spot_img
Home Blog Page 6657

ଚୀନ ସହ ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ଭାରତୀୟ ମିଡିଆ: ନେପାଳ

କାଠମାଣ୍ଡୁ: ଗତ କିଛି ମାସ ମଧ୍ୟରେ ଭାରତ ପ୍ରତି ନେପାଳ ଆଭିମୁଖ୍ୟରେ ପରିବର୍ତ୍ତନ ଆସୁଥିବା ବେଳେ ଚୀନ ଆଡ଼କୁ ମୁହାଁଇଛି । ଭାରତ ସହିତ ନେପାଳ ସୀମା ବିବାଦ ଗମ୍ଭୀର ହେବାରେ ଲଗିଛି । ଆଉ ଚୀନ ସହିତ ମଧ୍ୟ ସୀମାରେ ତିକ୍ତତା ବଢ଼ୁଥିବା ବେଳେ ସୀମାରେ ନେପାଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଛି । ସମସ୍ତ ବିଶେଷଜ୍ଞ ଏହି ବିଷୟ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ନେପାଳରେ ଚୀନର ପ୍ରବେଶ ବଢ଼ୁଥିବାରୁ ଭାରତ ସରୁକ୍ଷା ନେଇ ଏହା ବିପଦ ସୃଷ୍ଟି କରିବ ।

India-Nepal Relation

ଏହି ସବୁ ମଧ୍ୟରେ ଚୀନ ନେପାଳ ରାଜଦୂତ ମହେନ୍ଦ୍ର ବାହାଦୁର ପାଣ୍ଡେ ରବିବାର ଚୀନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇଛନ୍ତି । ଯେଉଁଥିରେ ସେ ଭାରତୀୟ ମିଡିଆ ରିପୋର୍ଟସକୁ ଟାର୍ଗେଟ କରିଛନ୍ତି । ବହୁ ଚେଷ୍ଟା ସତ୍ତ୍ୱେ ଭାରତୀୟ ମିଡିଆ ନେପାଳ ଏବଂ ଚୀନର ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

India-Nepal Relation

            ଚୀନରେ ନେପାଳ ରାଜଦୂତ ମହେନ୍ଦ୍ର ପାଣ୍ଡେ କହିଛନ୍ତି ନେପାଳ ଏବଂ ଚୀନ ଭଲ ପଡ଼ୋଶୀ । ୧୯୯୫ ମସିହା ଠାରୁ ହିଁ ଦୁଇ ଦେଶ କୁଟନୈତିକ ସମ୍ପର୍କ ରହିଆସିଛି । ସେମାନେ କହିଛନ୍ତି ଯେ, ଚୀନରେ ନେପାଳର ନୂଆ ରାଜଦୂତ ହୋଇଥିବାରୁ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଗୁରୁତ୍ୱ ଦେଇଛନ୍ତି । ଗତ ବର୍ଷ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ନେପାଳ ଗସ୍ତ କରିଥିଲେ । ଯାହା ଫଳପ୍ରଦ ରହିଥିଲା । ପାଖାପାଖି ୨୦ ବୁଝାମଣା ଉପରେ ସ୍ୱାକ୍ଷର ହୋଇଥିଲା । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ବିଧା ଦେବୀ ଭଣ୍ଡାରୀ ମଧ୍ୟ ଚୀନ ଗସ୍ତ କରିଛନ୍ତି । ଏବଂ ବହୁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏଣୁ ମୋର ପ୍ରାଥମିକତା ରହିବ ଏହି ବୁଝାମଣା ଉପରେ ଯଥାଶୀଘ୍ର କାମ ଆରମ୍ଭ କରିବା ସେ କହିଛନ୍ତି ।

ତିନିବର୍ଷରେ ସବୁ ବସ୍ତି  ହେବ ଆଦର୍ଶ କଲୋନୀ, ବାଲେଶ୍ୱରରୁ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ସୋମବାର ଘୋଷଣା କରିଛନ୍ତି। ଆଜି ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଜନହିତକର କାର୍ଯ୍ୟ କରି  ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି । ବସ୍ତିଗୁଡିକରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବ  । ଏଥିସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି ।

ଅତୀତରେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ୱ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା । ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କୋଭିଡ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।   ବାଲେଶ୍ୱରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ Land Entitlement Certificate  ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରାଯାଇଛି ।  ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ LEC ପ୍ରଦାନ କରାଯାଇଛି।  ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ LEC ପାଇବେ। ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ Land Entitlement Certificate  ଦ୍ୱାରା ଉପକୃତ ହେବେ ବୋଲି ଜଣାପଡିଛି।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ମଧ୍ୟ ଲୋକାର୍ପଣ କରିଥିଲେ। ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର (Slum Upgradation Programme) ଶୁଭାରମ୍ଭ କରିଛନ୍ତି ।  ଏହାର SOP document ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି ।   ଏଥିପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ Centre for Policy Research  ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।  ଏହି ସଂସ୍ଥା କାର୍ଯ୍ୟକ୍ରମର Knowledge partner ଭାବରେ ସହାୟତା ଯୋଗାଇ ଦେବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ଓ ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତିକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି ।

ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ସମାନ ଅଧିକାର ପାଇପାରିବେ। ଗରିବ ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱପାଇଁ ସେ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଜାଗା ମିଶନର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ,  ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ  ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାରେ ବଢ଼ିଲା କରୋନା କଟକଣା ସମୟ । କରୋନା ପାଇଁ ପୁରୀ ଜିଲ୍ଲାରେ କୌଣସି ବିବାହ, ବ୍ରତ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା କରାଯାଇପାରିବ ନାହିଁ ବୋଲି ପୂର୍ବରୁ କଟକଣା ଲାଗୁ ହୋଇଥିଲା  । ତାହାକୁ ଆଗାମୀ ଡିସେମ୍ବର ୧୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ପୋଲିସ ଆକ୍ଟର ୩୦ଧାରା ଅନୁସାରେ ଶୋଭାଯାତ୍ରା ପାଇଁ ଅନୁମତି ନେବା ଆଵଶ୍ୟକ  । କିନ୍ତୁ କରୋନା ସଂକ୍ରମଣକୁ ନଜରରେ ରଖି କୌଣସି ଅନୁମତି ଦିଆଯାଉନାହିଁ  । ସେହି କଟକଣାକୁ ଆଗାମୀ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ରଜ୍ୟରେ କରୋନା ଆକ୍ରନ୍ତ ସଂଖ୍ୟା ୨ଲକ୍ଷ ପାର୍ ହୋଇଥିବା ବେଳେ ତତ୍ପର ହୋଇ ପଡ଼ଛନ୍ତି ସରକାର ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଜିଲ୍ଲାଗୁଡ଼ିକରେ କିପରି ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ ସେନେଇ ଅଣ୍ଟାଭିଡ଼ିଛନ୍ତି ଜିଲ୍ଲାପାଳ । ତେଣୁ ପୁରୀକୁ କଟକଣା ଭିତରୁ ଟାଣି ଆଣିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ସମୁଦାୟ ୯ହଜାର ୭ଶହ ୪ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୮ଶହ ୨୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଶାନ୍ତି ସ୍ୱରୂପ ଭଟ୍ଟନଗର ସମ୍ମାନ-୨୦୨୦ରେ ସମ୍ମାନିତ ହେଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ

ଜଗତସିଂହପୁର: ସାମ୍ମାନିତ ହେଲେ ଓଡ଼ିଆ ଝିଅ । ବହୁଦିନର ନିଶ୍ୱାର୍ଥ ପରିଶ୍ରମରେ ନିଜକୁ ପ୍ରମାଣିତ କରିପାରିଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ । ଶାନ୍ତି ସ୍ୱରୂପ ଭଟ୍ଟନଗର ସମ୍ମାନ-୨୦୨୦ ହାତେଇଲେ ଓଡ଼ିଆ ଝିଅ ଡକ୍ଟର ଜ୍ୟୋତିର୍ମୟୀ ଦାସ  ।  ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ସେ ଏହି ସମ୍ମାନ ପାଇପାରିଛନ୍ତି । ନିଜର କଠୋର ପରିଶ୍ରମ ବଳରେ ଦେଶରେ ପରିଚିତ ହୋଇପାରିଛନ୍ତି ଜ୍ୟୋତିର୍ମୟୀ । ଝିଅ ସର୍ବୋଚ୍ଚ ବୈଜ୍ଞାନିକ ଭାବେ ଶାନ୍ତି ସ୍ୱରୂପ ଭଟ୍ଟନଗର ସମ୍ମାନ-୨୦୨୦ ପାଇବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଜ୍ୟୋତିର୍ମୟୀ ବାପା ମାଆ ।

