କ୍ଲିନିକାଲ ପରୀକ୍ଷଣ ଶେଷ ହେଲା… ଖୁବ୍ ଶିଘ୍ର ବଜାରକୁ ଆସିବ ସ୍ୱଦେଶୀ ଟୀକା

1 min read

ନୂଆଦିଲ୍ଲୀ: କରୋନା ସାରବିଶ୍ୱକୁ ଚିନ୍ତାରେ ପକାଇଛି । ଦିନ ବଢିବାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଏନେଇ ବିଭିନ୍ନ ଦେଶ କରୋନା ଟୀକା ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଦେଶ ଟୀକାର ପରୀକ୍ଷଣରେ ଅନ୍ତିମ ଚରଣରେ ପହଞ୍ଚି ସାରିଲେଣି ତ କେଉଁ ଦେଶରେ ଟୀକାର ମାନବ ପରୀକ୍ଷଣ ପାଖରେ ଅଟକି ରହିଛି । ଏଭଳି ପରିସ୍ଥିତିରେ ଆଶ୍ୱସ୍ଥିକର ଖବର ଆଣିଛି ସ୍ୱଦେଶୀ ଟୀକା ।

କରୋନା ସଂକଟ ସମୟରେ ଆସିଛି ଭଲ ଖବର । ଚଳିତ ମାସ ୧୫ ତାରିଖ ସୁଦ୍ଧା ବଜାରକୁ ଆସିବ ସ୍ୱଦେଶୀ ଟୀକା କୋଭାକ୍ସିନ । ଏହାର କ୍ଲିନିକାଲ ପରୀକ୍ଷଣ ଶେଷ ହେବା ପରେ ବଜାରକୁ ଛଡାଯିବ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଓ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ମିଳିତ ଭାବେ ଏହି କରୋନା ଭାଇରସ ସମ୍ଭାବ୍ୟ ଟୀକା ପାଇ ଉଦ୍ୟମ ଜାରି ରଖିଛନ୍ତି ।

ଏହାର କ୍ଲିନିକାଲ ପରୀକ୍ଷଣ ଅନ୍ତିମ ସ୍ତରରେ ପହଞ୍ଚିଛି । ତେଣୁ ୧୫ ସୁଦ୍ଧା ଏହା ଲଞ୍ଚ ହେବବୋଲି ଆଶା କରାଯାଉଛି । ICMR ଓ BBIL ମିଳିତ ଉଦ୍ୟମରେ କୋଭିଡ ୧୯ ଭାକ୍ସିନ ବିକଶିତ କରିଛି । ଦେଶର ପ୍ରଥମ ସ୍ୱଦେଶୀ ଟୀକାର କ୍ଲିନିକାଲ ପରିକ୍ଷଣ ପାଇଁ ଆଇସିଏମଆର ୧୨ଟି ଅନୁଷ୍ଠାନ ଚୟନ କରିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହାର ପରୀକ୍ଷଣ ସଫଳ ହେଲେ ଅଗଷ୍ଟ ୧୫ ସୁଦ୍ଧା ଏହି ସ୍ୱଦେଶୀ ଟୀକା ଭାରତରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Leave a Reply