେ ମାଛ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ କିଛି ଅମାନିଆ ଫୁ’ କରିଥିବା ଦେଖିବାକୁ ମିଳିଛି । ରାଉରକେଲା ସହରର ଡେଲି ମାର୍କେଟ ମାଛ ମାର୍କେଟରେ ମାଛ କିଣି ନେବା ପାଇଁ ଭିଡ଼ ଲାଗି ରହିଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନ୍‌ରେ ଲକ୍‌ଡାଉନ୍ ଜାରି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ସଂକ୍ରମିତ ରାଉରକେଲା ସହରରୁ ହେଉଥିବାରୁ ସମଗ୍ର ସହରାଞ୍ଚଳରେ ରାଜ୍ୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍ ଲାଗୁ କରାଯାଇଛି ।

https://www.facebook.com/NandighoshaTV/videos/578201556203827/

ତେବେ ଏହି ସମୟ ମଧ୍ୟରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଗ୍ରୋସରୀ ସାମଗ୍ରୀ ଦୋକାନ, କ୍ଷୀର ଓ ଆମିଷ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ନିକଟସ୍ଥ ଦୋକାନକୁ ଚାଲିଚାଳି ଯାଇ ସଉଦା କରିବାକୁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ କୁହାଯାଇଛି । କିନ୍ତୁ ରାଉରକେଲା ସହରରେ ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରବିବାର ହୋଇଥିବାରୁ ଆମିଷ କିଣିବାକୁ ରାଉରକେଲା ମାଛ ମାର୍କୋଟରେ ଦେଖିବାକୁ ମିଳିଥିଲା  ଭିଡ଼ ।

ଲକ୍‌ଡାଉନ୍‌ରେ ଲୁଟ୍: ଚଳନ୍ତା ଗାଡ଼ିରେ ବସିଥିବା ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ କଳା ପଲସର ଲୁଟେରାଙ୍କ ଆତଙ୍କ । ଚଳନ୍ତା ସ୍କୁଟିରୁ ମହିଳାଙ୍କଠାରୁ ଲୁଟ୍ । ସିସିଟିଭିରେ କଏଦ ହେଲା ଲାଇଭ୍‌ ଲୁଟ୍‌ର ଦୃଶ୍ୟ । ମୁଖାପିନ୍ଧା ୨ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କୁ ଠେଲିଦେବା ସହ ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ସୁନା ଚେନ୍ ଲୁଟ୍ ବେଳେ ମହିଳା ଜଣଙ୍କ ସ୍କୁଟିରୁ ପଡ଼ିଯାଇ ସାମାନ୍ୟ ଆହତ ହୋଇଛନ୍ତି । ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ମହିଳା ଜଣକ ତମାଣ୍ଡୋ ଥାନାରେ ଏତଲା ଦେଇଛନ୍ତି ।

ଅପରପକ୍ଷରେ ଲକ୍‌ଡାଉନ ସମୟରେ ଲୋକଙ୍କ ଯାତାୟାତ ଏବଂ ଲୁଟ୍ ପରେ ଲକ୍‌ଡାଉନ୍ କଟକଣାକୁ ନେଇ ପ୍ରଶ୍ନ ଉଠିଛି । ସେମାନେ କିଭଳି କଟକଣା ମଧ୍ୟରେ ଘର ବାହାରକୁ ବାହାରିଲେ ଓ କାହିଁକି ବାହାରିଲେ । ବିଶେଷକରି ଲୁଟେରାମାନେ କିଭଳି ପୋଲିସର କଡ଼ା ପଇଁତରାକୁ ଫାଙ୍କି ଲୁଟ୍ କରିବାରେ ସଫଳ ହୋଇଛନ୍ତି ତାଙ୍କୁ ଏବେ ଅନେକ ପ୍ରଶ୍ନ । ତେବେ ଲକ୍‌ଡାଉନ୍ ସମୟରେ ରାଜଧାନୀରେ ଚୋର ଓ ଲୁଟେରା ଅଧିକ ସଂଖ୍ୟାରେ ମାତିଛନ୍ତି । ପୂର୍ବରୁ ରାଜଧାନୀ ଉପକଣ୍ଠର କିଛି ଅଞ୍ଚଳରେ ଚୋରମାନେ ଲୁଟ୍ କରୁଥିବାର ନଜିର ରହିଛି ।