ଜଗତସିଂହପୁର ମାଣପୁର ପଳଦା ଗାଁର ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ଦାସ ଓ ମା’ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପୁଷ୍ପା ମିଶ୍ରଙ୍କ କନ୍ୟା ଜ୍ୟୋତିର୍ମୟୀ ଏହି ସମ୍ମାନ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି  । ଓଡ଼ିଶାର ଏକ ମାତ୍ର ଝିଅ ଭାବେ ଜ୍ୟୋତିର୍ମୟୀ ଏହି ସଫଳତା ପାଇ ଜଗତସିଂହପୁର ଜିଲ୍ଲା ସହ ସାରା ଓଡିଶାକୁ ଗର୍ବିତ କରିଛନ୍ତି  । ୧୯୯୫ ମସିହାରେ ଜଗତସିଂହପୁର ଏସ୍‌ଭିଏମ୍‌ କଲେଜରେ ରାସାୟନିକ ବିଜ୍ଞାନ ପାଠ୍ୟକ୍ରମରେ ସଫଳତା ହାସଲ କରିଥିଲେ ଜ୍ୟୋତିର୍ମୟ  ।

ଆଜିଠାରୁ ଜାଣି ରଖନ୍ତୁ ଶୁଭ ମୂହୁର୍ତ୍ତ ଏବଂ ପୂଜାବିଧି ସଂପର୍କିତ ତଥ୍ୟ

0

ନୂଆଦିଲ୍ଲୀ: ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ବ ଦଶହରା। ଏହାର ପ୍ରାୟ ଦୁଇ ମାସ ପୂର୍ବରୁ ଆରମ୍ଭ ହୁଏ ପ୍ରସ୍ତୁତି । ମୂର୍ତ୍ତି ଠାରୁ ଆରମ୍ଭ କରି ପୂଜାମଣ୍ଡପ ପର୍ଯ୍ୟନ୍ତ ନିର୍ମାଣ କରିବାରେ ଲାଗିପଡ଼ନ୍ତି ଶହଶହ କାରିଗର । ନବରାତ୍ରିର ଶେଷ ଦିନ ପାଳନ ହୁଏ ଦଶହରା ।  । ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥି ବା ଦୀପାବଳୀର ଠିକ ୨୦ ଦିନ ପୁର୍ବରୁ ଏହା ପାଳନ ହୁଏ । ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଙ୍କ ହାତରେ ରାବଣ ବଦ୍ଧ ପରଠାରୁ ଏହା ପ୍ରତିବର୍ଷ ପାଳନ ହୋଇ ଆସୁଛି । ତେଣୁ ଏହା ବିଜୟା ଦଶମୀ ନାମରେ ମଧ୍ୟ ଜଣାଶୁଣା ।

ବିଜୟା ଦଶମୀ ଚଳିତ ବର୍ଷ ରବିବାର, ୨୫ ଅକ୍ଟୋବର ଦିନ ପାଳନ କରାଯିବ । ୧୭ ଅକ୍ଟୋବର ଠାରୁ ନବରାତ୍ରି ଆରମ୍ଭ ହେବ । ୨୪ ଅକ୍ଟୋରକୁ ନବମୀ ଏବଂ ଏହା ପରଦିନ ହେବ ଦଶହରା । ଏହାର ଠିକ ୨୦ ଦିନ ପରେ ଶନିବାର ୧୪ ନଭେମ୍ବରକୁ ଦୀପାବଳୀ ପାଳନ ହେବ ।

