spot_img
Home Blog Page 6658

ପ୍ରକାଶ ପାଇଲା ଯୁକ୍ତ ୩ ଆଡ୍‌ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଆଡ୍‌ମିଶନ ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଚଳିତବର୍ଷ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୨ ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୮ ହଜାର ୫୪୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ନାମ ଲେଖାଇବେ ୯୫ ହଜାର ୬୪୯ । ସେଲ୍‌ଫ ଫାଇନାନ୍‌ସିଂ କୋର୍ସରେ ୧ ହଜାର ୮୧, ବାଣିଜ୍ୟରେ ୧୬ ହଜାର ୬୮୨, ସଂସ୍କୃତରେ ୩ ହଜାର ୮୧୮, ଫିଜିକ୍ସରେ ୨୩ ହଜାର ୮୧୭ ଓ ବାୟୋଲୋଜିରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି ।

କଳା ଭୂଗୋଳ ବିଭାଗରେ ୯୩ ପ୍ରତିଶତ କଟ ଅଫ ମାର୍କ ସହ ଆଗରେ ରହିଛି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଫିଜିକାଲ୍ ସାଇନ୍ସର ଗଣିତ ବିଭାଗରେ ୯୫ ଦଶମିକ ୩ ପ୍ରତିଶତ ସହ ଆଗରେ ରହିଛି ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫ ଦଶମିକ ୫ ପ୍ରତିଶତ ସହ ବିଜେବି କଲେଜ ୧ ନମ୍ବରରେ ରହିଛି ।

ବାଣିଜ୍ୟରେ ମଧ୍ୟ ୯୮ଦଶମିକ ୬୭ ପ୍ରତିଶତ ସହ ବିଜେବି କଲେଜ ଆଗରେ ରହିଛି । ମୋଟ ୧ହଜାର ୨୯ଟି  ଶିକ୍ଷାନୁଷ୍ଠାନରେ ନାମଲେଖା ହେବ।  ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନ୍‌ରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାକାଲି ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ।

ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ କଳ୍ପତରୁ ବହିଷ୍କୃତ: ବିଶୃଙ୍ଖଳାକୁ ବରଦାସ୍ତ କରିବନି ଦଳ: ବ୍ୟୋମକେଶ

ଭୁବନେଶ୍ୱର: ବିଜୁ ଜନତା ଦଳରୁ କଳ୍ପତରୁ ଓଝା ବହିଷ୍କୃତ । ଦଳରୁ ବହିଷ୍କାର କଲେ  ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି  ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । କଳ୍ପତରୁ ଗତ କିଛି ଦିନ ତଳେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

ଅପରପକ୍ଷରେ କଳ୍ପତରୁଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ବହିଷ୍କାର କରିବାକୁ ଗତକାଲି ଠାରୁ ସୁପାରିସ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ କଳ୍ପତରୁଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏହା ଦ୍ୱାରା ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରବ ନାହିଁ ।

Chandbali MLA Dr Byomkesh Ray tests COVID-19 positive – prameyanews.com

 ସୂଚନା ଯୋଗ୍ୟ ଯେ, କିଛିଦିନ ପୂର୍ବେ ଯୁବ ଏବଂ ଛାତ୍ର  ବିଜେଡି ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଥିଲା । ଏହି କମିଟିରେ ସମଗ୍ର ଓଡ଼ିଶାର ସମସ୍ତ ଜିଲା, ସମସ୍ତ ବର୍ଗକୁ ପ୍ରାଧାନ୍ୟ ଦିଆଯାଥିଲା । ବିଶେଷ କରି ଉଭୟ କମିଟିରେ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଛାତ୍ର ରାଜନୀତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଯୁବବର୍ଗ ରାଜ୍ୟସ୍ତରୀୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅମରେଶ ପତ୍ରୀ ଯୁବ ବିଜେଡି ଏବଂ ରାଣାପ୍ରତାପ ପାତ୍ର ଛାତ୍ର ବିଜେଡି ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ରାଣାପ୍ରତାପଙ୍କୁ ନିକଟରେ ଯୁବ ଜନତା ଦଳରେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା ଅମରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଥିଲା । ଏହି କ୍ରମରେ କଳ୍ପତରୁ ଓଝା ମଧ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ।

 

ଦୁଇ ଛାମୁଆ ସଙ୍ଗଠନର ସଭାପତି ନିଯୁକ୍ତ କଲା ବିଜେଡି, ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ର ଦାୟିତ୍ୱ

କମୁଛି ସଂକ୍ରମଣ: ୨୪ଘଣ୍ଟାରେ ଚିହ୍ନଟ ହେଲେ ୩,୨୩୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧ ହଜାର ୯୧୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୩୨୦ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । କରୋନାରେ ଗତ ୨୪ଘଣ୍ଟାରେ ୧୬ଜଣ ପ୍ରାଣ ହରାଇଛନ୍ତି  ।

ସୋମବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଖୋର୍ଦ୍ଧାରୁ ସର୍ବାଧିକ ସର୍ବାଧିକ ୫୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୧୮, ବରଗଡ଼ରୁ ୧୩୭, ଯାଜପୁରରୁ ୧୧୦, ସମ୍ବଲପୁରରୁ ୧୨୦ ଆକ୍ରାନ୍ତ ଅଛନ୍ତି ।  । ସେହିଭଳି ଅନୁଗୁଳରୁ ୧୭୯, ବାଲେଶ୍ୱରରୁ  ୧୦୦ , ଭଦ୍ରକରୁ ୬୭, ବଲାଙ୍ଗୀରରୁ ୧୦୧, ବୌଦ୍ଧରୁ ୪୨, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୬୯, ଗଜପତିରୁ ୩୧, ଗଞ୍ଜାମରୁ ୨୮, ଜଗତସିଂହପୁରରୁ ୮୬ , ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୦୩ , କେନ୍ଦୁଝରରୁ ୮୬, କୋରାପୁଟରୁ ୫୯ , ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୧୧୮, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୪୩, ନୂଆପଡ଼ାରୁ ୧୦୬, ପୁରୀରୁ ୭୯ , ରାୟଗଡ଼ାରୁ ୧୦୧, ସୁନ୍ଦରଗଡ଼ରୁ ୧୦୧, ସୋନପୁରରୁ ୬୫,ଷ୍ଟେଟ ପୁଲ୍ ୧୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ସୋମବାରରେ ରାଜ୍ୟରେ ଆଉ ୧୬ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫ଶହ ୭୧ ସୁସ୍ଥ ହୋଇଥିବା ବେଳେ, ୩୮ ହଜାର ୧ ଶହ ୭୨ ସକ୍ରିୟ ମାମଲା ରହିଛି ।

 

ଦେଶରେ ୬୦ ଲକ୍ଷ ଟପିଲା କରୋନା ସଂକ୍ରମଣ

ଦେଶରେ ୬୦ ଲକ୍ଷ ଟପିଲା କରୋନା ସଂକ୍ରମଣ

ପ୍ରତି ଦୁଇ ସପ୍ତାହରେ କୋଭିଡ୍ ହସ୍ପିଟାଲରେ ହେବ ଫାୟାର ଅଡିଟ୍

ପ୍ରତି ଦୁଇ ସପ୍ତାହରେ କୋଭିଡ୍‌ ହସ୍‌ପିଟାଲରେ ହେବ ଫାୟାର ଅଡିଟ୍

ଆଇନ୍ ହେଲା କୃଷି ବିଲ୍, ହେଲେ ଥମିନି ବିରୋଧ… ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ

 

ଆଇନ୍ ହେଲା କୃଷି ବିଲ୍, ହେଲେ ଥମିନି ବିରୋଧ… ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ

ଖୋର୍ଦ୍ଧା ସାରୁଅରେ ଓଟିଭିର ବେଆଇନ୍ ଜମି ଜବରଦଖଲ ଅଭିଯୋଗର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ସାରୁଅରେ ଓଟିଭିର ବେଆଇନ୍ ଜମି ଜବରଦଖଲ ଅଭିଯୋଗର ତଦନ୍ତ ଆରମ୍ଭ

ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଗିରଫ ଦାବିରେ ଅନଶନ କରିବେ ପାଏଲ

ମୁମ୍ୱାଇ: ସୋମବାର ଧାରଣାରେ ବସିବେ ଅଭିନେତ୍ରୀ ପାଏଲ ଘୋଷ । ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗରେ ପୋଲିସ ଷ୍ଟେସନ୍ ଆଗରେ ଧାରଣାରେ ବସିବେ । ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ପୂରା ବଲିଉଡରେ ଚହଳ ପକାଇଥିଲା ଅଭିନେତ୍ରୀ ପାଏଲ ଘୋଷ  ।

Hot Beauty Payal Ghosh stunning pics | Gulte - Latest Andhra Pradesh,  Telangana Political and Movie News, Movie Reviews, Analysis, Photos

ସୂଚନା ମୁତାବକ ପାଏଲ ସୋମବାର ବର୍ସିବା ପୋଲିସ ଷ୍ଟେସନ୍ ଯାଇ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିବେ । ତେବେ ପୂର୍ବରୁ ଅଭିନେତ୍ରୀ ପାଏଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରି ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଏ ନେଇ ମୁମ୍ୱାଇ ପୋଲିସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ପାଏଲ ।