https://www.facebook.com/NandighoshaTV/videos/662866697637168/

ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ମୁମ୍ବାଇର କ୍ୱାରେଣ୍ଟିନ୍ ସେଣ୍ଟରରେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ନୂଆ ମୁମ୍ବାଇରେ କରୋନାଭାଇରସ୍ ପାଇଁ ନିର୍ମିତ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜଣେ ୨୫ ବର୍ଷର ଯୁବକ ୪୦ ବର୍ଷର ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଜଣାଇ ରଖୁଛୁ ଯେ କରୋନା ଭାଇରସ ସନ୍ଦିଗ୍ଧ ଲୋକଙ୍କୁ ପୃଥକ ରଖିବା ପାଇଁ ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରାୟ ୧୦୦୦ ଆପାର୍ଟମେଣ୍ଟ ନେଇଛି । ସେଥିମଧ୍ୟରୁ ଗୋଟିଏ ନୂଆ ମୁମ୍ବାଇରେ ଅବସ୍ଥିତ । ପୋଲିସର ସୂଚନାନୁସାରେ, ସେହି ବିଲ୍ଡିଂର ଦ୍ୱିତୀୟ ମହଲାରେ ୨୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ରହୁଥିଲେ । ଅଭିଯୋଗ ହୋଇଛି ଯେ ସେ ଗୁରୁବାର ପଞ୍ଚମ ମହଲାକୁ ଯାଇଥିଲେ। ସେଠାରେ କ୍ୱାରେଣ୍ଟିନରେ ରହିଥିବା ୪୦ ବର୍ଷୀୟା ମହିଳାଙ୍କ ରୁମରେ ପଶି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଦୁଷ୍କର୍ମ କରିଥିଲେ ।

ପୋଲିସର ସୂଚନାନୁସାରେ ଯୁବକ ଜଣକ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ନିଜ ଘରକୁ ଫେରିଯାଇଥିଲେ । ପରେ ମହିଳା ଜଣକ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନର୍ସଙ୍କୁ ସୂଚନା ଦେଇଥିଲେ।  ଏହାକୁ ଆଧାର କରି ନର୍ସ ଯୁବକଙ୍କୁ ଚିହ୍ନଟ କରିବା ପରେ ପୋଲିସ ଶୁକ୍ରବାର ଦିନ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି।

ଏହା ସହିତ ଉକ୍ତ ଯୁବକର କୋଭିଡ ପରୀକ୍ଷା ମଧ୍ୟ କରାଯାଇଛି । ପୋଲିସ କହିଛି ଯେ ଯଦି ତାଙ୍କ ରିପୋର୍ଟ ନେଗେଟିଭ ଆସେ ତେବେ ତାଙ୍କୁ ହେପାଜତରେ ନିଆଯିବ । କିନ୍ତୁ ଯଦି ତାଙ୍କ ରିପୋର୍ଟ ପଜିଟିଭ ଆସେ ତେବେ ପୋଲିସ ତାଙ୍କୁ କ୍ୱାରେଣ୍ଟାଇନରେ ରଖିବେ ଏବଂ ତାପରେ ଗିରଫ କରିବେ ବୋଲି ସୂଚନା ଦେଇଛନ୍ତି।

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତଙ୍କ ଦେହାନ୍ତ: ୯୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣଙ୍କ ମୁଣ୍ଡ ନେଲା କରୋନା  । ଗଞ୍ଜାମରୁ ୩, ଜଗତସିଂହପୁରରୁ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫ଟି ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Almost 50% Of Those Who Died Of COVID-19 In India Are Below 60 Years!