ବିଜୟା ଦଶମୀ ୨୫ ଅକ୍ଟୋବର ୭ଟା ୪୧ ମିନିଟରୁ ୨୬ ଅକ୍ଟୋବର ୮ଟା ୫୯ ମିନିଟ ପର୍ଯ୍ୟନ୍ତ ରହିବ । ଏହା ମଧ୍ୟରେ ୧ଟା ୫୫ ମିନିଟରୁ ୨ଟା ୪୦ ପର୍ଯ୍ୟନ୍ତ ବିଜୟ ମୁହୂର୍ତ୍ତ ରହିବ । ୧ଟା ୧୧ ମିନିଟରୁ ୩ଟା ୨୪ ମିନିଟ ଅପରାହ୍ନ ପର୍ଯ୍ୟନ୍ତ ରହିବ ।

ଏହି ଦିନ ମା ଦୂର୍ଗା ଏବଂ ପ୍ରଭୁ ରାମଙ୍କୁ ପୂଜା କରିବା ଉଚିତ୍‌। ଏହାଦ୍ୱାରା ଦୁଃଖ ଦୂର ହୋଇ ବିଜୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଅସ୍ତ୍ର ଶସ୍ତ୍ର ପୂଜା କରିବା ଖୁବ ଶୁଭ ବୋଲି ମାନ୍ୟତା ରହିଛି । କେବଳ ସେତିକି ନୁହେଁ ନବଗ୍ରହଙ୍କୁ ନିୟନ୍ତ୍ରିତ କରିବା ପାଇଁ ଏହି ପୂଜା କରାଯାଏ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ଟି ବ୍ରିଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ,ଜଗତସିଂହପୁର ସହ ଯୋଡିହେବ କେନ୍ଦ୍ରାପଡା

ତିର୍ତ୍ତୋଲ/ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଜଗତସିଂହପୁର ଜିଲାରେ ୨ଟି ନୂଆ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ୨ଟି ସେତୁ ହେଉଛି-ତିର୍ତ୍ତୋଲ-ପୋଷଲ ସେତୁ ଏବଂ ଜଇପୁର-କଟକଟା ସେତୁ । ସୋମବାର ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ ସମୟରେ ଏହି ଦୁଇ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ୨ଟି ସେତୁ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଦେଢ ଲକ୍ଷରୁ ୨ ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି ଏବଂ ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି। ମା’ ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ଓ ନୌବାଣିଝ୍ୟ କ୍ଷେତ୍ରରେ ତିର୍ତ୍ତୋଲ ବିଶେଷତଃ ଜଗତସିଂହପୁର ଅଞ୍ଚଳର ଅବଦାନ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁଙ୍କ ସାହାସିକ ନିଷ୍ପତ୍ତି ଫଳରେ ଆଜି ପାରାଦୀପ, ଜଗତସିଂହପୁର ତଥା ଓଡିଶା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଲଢେଇ ସହ ବିକାଶ କାମ ଜାରି ରହିବ । ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ ଆଗରୁ ବଢିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ  କରୋନା ଲଢେଇ ଓ ବିକାଶ କାମରେ ଜନସାଧାରଣଙ୍କ ସହଯୋଗ କାମନା  ମଧ୍ୟ କରିଥିଲେ ।

ପ୍ରଥମତଃ ତିର୍ତ୍ତୋଲ-ପୋଷଲ ସେତୁ ପାଇଁ ୧୧୮ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଜଗତସିଂହପୁର ଜିଲା ସହ କେନ୍ଦ୍ରାପଡ଼ା ଜିଲା ଯୋଡି ହୋଇପାରିବ । ତିର୍ତ୍ତୋଲ ବ୍ଲକର ୧୦ଟି ପଞ୍ଚାୟତ, କୁଜଙ୍ଗ ବ୍ଲକର ୫ ଏବଂ ଗରଦପୁର ବ୍ଲକର ୫ ପଞ୍ଚାୟତର ଜନସାଧାରଣଙ୍କ ପାଇଁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥାକୁ ଏହି ସେତୁ ବହୁଳଭାବେ ସହାୟକ ହେବ । ଅନୁରୂପଭାବେ ଜଇପୁର-କଟିକଟା ସେତୁ ପାଇଁ ମୋଟ ୮୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ସେତୁ କାର୍ଯ୍ୟକ୍ଷମ ହେଲେ କଟକ ଜିଲା ସହ ଜଗତସିଂହପୁର ଜିଲା ଯୋଡି ହୋଇ ପାରିବ । ସ୍ଥାନୀୟ ରଘୁନାଥପୁର,ତିର୍ତ୍ତୋଲ ଏବଂ ମାହାଙ୍ଗା ବ୍ଲକର ୧୦ ପଞ୍ଚାୟତର ଜନସାଧାରଣ ସିଧାସଳଖ ଭାବେ ଉପକୃତ ହେବେ । ଏହି ଅଞ୍ଚଳର ପ୍ରାୟ ୫୦ ହଜାର ଲୋକ ଏହି ସେତୁ ପ୍ରତ୍ୟକ୍ଷ ଲାଭ ପାଇବେ ।