अनुराग कश्यप

ଅଭିନେତ୍ରୀ ପାଏଲ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଜଣେ ଅପରାଧୀଙ୍କ ବିରୋଧରେ ମାମଲା ଦାୟର କରିଛି । କିନ୍ତୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମୋତେ ହିଁ ପ୍ରଶ୍ନ ପଚରାଯାଉଛି ଆଉ ଅଭିଯୁକ୍ତ ଘରେ ଆରାମ କରୁଛନ୍ତି । ପାଏଲ ଘୋଷ ସୋସିଆଲ୍ ମିଡିଆରେ ଅନୁରାଗ କଶ୍ୟପଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀ ଟ୍ୱିଟ୍ କରି ଅନୁରାଗଙ୍କ ବିରୋଧରେ ଜବରଦସ୍ତି କରିଥିବା ଅଭିଯୋଗ ଆଣିଥିଲେ । ପାଏଲ ଘୋଷ ଏହି ଅଭିଯୋଗ ଉପରେ ଅନୁରାଗ ସଫେଇ ମଧ୍ୟ ରଖିଥିଲେ । ଆଉ ଅଭିନେତ୍ରୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ।

ତାପଙ୍ଗ ପଥରଖଣି ଯିବାକୁ ଜନସାଧାରଣଙ୍କୁ ବାରଣ କଲା ଜିଲ୍ଲାପ୍ରଶାସନ

ଖୋର୍ଦ୍ଧା: ବନ୍ଦ ହେଲା ଖୋର୍ଦ୍ଧା ନିଜିଗଡ଼ର ତାପଙ୍ଗ ପଥରଖଣି । ତାପଙ୍ଗ ସ୍ଥିତ ପଥର ଖଣିକୁ ଯିବା ପାଇଁ  ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲଫି ପଏଣ୍ଟ ପାଲଟିଥିବା ଉକ୍ତ ପଥର ଖଣି ଯିବା  ଉପରେ ସମ୍ପୂଣ୍ଣ  ନିଶେଧାଦେଶ ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି ।

ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ  କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏଠାକୁ  ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ ।

ସୂଚନା ଅନୁସାରେ, ପାହାଡ଼ ବିପଦ ସଂକୁଳ ଅବସ୍ଥାରେ ରହିଛି। ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ମଧ୍ୟ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରାଯାଉଛି । ଏହି ସବୁ ଦୃଷ୍ଟି ସତ୍ୱେ ସେଠାକୁ ବୁଲିବାକୁ ଯିବା, ଫଟୋ ଉଠାଇବା ଉପରେ ପ୍ରଶାସନ ବାରଣ କରିଛି ।

 

ଓଟିଭିର ବେଆଇନ୍ ଜମି ଜବରଦଖଲ ଘଟଣାରେ ଜିଲ୍ଲାପାଳଙ୍କ ପଦକ୍ଷେପ

ଖୋର୍ଦ୍ଧା: ପୂର୍ବରୁ ନାବାଳିକା ଗଣଦୁଷ୍କର୍ମ ଘଟଣା ଏବେ ବେଆଇନ୍ ଜମି ଜବର ଦଖଲ ମାମଲା । ଏସବୁ ମଧ୍ୟରେ ଛନ୍ଦି ହୋଇଛି ଓଟିଭି । ନାବାଳିକା ଗଣଦୁଷ୍କର୍ମ ଘଟଣାର ତାତି କମି ନଥିବା ବେଳେ ଏବେ ଓଟିଭିର ବେଆଇନ୍ ଜମି ଜବରଦଖଲ ଘଟଣାରେ ଏବେ ଅଠାକାଠିରେ ପଡ଼ିଛି ଓଟିଭି । ଘଟଣାରେ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ପଦକ୍ଷେପ ନିଆଯାଇଛି ।

ଖୋର୍ଦ୍ଧା ସାରୁଅରେ ଓଟିଭିର ବେଆଇନ୍ ଜମି ଜବରଦଖଲ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ, ତହସିଲଦାର ଓ ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ,  ଗତ ଶନିବାର ଜମି ଜବରଦଖଲ ହୋଇଥିବା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଆଜିଠୁ ତଦନ୍ତ ଆରମ୍ଭ ହେଉଛି । ଏଥିସହ ଉପଜିଲ୍ଲାପାଳ ସାରୁଅରେ ଜନଶୁଣାଣି କରିବେ । କ୍ଷତିଗ୍ରସ୍ତ ଲୋକଙ୍କ ଅଭିଯୋଗ ଗ୍ରହଣ କରିବେ । କେତେ ଜମି ଜବରଦଖଲ ହୋଇଛି, ଏବଂ ତାହା ଆଇନତଃ ବୈଧ କି ନୁହେଁ, ସେନେଇ ତଦନ୍ତ ହେବ ।

OTV ଏମ୍‌ଡିଙ୍କ ପରିବାର ନାଁରେ ଜମି ଜାଲିଆତି ଅଭିଯୋଗ: ଜମି ବିକ୍ରି କରିବାକୁ ବାଧ୍ୟ କରିଦେଇଛନ୍ତି ଓଟିଭି କର୍ତ୍ତୃପକ୍ଷ