କ୍ୱାରେଣ୍ଟାଇନ୍‌ରୁ ୪୮୧ ଓ ଲୋକାଲ୍‌ରୁ ୨୫୫ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୭ ହଜାର ୪୩୭କୁ ବୃଦ୍ଧି  ପାଇଛି । ଗଞ୍ଜାମରୁ ସର୍ବାଧିକ ୨୪୭ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୭, କୋରାପୁଟରୁ ୪୫, ଯାଜପୁର ଓ ଜଗତସିଂହପୁରରୁ ୪୦ଜଣ ଲେଖାଏଁ, ଗଜପତିରୁ ୩୯, ବାଲେଶ୍ବରରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୫, ଅନୁଗୁଳରୁ ୨୨, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭, ପୁରୀରୁ ୧୪, ମୟୂରଭଞ୍ଜରୁ ୧୨, ନୟାଗଡ଼ରୁ ୧୦, ବୌଦ୍ଧ ଓ ରାୟଗଡ଼ାରୁ ୮ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭, ଭଦ୍ରକରୁ ୫, ବଲାଙ୍ଗୀରରୁ ୪, ବରଗଡ଼ରୁ ୩, କଳାହାଣ୍ଡିରୁ ୨, ଢେଙ୍କାନାଳ , କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ପଜିଟିଭ୍‌ଙ୍କୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୭୩୬ କରୋନା ସଂକ୍ରମିତ ଚିହ୍ନଟ

ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସିଥିବା ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ସେବା କର୍ମଚାରୀଙ୍କୁ ପ୍ରଶଂସା

ଭୁବନେଶ୍ୱର: ଏନ୍‌ଡିଆରଏଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । କରୋନା ମୁକ୍ତ ହେବା ପରେ ସମ୍ପୃକ୍ତ କର୍ମଚାରୀ ପ୍ଳାଜାମ୍ ଦାନା ପାଇଁ ଆଗେଇ ଆସିଥିବାରୁ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଯବାନଙ୍କ ଏଭଳି କାର୍ଯ୍ୟ ଅନ୍ୟ ସୁସ୍ଥ ରୋଗୀଙ୍କୁ ମଧ୍ୟ ପ୍ଳାଜ୍‌ମା ଦାନ ପାଇଁ ପ୍ରେରଣା ଯୋଗାଇବ ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

’ଅମ୍ପାନ’ ପରବର୍ତ୍ତୀ ସମୟରେ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ଉଭୟ ବିଭାଗର କର୍ମଚାରୀ । କିନ୍ତୁ ସେଠାରୁ ଆସିବା ପରେ ସେମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ଏବଂ ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସିଛନ୍ତି ।

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

            ସୂଚନା ଯୋଗ୍ୟ ଯେ, ଗତ ୧୫ ତାରିଖରେ ରାଜ୍ୟରେ ପ୍ଲାଜମା ଥେରାପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଥିଲେ । କଟକ ଏସସିବିରେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟନ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ରାଜ୍ୟରେ କୋଭିଡ୍‌ ପାଇଁ ପ୍ଲାଜ୍‌ମା ଥେରାପି ସେବା ମାଗଣାରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିସହିତ ସୁସ୍ଥ ହୋଇଥିବା ରୋଗୀଙ୍କୁ ପ୍ଳାଜ୍‌ମା ଦାନ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କୁ ପ୍ଳାଜମା ଦାନ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ତେବେ ରବିବାର କଟକ ଏସସିବି ମେଡିକାଲରେ ପ୍ଲାଜ୍‌ମା ଦାନ ପାଇଁ ପହଞ୍ଚିଛନ୍ତି ମୁଣ୍ଡୁଳି କ୍ୟାମ୍ପର ଏନ୍‌ଡିଆର୍‌ଏଫ୍‌ ଯବାନ । ଏହି ଯବାନମାନେ କରୋନାରୁ ସୁସ୍ଥ ହେବାର ୨୮ ଦିନ ପୂରି ଯିବା ପରେ ପ୍ରଥମ ଦିନରେ ୮ଜଣ ଯବାନ ପ୍ଲାଜ୍‌ମା ଦାନ ପାଇଁ ଆସିଛନ୍ତି । ଆଣ୍ଟିବଡି ଟେଷ୍ଟ ପରେ ସେମାନଙ୍କ ପ୍ଲାଜ୍‌ମା  ସଂଗ୍ରହ କରାଯିବ । ଆଗକୁ ପର୍ଯ୍ୟାୟକ୍ରମେ ଏନଡିଆର୍‌ଏଫ୍‌ର ୮୦ ଜଣ ଯବାନ ପ୍ଲାଜ୍‌ମା ଦାନ କରିବେ। ପଶ୍ଚିମବଙ୍ଗରେ ଅମ୍ଫାନ ମୁକାବିଲା ପାଇଁ ଏନଡିଆରଏଫ୍ ଟିମ୍ ଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିଲେ ।