ସେତୁ ଦୁଇଟିର ଭିତ୍ତିପ୍ରସ୍ତର ସ୍ଥାପନ ପରେ ସ୍ଥାନୀୟ ଅଧିବାସୀମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଏହି ସେତୁ କାର୍ଯ୍ୟ କରାଯିବ । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ, ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

IPL 2020: ତେଓ୍ୱାତିଆଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଭୟଭୀତ ହୋଇଯାଇଥିଲେ ଯୁବରାଜ, ଟ୍ୱିଟ୍ କରି ଜଣାଇଲେ ଧନ୍ୟବାଦ

0

ଦୁବାଇ: ସାରଜା କ୍ରିକେଟ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ରନ୍‌ର ବର୍ଷା ହୋଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୨୨୩/୨  ରନ୍ କରିଥିଲା । ଏତେ ବଡ଼ ରନ୍ କରିବା ପରେ କେବେ ପଞ୍ଜାବ ଭାବି ବି ନଥିବ ତାକୁ ପରାଜୟ ବରଣ କରିବାକୁ ପଡ଼ିପାରେ । ସାରଜାର ଛୋଟ ଗ୍ରାଉଣ୍ଡରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଛୋଟ ବାଉଣ୍ଡି ହୋଇଥିବାରୁ ବ୍ୟାଟ୍ସମ୍ୟାନ୍ ଏହାର ଭରପୂର ଫାଇଦା ଉଠାଇଥିଲେ । ୨୭ ବର୍ଷୀୟ ରାହୁଲ ତେଓ୍ୱାତିଆଙ୍କୁ କିଛି ଚିନ୍ତା କରି କ୍ୟାପଟେନ୍ ସ୍ମିଥ୍ ୪ର୍ଥ ନମ୍ୱରରେ ବ୍ୟାଟିଂ ପାଇଁ ପଠେଇଥିଲେ । ଟିକେ ବିଳମ୍ୱରରେ ହେଲେ ମଧ୍ୟ ସେ ନିଜ କୌଶଳ ଦେଖାଇଥିଲେ । ଏବଂ ଗୋଟିଏ ଓଭରରେ ୫ ଛକା ଲଗାଇଥିଲେ । ଯାହା ୨୨୪ ଭଳି ଏକ ବିଶାଳ ଟାର୍ଗେଟକୁ ହାସଲ କରିବାରେ ସହାୟକ ହୋଇଥିଲା ।

            ତେଓ୍ୱାତିଆ ପ୍ରଥମ ୨୩ ବଲରେ ମାତ୍ର ୧୭ ରନ୍ କରି ଖେଳ ଜାରି ରଖିଥିଲେ । କିନ୍ତୁ ୧୮ ନମ୍ୱର ଓଭରରେ ସେ ପଞ୍ଜାବ ପାଖରୁ ଏକ ପ୍ରକାର ମ୍ୟାଚ୍‌ ଛଡ଼ାଇ ଆଣିଥିଲେ । ସେହି ଓଭରରେ ତାଙ୍କ ଦ୍ୱାରା ମରାଯାଇଥିବା ୫ଟି ଛକା (୬,୬,୬,୬,୦,୬) ରାଜସ୍ଥାନ ରାୟାଲ୍ସ ମନରେ ଆଶା ସଂଚାର କରିଥିଲା ।

