ଆଜିଠାରୁ ରାଜ୍ୟରେ ଜାରି ରହିବ ବର୍ଷା, ୧୧ତାରିଖ ବେଳକୁ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

1 min read

ଭୁବନେଶ୍ୱର: ଆହୁରି ୪ ଦିନ ଭିଜିବ ଓଡ଼ିଶା  । ଲଘୁଚାପ ସହ ଟ୍ରଫ୍‌ଲାଇନ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଆଜିଠାରୁ କେରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ  କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଦିଆଯାଇଛି  ।

ଆସନ୍ତା ୧୧ ତାରିଖରେ ୮ଟି ଜିଲ୍ଲା- ବଲାଙ୍ଗୀର, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, କେରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।  । ୧୪ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବ । ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ଚଳିତ ବର୍ଷ ବର୍ଷାର ପରିମାଣ ରାଜ୍ୟରେ କମ ରହିଥିଲା । ଗତ ଜୁନ୍ ଜୁଲାଇ ମାସରେ ରେକର୍ଡ ହୋଇଥିବା ବର୍ଷାର ପରିମାଣ ୧୨ପ୍ରତିଶତ କମ୍ ଥିଲା । କିନ୍ତୁ ଅଗଷ୍ଟର ପ୍ରଥମ ସପ୍ତାହରୁ ଲଘୁଚାପ କାରଣରୁ ବର୍ଷାର ପରିମାଣ ବଢିଛି । ବର୍ଷାର ପରିମାଣ ବଢିବାସହ ମରୁଡ଼ିର ଆଶଙ୍କ ମଧ୍ୟ କମିଛି । ଚଳିତମାସ ଆରମ୍ଭରୁ ଲଘୁଚାପ କାରଣରୁ ରାଜ୍ୟରେ ବର୍ଷା ଜାରି ରହିଛି ।

Leave a Reply