କଙ୍ଗନା ରନାୱତଙ୍କ ବଡ଼ ଖୁଲାସା: ସୁଶାନ୍ତ ସିଂହ ରାଜପୁତଙ୍କୁ ଫ୍ଲପ୍ ହିରୋ କହିଥିଲେ କରଣ ଜୋହର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରେ ଏକ ବଡ଼ ବିବାଦ ଦେଖାଦେଇଛି । ଗୋଟିଏ ପଟେ ଏହି ଘଟଣାରେ ପୋଲିସର ଦ୍ରୁତ ତଦନ୍ତ ଚାଲିଥିବାବେଳେ ଅନ୍ୟପକ୍ଷରେ, ନେପୋଟିଜମ ଉପରେ ବିତର୍କ ମଧ୍ୟ ଚାଲିଛି। ଅଭିନେତ୍ରୀ କଙ୍ଗନା ରନାୱତ ଆରମ୍ଭରୁ ଏହି ବିଷୟରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ନିକଟରେ, ସେ ପୁଣି ଏକ ସାକ୍ଷାତକାରରେ ଅନେକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ । କଙ୍ଗନା ତାଙ୍କ ଶେଷ ସାକ୍ଷାତକାରରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବିଷୟରେ କହୁଥିବା ବେଳେ ଫିଲ୍ମ ନିର୍ମାତା କରଣ ଜୋହର ଉପରେ ଅଭିଯୋଗ ଲଗାଇଛନ୍ତି ।

କଙ୍ଗନା ରନାୱତଙ୍କ ଟିମ୍ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଗୁଡିକରେ, କଙ୍ଗନା ଇଣ୍ଡଷ୍ଟ୍ରିରେ ଆଉଟସାଇଡରଙ୍କ ପ୍ରତି ହେଉଥିବା ଭୁଲ ବ୍ୟବହାର ବିଷୟରେ କହିଥିଲେ। ଏଥି ସହିତ କଙ୍ଗନା ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କରଣ ଜୋହରଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, କଙ୍ଗନା ରନାୱତ କହିଛନ୍ତି ଯେ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ସୁପର ହିଟ୍ ଫିଲ୍ମ ଦେବା ପରେ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ‘ଡ୍ରାଇଭ୍’ ଟେକର୍ସ ପାଇନଥିଲା, ଯେଉଁଥିପାଇଁ ବଲିଉଡରେ ଅନେକ ପ୍ରତିଭାକୁ ସୁଯୋଗ ଦେଇଥିବା ନିର୍ଦ୍ଦେଶକ- ନିର୍ମାତା ସୁଶାନ୍ତଙ୍କୁ ଫ୍ଲପ୍ ହିରୋ ବୋଲି କହିଥିଲେ।

କଙ୍ଗନା କହିଛନ୍ତି ଯେ ସୁଶାନ୍ତଙ୍କ ସୁପର ହିଟ୍ ଫିଲ୍ମ ଦେବା ପରେ ମଧ୍ୟ ଆଦିତ୍ୟ ଚୋପ୍ରା ତାଙ୍କ ସହ କାମ କରିବାକୁ ଚାହୁଁନଥିଲେ, ଏହା ପଛର କାରଣ ମଧ୍ୟ କରଣ ଜୋହର ଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନ ମୁଁ ମଧ୍ୟ ଚଳଚ୍ଚିତ୍ରକୁ ବ୍ୟାକିଂ ଦେବା ଆରମ୍ଭ କରି ଦେଇଛି, ଏଭଳି ପରିସ୍ଥିତିରେ କରଣ ଜୋହର କିପରି ‘ଡ୍ରାଇଭ୍’ ପାଇଁ ଟେକର୍ସ ପାଇନାହାଁନ୍ତି ମୁଁ ବୁଝିପାରୁ ନାହିଁ ।