            ଆଉ ଏହି ମ୍ୟାଚ୍ ଦେଖୁଥିବା ଟିମ୍ ଇଣ୍ଡିଆର ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ତେଓ୍ୱାତିଆଙ୍କ ଏଭଳି ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଓ୍ୱାତିଆ ଲଗାତାର ୪ଟି ଛକା ମାରିବା ପରେ ପଞ୍ଚମ ବଲଟି ମିସ୍ କରିଦେଇଥିଲେ । ଏହା ପରେ ଟ୍ୱିଟ୍ କରିଥିଲେ ଯୁବରାଜ ସିଂହ । ଲେଖିଥିଲେ ମିଷ୍ଟର ରାହୁଲ ତେଓ୍ୱାତିଆ.. ନା ଭାଇ ନା । ଗୋଟିଏ ବଲ୍ ମିସ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ସୂଚନା ଯୋଗ୍ୟ ଯେ, ୧୩ ବର୍ଷ ପୂର୍ବେ ଯୁବରାଜ ସିଂହ ୬ଟି ବଲରେ ୫ଟି ଛକା ମାରିଥିଲେ । ତେବେ ତାଙ୍କର ରେକର୍ଡ ଭାଙ୍ଗିନଥିବାରୁ ବା ସମକକ୍ଷ ହୋଇନଥିବାରୁ ସେ ଏଭଳି ଟ୍ୱିଟ୍ କରିଥାଇପାରନ୍ତି ।

ଆମେରିକାରେ ଟିକ୍‌-ଟକ୍ ବନ୍ଦ ହେବନାହିଁ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ଫେଡରାଲ୍ କୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ବନ୍ଦ ହେବ ନାହିଁ ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍-ଟକ୍ । ଏ ନେଇ ଆମେରିକାର ଫେଡରାଲ୍ କୋର୍ଟ ରାୟ ଶୁଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଟିକ୍-ଟକ୍ ବନ୍ଦ କରାଯିବା ନେଇ ନିର୍ଦ୍ଦେଶ ଜାରି କରିଥିଲେ । ଯାହା ବିରୋଧରେ କୋର୍ଟର ଆଶ୍ରୟ ନେଇଥିଲା କମ୍ପାନୀ ।  ଆଉ ଏହି ମାମଲା ଶୁଣାଣି ଆମେରିକୀୟ ଫେଡରାଲ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆମେରିକାରେ ଡାଟା ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିବନ୍ଧକ ଆଦେଶ ଦେଇଥିଲେ ।

TikTok says it's suing US over ban, is no security threat | Technology News,The Indian Express

ଆମେରିକାରେ ଡାଟା ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରି ରାଷ୍ଟ୍ରପତି ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲେ। ଏହା ପରେ, ଆମେରିକାର ଅନେକ କମ୍ପାନୀ  ଟିକ୍-ଟକ୍ କିଣିବା ଦିଗରେ କାମ ଆରମ୍ଭ କରିଥିଲେ । ଯଦି ନିର୍ଦ୍ଦାରିତ ସମୟ ମଧ୍ୟରେ କୌଣସି ଆମେରିକୀୟ କମ୍ପାନୀ ଟିକ୍‌ଟକ୍ କିଣିନିଅନ୍ତି ତା’ ହେଲେ  ପ୍ରତିବନ୍ଧକ ଲାଗୁ କରାଯାଇନଥାନ୍ତା । ସେପ୍ଟେମ୍ୱର ୨୮ରେ ଆମେରିକା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ଅବଧି ଶେଷ ହେଉଥିବା ବେଳେ ଗୋଟେ ଦିନ ପୂର୍ବରୁ ଟକ୍‌ ଟକ୍ ବ୍ୟାନ୍ ଉପରେ ରୋକ ଲଗାଇଛନ୍ତି ଫେଡରାଲ୍ କୋର୍ଟ । କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଆମେରିକାରେ ଲୋକେ ଟିକ୍-ଟକ୍ ଡାଉନଲୋଡ କରି ବ୍ୟବହାର କରିପାରିବେ । କୋର୍ଟ ପକ୍ଷରୁ ଆହୁରୀ କୁହାଯାଇଛି ଯେ, ଆପ୍ କିଣିବା ନେଇ କମ୍ପାନୀ ଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ କେମିତି ଆପ୍ ଉପରେ ପ୍ରତିବନ୍ଧକ ଳଗାଯାଇପାରିବ? ଏହି ସବୁ ଦିଗକୁ ଧ୍ୟାନରେ ରଖି ଆପ୍ ଉପରେ ପ୍ରତିବନ୍ଧକ ନଲଗାଯିବାକୁ କୋର୍ଟ ପକ୍ଷରୁ ରାୟ ଶୁଣାଯାଇଛି ।

ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଷ୍ୟରେ ବାପାମା’ଙ୍କ ଦାବିପତ୍ର

ଭୁବନେଶ୍ୱର: ବାପା ମାଆଙ୍କ କୋହଭରା ଆଖି । ମନରୁ ଲିଭୁନି ପୁଅର ମୁହଁ । ପୁଅକୁ ନ୍ୟାୟ ଦେବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ଆଦିତ୍ୟଙ୍କ ବାପା ମାଆ ।ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ତେଣୁ ଆଜି ଆଦିତ୍ୟଙ୍କ ବାପା ମା’ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଦିତ୍ୟ ଦାଶ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହାକୁ ବୌଦ୍ଧର କିଛି ଜନସାଧାରଣ ସମର୍ଥନ ମଧ୍ୟ କରିଛନ୍ତି ।

କେବଳ ସେତି ନୁହେଁ ଆଦିତ୍ୟଙ୍କୁ ନ୍ୟାୟ ଦାବିରେ ସମର୍ଥକମାନେ ଶୋଭାଯାତ୍ରାରେ ଆସି ନାରାବାଜି ମଧ୍ୟ କରିଛନ୍ତି  । ପୂର୍ବରୁ ଆଦିତ୍ୟଙ୍କ ବାପା ମା’ ହାଇକୋର୍ଟରେ ସିବିଆଇ ତଦନ୍ତ ଦାବି କରି ଆବେଦନ କରିସାରିଛନ୍ତି  । କ୍ରାଇମବ୍ରାଞ୍ଚ ପୂର୍ବରୁ ଆଦିତ୍ୟଙ୍କ ପୂର୍ବତନ ବାନ୍ଧିବୀ ଚିନ୍ମୟୀ ମହାପାତ୍ରଙ୍କୁ ଜେରା କରିଥିଲା  ।

ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାରକୁ ଲୋନ ମୋରେଟୋରିୟମ ମାମଲାର ଶୁଣାଣିକୁ ୫ ଅକ୍ଟୋବରକୁ ଟାଳି ଦିଆଯାଇଛି । କେନ୍ଦ୍ର ସରକାର ସୋମବାର ଦିନ ଶୁଣାଣି ସମୟରେ କୋର୍ଟକୁ ସମୟ ମାଗିଛନ୍ତି । ଏହି ମାମଲାରେ RBI ସହିତ ଆଲୋଚନା କରୁଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେଣୁ କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ କିଛି ସମୟର ଆବଶ୍ୟକତା ରହିଛି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି । ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଛନ୍ତି । କୋର୍ଟ କେନ୍ଦ୍ର ସରକାର ଆଫିଡେବିଟ ରଖିବା ପାଇଁ କେନ୍ଦ୍ରକୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟକୁ ସମୟ ମାଗି କହିଛନ୍ତି କି, ଏହା ଏକ ଜଟିଳ ମାମଲା ଏବଂ କେତେକ ଆର୍ଥିକ ସମସ୍ୟା ସାମ୍ନାକୁ ଆସୁଛି । ଏହାକୁ ନେଇ RBI ସହିତ ଆଲୋଚନା କରୁଥିବା ସେ  ଉଲ୍ଲେଖ କରିଛନ୍ତି ।