କେବଳ ଏତିକି ନୁହେଁ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ କଙ୍ଗନା ଦାବି କରିଛନ୍ତି ଯେ, ଯଦି ଏ ମାମଲାର ଅନୁସନ୍ଧାନରେ ସେ ନିଜର ବିବୃତ୍ତି ପ୍ରମାଣ କରିନପାରନ୍ତି ତାହେଲେ ସେ ତାଙ୍କ ପଦ୍ମଶ୍ରୀ ପୁରସ୍କାରକୁ ଫେରାଇବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁତ ମାମଲା ପରେ ମୁମ୍ବାଇ ପୋଲିସ ତାଙ୍କୁ ଡାକିଥିଲେ, ସେ ମନାଲିରେ ଥିବା ଯୋଗୁଁ ବୟାନ ନେବା ପାଇଁ କାହାକୁ ପଠାଇବାକୁ କହିଥିଲେ । କିନ୍ତୁ ଏହା ପରେ ପୋଲିସ ତାଙ୍କ ସହ ଯୋଗାଯୋଗ କରିନଥିବା କଙ୍ଗନା କହିଛନ୍ତି ।

ଘରୋଇ ହସ୍ପିଟାଲର ମନମାନୀ: ୧୦୦ ନମ୍ୱରକୁ ଫୋନ୍‌ କଲେ ପୋଲିସ୍ ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଗଞ୍ଜାମ ରୋଗୀଙ୍କୁ ମନା କରି ପାରିବେନି ଭୁବନେଶ୍ୱରର କୌଣସି ଘରୋଇ ହସପିଟାଲ । ଯଦି କେହି ମନା କରନ୍ତି ତେବେ 100 ନମ୍ବର ଡାଏଲ କଲେ ପୋଲିସ ସଂପୃକ୍ତ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ସହରରେ ସ୍ୱାସ୍ଥ୍ୟ ପରୀକ୍ଷା ସର୍ଭେ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮ ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ପୁରାତନ ରୋଗ ସମ୍ପର୍କରେ ତଥ୍ୟ ହାସଲ ହୋଇଛି । ୫ ଟି ବ୍ଲକ ପାଇଁ ୧୯ଟି ଟିମ୍ ଗଠନ କରାଯ଼ାଇ ଆଣ୍ଟିଜେନ ଟେଷ୍ଟକୁ ତ୍ୱରାନ୍ୱିତ କରାଯାଉଛି । ପ୍ରତି ବ୍ଲକ ପାଇଁ ଆମ୍ବୁଲନାସ ସାଙ୍ଗକୁ ସ୍ୱାସ୍ଥ୍ୟଟିମକୁ ସଜାଗ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

ଘରୋଇ ହସ୍ପିଟାଲଙ୍କ ମୁଖ୍ୟ ଶାସନ ସଚିବଙ୍କ ଚେତାବନୀ,ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଫେରାଇବା ଅନୈତିକ

 

ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ତାଙ୍କ ପୁଅ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା କରାନଯାଇ ଫେରାଇଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏବଂ ପରବର୍ତ୍ତୀ ସମୟରେ ସେହି ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ରାଜ୍ୟରେ ଆଉ ୭୩୬ କରୋନା ସଂକ୍ରମିତ ଚିହ୍ନଟ

କରୋନାରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ସଂକ୍ରମିତ ହୋଇଥିବାରୁ ସେଠାରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସନ୍ଦେହ ନଜରରେ ଦେଖିବା ସହ ସେମାନଙ୍କୁ ମେଡିକାଲାରେ ଚିକିତ୍ସା କରିବାକୁ ସୁରକ୍ଷିତ ମଣୁନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯାହାର ପରିଣାମ ସ୍ୱରୂପ ସମ୍ପୃକ୍ତ ରୋଗୀ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଏ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ହଟସ୍ପଟ୍ ଅଞ୍ଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।