ଏହା ପୂର୍ବରୁ ୧୦ ସେପ୍ଟେମ୍ବରକୁ ସୁପ୍ରିମକୋର୍ଟ କହିଥିଲେ କି ମାମଲାକୁ ବାରମ୍ବାର ଟାଳି ଦିଆଯାଇଛି । କିନ୍ତୁ ଏବେ ଦୁଇ ସପ୍ତାହର ସମୟ ଦିଆଯାଇଛି । ତେବେ ଏହିଥର ମଜବୁତ ଯୋଜନା ସହିତ କୋର୍ଟରେ ପହଞ୍ଚିବା ପାଇଁ କୁହାଯାଇଛି । ଏହି ମୋରାଟୋରିୟମର ବ୍ୟବସ୍ଥା ଅନୁସାରେ ଯେଉଁ ବ୍ୟକ୍ତି EMI ଦେଇ ପାରିବେ ନାହିଁ, ତାଙ୍କ ନିକଟରେ EMI ସ୍ଥଗିତ କରିବା ପାଇଁ ବିକଳ୍ପ ହେବ । କିନ୍ତୁ ଏହାଦ୍ୱାରା ଲୋକଙ୍କୁ କୌଣସି ପ୍ରକାରର ଲାଭ ମିଳୁନଥିବା ପିଟିସନରେ ଉଲ୍ଲେଖ ରହିଛି । କାରଣ ଯେଉଁମାନେ EMI ସ୍ଥଗିତ ରଖୁଛନ୍ତି, ସେମାନଙ୍କୁ ଏହି ସମୟ ମଧ୍ୟରେ ସୁଧ ଦେବାକୁ ପଡ଼ୁଛି ।

ସରକାରଙ୍କ କହିବା ଅନୁସାରେ ଉକ୍ତ ସମୟର ସୁଧକୁ ସ୍ଥଗିତ କରି ରଖିବା ଦ୍ୱାରା ବ୍ୟାଙ୍କକୁ କ୍ଷତି ସହିବାକୁ ପଡ଼ିବ । ଏହା ସହିତ ଯେଉଁମାନେ ଚକ୍ରବୁଦ୍ଧି ସୁଦ୍ଧ ଦେଇ ସାରିଛନ୍ତି ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ । ସରକାର ଏବଂ RBI ତରଫରୁ ଦଲିଲ ପୈଠ କରି ୧୦ ସେପ୍ଟେମ୍ବର ଦିନ ତୁଷାର ମେହତା କୋର୍ଟରେ କହିଥିଲେ କି ସୁଧ ଛାଡ଼ ହୋଇପାରିବ ନାହିଁ, କିନ୍ତୁ ସମସ୍ୟାର ଚାପ ସାମାନ୍ୟ କୋହଳ ହୋଇଯିବ । ତେବେ ବ୍ୟାଙ୍କିଙ୍କ ସେକ୍ଟର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ତେଣୁ ଏହାକୁ ଦୁର୍ବଳ କଲାଭଳି କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ତେବେ ମୋରେଟୋରିୟମର ଲକ୍ଷ୍ୟ ନୁହେଁ ସୁଧ ଛାଡ଼ କରିବା ବୋଲି ତୁଷାର ମେହତା କହିଛନ୍ତି ।

ଲୋନ ମୋରେଟୋରିୟମର ଅବଧି ଶେଷ ହୋଇ ଯାଇଛି । ଏହି ମଧ୍ୟରୁ ଲୋକଙ୍କ ନିକଟକୁ EMI ସୁଜିବା ପାଇଁ ଫୋନ କଲ୍ସ ଏବଂ ଇମେଲ ଆସିବା ଆରମ୍ଭ ହୋଇଗଲାଣି । ତେବେ ହୁଏତ ବ୍ୟାଙ୍କ ଲୋନ ଆକାଉଣ୍ଟକୁ ନନ ପର୍ଫମିଙ୍ଗ ଆସେଟ ଘୋଷଣା କରିଦିଆଯିବାର ଚିନ୍ତା ଲୋକଙ୍କୁ ଘାରିଲାଣି । ତେବେ  ଏଥିପାଇଁ ସରକାରଙ୍କ ତରଫରୁ ମଜବୁତ ଯୋଜନା  କୋର୍ଟରେ ପୈଠ କରିବାକୁ ପଡ଼ିବ ।